Advertisement

ଜୁଆର ମାଡ଼ରେ ୩୦ ପରିବାରର ଘର ନଷ୍ଟ

ଚିକିଟି,୧୭ା୮(ଡି.ଏନ.ଏ.)-ଚିକିଟି ବ୍ଲକ୍‌ କତୁରୁ ପଞ୍ଚାୟତର ସମୁଦ୍ରତଟବର୍ତ୍ତୀ ରାମେୟାପାଟଣା ଗ୍ରାମରେ ଗୁରୁବାର ମଧ୍ୟାହ୍ନରେ ୫ ଫୁଟର ସମୁଦ୍ର ଜୁଆର ମାଡିଯାଇ ୩୦ ପରିବାରର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଅନ୍ୟ କେତେଜଣଙ୍କ ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଛି ା କ୍ଷତିଗ୍ରସ୍ତ ପରିବାରଗୁଡିକ ମଧ୍ୟରୁ କେତେକ ନିଜ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି। ଅନ୍ୟପକ୍ଷରେ କେତେକ ପରିବାର ଭୋକ ଉପାର୍ଶ୍ୱରେ ସେଠାରେ ରହିଥିବା ଦେଖିବାକୁ ମିଳୁଛି। ରାମେୟାପାଟଣା ଗ୍ରାମର ଡି. ବଳରାମ, ଏଲ୍‌. ପଟାମା, ଏଲ୍‌.କାଲମା, ପି. ଝୋନା, ପି. ନୋକାମା, ଜି. କମେଳଶ୍ୱରୀ, ପି. ଧନଲକ୍ଷ୍ମୀ, ଏ.ସୁଲୋଚନା, ଜି. ମାଲକ୍ଷ୍ମୀ, ଜେ.ପୁଷ୍ପା, ଏଲ୍‌. ରାଜେଶ୍ୱରୀ, ଆର. ଭୁଲୋକି, ଏଲ୍‌. ସୁନିତା, ଏଲ୍‌. ମୋହନ ରାଓଙ୍କ ସମେତ ୩୦ ପରିବାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛନ୍ତି ା ଶୁକ୍ରବାର ପୂର୍ବାହ୍ନରେ ଚିକିଟି ଅତିରିକ୍ତ ତହସିଲ୍‌ଦାର ଡ. ଶକ୍ତିପ୍ରସାଦ ଶ୍ରୀଚନ୍ଦନ, ଏବିଡିଓ ରମାକାନ୍ତ ସାହୁ, ରାଜସ୍ବ ନିରୀକ୍ଷିକ ଗିରିଜା ପ୍ରସାଦ ମଲ୍ଲିକ୍‌ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତିି ା ସରକାରଙ୍କ ପକ୍ଷରୁ ସମୁଦ୍ର ତଟବର୍ତ୍ତୀ ଗ୍ରାମରେ ଥିବା ମତ୍ସ୍ୟଜୀବୀ ପରିବାରକୁ ଓଡିଆରପି ଯୋଜନାରେ ବାତ୍ୟା ନିରୋଧକ ଗୃହ ଯୋଗାଇ ଦିଆଯାଉଛି। ହେଲେ ରାମେୟାପାଟଣା ଗ୍ରାମରେ ଅଧିକାଂଶ ମସତ୍‌ୟଜୀବୀ ଏହି ଯୋଜନାରୁ ବାଦ୍‌ ପଡିଛନ୍ତି। ୨୦୧୫ ମସିହାରେ ଉକ୍ତ ଗ୍ରାମରେ ମୋଟ ୪୫୦ ପରିିବାର ମଧ୍ୟରୁ ୩୩୧ ପରିବାରକୁ ଓଡିଆର୍‌ପି ଯୋଜନାରେ ଗୃହ ଦିଆଯାଇଥିଲା। ବଳକା ୧୧୯ ପରିବାର ଏହି ଯୋଜନାରୁ ବାଦ୍‌ ପଡିଛନ୍ତି ା ଦିନକୁ ଦିନ ସମୁଦ୍ର ଜୁଆର ମାଡି ଘର, ଧନସମ୍ପତ୍ତି ନଷ୍ଟ ହେଉଛି। ତେଣୁ ଗୃହ ପାଇବାରୁ ବାଦ୍‌ ପଡିଥିବା ମସତ୍‌ୟଜୀବୀ ପରିବାରଙ୍କୁ ତୁରନ୍ତ ଓଡିଆର୍‌ପି ଯୋଜନାରେ ସାମିଲ କରାଯିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଚିକିଟି ଅତିରିକ୍ତ ତହସିଲ୍‌ଦାର ଶ୍ରୀଚନ୍ଦନ କହିଛନ୍ତି, ଜୁଆର ମାଡି କେତେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ସମ୍ପର୍କୀୟ ପାଇଥିବା ଓଡିଆର୍‌ପି ଗୃହକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ା ସନ୍ଧ୍ୟା ସୁଦ୍ଧା ସବିଶେଷ ରିପୋର୍ଟ ଜିଲା ପ୍ରଶାସନ ଓ ଜଳସେଚନ ବିଭାଗକୁ ଜଣାଇ ଦିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ କଳହକୁ ନେଇ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ପୁଅ

ଚୌଦ୍ୱାର, ୧୫।୭(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ବଜାର ସାହି ପାଖ ଗୋପୀନାଥ ପଡ଼ାରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା...

ଜଳାଶୟ ଏବେ ଜଙ୍ଗଲ

ଭୁବନ, ୨୮।୫ କେବେ ଏଠାରେ ଲହଡ଼ି ଖେଳୁଥିଲା କାଚକେନ୍ଦୁ ଭଳି ପାଣି। କେବଳ ଗାଧୁଆପାଧୁଆ ଭଳି ଦୈନନ୍ଦିନ କାର୍ଯ୍ୟ ନୁହେଁ, ସ୍ଥାନୀୟ ବାସିନ୍ଦାଙ୍କ ଜଳକଷ୍ଟ ମଧ୍ୟ...

ପୋଲସରାରେ ନିଆଁରେ ପୋଡ଼ି ୩ ଶିଶୁ ମୃତ୍ୟୁ ଘଟଣା: ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ ଘୋଷଣା

ଭୁବନେଶ୍ୱର,୨୩।୨(ବ୍ୟୁରୋ): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଖଇରଛଟା ଗାଁରେ ପୋଡ଼ି ଯାଇ ୩ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ...

ଯୌତୁକ ପାଇଁ ବୋହୂଙ୍କୁ ହତ୍ୟା: ନାତିଙ୍କୁ ଧରି ଶାଶୁ ଘର ଲୋକେ ଫେରାର

ରାଉରକେଲା ଅଫିସ,୨୪ା୧: ଉଦିତନଗର ଥାନା ଅନ୍ତର୍ଗତ ବାସନ୍ତୀ କଲୋନୀ ଅଞ୍ଚଳରେ ବୋହୂଙ୍କୁ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ସ୍ବାମୀକୁ ଥାନାରେ...

ଓଟିଡିସିର ୨ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୭।୫(ବ୍ୟୁରୋ): ଗତ ପଞ୍ଚାୟତ ନିର୍ବାଚନ ସମୟରେ ତେଲ ବିଲ୍‌ରେ ଜାଲିଆତି କରି ଏପ୍ରିଲ ୨୦ରେ ସମ୍ବଲପୁର ଜିଲାର ୩ଜଣ ପୋଲିସ କର୍ମଚାରୀ ନିଲମ୍ବନ ହୋଇଥିଲେ। ଉକ୍ତ...

ସମୁଦ୍ରରେ ଭାସିଯାଇ ବଙ୍ଗୀୟ ପର୍ଯ୍ୟଟକ ନିଖୋଜ

ଭୋଗରାଇ,୧୬।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ତାଳସାରୀ ସମୁଦ୍ରକୂଳରେ ଜଣେ ବଙ୍ଗୀୟ ପର୍ଯ୍ୟଟକ ବୁଧବାର ମଧ୍ୟାହ୍ନରେ ଗାଧୋଇବାକୁ ଯାଇ ସମୁଦ୍ର ସ୍ରୋତରେ ଭାସିଯାଇ ନିଖୋଜ ଅଛନ୍ତି। ନିଖୋଜ...

ବ୍ରଜରାଜନଗର ଉପନିର୍ବାଚନ: ୭୧.୯% ମତଦାନ

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ,୧ା୬: ମଙ୍ଗଳବାର ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ଇଲେକ୍ଟ୍ରୋନିକ୍ସ ଭୋଟିଂ ମେଶିନ (ଇଭିଏମ୍‌)ରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୧ ଜଣ ପ୍ରାର୍ଥୀଙ୍କ...

ବଜ୍ରାଘାତରେ ମହିଳା ଗୁରୁତର

ହିଞ୍ଜିଳିକାଟୁ,୧୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଧୋଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଟପୁର ଗାଁରେ ବଜ୍ରାଘାତରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗାଁର...

Advertisement
Archives

Model This Week