ଜୀବନ୍ତ ଅବସ୍ଥାରେ ମୃତ୍ୟୁର ଅନୁଭବ ‘ଲିଭିଂ ଫ୍ୟୁନେରାଲ’

ସିଓଲ: ଥରେ ଭାବନ୍ତୁ ତ, ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଅବସ୍ଥାରେ କଫିନରେ ଭର୍ତ୍ତି କରାଯିବ। ମରିବା ପରେ ଯେମିତି ଶେଷକୃତ୍ୟ କରାଯାଏ, ଠିକ୍‌ ସେମିତି ସବୁ ବିଧି ନୀତିନିୟମ ଅନୁଯାୟୀ ହେବ। ଏହି ସ୍ମୃତିକୁ ସାଇତି ରଖିବାକୁ ଫଟୋ ଉଠାଯିବ। କଫିନ୍‌ ଭିତରେ ଥିବା ଲୋକଟି ମୃତ୍ୟୁର ଅନୁଭବ କରିବାର କିଛି ସମୟ ପରେ ପୁଣି ବାହାରକୁ ଆସିବ। ହେଲେ ସେତେବେଳକୁ ବଦଳିଯାଇଥିବ ଜୀବନର ଲକ୍ଷ୍ୟ। ଜୀବନ୍ତ ଅବସ୍ଥାରେ ମରଣ ସହ ପରିଚିତ ହେବା ପରେ ଅବଶିଷ୍ଟ ଜୀବନ ବେଶ୍‌ ସହଜିଆ ହୋଇଯିବ ନା? ଯଦି ଏହାର ଉତ୍ତର ଲୋଡ଼ାଯାଏ ତେବେ ଅଧିକାଂଶ ଲୋକ ନିଶ୍ଚିତ ଭାବେ ହଁ ବୋଲି କହିବେ। ଜୀବନର ବାସ୍ତବତାକୁ ଲୋକଙ୍କୁ ହୃଦ୍‌ବୋଧ କରାଇବାକୁ ଦକ୍ଷିଣ କୋରିଆର ‘ହ୍ବବୋନ ହିଲିଂ’ କମ୍ପାନୀ ଦୀର୍ଘ ୭ବର୍ଷ ହେଲା ଆୟୋଜନ କରିଆସୁଛି ଏଭଳି ନିଆରା ପ୍ରୋଗ୍ରାମ, ଯାହାର ନଁା ହେଉଛି ‘ଲିଭିଂ ଫ୍ୟୁନେରାଲ’। ପାଖାପାଖି ୨୫୦୦୦ ଜଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମୃତ୍ୟୁକୁ ଅତି ନିକଟରୁ ଅନୁଭବ କରିସାରିଥିବା କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ମୃତ୍ୟୁ ଭଳି ଚିରନ୍ତର ସତ୍ୟକୁ ଜୀବନ୍ତ ଅବସ୍ଥାରେ ଅନୁଭବ କରିବାକୁ ହଜାର ହଜାର ଲୋକ ସ୍ବତଃପ୍ରବୃତ୍ତ ଭାବେ ଆସୁଛନ୍ତି। ସେମାନଙ୍କୁ ୧୦ ମିନିଟ ଯାଏ କଫିନ୍‌ ଭିତରେ ରଖାଯାଉଛି। ଅନ୍ତିମ ଇଚ୍ଛା ଅନୁଯାୟୀ ଜୀବନ୍ତ ଅବସ୍ଥାରେ ଶେଷକୃତ୍ୟ ସମ୍ପର୍କିତ ସବୁ ନୀତି କରାଯାଉଛି, ଯାହା ଜଣେ ବ୍ୟକ୍ତିର ମୃତ୍ୟୁ ପରେ ହୋଇଥାଏ। କଫିନ୍‌ ଭିତରେ ମୃତ୍ୟୁର ଅନୁଭୂତି ସାଉଁଟି ସାରିଥିବା ୭୫ ବର୍ଷୀୟ ଚୋ-ଜେ-ହୀ କୁହନ୍ତି, ମୃତ୍ୟୁର ଅନୁଭବ ହେବା ପରେ ହିଁ ଜଣେ ଜୀବନର ବାସ୍ତବତା ଜାଣି
ପାରେ। ୨୮ ବର୍ଷୀୟ ଛାତ୍ର ଚୋଇ-ଜିନ୍‌-କୁ-ୟୁ କୁହନ୍ତି, କଫିନ୍‌ ଭିତରେ ବନ୍ଦ ହୋଇଯିବା ପରେ ଭିନ୍ନ ଅନୁଭବ ହୋଇଥିଲା। ଏହା ପୂର୍ବରୁ ସେ ନିଜକୁ ଅନ୍ୟମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ବୋଲି ଭାବୁଥିଲେ। ହେଲେ କଫିନ୍‌ରୁ ବାହାରିବା କ୍ଷଣି ଏପରି ମନୋଭାବ ବଦଳି ଯାଇଥିଲା। ସେ ଚାକିରିର ଗହଳିରେ ହଜିଯିବା ଅପେକ୍ଷା ନିଜେ ଗୋଟିଏ ଛୋଟ ବ୍ୟବସାୟ କରି ସାଧାରଣ ଜୀବନଯାପନ କଲେ ଅଧିକ ଆତ୍ମସନ୍ତୁଷ୍ଟି ପାଇବେ ବୋଲି କହିଛନ୍ତି। ଦକ୍ଷିଣ କୋରିଆର ଜନସାଧାରଣଙ୍କ ମଧ୍ୟରେ ଆତ୍ମହତ୍ୟାପ୍ରବଣତା ବଢ଼ିବାରେ ଲାଗିଛି। ଦେଶ ଏବେ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି। ଶିକ୍ଷା, ଦାରିଦ୍ର୍ୟ, ବେରୋଜଗାର ଯୁବପିଢ଼ିଙ୍କ ମାନସିକ ଅବସ୍ଥାକୁ ଦୋହଲାଇ ଦେଉଛି। ସେମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଉନାହାନ୍ତି। ହେଲେ ଜୀବନ ଥାଉ ଥାଉ ମୃତ୍ୟୁର ଅନୁଭବ କରିବା ପରେ ସେମାନଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେଉଛି। ସେମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉନ୍ନତ ଜୀବନ ଜିଇଁବାକୁ ଇଚ୍ଛୁକ ହେଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri