ଜୀବନ ଓ ଜୀବିକା କିଏ ଆଗ

ସହଦେବ ସାହୁ

ଜୀବିକା ଆଗ ନା ଜୀବନ ଆଗ- ଏମିତି ପ୍ରଶ୍ନ କରିବା ବେଳେ ମହାମାରୀ ସମୟର ଅର୍ଥନୀତି (ପାଣ୍ଡେମିକ ଇକନମିକ୍ସ) ବୁଝିବାର ଠିକ୍‌ ମାର୍ଗରେ ଚାଲିବା ଦରକାର। ଏ ଦ୍ୱନ୍ଦ୍ୱ କିପରି ଆସୁଛି ଦେଖନ୍ତୁ। ବଞ୍ଚତ୍ଲେ ତ ରୋଜଗାର କଥା ଚିନ୍ତା କରିବା, ମରିବାକୁ ଅପେକ୍ଷା କରିଥିବା ଲୋକର ଖାଇବା ଚିନ୍ତା ଆସିବ କି? ଏକଲା ଥିବା ବ୍ୟକ୍ତିଟିଏ ଜୀବନ ଚାହେଁ, ବଞ୍ଚତ୍ବାକୁ ଚାହେଁ, ତା’ ପରେ ରୋଜଗାର ବା ଜୀବିକା ଅର୍ଜନ କରିବାକୁ ଯିବ। ପରିବାର ଗଢିଥିବା ଲୋକ ଆଗରେ କୁଟୁମ୍ବଙ୍କୁ ସମ୍ଭାଳିବା ଚିନ୍ତା, ଆୟର ମାର୍ଗ ବନ୍ଦ ହୋଇଗଲେ କୁଟୁମ୍ବମାନେ ଭୋକଉପାସରେ ମରିଯିବେ ଯେ! ଏ ଚିନ୍ତା ରୋଜଗାରକ୍ଷମ କର୍ତ୍ତା ବା ଅଭିଭାବକକୁ ଜୀବନମୂର୍ଚ୍ଛା କାମଧନ୍ଦା କରିବାକୁ ଠେଲିଦିଏ। ଏବେ ପାଠକମାନେ ଶୁଣୁଥିବେ, କେତେକ ଲୋକ ପଚାରୁଛନ୍ତି ଅନ୍ୟ ରାଜ୍ୟରୁ ଲୋକ ଫେରାଇ ନ ଆଣି ସେମାନେ କାମଧନ୍ଦା କରୁଥିବା ସ୍ଥାନରେ ଛାଡିଦେବା ଉଚିତ ଥିଲା ନାହିଁ କି? ଏବେ ତ ପ୍ରବାସୀ କର୍ମଜୀବୀମାନେ ସେମାନଙ୍କ କର୍ମସ୍ଥଳକୁ ଫେରିବାକୁ ଲାଗିଲେଣି, କରୋନା ଭୟ କମି ନ ଥିଲେ ବି। ତା’ ହେଲେ ଜୀବିକା ଆଗ।
ଜନମଙ୍ଗଳ ରାଷ୍ଟ୍ର ଧାରଣା ନ ଥିଲା ବେଳେ ଏ କଥା ସମ୍ଭବ ଥିଲା, କିନ୍ତୁ ଯେଉଁ ସମୟରେ ସରକାର ମା’ ପେଟରୁ ମଶାଣି ପର୍ଯ୍ୟନ୍ତ ନାଗରିକର ମଙ୍ଗଳ-ଯୋଜନା କରୁଛନ୍ତି ସେ ସମୟରେ ସବୁ କାମ ତ ବଞ୍ଚେଇରଖିବା ପାଇଁ, ସୁସ୍ଥରେ ରହିବା ପାଇଁ। ନଭେଲ କରୋନା ଭାଇରସ ଦୁନିଆଟାକୁ ଘେରିଗଲା ବେଳେ ଡାକ୍ତରୀ ବ୍ୟବସ୍ଥାକୁ ଛିନ୍‌ ଭିନ୍‌ କରିଦେଲା, ଲକ୍ଷ ଲକ୍ଷ ଲୋକଙ୍କୁ ଶ୍ମଶାନକୁ ପଠାଇ ଦେଲା। ଲୋକେ ଦ୍ୱାର ବନ୍ଦ କରି ଘର ଭିତରେ ରହି ରହି ଥକ୍କା ହୋଇଗଲେଣି, ଅର୍ଥନୈତିକ କାରବାର ଠପ୍‌ ହୋଇଯିବାରୁ ରୋଗ ଆଗରେ ମଣିଷର ମୂଲ୍ୟ କମି କମି ଯାଉଛି। ଆହୁରି ଖରାପ କଥା ଯେ ଧୈର୍ଯ୍ୟଚ୍ୟୁତି ବି ଭ୍ରାନ୍ତ ଧାରଣାକୁ ଖୋରାକ ଯୋଗାଉଛି – ତେଣୁ ପ୍ରଶ୍ନ ହେଉଛି କାମଧନ୍ଦା (ଇକନମିକ ଆକ୍ଟିଭିଟି) ଚାଲୁ ନ କଲେ କୋଟି କୋଟି ଲୋକ ଉପାସରେ ରହିବେ, ପୁଣି କେତେ ଦିନ? କୋଟି କୋଟି ଲୋକ ଭୋକରେ ରହୁଥିବା ବେଳେ କେଇ ହଜାର ଲୋକଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ କାମଧନ୍ଦା ସବୁ ବନ୍ଦ କରିଦେବ?
ମହାମାରୀର ଇକନମିକ ସେମିତି କାମ କରେ ନାହିଁ। ଲୋକଙ୍କ ସ୍ବାସ୍ଥ୍ୟ ମୂଳ ଲକ୍ଷ୍ୟ ନ ହେଲେ ଅର୍ଥନୈତିକ ପୁନରୁତ୍ଥାନ (ଇକନମିକ ରିକଭରି) ଅସମ୍ଭବ। ଖାଉଟି ରୋଗରେ ପଡିଥିଲେ ବା ରୋଗଭୟରେ ଘରେ ରହିଥିଲେ ଦୋକାନ ବଜାରକୁ ଯିବ ନାହିଁ। ଯେଉଁମାନେ ସମାଲୋଚନା କରୁଛନ୍ତି ସେମାନେ ବାହାରକୁ ବାହାରିବାକୁ ଡରୁନାହାନ୍ତି କି? ନିରାପତ୍ତା ବ୍ୟକ୍ତିଗତ ହୋଇପଡିଲେ ଦୋକାନବଜାରକୁ ଲୋକେ ଯିବେ ନାହିଁ, କିଣାକିଣି ବନ୍ଦ ହୋଇଗଲେ ସାମଗ୍ରୀ ଉପତ୍ାଦନ ଦରକାର ହେବ ନାହିଁ, ତେଣୁ କଳକାରଖାନା ବନ୍ଦ ହେବ । ପ୍ରତ୍ୟେକ ବ୍ୟକ୍ତିର ନିରାପତ୍ତା ଧାରଣା ଉପରେ ନିର୍ଭର କରେ ଖାଉଟି କାରବାର ଓ ବେପାର ଚାଲିବ କି ନାହିଁ। ଭାଇରସ ଭୟରେ ଲୋକେ ଦୋକାନକୁ ଯିବେନାହିଁ, ବୁଲିବାକୁ ବାହାରିବେ ନାହିଁ ଆଉ ପଦାରେ ଭୋଜନ କରିବାକୁ ଯିବେ ନାହିଁ। ପୁଣି ଏଆଡେ କେହି ବାହାରକୁ ଯିବ ନାହିଁ (ସୋସିଆଲ ଡିଷ୍ଟାନ୍ସିଂ ମାନିବ) ତ ସେଆଡେ ହୋଟେଲ ଖୋଲ ବୋଲି କହିଲେ ବି ହୋଟେଲ କେମିତି ଚାଲିବ? ଲକ୍‌ଡାଉନ୍‌ ଥାଉ କି ନ ଥାଉ ସୋସିଆଲ୍‌ ଡିଷ୍ଟାନ୍ସିଂ ତ ରହିବ, ତାକୁ ଯଦି ରଖିବା ଇକନମିକ୍‌ ରିକଭରି କେମିତି ହେବ? ଦୁଇ ମିଟର ଛାଡି ଚଲାବୁଲା କରିବା ବା ସେତିକି ଦୂରରୁ କଥା କହିବା କୋଉ ବ୍ୟବସାୟକୁ ଆଗେଇନେବ? ବ୍ୟକ୍ତିର ନିରାପତ୍ତା ବା ସୁସ୍ଥତା ଯଦି ତାକୁ ଛୁଆଁଛୁଇଁ କରିବାକୁ ମନା କରିବ, ତେବେ ସେ ସାମଗ୍ରୀ ବାଛିବ କିପରି ବା ସେବା ପାଇବ କିପରି। ତା’ ମାନେ ସେ ଇକନମିକ୍‌ ବଢାଇବାରେ ବାଧକ ସାଜିବ।
ସୁତରାଂ ଗୋଟି ଗୋଟିକିଆ ଲୋକର ସ୍ବାସ୍ଥ୍ୟକୁ ନ ଜଗି ବଜାର ବା ଇକନମି ପାଇଁ ଲୋକଙ୍କୁ ଛାଡିଦେଲେ ଆମେ ବେଶି ଲୋକଙ୍କୁ ମୃତ୍ୟୁ ମୁହଁକୁ ଟାଣିନେବା ଓ ତାହାର ଫଳ ହେବ ପରିବାରଗୁଡିକୁ ଅକଥନୀୟ ଆର୍ଥିକ ଦୁର୍ଗତିରେ ପକାଇଦେବା। କେବଳ ଆମେରିକାରେ ନୁହେଁ ଆମ ଦେଶରେ ବି ଗରାଖଙ୍କ ଖର୍ଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ଆଣିବାରେ ସବୁଠୁ ବଡ ଭାଗ ନେଇଥାଏ। ବଜାର ଧୀରେ ଧୀରେ ବା ଖଣ୍ଡ ଖଣ୍ଡ କରି ଖୋଲିଲେ ଅର୍ଥନୈତିକ ଅଭିବୃଦ୍ଧି ଆଶାନୁରୂପ ହେବ ନାହିଁ। ସାମାଜିକ ଦୂରତା ଓ ତୁଣ୍ଡି ପିନ୍ଧା ନ ମାନି ଯେଉଁ ଦେଶମାନେ ଅର୍ଥନୈତିକ କାର୍ଯ୍ୟକଳାପ ଚାଲୁ ରଖିଥିଲେ ସେମାନେ ପରବର୍ତ୍ତୀ କାଳରେ ମୃତ୍ୟୁହାର ଅଧିକ ହେବାର ଦେଖିଛନ୍ତି, କାରଣ ନୂଆ ସଂକ୍ରମଣ ବ୍ୟାପିଥିଲା, ମୃତ୍ୟୁହାର ବଢିଥିଲା, ବହୁଦିନ ପାଇଁ ଅର୍ଥନୈତିକ କାରବାର ବିପର୍ଯ୍ୟସ୍ତ ହୋଇଥିଲା। ଯଦି କାମିକା ଲୋକଟା ମରିଗଲା ପରିବାର ଚଳିବ କିପରି, ଜୀବନ ରହିବ କିପରି? ତେଣୁ ଜୀବନ ରକ୍ଷା ଜୀବିକା ରକ୍ଷାର ପରିପନ୍ଥୀ ନୁହେଁ, ବରଂ ସହାୟକ ହୋଇଥାଏ।
ଜୀବନ ରକ୍ଷା ଲାଗି ଆବଶ୍ୟକ ପ୍ରବଳ ସରକାରୀ ଖର୍ଚ୍ଚ, ଜନସ୍ବାସ୍ଥ୍ୟ ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉପସ୍ଥିତ ଓ ଭବିଷ୍ୟତ ଆବଶ୍ୟକତା ପୂରଣ କରିବା ପାଇଁ। ଲକ୍ଷ୍ୟ ହେଉଛି ଭାଇରସ ସଂକ୍ରମଣକୁ ରୋକିବା, ସ୍ବାସ୍ଥ୍ୟକର୍ମୀମାନଙ୍କୁ ରକ୍ଷା କରିବା, ହଠାତ୍‌ ଦରକାର ସ୍ଥଳରେ ହେଲ୍‌ଥ କାପାସିଟି ଅର୍ଥାତ୍‌ ସ୍ବାସ୍ଥ୍ୟସେବା-ସାମର୍ଥ୍ୟକୁ ପ୍ରବଳ ଭାବରେ ବଢାଇପାରିବା, ଅବଶ୍ୟ ବର୍ତ୍ତମାନର ଅଣ-କୋଭିଡ୍‌-୧୯ ଆଦି ରୋଗବୈରାଗର ସ୍ବାସ୍ଥ୍ୟ ଯତ୍ନ ଆଦିକୁ ଚାଲୁରଖି। ଟିକା ତ ସୁସ୍ଥ ଲୋକଙ୍କ ପାଇଁ, ରୋଗର ଔଷଧ ନୁହେଁ। କୋଭିଡ୍‌-୧୯ ଛଡା ଅନ୍ୟ ଗୁରୁତର ରୋଗର ଚିକିତ୍ସା, ପ୍ରାଣରକ୍ଷାକାରୀ ପ୍ରକ୍ରିୟା ତଥା ଚିକିତ୍ସା ବ୍ୟବସ୍ଥା ଭଳି ପ୍ରାଥମିକ ଯତ୍ନ ପାଇଁ ଅଧିକ ଖର୍ଚ୍ଚ ଅପେକ୍ଷା କରିପାରେ, ଯଥା ସମୟରେ କରାଯାଇପାରେ। ଏବେ ଫୋକସ୍‌ ବା ଧ୍ୟାନର କେନ୍ଦ୍ରବିନ୍ଦୁ ହେବ ଯେ କୌଣସି କାରଣରୁ ମୃତ୍ୟୁକୁ ରୋକିବା- କେବଳ କୋଭିଡ୍‌-୧୯ କାରଣରୁ ନୁହେଁ, ଅନ୍ୟ କାରଣରୁ ମଧ୍ୟ। ତା’ ମାନେ ଅଣକୋଭିଡ୍‌-୧୯ ଚିକିତ୍ସା ବି ବଢ଼ିବା କଥା।
କୋଭିଡ୍‌-୧୯ ଚାରିଆଡେ ବ୍ୟାପୁଥିଲା ବେଳେ ଘରଭିତରେ ରହିବା ଭଳି ଜୀବିକାକୁ ବାଧା ଦେଉଥିବା କଟକଣା ରୋଗ ବ୍ୟାପିବାର ପ୍ରବଳତାକୁ କମାଇପାରେ ା ଲକ୍‌ଡାଉନ୍‌ ଏକ ବଳଦିଆ ଅସ୍ତ୍ର ହୋଇପାରେ କିନ୍ତୁ ବଡ ପ୍ରଭାବୀ ଅସ୍ତ୍ର, ଚାରୋଟି ଅଭ୍ୟାସକୁ ଆପଣେଇଲେ ଲୋକେ ସଂକ୍ରମଣ କବଳରୁ ଖସିଯାଇପାରିବେ: ସୁଦୂରପ୍ରସାରୀ ଟେଷ୍ଟିଂ, ସଂକ୍ରମିତ ଲୋକକୁ ଏକୁଟିଆ ରଖିବା, ସଂକ୍ରମିତ ଜଣାପଡିବା କ୍ଷଣି ତା’ ସହିତ ମିଶିଥିବା ଲୋକମାନଙ୍କୁ ଖୋଜି ବାହାର କରିବା ଓ ସେମାନଙ୍କୁ ଆଇସୋଲେଶନ୍‌ରେ (ଏକୁଟିଆ) ରଖିବା, ସଂକ୍ରମିତ ହୋଇଥିଲେ କ୍ୱାରାଣ୍ଟାଇନ୍‌ରେ (କାହା ସାଙ୍ଗରେ ନ ମିଶିବା) ରଖିବା। ଏ ସବୁ କାମ ପାଇଁ ବହୁତ ଟଙ୍କା-ବଳ ଓ ମଣିଷ-ବଳ ଦରକାର। ଟଙ୍କା ଥିଲେ ବି ଏତେ ଲୋକ (ସେବକ ସେବିକା) କାହାନ୍ତି? ସେମାନେ ମଧ୍ୟ ତାଲିମ ପାଇଥିବା ଦରକାର, ତାହା ତ ସମୟ ଦରକାର କରେ। ଖୋଜିବାହାର କରିବା (ଟ୍ରେସିଂ) ବେଳେ ଲୋକଟିର ଜୋତା ଚମଡା କାହା କାହା ସଂସ୍ପର୍ଶରେ ଆସିଛି ତାହା ବି ଦେଖିବାକୁ ପଡିବ। ଯେତେ ଶୀଘ୍ର ସଙ୍ଗହୀନ (ଡିଷ୍ଟାନ୍ସିଂ) କରିହେବ ସେତେ ଭଲ, ନ ହେଲେ ସଂକ୍ରମଣ ବାପିଯାଇଥିବ। ଏଥିରେ ଅଳ୍ପ ସମୟରେ ବେଶି ଲୋକଙ୍କ ପରୀକ୍ଷା ଦରକାର, ତେଣୁ ବୈଷୟିକ ଜ୍ଞାନପ୍ରାପ୍ତ ଲୋକ (ଟେକ୍ନିସିଆନ୍‌) ଦରକାର, ଆଉ ଟଙ୍କା ଦରକାର। ପୁଣି ଲୋକର ଗୋପନୀୟତା (ସିକ୍ରେସି) ରଖିବାକୁ ପଡିବ। ଖାଲି ଟ୍ରେସିଂ କରିଦେଲେ ସରିଯାଏ ନାହିଁ। କଳ କାରଖାନାରେ କାମ କି ମାଛମାଂସ ବଜାରରେ ବା ଗୋଦାମରେ କିଣାକିଣି, ବସରେ ଡ୍ରାଇଭର ବା କଣ୍ଡକ୍ଟର କାମ କରିବା ଭଳି ଜାଗାରେ ଲୋକ ଲୋକ ଭିତରେ ଦୂରତା ରଖିବା ବ୍ୟବସ୍ଥା କରାଯିବା କଥା। କାର୍ଯ୍ୟସ୍ଥଳକୁ ବାରମ୍ବାର ଡିସ୍‌ଇନ୍ସ୍ସଫେକ୍ସନ୍‌ କରାଇବା, କାମ କରୁଥିବା ଲୋକ ଲୋକ ଭିତରେ ବାଡା ବା ପଟା ବସାଇବା, ପ୍ରତି ଜାଗାରେ ସାନିଟାଇଜର୍‌ ଲଗାଇଥିବା ବ୍ୟବସ୍ଥା ସମ୍ପୃକ୍ତ କମ୍ପାନୀ ବା ଠିକାଦାର ବା ଅଫିସ୍‌ କରିବାକୁ ପଡିବ। ସରକାରଙ୍କ ପବ୍ଲିକ୍‌ ହେଲ୍‌ଥ ଓ ସାନିଟେସନ୍‌ ଭଳି ଜନସ୍ବାସ୍ଥ୍ୟ ବ୍ୟବସ୍ଥାରେ ପ୍ରବଳ ଖର୍ଚ୍ଚ କଲା ପରେ ଏବଂ ଲୋକେ ମାସ୍କ-ପିନ୍ଧାକୁ ପୋଷାକର ଅଂଶ ବୋଲି ଗ୍ରହଣ କରିନେଲା ପରେ ଜୀବିକା ଅର୍ଜନ ବାଟ ଖୋଲିଯିବ। ରୋଗ କି ସଂକ୍ରମଣ ହେଲେ କର୍ମଚାରୀଟିକୁ ପେଡ୍‌ ସିକ୍‌ଲିଭ୍‌ ଦେବା, କ୍ୱାରାଣ୍ଟାଇନରେ ଥିବା ବେଳେ ତା’ ପରିବାର ଚଳିବା ପାଇଁ ସରକାରୀ ସାହାଯ୍ୟ ଦେବା ଏତେ ବ୍ୟୟବହୁଳ ହେବ ଯେ ଜୀବିକାଠାରୁ ଜୀବନ ଶ୍ରେୟ ବୋଲି ସରକାର ଭାବିବେ। ପ୍ରାକ୍‌-କୋଭିଡ୍‌-୧୯ ଅବସ୍ଥାକୁ ଫେରିବାକୁ ହେଲେ ଲୋକଙ୍କ ଭୟ ଦୂର କରିବାକୁ ପଡିବ, ଏଥିଲାଗି କେବଳ ଟିକା ବାହାରିବା ନୁହେଁ ସାଧାରଣ ଲୋକର ହାତପାଆନ୍ତିରେ ଟିକା ମିଳିବା ଦରକାର ଏବଂ କୋଭିଡ୍‌-୧୯ ରୋଗ ଭଲ କରୁଥିବା ଔଷଧ ବି ଦରକାର। ତାହା ନ ହେଲେ ଲୋକେ କାମଦାମ କରିବା ପାଇଁ ଘରୁ ବାହାରିବେ ନାହିଁ। ଜୀବିକା ମିଳିବ କିପରି?
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri