ଜିଲା ଚିଠି: ନୂଆ ବସ୍‌ଷ୍ଟାଣ୍ଡ

୧୯୯୩ରେ ଭଦ୍ରକକୁ ମିଳିଥିଲା ଜିଲା ମାନ୍ୟତା । ଜିଲା ପୁନର୍ଗଠନକୁ ୨୬ ବର୍ଷ ବିତିଗଲାଣି। ଜିଲା ସଦର ମହକୁମାର ଭିତ୍ତିଭୂମି ବିକାଶ ଲାଗି କେତେକ ଯୋଜନା ହୋଇଥିଲେ ବି ନୂଆ ବସ୍‌ଷ୍ଟାଣ୍ଡ ଭଳି ପ୍ରକଳ୍ପ ଆଜି ସୁଦ୍ଧା ଏକପ୍ରକାର ଅବ୍ୟବହୃତ ହୋଇ ରହିଛି। ସହରର କେନ୍ଦ୍ରସ୍ଥଳଠାରୁ ଏହାର ଦୂରତା ପ୍ରାୟ ୧ କି.ମି.। କୌଣସି ଯାତ୍ରୀ ବସ୍‌ଷ୍ଟାଣ୍ଡ ଆସିବାକୁ ରାଜି ହେଉନାହାନ୍ତି। ଫଳରେ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଚଳାଚଳ କରୁଥିବା ସମସ୍ତ ବସ୍‌ ଓଭରବ୍ରିଜ ଛକ ନିକଟ ରାସ୍ତାକଡ଼ରେ ଛାଡ଼ି ଅନ୍ୟତ୍ର ଚାଲି ଯାଉଛନ୍ତି। ଜିଲା ମଧ୍ୟରେ ଚଳାଚଳ କରୁଥିବା କେତେକ ବସ୍‌ ଓଭରବ୍ରିଜ ଛକ ଅସ୍ଥାୟୀ ବସ୍‌ଷ୍ଟାଣ୍ଡରେ ଅଟକି ଯାତ୍ରୀ ନେବା ଆଣିବା କରୁଛନ୍ତି। ୨୦୦୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ବସ୍‌ଷ୍ଟାଣ୍ଡକୁ ଉଦ୍‌ଘାଟନ କରିଥିଲେ। ବିଗତ ୧୪ ବର୍ଷ ମଧ୍ୟରେ ଏହାର ନବୀକରଣ ଲାଗି ୧୪ରୁ ଅଧିକ ଫଳକ ଲଗାଯାଇ ବିପୁଳ ଅର୍ଥ ବ୍ୟୟ କରାଯାଇଛି। ବସ୍‌ଷ୍ଟାଣ୍ଡ ପରିସରରେ ରାସ୍ତା ସହ ପାର୍କିଂ ଷ୍ଟାଣ୍ଡ, ଷ୍ଟ୍ରିଟ୍‌ଲାଇଟ, ପାନୀୟ ଜଳ ପ୍ରକଳ୍ପ, ଶୌଚାଳୟ, ବିଶ୍ରାମାଗାର, ଦୋକାନଗୃହ ଓ ପୋଲିସ ବିଟ୍‌ ହାଉସ୍‌ ପ୍ରତିଷ୍ଠା ହୋଇଛି। ମାଳ ମାଳ ଫଳକ ଲାଗିଥିଲେ ବି ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିବା ସମସ୍ତଙ୍କୁ ଚକିତ କରୁଛି। ଏଥିଲାଗି ନୂଆ ବସ୍‌ଷ୍ଟାଣ୍ଡ କ୍ରମେ ନିଜ ପରିଚୟ ହରାଇ ବସୁଛି। ଏହାସତ୍ତ୍ୱେ ବିଶ୍ରାମାଗାର ଓ ବସ୍‌ଷ୍ଟାଣ୍ଡର ଫଳକ ମରାମତି କରିବା, ରଙ୍ଗଦେବା ଓ ରକ୍ଷଣାବେକ୍ଷଣ ଆଳରେ ପ୍ରତିବର୍ଷ ମଧ୍ୟ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି। ଭଦ୍ରକ ସହର ମଧ୍ୟଭାଗ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଦୈନିକ ଶତାଧିକ ବସ୍‌ ଓ ଅନ୍ୟ ଯାତ୍ରୀବାହୀ ଗାଡ଼ି ଚଳାଚଳ କରୁଛି। ପୂର୍ବରୁ ଜାତୀୟ ରାଜପଥ ସନ୍ନିକଟ କଚେରି ଛକ ସଂଲଗ୍ନ ସଂକୀର୍ଣ୍ଣ ସ୍ଥାନରେ ପୁରୁଣା ବସ୍‌ଷ୍ଟାଣ୍ଡ ରହିଥିଲା। ଜିଲା ପୁନର୍ଗଠନ ପରେ ଏହାକୁ ରାଜପଥ ପାର୍ଶ୍ୱସ୍ଥ ମଠସାହି ଛକ ନିକଟକୁ ଉଠାଇ ଆଣିବାକୁ ଯୋଜନା ହୋଇଥିଲା। ପୌରପାଳିକା, ଜିଲା ପ୍ରଶାସନ, ଏମ୍‌ପି ଓ ବିଧାୟକ ପାଣ୍ଠି ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଗଲା। କିନ୍ତୁ ତ୍ରୁଟିପୂର୍ଣ୍ଣ ସ୍ଥାନ ଚିହ୍ନଟ, ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏଯାଏ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇ ପାରିଲା ନାହିଁ। ବର୍ତ୍ତମାନ ଓଭରବ୍ରିଜ ଓ ବନ୍ତ ଛକ ପୋଲ ତଳେ ଅସ୍ଥାୟୀ ବସ୍‌ଷ୍ଟାଣ୍ଡରେ ବିଶ୍ରାମାଗାର ଭଳି ସୁବିଧା ନ ଥିବାରୁ ଯାତ୍ରୀମାନେ ଖରା ବର୍ଷାରେ ହଇରାଣ ହେଉଛନ୍ତି। ଚାକଚକ୍ୟପୂର୍ଣ୍ଣ ନୂଆ ବସ୍‌ଷ୍ଟାଣ୍ଡ ଏକପ୍ରକାର ଅଲୋଡ଼ା ହୋଇପଡ଼ିଛି। କୌତୂହଳର କଥା ଯେ, ନୂଆ ବସ୍‌ଷ୍ଟାଣ୍ଡ ଏବେ ପାର୍କିଂ ଷ୍ଟାଣ୍ଡ ଓ ଗ୍ୟାରେଜ ଭାବେ ନୂଆ ପରିଚୟ ସୃଷ୍ଟି କରିଛି। ଏହା ପରିସରରେ ଥିବା ଦୋକାନ ଘରକୁ ପାଇଥିବା ବ୍ୟକ୍ତି ଅନ୍ୟମାନେ ଭଡ଼ା ଲଗାଇ ଦେଇଥିତ୍ବାରୁ ସେହି ବ୍ୟବସାୟୀମାନେ ଇଟା, ବାଲି, ଚିପ୍ସ ବ୍ୟବସାୟ କରୁଛନ୍ତି। କେତେକ ଘରୋଇ ଗାଡ଼ି ମାଲିକ ବସ୍‌ଷ୍ଟାଣ୍ଡକୁ ଗ୍ୟାରେଜ ଭାବେ ବ୍ୟବହାର କରୁଛନ୍ତି। ବସ୍‌ଷ୍ଟାଣ୍ଡ ବିଶ୍ରାମାଗାର ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଗୋରୁବେପାରୀ ଓ ଡକାୟତ ଦଳ ଏହାକୁ କବ୍‌ଜା କରି ରଖୁଛନ୍ତି। ପୋଲିସ ସେଠାରୁ ବହୁବାର ବନ୍ଧୁକ ଜବତ କରିବା ସହ ଡକାୟତଙ୍କୁ ଗିରଫ କରିବା ନଜିର ରହିଛି। ବସ୍‌ଷ୍ଟାଣ୍ଡ ଉଦ୍‌ଘାଟନ ସମୟରେ ସହର ତଥା ଜିଲାବାସୀ ଆଶା ରଖିଥିଲେ ବସ୍‌ଷ୍ଟାଣ୍ଡକୁ ଜିଲା ଓ ଜିଲା ବାହାରର ବିଭିନ୍ନ ଅଞ୍ଚଳରୁ ବସ୍‌ ଚଳାଚଳ କରିବ। ଏହି ସମୟ ଭିତରେ ଶାସକ ଦଳର ୩ ବିଧାୟକ ପରିବର୍ତ୍ତନ ହୋଇସାରିଲେଣି। କିନ୍ତୁ କୌଣସି ନେତା ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରାଇପାରି ନାହାନ୍ତି। ନୂଆ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ନ ପାରିବା ପଛରେ କାରଣ କ’ଣ ରହିଛି ବୋଲି ଜିଲାବାସୀ ଆଲୋଚନା କରୁଛନ୍ତି।
– ବିଭୁପ୍ରସାଦ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri