ଜିଲାସ୍ତରୀୟ ସ୍ବାଧୀନତା ଦିବସ

ରାୟଗଡ଼ା ଅଫିସ, ୧୫।୮-
ରାୟଗଡ଼ା ସହରସ୍ଥିତ ଜିସିଡି ପଡିଆରେ ଗୁରୁବାର ଜିଲାସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶହୀଦ ବୀର ଯବାନଙ୍କ ସ୍ମୃତିଚାରଣ କରଥିଲେ। ଏଥିସହ ରାୟଗଡ଼ାକୁ ଶ୍ରେଷ୍ଠ ଜିଲାରେ ପରିଣତ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମାନିତ ଅତିଥିଭାବେ କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା, ଜିଲାପାଳ ପ୍ରମୋଦ କୁମାର ବେହେରା, ରାୟଗଡ଼ା ଏସ୍‌ପି ସର୍ବଣା ବିବେକ ଏମ୍‌, ରାୟଗଡ଼ା ପୂର୍ବତନ ବିଧାୟକ ଲାଲ ବିହାରୀ ହିମିରିକା, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟଅତିଥି ପରେଡ ଅଭିବାଦନ ଗ୍ରହଣ କରିଥିଲେ। ୪୦ଟି ଟ୍ରୁପ ପରେଡରେ ସାମିଲ ହୋଇଥିଲେ। ୬ ବିଭାଗରେ ବିଜେତା ଓ ରନର୍ସଅପ୍‌ଙ୍କୁ ଅତିଥି ପୁରସ୍କୃତ କରିଥିଲେ। ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନେ କ୍ରୀଡ଼ା କୌଶଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସ୍ବାଧୀନତା ଦିବସ ପାଇଁ ଜିଲାସ୍ତରରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥି ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୩ ଦିନରେ ପହଞ୍ଚିଲା ରନ୍ଧା ଖାଦ୍ୟ ବଣ୍ଟନ ପ୍ରକ୍ରିୟା

ଭଦ୍ରକ ଅଫିସ,୭।୫: ଦୀର୍ଘ ୪୩ ଦିନ ଧରି ରୋଟାରୀ କ୍ଲବ ମିଡ୍‌ଟାଉନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଜାରି ରହିଛି।...

ଗୋବିନ୍ଦ ସାହୁଙ୍କୁ ମାରି ଦିଆଯାଇଛି: ବିଧାୟକ

ଜୟପୁର, ୨୦ା୧୨ (ନି.ପ୍ର.)- ବହୁଚର୍ଚ୍ଚିତ ବଲଙ୍ଗୀର ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି । କଣ୍ଟାବାଞ୍ଜି ଜେଲରେ ବନ୍ଦୀ ଥିବା...

ଲେପ୍ରୋସି କଲୋନୀରେ ପଙ୍ଖା ବଣ୍ଟନ

ଭଞ୍ଜନଗର,୧୯।୫(ଡି.ଏନ.ଏ.)-ଫନୀ ପରେ ଭଞ୍ଜନଗରରେ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ଭଞ୍ଜନଗରରେ ତାପମାତ୍ରା ସର୍ବାଧିକ ୪୨ ଡ଼ିଗ୍ରୀ ଥିବାବେଳେ ସର୍ବନିମ୍ନ ୨୬ ଡ଼ିଗ୍ରୀ ରହିଥିଲା।...

କାଉଣ୍ଟର ଦସ୍ତଖତ ଜାଲ୍‌ ଥିଲା

ନୟାଗଡ଼ ଅଫିସ,୨୧।୮: ଜାଲ୍‌ ଦସ୍ତଖତରେ ୮୦କୋଟି ଟଙ୍କା ଆତ୍ମସାତ୍‌ ହୋଇଥିବା ତତ୍କାଳୀନ ଭାପୁର ବ୍ଲକ୍‌ ଅଧ୍ୟକ୍ଷା ଶାନ୍ତିଲତା ବେହେରା ଅଭିଯୋଗ କରିଥିଲେ ା ଯାହାକୁ ନେଇ...

ଗଞ୍ଜାମ ଏନ୍‌ଏସିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଗଞ୍ଜାମ,୮।୨(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସିରେ ପରିମଳ ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସହରର ମୁଖ୍ୟ ରାସ୍ତା ତଥା ଷ୍ଟେଶନ, କାଇଁଚପୁର, କଲ୍ୟାଣପୁର ଆଦି ଯିବା...

‘ଉପନିର୍ବାଚନରେ ଭାଜପା ଜିତିବ’

ପୁରୀ ଅଫିସ, ୮ା୧୦: ଭାଜପାର ନୂଆ ରାଷ୍ଟ୍ରୀୟ ମୁଖପାତ୍ର ତଥା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ବୁଧବାର ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ତାଙ୍କୁ...

ମୁରତୁ ସଂଗେ ଯୁଝୁଛନ୍‌ ଅସାହା ବୁରୁଧ୍‌

କର୍ଲାମୁଣ୍ଡା, ୨ା ୮(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଁଚେତ୍‌ ଭାଲୁପିଆ ଗାଁର ଝନେ ୭୦ ବଛ୍‌ରିଆ ବୁରୁଧ୍‌ ରୋଗ୍‌ରେ ପୀଡ଼ିତ ହେଇ ମୁରତୁ...

ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କ ଗଳାକାଟି ହତ୍ୟା

ମାଲକାନଗିରି,୨୭।୮(ସ୍ବ.ପ୍ର.): ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲାରେ ପୁଣି ମାଓହିଂସା ଦେଖିବାକୁ ମିଳିଛି । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଶୁକ୍ରବାର ମାଓବାଦୀ ହତ୍ୟା...

Advertisement
Archives

Model This Week