Posted inକଟକ

ଜିଲାପାଳଙ୍କ ନିର୍ଦ୍ଦେଶ ପରେ ଚୌଦ୍ୱାରରେ ସିଲ୍‌ ହେଲା ମଦ ଦୋକାନ

ଚୌଦ୍ୱାର,୮ା୫(ଡି.ଏନ୍‌.ଏ)-ମହାମାରୀ କରୋନାକୁ ନେଇ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। କଟକ ଜିଲାର ଚୌଦ୍ୱାର ସହର ଗ୍ରୀନ ଜୋନରେ ଯାଉଛି। ଗତ ୪ ତାରିଖରେ କେନ୍ଦ୍ର ସରକାର ଗ୍ରୀନ ଜୋନ ଅଞ୍ଚଳରେ ମଦ ଦୋକାନ ଖୋଲିବା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚୌଦ୍ୱାର ସହରରେ ଥିବା ମଦ ଦୋକାନ ଗୁଡିକ ସରକାରୀ କଟକଣା ତଥା ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଲକ୍ଷ ରଖି ସମସ୍ତ ପ୍ର୍ରସ୍ତୁତି ଶେଷ କରିଥିଲେ। କେବଳ ବାକି ଥିଲା ପ୍ରଶାସନର ନିଷ୍ପତ୍ତିକୁ। ଶୁକ୍ରବାର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲାର କୌଣସି ଜାଗାରେ ମଦ ଦୋକନ ଖୋଲାଯିବ ନାହିଁ ବୋଲି ନିଷ୍ପତ୍ତି ପରେ ଚୌଦ୍ୱାର ସହରରେ ୨ଟି ମଦ ଦୋକନକୁ ସିଲ କରାଯାଇଛି। ଏଥିସହିତ ଚୌଦ୍ୱାର, ଟାଙ୍ଗି ଓ ଜଗତପୁର ଅଞ୍ଚଳରେ ଥିବା ପ୍ରାୟ ୧୫ଟି ଦୋକାନକୁ ସିଲ କରାଯିବ ବୋଲି ଚୌଦ୍ୱାର ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ସ୍ବାତୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

୨ ବିଧାୟକଙ୍କୁ ହାଇକୋର୍ଟ ନୋଟିସ୍‌

କଟକ,୨୬ା୭ (କାର୍ତ୍ତିକ ସାହୁ):୨୦୨୪ ନିର୍ବାଚନରେ ଅନିୟମିତତା ଅଭିଯୋଗରେ ଦାଏର ମାମଲାର ପୃଥକ ଭାବେ ଶୁଣାଣି କରି ହାଇକୋର୍ଟ ୨ ବିଧାୟକଙ୍କୁ ଗୁରୁବାର ନୋଟିସ୍‌ ଜାରି କରିଛନ୍ତି।...

ଏସ୍‌ସିବିରେ ଜମିରହୁଛି ଆବର୍ଜନା

କଟକ,୨୫ା୭(ଶିଳ୍ପା ପ୍ରିୟଦର୍ଶିନୀ): କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ (ଏସ୍‌ସିବି)ର ବିଭିନ୍ନ ବିଭାଗ ପରିସରରେ କୁଢ଼ କୁଢ଼ ଆବର୍ଜନା ଜମି ରହିଛି। ଏହାଦ୍ୱାରା...

ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ସୁନ୍ଦରଗଡ଼,୨୨ା୭: ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌ ହୋଇଛି। ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସୋମବାର ହାଇକୋର୍ଟ ସାରଦାଙ୍କୁ ଏହି ନୋଟିସ୍‌ କରିଛନ୍ତି...

ସରକାରୀ ପାଣ୍ଠି ନିଜ ଆକାଉଣ୍ଟକୁ ୧ କୋଟି ୫ ଲକ୍ଷ ଟ୍ରାନ୍ସଫର କରି ଫସିଲେ ସରକାରୀ ବାବୁ

କଟକ,୨୨ା୭: ସରକାରୀ ପାଣ୍ଠି ନିଜ ଖାତାକୁ ଟ୍ରାନ୍ସଫର କରି ଫସିଲେ ମତ୍ସ୍ୟ ସମ୍ପଦ ବିଭାଗ ଉପନିର୍ଦ୍ଦେଶକ। ସରକାରୀ ପାଣ୍ଠି ନିଜ ଖାତାକୁ ଟ୍ରାନ୍ସଫର କରିବା ଅଭିଯୋଗରେ...

କେଉଁ ମାନଙ୍କ ପାଇଁ ଅଭାବ ହେବ ଜେଲ୍‌ର କୋଠରୀ: କାହାକୁ ଅଳିଆ କହିଲେ ଭର୍ତ୍ତୃହରି

ନିଶ୍ଚିନ୍ତକୋଇଲି,୧୯।୭(ଅଶୋକ କୁମାର ମହାପାତ୍ର):ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ବିଜେଡି ସରକାରଙ୍କୁ ଏମ୍‌ପି ଭର୍ତ୍ତୃହରି ମହତାବ ଟାର୍ଗେଟ କରିଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ...

କାଉଡ଼ିଆଙ୍କ ପାଇଁ କଟକଣା: ଧବଳେଶ୍ୱର ପୀଠକୁ ଆଣିପାରିବେନି ପ୍ଲାଷ୍ଟିକ୍‌ ସାମଗ୍ରୀ

କଟକ,୧୮ା୭: ଆସୁଛି ଶ୍ରାବଣ ସୋମବାର। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ କାଉଡ଼ିଆଙ୍କ ଭିଡ଼ ଲାଗିବ। ଏହା ପୂର୍ବରୁ ଦେବୋତ୍ତର ବିଭାଗ ଓ ପୂଜକ କମିଟି ବୈଠକରେ କଡ଼ା...

ଏସ୍‌ସିବି ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କଟକ,୧୮ା୭(ଶିଳ୍ପା ପ୍ରିୟଦର୍ଶିନୀ): ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ...

ଏସସିବିରେ ତେଜୁଛି ବିବାଦ: ହାଉସ ସର୍ଜନଙ୍କ କାର୍ଯ୍ୟକୁ ଦୁଇ ସଙ୍ଘର ସମର୍ଥନ

କଟକ, ୧୭।୭(ଶିଳ୍ପା ପ୍ରିୟଦର୍ଶିନୀ): ଏସସିବି ମେଡିକାଲରେ ନର୍ସିଂ କର୍ମଚାରୀ ଏବଂ ହାଉସ ସର୍ଜନ ଡାକ୍ତର ସଂଘ ବିବାଦ ପ୍ରସଙ୍ଗ ତେଜିଛି। ବୁଧବାର ସକାଳୁ ଜରୁରୀକାଳୀନ ସେବା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri