Posted inଖେଳ

ଜୁନିୟର ମହିଳା କ୍ୟାମ୍ପ୍‌ରେ ଓଡ଼ିଶାରୁ ୩ ଖେଳାଳି

ନୂଆଦିଲ୍ଲୀ, ୪।୧୧ (ପି.ଟି.)- ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଭାରତୀୟ ଜୁନିୟର ମହିଳା ହକି ଦଳର କ୍ୟାମ୍ପ୍‌ ଲାଗି ୩୯ ଜଣିଆ କୋର୍‌ ଗ୍ରୁପ୍‌ ତାଲିକା ପ୍ରକାଶ କରିଛି। ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କେନ୍ଦ୍ରରେ କୋଚ୍‌ ବଲ୍‌ଜିତ୍‌ ସିଂ ସଇନିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ ଶିବିର ନଭେମ୍ବର ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ ଜୁନିୟର ମହିଳା ଦଳ ଡିସେମ୍ବର ୩ରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ତ୍ରି-ରାଷ୍ଟ୍ରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଘରୋଇ ଅଷ୍ଟ୍ରେଲିଆ ବ୍ୟତୀତ ୩ୟ ଦଳ ଭାବେ ନ୍ୟୁଜିଲାଣ୍ଡ ଏଥିରେ ଅଂଶଗ୍ରହଣ କରିବ। ଏହି ପ୍ରତିଯୋଗିତା ଲାଗି କ୍ୟାମ୍ପରୁ ଖେଳାଳି ମନୋନୀତ କରାଯିବ। ଏହି ୩୯ ଜଣିଆ କୋର୍‌ ଗ୍ରୁପ୍‌ ତାଲିକାରେ ଓଡ଼ିଶାର ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ମିଡ୍‌ଫିଲ୍ଡର ମାରିଆନା କୁଜୁର, ଅଜମିନ କୁଜୁର ଓ ଫର୍‌ଓ୍ବାର୍ଡ ଜୀବନ କିଶୋରୀ ଟପ୍ପୋ।
୩୯ ଜଣିଆ କୋର୍‌ ଗ୍ରୁପ୍‌ ତାଲିକା: ରଶନପ୍ରୀତ୍‌ କୌର, ଖୁସ୍‌ବୁ, ଏଫ୍‌. ରାମେଙ୍ଗମାଓ୍ବି (ସମସ୍ତେ ଗୋଲ୍‌କିପର), ପ୍ରିୟଙ୍କା, ସିମରନ ସିଂ, ମାରିନା ଲାଲରାମଙ୍ଗହାକି, ଗଗନଦୀପ୍‌ କୌର, ଇଶିକା ଚୌଧୁରୀ, ଜ୍ୟୋତିକା କଲସି, ସୁମିତା, ଅଖଶାତ ଢେକାଲେ, ଉଷା, ପ୍ରଣୀତ୍‌ କୌର, ମହିମା ଚୌଧୁରୀ, ସୁମନ ଦେବୀ ଥୋଉଡାମ (ସମସ୍ତେ ଡିଫେଣ୍ଡର୍ସ), ବଲ୍‌ଜିତ୍‌ କୌର, କିରନଦୀପ୍‌ କୌର, ପ୍ରଭାଲୀନ କୌର, କବିତା ବାଗଡି, ବଲ୍‌ଜିନ୍ଦର କୌର, ସୁଷମା କୁମାରୀ, ରୀତା, ଚେତନା, ବିଛୁ ଦେବୀ ଖାରିବାମ୍‌ (ସମସ୍ତେ ମିଡ୍‌ଫିଲ୍ଡର୍ସ), ମୁମତାଜ ଖାଁ, ବିୟୁଟି ଡୁଙ୍ଗ୍‌ଡୁଙ୍ଗ୍‌, ଗୁର୍‌ମାଇଲ କୌର, ଦୀପିକା, ଲାଲରିଣ୍ଡିଙ୍କି, ଜୀବନ କିଶୋରୀ ଟପ୍ପୋ, ରୁତୁଜା ପିସାଲ୍‌, ସଙ୍ଗୀତା କୁମାରୀ, ଯୋଗିତା ବୋରା, ଅନୁ, ଶର୍ମିଳା ଦେବୀ (ସମସ୍ତେ ଫର୍‌ଓ୍ବାର୍ଡ)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁରୋ ୨୦୨୧, କୋପା ଆମେରିକା ସ୍ଥଗିତ

ଲାଉସାନେ, ୧୮ା୩ (ଏଏଫ୍‌ପି)-ୟୁନିୟନ ଅଫ୍‌ ୟୁରୋପିଆନ୍‌ ଫୁଟ୍‌ବଲ ଆସୋସିଏଶନ୍ସ (ୟୁଫା) ୨୦୨୧ ପର୍ଯ୍ୟନ୍ତ ୟୁରୋପିଆନ ଫୁଟ୍‌ବଲ ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖିଛି। ସେହିପରି ଜୁନ୍‌ ୧୨ରୁ ଜୁଲାଇ...

ଦ୍ୱିତୀୟ ଅନ୍‌ଅଫିସିଆଲ ଦିନିକିଆ : ଭାରତ ଏ’ ବିଜୟୀ

ଥିରୁବନନ୍ତପୁରମ,୩୧।୮(ପି.ଟି.)- ସ୍ଥାନୀୟ ଗ୍ରୀନ୍‌ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ମନୀଷ ପାଣ୍ଡେଙ୍କ ନେତୃତ୍ୱାଧୀନ ଭାରତ ଏ’ ଗୋଟିଏ...

ସିନ୍‌ଙ୍କ ଚମତ୍କାର କାରନାମା: ମାତ୍ର ୩୬ ରନ୍‌ରେ ନେଲେ ୧୦ ଉଇକେଟ

କେପ୍‌ଟାଉନ୍‌,୨୧।୧୧: ଭାରତର ମହାନ ସ୍ପିନର୍‌ ଅନିଲ କୁମ୍ବଲେ ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଇନିଂସରେ ୧୦ ଉଇକେଟ ନେଇଥିବା ସ୍ମୃତି ଆଜିବି ସମସ୍ତଙ୍କ ହୃଦୟରେ ସତେଜ ରହିଛି।...

ଫେସ୍‌ବୁକ୍‌ଠାରୁ କାହିଁକି ଦୂରରେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ, ୨୩।୩- ଭାରତୀୟ କ୍ରିକେଟ୍‌ ଦଳର ସୁଇଂ କିଙ୍ଗ୍‌ ଭାବେ ପରିଚିତ ଭୁବନେଶ୍ୱର କୁମାର ସୋସିଆଲ ମିଡିଆ ଫେସ୍‌ବୁକ୍‌ଠାରୁ ନିଜକୁ କାହିଁକି ଦୂରେଇ ରଖିଛନ୍ତି, ଏହାର...

ଚାଲିଲା କ୍ୟାପଟେନ କୋହଲିଙ୍କ ଯାଦୁ

ଦୁବାଇ,୨୯।୯: ଏକଦା ୧୧ ଓଭରରେ ୧୦୦ ରନ୍‌ କରିଥିବା ରାଜସ୍ଥାନ ରୟାଲ୍ସକୁ ୧୪୯ ରନ୍‌ରେ ରୋକି ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଏହା ସମ୍ଭବ...

ଏସିଆନ ରୋଡ ପାରା-ସାଇକ୍ଲିଂ: ଭାରତକୁ ୧ ରୌପ୍ୟ, ୨ ବ୍ରୋଞ୍ଜ

ନୂଆଦିଲ୍ଲୀ,୩୦।୪(ପି.ଟି.)- ଉଜ୍‌ବେକିସ୍ତାନର ତାସ୍‌କେଣ୍ଟଠାରେ ଅନୁଷ୍ଠିତ ହୋଇଥିବା ଏସିଆନ୍‌ ରୋଡ ପାରା- ସାଇକ୍ଲିଂ ଚାମ୍ପନ୍‌ଶିପ୍‌ରେ ଭାରତୀୟ ପାରାଆଥଲେଟ୍ସମାନେ ଦମ୍‌ଦାର ପ୍ରଦର୍ଶନ କରି ଗୋଟିଏ ରୌପ୍ୟ ଓ ଦୁଇଟି...

୪ ବର୍ଷ ପରେ ଦଳକୁ ଫେରିଲେ

ନୂଆଦିଲ୍ଲୀ,୨୧।୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ପକ୍ଷରୁ ଦଳ ଘୋଷଣା କରାଯାଇଛି। ଦୀର୍ଘ ୪ ବର୍ଷ ପରେ ଦ୍ରୁତ...

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ କେବେ? କେବେ, କେଉଁଠି ଦେଖିବେ ପ୍ରସାରଣ ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୭: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ୨ୟ ମୁକାବିଲା ବିଶାଖାପାଟନମ୍‌ରେ ଖେଳାଯିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍‌ କ୍ରମାଗତ ଦ୍ୱିତୀୟ...

Advertisement
Archives

Model This Week