Posted inଖେଳ

ଜୁନିୟର ଶୁଟିଂ ବିଶ୍ୱକପ୍‌: ବିଜୟବୀରଙ୍କୁ ତୃତୀୟ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୧୭ା୭ (ପି.ଟି.)-ଜର୍ମାନୀର ସୁଲ୍‌ଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ଶୁଟିଂ ବିଶ୍ୱକପ୍‌ରେ ବିଜୟବୀର ସିଦ୍ଧୁ ତାଙ୍କର ତୃତୀୟ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ସେ ଏବଂ ରାଜକନଓ୍ବର ସିଂ ସାନ୍ଧୁ ଓ ଆଦର୍ଶ ସିଂଙ୍କୁ ନେଇ ଭାରତୀୟ ଦଳ ୨୫ ମିଟର ପୁରୁଷ ଇଭେଣ୍ଟ ଜିତିଛନ୍ତି। ପ୍ରତିଯୋଗିତାରେ ଆଦର୍ଶଙ୍କ ପାଇଁ ଏହା ହେଉଛି ଦ୍ୱିତୀୟ ସ୍ବର୍ଣ୍ଣ। ମଙ୍ଗଳବାର ଥିଲା ପ୍ରତିଯୋଗିତାର ତୃତୀୟ ଦିବସ। ଭାରତ ଏପର୍ଯ୍ୟନ୍ତ ୭ ସ୍ବର୍ଣ୍ଣ ସହ ମୋଟ ୧୬ ପଦକ ସହ ଟେବୁଲର ଶୀର୍ଷରେ ରହିଛି। ମଙ୍ଗଳବାର ଭାରତ ଏହାର ଦ୍ୱିତୀୟ ପଦକ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ପାଇଥିଲା। ହୃଦୟ ହଜାରିକା, ୟାଶ ବର୍ଦ୍ଧନ ଏବଂ ପାର୍ଥ ମାଖିଜାଙ୍କୁ ନେଇ ଭାରତୀୟ ଟିମ୍‌ ମୋଟ ୧୮୭୭.୪ ପଏଣ୍ଟ ସ୍କୋର କରି ରୌପ୍ୟ ଜିତିଥିଲା। ସ୍ବର୍ଣ୍ଣ ଜିତିଥିବା ଚାଇନିଜ ଟିମ୍‌ଠାରୁ ମାତ୍ର 0.୪ପଏଣ୍ଟ ପଛରେ ରହିଥିଲା। ଏହି ପ୍ରକ୍ରିୟାରେ ଚାଇନା ଜୁନିୟର ବିଶ୍ୱରେକର୍ଡ ସମକକ୍ଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ମଝିରେ ଭଉଣୀଙ୍କୁ ହରାଇଥିଲେ ଆକବର

ଢାକା, ୧୧।୨ (ପି.ଟି.)- ବାଂଲାଦେଶକୁ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ ଜିତାଇବାରେ ଅଧିନାୟକ ଆକବର ଅଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଭାରତ ପକ୍ଷରୁ ଧାର୍ଯ୍ୟ...

ସଚିନ୍‌ ତେନ୍ଦୁଲକର ରିକି ପଣ୍ଟିଂଙ୍କ ଦଳକୁ ଦେବେ କୋଚିଂ

ସିଡ୍‌ନୀ,୨୧।୧: ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ସଚିନ୍‌ ତେନ୍ଦୁଲକରଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସଚିନ୍‌ ଖୁବ୍‌ ଶୀଘ୍ର କୋଚ୍‌ ଭୂମିକାରେ ଦେଖାଦେବେ। ମଙ୍ଗଳବାର...

ସାଥୀ ଖେଳାଳିଙ୍କ ଏଭଳି କାରନାମା ଦେଖି ବିଶ୍ୱାସ କରିପାରିଲେନି ବିରାଟ କୋହଲି

ସିଡ୍‌ନୀ,୭।୧୨: ସିଡନୀ କ୍ରିକେଟ ଗ୍ରାଉଣ୍ଡ (ଏସସିଜି)ରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଟି -୨୦ରେ ଭାରତ ଅଷ୍ଟ୍ରେଲିଆକୁ ୬ଟି ଉଇକେଟରେ ପରାସ୍ତ କରିଛି।...

ଏହି କ୍ରିକେଟର୍‌ଙ୍କ ମସାଜ୍‌ କଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ

ମୁମ୍ବାଇ,୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୨ର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଚାରି ଉଇକେଟ ବିଜୟ ହାସଲ କରିଥିଲା। ୩ଟି ମ୍ୟାଚ୍‌ରେ...

ଭାରତକୁ ବିଶ୍ୱ ଚାମ୍ପିୟନ କରିଥିବା ଖେଳାଳି ହୋଇପାରନ୍ତି ପାକିସ୍ତାନର ନୂଆ କୋଚ୍‌, କିଛି ଏଭଳି…

ଦୁବାଇ,୨୯।୧୦: ୨୦୧୧ ମସିହାରେ ଟିମ୍‌ ଇଣ୍ଡିଆ ବିଶ୍ୱକପ ଟାଇଟଲ ଜିତିଥିଲା। ଏହି ସମୟରେ ଦଳର କୋଚ୍‌ ଥିଲେ ଦକ୍ଷିଣ ଆଫ୍ରିକାର ଗ୍ୟାରି କିର୍ଷ୍ଟେନ। ଏବେ ସେ...

କୃଷ୍ଣକାୟ ଖେଳାଳିଙ୍କ ପାଇଁ ବାଟ ବନ୍ଦ କରି ଦେଇଥିଲେ ଗ୍ରେମ ସ୍ମିଥ

ଜୋହାନ୍ସବର୍ଗ, ୨୦।୫ : ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବୋର୍ଡର ଡିରେକ୍ଟର ଗ୍ରେମ ସ୍ମିଥଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଥି...

ଭାରତରେ ଏନ୍‌ବିଏ ମ୍ୟାଚ୍‌

ମୁମ୍ବାଇ, ୫।୧୦(ପି.ଟି.)- ସ୍ଥାନୀୟ ନ୍ୟାଶନାଲ ସ୍ପୋଟର୍‌ସ କ୍ଲବ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ସିଆଇ) ଡୋମଠାରେ ଶୁକ୍ରବାର ଏନ୍‌ବିଏର ଐତିହାସିକ ମ୍ୟାଚ୍‌ ଆୟୋଜିତ ହୋଇଛି। ଆମେରିକାର ହାଇପ୍ରୋଫାଇଲ ବାସ୍କେଟ...

ରେକର୍ଡ ବିଜୟ

ଗଲ୍ଫ ସୁପରଷ୍ଟାର ଟାଇଗର ଉଡ୍ସ ବିଭିନ୍ନ କାରଣରୁ ଫର୍ମ ଓ ଫିଟ୍‌ନେସ ପାଇଁ ସଂଘର୍ଷ କରିଆସୁଥିଲେ ମଧ୍ୟ ନିକଟରେ ଜୋଜୋ ଚାମ୍ପିୟନଶିପ୍‌ରେ ବିଜୟୀ ହୋଇଛନ୍ତି। ଏଥିସହିତ...

Advertisement
Archives

Model This Week