ଜିଲା ପରିଷଦ ଜୋନସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ସିନାପାଲି,୧୪।୮(ଡି.ଏନ.ଏ.)-ନୂଆପଡ଼ା ଜିଲା ସିନାପାଲି ବ୍ଲକ୍‌ କାର୍ଯ୍ୟାଳୟ ସଭାଗୃହରେ ୧୪ ନଂ. ଜିଲା ପରିଷଦ ଜୋନସ୍ତରରେ ସମସ୍ତ ବିଦ୍ୟାଳୟ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲ। ଗୋଷ୍ଠୀ ଶିକ୍ଷାଧିକାରୀ ଜଗଦୀଶ ପ୍ରସାଦ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏବିଇଓ ଉତ୍କଳମଣି ଅଗସ୍ତି, ଭାବଗ୍ରାହୀ ପଣ୍ଡା ଓ ରୁଦ୍ରେଶ୍ୱର ମେହେରଙ୍କ ସମେତ ଜିଲା ବିଜ୍ଞାନ ସୁପରଭାଇଜର୍‌ ଅଶ୍ୱିନୀ କୁମାର ଭୋଇ, ଶୁଭ୍ରାଂଶୁ ଶେଖର ବାରିକ ପ୍ରମୁଖ ଯୋଗଦେଇଥିଲେ । ଜିଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର, ଗୋଡାଲ ସରପଞ୍ଚ ରାସେଶ୍ୱର ପାଣିଗ୍ରାହୀ, ସିନାପାଲି ସରପଞ୍ଚ ସତ୍ୟବାନ ମେହେର, ନୂଆପଡା ସରପଞ୍ଚ ବିଦ୍ୟାଧର ବୋଡକିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବୈଠକରେ ସମସ୍ତ ସିଆର୍‌ସିସି ଓ ୪୯ ଜଣ ବିଭିନ୍ନ ବିଦ୍ୟାଳୟ ପ୍ରଧାନଶିକ୍ଷକ ଯୋଗଦେଇଥିଲେ। ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଦାୟିତ୍ୱ ଗ୍ରାମପଞ୍ଚାୟତକୁ ହସ୍ତାନ୍ତର କରିଥିବା ବେଳେ ଗ୍ରାମପଞ୍ଚାୟତ ସହିତ ବିଦ୍ୟାଳୟକୁ ଯୋଡିବା ପାଇଁ ଆଲୋଚନା କରାଯାଇଥିଲା। ଏହାସହିତ ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଅନୁପାତରେ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି, ଆବଶ୍ୟକ ଶ୍ରେଣୀ କୋଠରି, ବିଦ୍ୟାଳୟ ମରାମତି, ଆବଶ୍ୟକ ପାଇଖାନା, ପାନୀୟଜଳ ବ୍ୟବସ୍ଥା, ବିଦ୍ୟୁତ୍‌କରଣ, ବାଡା ନିର୍ମାଣ, ଖେଳପଡିଆ ଓ ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ଇତ୍ୟାଦିର ନିର୍ମାଣ ଓ ମରାମତି କାର୍ଯ୍ୟ କିପରି ଠିକ୍‌ ଢଙ୍ଗରେ ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ବିଦ୍ୟାଳୟ ସୁରକ୍ଷା, ଜନସାଧାରଣଙ୍କ ସମ୍ପୃକ୍ତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ସିନାପାଲି ଶିକ୍ଷା ବିଭାଗରେ ବହୁ ସମସ୍ୟା ଲାଗି ରହିଥିଲେ ବି ପ୍ରଶାସନ ସ୍ଥାଣୁ ପାଲଟିଥିବା ବେଳେ ଜିଲା ପରିଷଦ ସଦସ୍ୟଙ୍କ ନେତୃତ୍ୱରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରଖିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଉଦ୍ୟମ କେବେ ହୋଇ ନ ଥିବା ବେଳେ ବୁଦ୍ଧିଜୀବୀ ମହଲରେ ସାଧୁବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ବିଦ୍ୟାଳୟଗୁଡିକୁ ଯୋଗାଣ ହୋଇଥିବା ମଧ୍ୟାହ୍ନଭୋଜନ ଚାଉଳ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଶିକ୍ଷକମାନେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନାହିଁ। ଏହି ଅନିୟମିତତାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନେପଡ଼ିଲେ କଳ୍ପନା

ଢେଙ୍କାନାଳ ଅଫିସ, ୨୩।୫-ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶନିବାର ପାଳିତ ହୋଇଯାଇଛି। ଢେଙ୍କାନାଳର ଏହି ସାହସୀ ଝିଅ ସର୍ବଦା ଯୁବଗୋଷ୍ଠୀଙ୍କ ପ୍ରେରଣା ହୋଇ...

ପୁରୁଣା ମାଷ୍ଟର ପ୍ଲାନ୍‌ରେ ସହରର ବିକାଶ

ଭଞ୍ଜନଗର,୮।୧୦(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସି ୧୯୫୭ ନଭେମ୍ବର ୧୫ ତାରିଖରେ ରାଜ୍ୟ ସରକାରଙ୍କ ଚିଠି (ନଂ.୪୦୨୫) ପ୍ରକାରେ ଭେଜିପୁଟ ଏବଂ ଗାମୁଣ୍ଡି ଗ୍ରାମର କେତୋଟି...

ଅର୍ଦ୍ଧନିର୍ମିତ ପୋଲ ନେଇ ବଢ଼ୁଛି ଅସନ୍ତୋଷ

ଆଠମଲ୍ଲିକ,୨୫ା୨(ଡି.ଏନ.ଏ.) – ସରକାରୀ ଉଦାସୀନତା, ବ୍ଲକ ପ୍ରଶାସନର ଚରମ ଅବହେଳା ତଥା ରାଜନୈତିକ ଗୋଷ୍ଠୀ ବିବାଦ ଯୋଗୁ ଆଠମଲ୍ଲିକ ବ୍ଲକ ଠାକୁରଗଡ ପଞ୍ଚାୟତର ହତାଶିମିଳି ପୋଲ...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ପାଲଲହଡା,୧୦।୫(ଡି.ଏନ.ଏ.) – ପାଲଲହଡା ଉପଖଣ୍ଡର ଯୁବ ସଙ୍ଗଠନ ୟୁଥ୍‌ ଫର୍‌ ପାଲଲହଡା ପକ୍ଷରୁ କରୋନା ଯୋଦ୍ଧା ତଥା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସମ୍ବର୍ଦ୍ଧନା...

ପୂଜାରୀ ସାହି ହତ୍ୟା ଘଟଣା, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ,୧୧।୫: ଭଦ୍ରକ ସହର ପୂଜାରୀ ସାହିର ଯୁବକ ନୀଳକଣ୍ଠ ଦାସଙ୍କୁ ଧାମରା ବ୍ରିଜ ନିକଟରେ ଗତ ଫେବୃୟାରୀ ୨ ତାରିଖରେ ହତ୍ୟା କରାଯାଇଥିଲା। ହତ୍ୟାର...

ଆଣ୍ଟିଜେନ କିଟ୍‌ ଅଭାବରୁ ଫେରୁଛନ୍ତି ରୋଗୀ

କଟକ ଅଫିସ,୨୮।୮: ସରକାର କହୁଛନ୍ତି ଟେଷ୍ଟ ସଂଖ୍ୟା ବଢିଲେ ପଜିଟିଭ ସଂଖ୍ୟା ବଢିବ। ତେବେ ଯାଇ ଶୀଘ୍ର କରୋନାକୁ ମାତ୍‌ ଦେଇହେବ। କିନ୍ତୁ କଟକରେ ଏହି...

ପୋତାଗଲା ବିପୁଳ ସସ୍‌, ଆଚାର

କଟକ ଅଫିସ ,୮।୨: କଟକ ଜଗତ୍‌ପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ କାରଖାନାର ପର୍ଦ୍ଦଫାଶ ହୋଇଆସୁଛି। ସସ୍‌,...

କାମରେ ଆସୁନି ଭ୍ରାମ୍ୟମାଣ ଶୌଚାଳୟ, ଧ୍ୟାନ ଦେଉନି ଏନ୍‌ଏସି

ବୁଗୁଡ଼ା,୩ା୧(ଡି.ଏନ.ଏ.): ବୁଗୁଡ଼ା ସହରର ଦୁଇଟି ସ୍ଥାନରେ ଏନ୍‌ଏସି ପକ୍ଷରୁ ରଖାଯାଇଥିବା ଭ୍ରାମ୍ୟମାଣ ଶୌଚାଳୟ ପ୍ରହସନ ପାଲଟିଛି। ଦେଢ ବର୍ଷରୁ ଊଦ୍ଧର୍‌ବ ହେଲା ଲୋକ ଦେଖାଣିଆ ଥୁଆ...

Advertisement
Archives

Model This Week