ଜୁନାଗଡରେ ବିର୍ସାମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ

ଜୁନାଗଡ,୯।୬(ଡି.ଏନ.ଏ.):କଳାହାଣ୍ଡି ଜିଲା ଜୁନାଗଡ ସହର କଲ୍ୟାଣ ମଣ୍ଡପଠାରେ ରବିବାର ସ୍ବାଧୀନତା ସଂଗ୍ରାମୀ ଶହୀଦ ବିର୍ସାମୁଣ୍ଡାଙ୍କ ବଳିଦାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୂଳନିବାସୀ ସମତା ପରିଷଦ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦ ଆବାହକ ତଥା ଯୁବ ଆଇନଜୀବୀ ଚିତ୍ତ ରଞ୍ଜନ ନିଆଲ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ମୂଳନିବାସୀ ସମତା ପରିଷଦ ସଂଯୋଜକ ଅଭିରାମ ମଲ୍ଲିକ, ମୁଖ୍ୟବକ୍ତା ଜୁନାଗଡ ତହସିଲଦାର ଉପେନ୍ଦ୍ର ଲୁହା, ସମ୍ମାନିତ ଅତିଥି ଡାକ୍ତର ବିବେକାନନ୍ଦ ମହାନନ୍ଦ, ବରିଷ୍ଠ ଆଇନଜୀବୀ ବିଶ୍ୱନାଥ କର, ଦାମୋଦର ବେହେରା, ପ୍ରେମ ବାଗ, ଆଶିଷ ନାଏକ, ନରେନ୍ଦ୍ର କ୍ଷିତୀ, ସୁପ୍ରଶନ ଭୋଇ, ଆନନ୍ଦ ଭୋଇ, ସତ୍ୟ ନାରାୟଣ ବୈଶ୍ୟ ପ୍ରମୁଖ ସ୍ବାଧୀନତା ସଂଗ୍ରାମୀ ଶହୀଦ ବିର୍ସାମୁଣ୍ଡା ଉପରେ ଉଦ୍‌ବୋଧନ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ଶହୀଦ ବିର୍ସାମୁଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ପରେ ସାମ୍ପ୍ରତିକ ସଙ୍କଟଜନକ ପରିସ୍ଥିତିରେ ବିର୍ସାମୁଣ୍ଡାଙ୍କ ଆନ୍ଦୋଳନର ଆବଶ୍ୟକତା ଉପରେ ଏକ ଆଳୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସନାତନ ବିସିଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ ପ୍ରକାଶ

ଭୁବନେଶ୍ୱର/ସମ୍ବଲପୁର,୧୪।୪(ବ୍ୟୁରୋ): ଓଡିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ, କ୍ରୀଡାବିତ, କ୍ରୀଡ଼ା ସଙ୍ଗଠକ ତଥା ପଶ୍ଚିମ ଓଡିଶାର ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ...

ପୂଜକ ବେଶରେ ଅଭିଯୁକ୍ତ ଗିରଫ

ଦେବଗଡ଼,୧୭।୪(ଡି.ଏନ.ଏ.): ଦେବଗଡ଼ ସହରର ଜଣେ କପଡା ବ୍ୟବସାୟୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଠକିନେଇ ଫେରାର ହୋଇଯାଇଥିବା ଯୁବକ ଅତୁଲ୍ୟ ମିଶ୍ରଙ୍କୁ ପୋଲିସ ଶୁକ୍ରବାର ଗିରଫ କରି...

୧୭ ବଛର ହେଲା ଅଜନା ରୋଗ୍‌ରେ ପୀଡ଼ିତ ଅଷ୍ଟମୀ: ଅଭାବ ଅନାଟନରେ ଚେରମୂଲି ସାହାଭରସା

କୋକସରା, ୧୫ା୭(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡ଼ୋଲା ପଁଚେତ୍‌ କୁସୁମଖୁଣ୍ଟି ଗାଁର ଚନ୍ଦ୍ରଶେଖର ମାଝିକଁର ମାଏକିନା ଅଷ୍ଟମୀ ମାଝି(୪୫)। ସେ ଅନେକ ବଛର ହେଲା...

କଲମପୁର ମଣ୍ଡିରେ ଅବ୍ୟବସ୍ଥା, ଚାଷୀଙ୍କ ରାସ୍ତାରୋକୋ

ଭବାନୀପାଟଣା/କଲମପୁର,୧୧।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଇଛି। ଚାଷୀମାନେ ମଣ୍ଡିକୁ ଧାନ ଆଣି ଯଗି ବସିଥିବା ରହିଥିବାବେଳେ ମିଲର୍ସମାନେ ମଣ୍ଡିକୁ ଅଖାବସ୍ତା ଓ ଟ୍ରକ...

ଗ୍ରାହକ ସେବା କେନ୍ଦ୍ରରେ କୋଟିଏ ଟଙ୍କା ଆତ୍ମସାତ: ହିତାଧିକାରୀମାନେ ଥାନାର ଦ୍ୱାରସ୍ଥ

ନୂଆପଡା ଅଫିସ,୧୪ା୭ – ଗ୍ରାହକମାନଙ୍କୁ ଦ୍ୱାର ମୁହଁରେ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ଗ୍ରାମାଞ୍ଚଳରେ ଷ୍ଟେଟ ବ୍ୟାଙ୍କ ତରଫରୁ ଗ୍ରାହକ ସେବା କେନ୍ଦ୍ରଗୁଡିକ ସ୍ଥାପନ କରାଯାଇଛି...

ଫଟୋଗ୍ରାଫରଙ୍କ ପରଲୋକ

ସମ୍ବଲପୁର, ୨୪।୧୦ (ବ୍ୟୁରୋ): ବିଶିଷ୍ଟ ଫଟୋଗ୍ରାଫର ତଥା ପରିବେଶ ପ୍ରେମୀ ନଟବରଲାଲ ଭରୁ(୭୮)ଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ୧୯୫୦ରେ ସମ୍ବଲପୁର ଲକ୍ଷ୍ମୀଟକିଜ ଛକଠାରେ ପ୍ରଥମେ...

କ୍ଷତିପୂରଣ ଦାବିରେ ମୃତଦେହ ରଖି ରାଜପଥ ଅବରୋଧ

ସୋହେଲା,୧ା୭(ଡି.ଏନ୍‌.ଏ.) : ବରଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ଚକରକେନ୍ଦଠାରେ ରବିବାର ଅପରାହ୍ନରେ ଗାଡ଼ି ଧକ୍କାରେ ଶିକ୍ଷକ ଯଯାତି ସାହୁ(୫୫)ଙ୍କ ମୃତ୍ୟୁ ଘଟିଥିଲା। ତେବେ ମୃତକଙ୍କ...

କିଡ଼୍‌ନୀ ରୋଗ୍‌ ବହପିବାର ଘଟନା:ପିତବାସପୁରରେ ପୁହୁଁଚିଲା ଡାକ୍‌ତରି ଦଲ

କୋକସରା, ୯ା୭ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡ଼ୁଗଁା ପଁଚେତ୍‌ ପିତବାସପୁରରେ ଗଲା ବଛ୍‌ରେ ହେଲା କିଡ଼୍‌ନୀ ରୋଗ୍‌ ବହପିବାରେ ଲାଗିଛେ। କିଡ଼୍‌ନୀ ରୋଗ୍‌ରେ...

Advertisement


Archives

Model This Week