ଜୀବନ୍ତ ଅବସ୍ଥାରେ ମୃତ୍ୟୁର ଅନୁଭବ ‘ଲିଭିଂ ଫ୍ୟୁନେରାଲ’

ସିଓଲ: ଥରେ ଭାବନ୍ତୁ ତ, ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଅବସ୍ଥାରେ କଫିନରେ ଭର୍ତ୍ତି କରାଯିବ। ମରିବା ପରେ ଯେମିତି ଶେଷକୃତ୍ୟ କରାଯାଏ, ଠିକ୍‌ ସେମିତି ସବୁ ବିଧି ନୀତିନିୟମ ଅନୁଯାୟୀ ହେବ। ଏହି ସ୍ମୃତିକୁ ସାଇତି ରଖିବାକୁ ଫଟୋ ଉଠାଯିବ। କଫିନ୍‌ ଭିତରେ ଥିବା ଲୋକଟି ମୃତ୍ୟୁର ଅନୁଭବ କରିବାର କିଛି ସମୟ ପରେ ପୁଣି ବାହାରକୁ ଆସିବ। ହେଲେ ସେତେବେଳକୁ ବଦଳିଯାଇଥିବ ଜୀବନର ଲକ୍ଷ୍ୟ। ଜୀବନ୍ତ ଅବସ୍ଥାରେ ମରଣ ସହ ପରିଚିତ ହେବା ପରେ ଅବଶିଷ୍ଟ ଜୀବନ ବେଶ୍‌ ସହଜିଆ ହୋଇଯିବ ନା? ଯଦି ଏହାର ଉତ୍ତର ଲୋଡ଼ାଯାଏ ତେବେ ଅଧିକାଂଶ ଲୋକ ନିଶ୍ଚିତ ଭାବେ ହଁ ବୋଲି କହିବେ। ଜୀବନର ବାସ୍ତବତାକୁ ଲୋକଙ୍କୁ ହୃଦ୍‌ବୋଧ କରାଇବାକୁ ଦକ୍ଷିଣ କୋରିଆର ‘ହ୍ବବୋନ ହିଲିଂ’ କମ୍ପାନୀ ଦୀର୍ଘ ୭ବର୍ଷ ହେଲା ଆୟୋଜନ କରିଆସୁଛି ଏଭଳି ନିଆରା ପ୍ରୋଗ୍ରାମ, ଯାହାର ନଁା ହେଉଛି ‘ଲିଭିଂ ଫ୍ୟୁନେରାଲ’। ପାଖାପାଖି ୨୫୦୦୦ ଜଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମୃତ୍ୟୁକୁ ଅତି ନିକଟରୁ ଅନୁଭବ କରିସାରିଥିବା କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ମୃତ୍ୟୁ ଭଳି ଚିରନ୍ତର ସତ୍ୟକୁ ଜୀବନ୍ତ ଅବସ୍ଥାରେ ଅନୁଭବ କରିବାକୁ ହଜାର ହଜାର ଲୋକ ସ୍ବତଃପ୍ରବୃତ୍ତ ଭାବେ ଆସୁଛନ୍ତି। ସେମାନଙ୍କୁ ୧୦ ମିନିଟ ଯାଏ କଫିନ୍‌ ଭିତରେ ରଖାଯାଉଛି। ଅନ୍ତିମ ଇଚ୍ଛା ଅନୁଯାୟୀ ଜୀବନ୍ତ ଅବସ୍ଥାରେ ଶେଷକୃତ୍ୟ ସମ୍ପର୍କିତ ସବୁ ନୀତି କରାଯାଉଛି, ଯାହା ଜଣେ ବ୍ୟକ୍ତିର ମୃତ୍ୟୁ ପରେ ହୋଇଥାଏ। କଫିନ୍‌ ଭିତରେ ମୃତ୍ୟୁର ଅନୁଭୂତି ସାଉଁଟି ସାରିଥିବା ୭୫ ବର୍ଷୀୟ ଚୋ-ଜେ-ହୀ କୁହନ୍ତି, ମୃତ୍ୟୁର ଅନୁଭବ ହେବା ପରେ ହିଁ ଜଣେ ଜୀବନର ବାସ୍ତବତା ଜାଣି
ପାରେ। ୨୮ ବର୍ଷୀୟ ଛାତ୍ର ଚୋଇ-ଜିନ୍‌-କୁ-ୟୁ କୁହନ୍ତି, କଫିନ୍‌ ଭିତରେ ବନ୍ଦ ହୋଇଯିବା ପରେ ଭିନ୍ନ ଅନୁଭବ ହୋଇଥିଲା। ଏହା ପୂର୍ବରୁ ସେ ନିଜକୁ ଅନ୍ୟମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ବୋଲି ଭାବୁଥିଲେ। ହେଲେ କଫିନ୍‌ରୁ ବାହାରିବା କ୍ଷଣି ଏପରି ମନୋଭାବ ବଦଳି ଯାଇଥିଲା। ସେ ଚାକିରିର ଗହଳିରେ ହଜିଯିବା ଅପେକ୍ଷା ନିଜେ ଗୋଟିଏ ଛୋଟ ବ୍ୟବସାୟ କରି ସାଧାରଣ ଜୀବନଯାପନ କଲେ ଅଧିକ ଆତ୍ମସନ୍ତୁଷ୍ଟି ପାଇବେ ବୋଲି କହିଛନ୍ତି। ଦକ୍ଷିଣ କୋରିଆର ଜନସାଧାରଣଙ୍କ ମଧ୍ୟରେ ଆତ୍ମହତ୍ୟାପ୍ରବଣତା ବଢ଼ିବାରେ ଲାଗିଛି। ଦେଶ ଏବେ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି। ଶିକ୍ଷା, ଦାରିଦ୍ର୍ୟ, ବେରୋଜଗାର ଯୁବପିଢ଼ିଙ୍କ ମାନସିକ ଅବସ୍ଥାକୁ ଦୋହଲାଇ ଦେଉଛି। ସେମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଉନାହାନ୍ତି। ହେଲେ ଜୀବନ ଥାଉ ଥାଉ ମୃତ୍ୟୁର ଅନୁଭବ କରିବା ପରେ ସେମାନଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେଉଛି। ସେମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉନ୍ନତ ଜୀବନ ଜିଇଁବାକୁ ଇଚ୍ଛୁକ ହେଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜେଲ ପରିବର୍ତ୍ତେ ହାଉସ ଆରେଷ୍ଟ ହେଲେ ମ୍ୟାନମାର ନେତା ଆଙ୍ଗ ସାନ ସୁ କି, କାହିଁକିଁ ଏମିତି ନିଷ୍ପତ୍ତି ନେଲା ସେନା

ବ୍ୟାଙ୍ଗକକ,୧୭।୪: ମ୍ୟାନମାରର ମାନବାଧିକାର ଓକିଲ ଅଙ୍ଗ ସାନ ସୁ କି ଅନେକ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ଏହି ସମୟରେ ଦେଶରେ ପ୍ରବଳ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri