ଜୀବନ ଗଲା ପରେ ପ୍ରଶାସନର ଚେତା ପଶିଲା:ଭାରିଯାନ ଚଳାଚଳ ଉପରେ ଅଙ୍କୁଶ

ବନ୍ତ, ୯।୭ (ସ୍ବ.ପ୍ର.) – ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥରେ ରବିବାର ରାତିରେ ହାଇୱା ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ପ୍ରଶାସନର ଚେତା ପଶିଛି। ଲୋକଙ୍କ ଦୀର୍ଘଦିନର ଦାବିକୁ ଗୁରୁତ୍ୱ ଦେଇ ଜିଲା ପ୍ରଶାସନ ଓ ପୋଲିସ ସୋମବାରଠାରୁ ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ ରଖିଛି।
ଏହି ରାଜ୍ୟ ରାଜପଥର ଟିଲୋ କେନାଲ ଛକଠାରେ ରବିବାର ରାତିରେ ଏକ ବାଲି ବୋଝେଇ ହାଇୱା ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣଙ୍କ ଓଡ଼ଙ୍ଗ ପଞ୍ଚାୟତ ଏରଝାଟିଆ ଗ୍ରାମର ପ୍ରଭାତ ମହାନ୍ତି(୨୧) ଓ ଆହତ ଯୁବକ ଟିଲୋ ଗ୍ରାମର ଅବିନାଶ ନାଥ ବୋଲି ଜଣାଯାଇଛି। ସୂଚନା ଅନୁସାରେ, ପ୍ରଭାତ ଏକ ଲୁନାରେ ବନ୍ତ ଆସୁଥିବା ବେଳେ ଅବିନାଶ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। କେନାଲ ଛକ ନିକଟରେ ଦୁଇ ବାଇକ୍‌ ମୁହଁାମୁହିଁ ଧକ୍କା ହେବାରୁ ସେମାନେ ରାସ୍ତା ଉପରେ ପଡ଼ିଯାଇଥିଲେ। ଏହି ସମୟରେ ବନ୍ତରୁ ଭଦ୍ରକ ଆଡ଼କୁ ଦ୍ରୁତଗତିରେ ଯାଉଥିବା ଏକ ହାଇୱା ପ୍ରଭାତଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଆହତ ଅବିନାଶଙ୍କୁ ପ୍ରଥମେ ବନ୍ତ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଲାଗି ଦାବି କରିଥିଲେ। ଏଥିସହ ଏହି ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ ଦାବି କରି ଜିଦ୍‌ରେ ଅଟଳ ରହିଥିଲେ। ବିଡିଓ ରେବେକା ବିଲୁଙ୍ଗ ସେଠାରେ ପହଞ୍ଚି ଜିଲା ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବା ସହ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ ରଖାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ପରେ ଜିଲା ରେଡ୍‌କ୍ରସରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାଯାଇଛି। ବନ୍ତ ଥାନା ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ଚାଳକଙ୍କୁ ଥାନାକୁ ନେଇ ଅଟକ ରଖିଛି। ମୃତ ପ୍ରଭାତଙ୍କ ବାପା ନରେନ୍ଦ୍ରଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ମାମଲା (ନଂ.୭୮/୧୯) ରୁଜୁ ହୋଇଥିବା ଥାନାଧିକାରୀ ଗଣେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି। ସୋମବାର ସକାଳ ୮ଟାରୁ ଭାରିଯାନ ବନ୍ଦ ରହିବାରୁ ବନ୍ତ-ଆନନ୍ଦପୁର ରାସ୍ତାର ଶ୍ରୀବନ୍ତପୁର ଛକଠାରେ ବହୁସଂଖ୍ୟାରେ ଭାରିଯାନ ଅଟକି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଜ୍ୟାପ୍ତି ହେବ ରାଜାଙ୍କ ବହୁ କୋଟି ଟଙ୍କାର ବେଆଇନ ସମ୍ପତ୍ତି: ଇଣ୍ଟରନ୍ୟାଶନାଲ ଲିଙ୍କ୍‌ ନେଇ ମିଳିଲା ପ୍ରମାଣ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଧୂଳିସାତ୍‌ ହେବ ଡ୍ରଗ୍ସ ଡିଲର ତଥା ବ୍ରାଉନସୁଗାର ର଼୍ୟାକେଟର କିଙ୍ଗ୍‌ପିନ୍‌ ସେକ୍‌ ରାଜାଙ୍କ କଳାସାମ୍ରାଜ୍ୟ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ତାଙ୍କୁ ୭ ଦିନିଆ ରିମାଣ୍ଡରେ...

ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଡାକ୍ତର ନିଯୁକ୍ତି ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ପଟ୍ଟାମୁଣ୍ଡାଇ, ୧୨।୧୦ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ଡାକ୍ତର ଅଭାବ ଯୋଗୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ହସ୍ପିଟାଲକୁ ଦୈନିକ ୫ ଶହରୁ ଅଧିକ ରୋଗୀ...

‘ଅମ୍ଫନ’ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପାଇଁ ଦାବିପତ୍ର

ବାଲିଆପାଳ,୨୭।୫(ସ୍ବ.ପ୍ର.)- ଅମ୍ଫନ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ଚାଷୀ ଏକତା ମଞ୍ଚ ଓ ଉପକୂଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ...

ବଡ଼ବିଲ କେଜେଏସ୍‌ ପିଲେଟ ପ୍ଲାଣ୍ଟରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଡ଼ବିଲ,୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ କେଜେଏସ୍‌(କମଲଜିତ ସିଂହ ଆହଲୁୱାଲିଆ)ଙ୍କ ଶ୍ରୀଜଗନ୍ନାଥ ଷ୍ଟିଲ୍‌ସ ଆଣ୍ଡ ପାୱାର ଲିମିଟେଡ୍‌ ପିଲେଟ ପ୍ଲାଣ୍ଟ ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ଶ୍ରମିକମାନେ...

ଚଢ଼ାଉ ସତ୍ତ୍ୱେ ପାର୍ବଣ ଭିଡ଼

ଭୁବନେଶ୍ୱର,୨୫।୧୦ (ବ୍ୟୁରୋ): ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ ସ୍ବତନ୍ତ୍ର କରୋନା ଗାଇଡ୍‌ଲାଇନ୍‌ ଜାରି କରିଥିବାବେଳେ ପୋଲିସ ଲୋକଙ୍କୁ ସତର୍କ ଓ ସଚେତନ କରି...

ବିପଦପୂର୍ଣ୍ଣ ଅବସ୍ଥାରେ ପୋଲ

ଯୋଡ଼ା, ୩୦।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ରାଜ୍ୟ ରାଜପଥ ନଂ ୨ ବାମେବାରୀ-ବାଂଶପାଣି ରାସ୍ତା ରେ ଥିବା ବିଭିନ୍ନ ପୋଲ ଗୁଡିକ ଭାଙ୍ଗି ଜରାଜୀର୍ଣ୍ଣ ହୋଇପଡିଛି।...

ଦୁର୍ଦ୍ଦିନରେ ଲଘୁ ଉଦ୍ୟୋଗ

ଭୁବନେଶ୍ୱର,୧୮ା୧(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ହେବ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଅତିମାତ୍ରାରେ ପ୍ରଭାବିତ ହୋଇଛି। କୋଭିଡ୍‌ କଟକଣା...

୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଅ: ହାଇକୋର୍ଟ

କଟକ ଅଫିସ,୧୩ା୮: ଆଥ୍‌ଲେଟ୍‌ ଦୂତୀ ଚାନ୍ଦଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ଆସନ୍ତା ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଅ। ଏକ ୱେବ୍‌ ପୋର୍ଟାଲ ପ୍ରତିନିଧିଙ୍କୁ...

Advertisement
Archives

Model This Week