ଜୀବନ ପରିବର୍ତ୍ତେ ଜୀବିକାକୁ ପ୍ରାଧାନ୍ୟ

ଅନୁଗୋଳ ଅଫିସ, ୧୭।୬
କରୋନା ମହାମାରୀ ସମୟରେ ଜୀବନ ବଡ଼ ନା ଜୀବିକା। ଏ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇ ନ ଥିବାବେଳେ ଜୀବିକାକୁ ପ୍ରାଧାନ୍ୟ ଦେଇ କର୍ମସ୍ଥଳୀ ଅନୁଗୋଳରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ଶମ୍ଭୁନାଥ ଭୂୟାଁ। ନିଜ ସାଇକେଲରେ ସେ ଦୀର୍ଘ ୪୪୩ କିଲୋମିଟର ଅତିକ୍ରମ କରି ଅନୁଗୋଳରେ ପହଞ୍ଚିବା ପରେ ତାଙ୍କୁ ୭ ଦିନ ପାଇଁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ପରିବାର ପ୍ରତିପୋଷଣ ଚିନ୍ତା ତାଙ୍କୁ କର୍ମକ୍ଷେତ୍ରକୁ ଟାଣି ଆଣିଥିବା ଶମ୍ଭୁନାଥ କହିଛନ୍ତି।
ଶମ୍ଭୁନାଥଙ୍କ କହିବା ଅନୁଯାୟୀ, ଅନୁଗୋଳରେ ସେ ବ୍ୟାଗ ସିଲେଇ କାମ କରନ୍ତି। ପାରିଶ୍ରମିକ ଭାବେ ଯାହା ପାଆନ୍ତି ସେଥିରେ ତାଙ୍କ ପରିବାର ଚଳିଥାଏ। ଲକ୍‌ଡାଉନ ଘୋଷଣା ପୂର୍ବରୁ ସେ ଘରକୁ ଯାଇଥିଲେ। ଏହାପରେ କଟକଣା ଯୋଗୁ ଆଉ ଫେରିପାରି ନ ଥିଲେ। କରୋନା ସଂକ୍ରମଣ ଭୟରେ ସେ ୩ ମାସ ଘରେ ବସିରହିଥିଲେ। ହେଲେ ପରିବାର ଚଳାଇବା କଷ୍ଟକର ହୋଇପଡିବାରୁ ସେ ଜୀବନକୁ ବିପଦରେ ପକାଇ ଜୀବିକା ବଞ୍ଚାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେଥିପାଇଁ ସାଇକେଲଟିଏ ଧରି ଅନୁଗୋଳ ଅଭିମୁଖେ ବାହାରି ପଡ଼ିଥିଲେ। ୩ ଦିନ ଧରି ସାଇକେଲ ଚଳାଇ ଓ ଚା’ ବିସ୍କୁଟ ଖାଇ ସେ ଅନୁଗୋଳରେ ପହଞ୍ଚିଥିଲେ। ରାତିରେ ସାଇକେଲ ଚଳାଇବାକୁ ଭୟ ଲାଗୁଥିଲେ ମଧ୍ୟ ବାଧ୍ୟହୋଇ ସେ ଦୀର୍ଘ ପଥ ଅତିକ୍ରମ କରିଥିଲେ। ରାତି ଅଧିକ ହେଲେ ରାସ୍ତା ପାର୍ଶ୍ୱରେ ଶୋଇପଡୁଥିଲେ। ଅନୁଗୋଳରେ ପହଞ୍ଚତ୍ବା ପରେ ପୌରପାଳିକା ପକ୍ଷରୁ ତାଙ୍କୁ କ୍ବାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ୭ ଦିନିଆ ସଙ୍ଗରୋଧ ଶେଷ ହେବା ପରେ ସେ ଅନୁଗୋଳ ବଜାରରେ ବ୍ୟାଗ ସିଲେଇ କରି କିଛି ରୋଜଗାର କରିବେ ବୋଲି ଶମ୍ଭୁନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମାନୁନାହାନ୍ତି

ଭୁବନେଶ୍ୱର,୬।୬(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦୁଇଟି ସରକାରୀ ଚିଠି ନିକଟରେ ଧରିତ୍ରୀର ହସ୍ତଗତ ହୋଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ...

ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ପ୍ରଶଂସା କଲେ ମଧ୍ୟପ୍ରଦେଶ ସରକାର

ପିପିଲି,୬।୫(ସ୍ବ.ପ୍ର.): ରାଜ୍ୟର ସମସ୍ତ ବ୍ଲକରେ ୫-ଟି ରୂପାନ୍ତରିତ ସ୍କୁଲ କାର୍ଯ୍ୟ ଚାଲୁ ରହିଛି। ତେବେ ପିପିଲିରେ ୫-ଟି ସ୍କୁଲ କିଭଳି ଚାଲିଛି ତାହା ଜାଣିବା ପାଇଁ...

ଭୋଜି ବନ୍ଦ, କନ୍ୟା ବାପାଙ୍କୁ ଏକଲକ୍ଷ ଜରିମାନା

ଦେବଗଡ଼, ୧୯ା୫ – ଦେବଗଡ଼ ପୌରାଞ୍ଚଳର ପୁରୁଣାଗଡରେ ବୁଧବାର କୋଭିଡ୍‌ ନିୟମ ଉଲ୍ଲଂଘନ କରାଯାଇ ଏକ ବିବାହ ଭୋଜି ଆୟୋଜନ ହୋଇଥିଲା। କିନ୍ତୁ ହଠାତ୍‌ ଚଢ଼ାଉ...

ଓଡ଼ିଆ ଫିଲ୍ମରେ ଗୀତ ଗାଇବେ ରାପର୍‌ ଦୁଲେ

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): କଳାହାଣ୍ଡିର ରାପର ଦୁଲେ ରକର୍‌ ଓଡ଼ିଆ ଫିଲ୍ମରେ ଗୀତ ଗାଇବେ। ୟୁଟ୍ୟୁବ୍‌ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ୱର...

ଆଜିଠୁ କାର୍ଯ୍ୟକ୍ଷମ ହେଲା ହେଲ୍‌ଥ ସ୍ମାର୍ଟ କାର୍ଡ

ଭୁବନେଶ୍ୱର,୧।୯(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବୁଧବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହି ଯୋଜନାରେ ୯୨ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ...

ଗ୍ରାମବାସୀଙ୍କୁ ସଚେତନ କରିବାକୁ ବୈଠକ

ବଇଣ୍ଡା, ୫ା୪(ଡି.ଏନ.ଏ.)- କରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିକା ପାଇଁ ସଚେତନତା ହିଁ ଏକମାତ୍ର ମାଧ୍ୟମ । ସମସ୍ତେ ସଚେତନ ସହ ପ୍ରତି ମୁହୂର୍ତ୍ତରେ ସତର୍କ ରହିଲେ...

ଇନଫୋସିଟି ନାବାଳିକା ଗଣବଳାତ୍କାର ମାମଲା: ୪ ଗିରଫ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ) ଭୁବନେଶ୍ବର ଇନଫୋସିଟି ନାବାଳିକା ଗଣବଳାତ୍କାର ମାମଲାରେ ସୋମବାର ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଚାରିଜଣ ହେଲେ ଅନିରୁଦ୍ଧ ପଣ୍ତା, କୃଷ୍ଣ ବେହେରା,...

ରାଜଧାନୀରୁ ୪୬ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରୁ କରୋନା ସଂକ୍ରମଣ କମୁଥିବା ଦେଖାଯାଉଛି। ଏହି କ୍ରମରେ ଗୁରୁବାର ସହରରୁ ୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

Advertisement
Archives

Model This Week