ଜିଲାସ୍ତରୀୟ ସ୍ତନ୍ୟପାନ ସପ୍ତାହ ପାଳିତ

ଭବାନୀପାଟଣା,୮।୮(ଡି.ଏନ.ଏ.) ଜିଲା ସ୍ବାସ୍ଥ୍ୟ ସମିତି ଓ ଜିଲା ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବନଲତା ଦେବୀ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅଶୋକ କୁମାର ଦାସ, ଏପିଡେମିଲୋଜିଷ୍ଟ ଡା. ସୁସିଲ କୁମାର ରଥ, ଡା. ରବୀନ୍ଦ୍ର କୁମାର ପାଣିଗ୍ରାହୀ, ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷା ତନ୍ମୟୀ ବେହେରା, ଆଶା ମେନେଜର ଅକ୍ଷୟ କୁମାର ରଣା, ଜିଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଖଗେନ୍ଦ୍ର ମାଝି ପ୍ରମୁଖ ଯୋଗଦେଇ ସ୍ତନ୍ୟପାନର ଉପକାରିତା, ଜନ୍ମହେବା ମାତ୍ରେ ଶିଶୁକୁ ମା’ର କଷ କ୍ଷୀର ନିଶ୍ଚୟ ଖାଇବାକୁ ଦେବା, ଜନ୍ମହେବାଠାରୁ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମାଫର କ୍ଷୀର ଦେବା ସାଙ୍ଗକୁ ମା’ର କ୍ଷୀର କିଭଳି ଶିଶୁ ସହଜରେ ହଜମକରେ, ମା’ଠାରୁ ସିଧା ସଳଖ ଶିଶୁ ପାଖକୁ ଆସୁଥିବାରୁ ଏହା ଜୀବାଣୁ ମୁକ୍ତ, ନିମୋନିଆ ଏବଂ ଡାଇରିଆ ପରି ସଂକ୍ରମଣରୁ ଶିଶୁକୁ ରକ୍ଷା ମିଳିଥାଏ, ଏହା ଶିଶୁକୁ ବୁଦ୍ଧିମାନ କରିଥାଏ, ଶିଶୁକୁ ଆଜ୍‌ମା (ଶ୍ୱାସରୋଗ) ଏବଂ ଆଲେର୍କିରୁ ମଧ୍ୟ ରକ୍ଷା କରିଥାଏ, ମା’ ଏବଂ ଶିଶୁ ମଧ୍ୟରେ ଭାବନାମତ୍କ ସମ୍ପର୍କକୁ ଦୃଢ କରିଥାଏ ସେ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ମା’ର କ୍ଷୀରର ଉପକାରିତା ଉପରେ ଏକ ସଚେତନତା ଆଲୋଚନାଚକ୍ର, ବକୃତା ଓ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ପାଇଁ ବିପଦ ସାଜିଛି ଖୋଲା ବୋରୱେଲ:ନିର୍ଦ୍ଦେଶ ସତ୍ତ୍ୱେ ପ୍ରତିକାର ପାଇଁ ନାହିଁ ପଦକ୍ଷେପ

ଯାଜପୁର ଅଫିସ,୧୯ା୧: ଖୋଲା କିମ୍ବା ପରିତ୍ୟକ୍ତ ଟ୍ୟୁବୱେଲ ଓ ବୋରୱେଲ ଛୋଟଛୋଟ ପିଲାଙ୍କ ପାଇଁ ବିଭିନ୍ନ ସମୟରେ ବିପଦ ସାଜିଛି। ଖୋଲା ବୋରୱେଲ ଓ ଟ୍ୟୁବୱେଲଗୁଡ଼ିକରେ...

ନିଖୋଜ ନାବାଳିକା ଛତିଶଗଡ଼ରୁ ଉଦ୍ଧାର, ଅଭିଯୁକ୍ତ ଗିରଫ

ଏମ୍‌ଭି ୭୯,୯ା୩(ଡି.ଏନ.ଏ.): ମାଲକାନଗିରି ଜିଲା ପଡ଼ିଆ ବ୍ଲକ୍‌ ଶିମିଳିବାଞ୍ଛା ପଞ୍ଚାୟତ ଏମ୍‌ପିଭି ୬୮ ଗ୍ରାମରୁ ନିଖୋଜ ନାବାଳିକାଙ୍କୁ ପୋଲିସ ସୋମବାର ଛତିଶଗଡ଼ରୁ ଉଦ୍ଧାର କରିଛି। ଝିଅ...

ଭୁଶୁଡ଼ିଲା ଆଉ ଏକ ଡିପ୍‌ଓ୍ବେଲ; ଦେଢ଼କୋଟି ଟଙ୍କାର ପ୍ରକଳ୍ପ ଅଚଳ

ପରଜଙ୍ଗ, ୧୯।୮(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କଡ଼ାସୋଡ଼ା ଗ୍ରାମରେ ‘ବସୁଧା’ ଯୋଜନାରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଡିପ୍‌ଓ୍ବେଲ ଶନିବାର ଭୁଶୁଡ଼ି ପଡ଼ିଛି। ଗତ...

ସରକାରୀ ପ୍ରୋତ୍ସାହନ ନାହିଁ: ଦୁର୍ଦ୍ଦିନରେ ୭୦ ଚାଷୀ ପରିବାର

ଖଇରା, ୧୮।୨(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ନୂଆଗାଁ ପଞ୍ଚାୟତ ସଇଁ ଗ୍ରାମ ସବୁଜ ପନିପରିବା ଚାଷ ପାଇଁ ବେଶ୍‌ ଜଣାଶୁଣା। ଥରେ ଯଦି କେହି...

ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ଜୟପୁର,୧୭ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ଦୌରାଜଜ୍‌ ବିମଳ ଚାନ୍ଦ ମଙ୍ଗଳବାର ଏକ ହତ୍ୟା ମାମଲାର ଶୁଣାଣି କରି ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।...

ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ: ୭ ଦିନ ଖମାରି ଗାଁ ଶଟ୍‌ଡାଉନ୍‌

ଦିଗପହଣ୍ଡି,୨ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁରେ ୪ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଭୟରେ ଗୁରୁବାର ସ୍ଥାନୀୟ ସରପଞ୍ଚ...

ସୁବିଧା ଥାଇ ରୋଗୀଙ୍କୁ ଶୋଷଣ

ଅନୁଗୋଳ ଅଫିସ, ୨୩।୨ଉତ୍ତମ ସ୍ବାସ୍ଥ୍ୟସେବା ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ସମସ୍ତ ସେବା ଯେପରି ନିଃଶୁଳ୍କ ମିଳିପାରିବ ସେ ନେଇ...

ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ : ଗ୍ରୀଲ ଭାଙ୍ଗି ନେଇଗଲେ …

କୋକସରା,୨୯।୧୦(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଥାନା ଟେମରା ହଂସପଡା ଗାଁର ପୂର୍ବତନ ବ୍ୟାଙ୍କ ମ୍ୟନେଜର ନରେନ୍ଦ୍ର ନାଏକଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ କଳାକନା...

Advertisement
Archives

Model This Week