ଜିଲାପାଳ ଧାନତଳି ରୋଇବା ପ୍ରସଙ୍ଗ ଟୁଇଟ୍‌ କରି ନବୀନ, ଧର୍ମେନ୍ଦ୍ରଙ୍କ ପ୍ରଶଂସା

ଛତ୍ରପୁର,୩୧ା୭(ଡି.ଏନ.ଏ)- ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ଭରସା ଗାଁର ଏକ ଜମିରେ ଧାନତଳି ରୋଇଥିଲେ। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ମଙ୍ଗଳବାର ନିଜ ଟୁଇଟର୍‌ ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ଜିଲାପାଳଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଜିଲାପାଳ କୁଲାଙ୍ଗେ ଚାଷୀଙ୍କ ସହ ମିଶି ଧାନ ରୋଇବା ଏବଂ ଧାଡି ରୁଆର ଉପାଦେୟତା ସମ୍ପର୍କରେ ବୁଝାଇବା ତାଙ୍କ ଉସତ୍ର୍ଗୀକୃତ ସେବାର ପରିଚୟ। ଲୋକଙ୍କ ନିକଟତର ହୋଇ ସେମାନଙ୍କ ପାଇଁ କାମ କରୁଥିବାରୁ ଜିଲାପାଳଙ୍କୁ ସାଧୁବାଦ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟର ଆକାଉଣ୍ଟରେ ଲେଖିବା ସହ ତାଙ୍କ ଫେସବୁକ୍‌ ଆକାଉଣ୍ଟରେ ମଧ୍ୟ ଏ ସମ୍ପର୍କରେ ପୋଷ୍ଟ କରିଛନ୍ତି। ଉକ୍ତ ପୋଷ୍ଟକୁ ଜିଲାପାଳ ଡିଏମ ଗଞ୍ଜାମ ଓ ବିଜୟ ଏ କୁଲାଙ୍ଗେ ୨ଟି ଫେସବୁକ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗ ଉପରେ ଟୁଇଟ କରିଛନ୍ତି ଜିଲାପାଳ କ୍ଷେତରେ ଚାଷୀଙ୍କ ସମସ୍ୟା ବୁଝିବା ଗଣମାଧ୍ୟମରୁ ଜାଣିବାକୁ ପାଇଲି। ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ସହ ମିଶି ସେମାନଙ୍କ ସମସ୍ୟା ସହ ଜଡିତ ହେଲେ ସମସ୍ୟାର ସମାଧାନ ପାଇଁ ରାସ୍ତା ବାହାରିବ ବୋଲି ଧର୍ମେନ୍ଦ୍ର ଟୁଇଟ୍‌ କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ବେଗୁନିଆପଡା ବ୍ଲକରେ ଅଭିଯୋଗ ଶୁଣାଣି ସାରି ଜିଲାପାଳ ଫେରିବା ବେଳେ ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ଭରସା ଗାଁ ନିକଟ କ୍ଷେତରେ ଚାଷୀଙ୍କ ସହ ମିଶି ଧାନ ତଳି ରୋଇଥିଲେ। ଏଥିସହ ସେଠାରେ ଉପସ୍ଥିତ ମହିଳା ଚାଷୀମାନଙ୍କ ସହ ଖରିଫ୍‌ ଫସଲ ଋଣ ଓ ଫସଲ ବୀମା ସମ୍ପର୍କରେ ଆଲୋଚନା କରିଥିଲେ। କୃଷି ଋଣ ଓ ଫସଲ ବୀମା ସମ୍ପର୍କରେ କିଭଳି ସମସ୍ତ ଚାଷୀ ଅବଗତ ହୋଇପାରିବେ ଏବଂ ଏଥିରେ ସାମିଲ ହେବେ ସେସମ୍ପର୍କରେ ସଚେତନ କରିବାକୁ ସେଠାରେ ଉପସ୍ଥିତ କୃଷି ଉପନିର୍ଦ୍ଦେଶକ ଓ ବ୍ଲକ କୃଷି ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri