ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେନ୍‌ସନ୍‌ଭୋଗୀଙ୍କ ବିକ୍ଷୋଭ

କେନ୍ଦୁଝର,୧୩।୩(ସ୍ବ.ପ୍ର.): ଇପିଏଫ୍‌ ପେନ୍‌ସନ୍‌ ଆସୋସିଏଶନ କେନ୍ଦୁଝର ଶାଖା ପକ୍ଷରୁ ୩ ଦଫା ଦାବିରେ ଶୁକ୍ରବାର ବିକ୍ଷୋଭ କରାଯାଇଛି। ଟେଲିଫୋନ୍‌ ଭବନ ଛକରୁ ପେନସନ୍‌ଧାରୀମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସର୍ବନିମ୍ନ ୯ ହଜାର ଟଙ୍କା ପେନସନ ସହିତ ମହଙ୍ଗା ଭତ୍ତା ପ୍ରଦାନ, ସର୍ବୋଚ୍ଚ ନ୍ୟାୟାଳୟ ଆଧାରରେ ବର୍ଦ୍ଧିତ ପେନ୍‌ସନ୍‌ ପ୍ରଦାନ, ପେନ୍‌ସନ୍‌ଭୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଆଦି ଦାବି ନେଇ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ଜରିଥିଲେ। ସଂଘର ସଭାପତି ମକରଧ୍ୱଜ ନାୟକ, ଜିଲା ସମ୍ପାଦକ ରମେଶ ଚନ୍ଦ୍ର ଘଡ଼େଇ, ମହମ୍ମଦ ଆଝାର ଅନସାରୀ, ବିଧୂଭୂଷଣ ପଟ୍ଟନାୟକ ପ୍ରମୁଖଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଥିଲା। ସାଂପ୍ରତିକ ପରିସ୍ଥିତିରେ ଦରଦାମ୍‌ ବୃଦ୍ଧି ତଥା ବ୍ୟୟବହୁଳ ଚିକିତ୍ସା ଯୋଗୁ ଖର୍ଚ୍ଚ ବହୁ ଗୁଣା ବଢ଼ି ଯିବାରୁ ପେନ୍‌ସନ୍‌ଭୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ସେମାନଙ୍କ ଦାବି ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଜୋର୍‌ଦାର ହେବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପ୍ରଭାବ: ନାଲ୍‌କୋରେ ଉତ୍ପାଦନ କମିବା ଆଶଙ୍କା

ବଅଁରପାଳ, ୨୪।୩(ଡି.ଏନ.ଏ.): କରୋନା ସଂକ୍ରମଣ ପ୍ରତିହତ କରିବାକୁ ସାରା ଦେଶରେ ଲାଗୁ କରାଯାଇଛି ଲକ୍‌ଡାଉନ୍‌। ଏହାର ଗଭୀର ପ୍ରଭାବ ପଡ଼ିଛି ଶିଳ୍ପାନୁଷ୍ଠାନ ଉପରେ। ନବରତ୍ନ ମାନ୍ୟତାପ୍ରାପ୍ତ...

ବଦଳିଲେ ମୟୂରଭଞ୍ଜ ଡିପିଏମ

ବାରିପଦା ଅଫିସ,୬।୧୧- ଜାତୀୟ ସ୍ବାସ୍ଥ୍ୟ ମିଶନର ମୟୂରଭଞ୍ଜ ଜିଲା ପ୍ରୋଗ୍ରାମ ମ୍ୟାନେଜର(ଡିପିଏମ) ଅନିଲ କୁମାର ମହାନ୍ତିଙ୍କୁ ବାଲେଶ୍ୱର ଜିଲାକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବାଲେଶ୍ୱର...

ମରାମତି ହେଲାନି ରତ୍ନଭଣ୍ଡାର

ପୁରୀ ଅଫିସ,୬ା୭: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି ମହାପ୍ରଭୁଙ୍କ ବହୁ ଦୁର୍ମୁଲ୍ୟ ରତ୍ନ ଅଳଙ୍କାର। ବାହାର ରତ୍ନଭଣ୍ଡାର ବର୍ଷକୁ ଏକାଧିକ ଥର ଖୋଲାଯାଇଥାଏ। କିନ୍ତୁ ଶେଷଥର ପାଇଁ...

ବଧୂ ନିର୍ଯାତନା: ସ୍ବାମୀ, ଶ୍ୱଶୁରଙ୍କ ବିରୋଧରେ ଅଭିଯୋଗ

ରଘୁନାଥପୁର,୧୬।୩ (ଡି.ଏନ.ଏ.): ସ୍ବାମୀ ଓ ଶ୍ୱଶୁରଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ବଧୂ କିଶନନଗର ଥାନା ଅନ୍ତର୍ଗତ କଲରାବାଙ୍କ ଫାଣ୍ଡିରେ ରାବିବାର ଅଭିଯୋଗ କରିଛନ୍ତି। ମହିଳା...

ପିତା ହତ୍ୟାକାରୀ ପୁଅଙ୍କୁ ଆଜୀବନ ଜେଲ୍‌

ଆନନ୍ଦପୁର, ୨୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ୨୦୧୬ ମସିହାରେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି ପିତା...

ସନ୍ଦିହାନ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ

ଅନୁଗୋଳ ଅଫିସ, ୭।୭ – ବାଘ ବଂଶ ବୃଦ୍ଧି ପାଇଁ ଅନୁଗୋଳ ଜିଲା ସାତକୋଶିଆରେ ଆରମ୍ଭ ହୋଇଥିବା ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ ଏବେ ସନ୍ଦିହାନ। ଗତ...

ହାତୀ ପାଇଁ ଚାଷଜମି ନଷ୍ଟ,ଚିନ୍ତାରେ ଚାଷୀ

କପ୍ତିପଦା,୧୬ା୧୧(ଡି.ଏନ୍‌.ଏ.)- କପ୍ତିପଦା ବ୍ଲକ୍‌ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତ ମାହାରାସାହି କଟୁରିଆ ଗ୍ରାମରେ ଶିମିଳିପାଳରୁ ଆସିଥିବା ହାତୀ ପଶି ବ୍ୟାପକ ଚାଷଜମି ନଷ୍ଟ କରିଛନ୍ତି। ଏଥିନେଇ ଚାଷୀମାନେ...

ଫେରୀଘାଟକୁ ନେଇ ବିବାଦ : ଯାତ୍ରୀ ନେବାକୁ ୨ ନିଲାମଧାରୀଙ୍କ ମଧ୍ୟରେ ପ୍ରତିଯୋଗିତା

କୁଜଙ୍ଗ,୨୪ା୬(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ଜିଲାନାସୀ ପଞ୍ଚାୟତ ଦେଇ ପ୍ରବାହିତ ପାଇକା ନଦୀରେ ଫେରୀଘାଟ ପରିଚାଳନାକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇଛି। ଉଭୟ ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା...

Coronavirus Update

Archives

Model This Week

Why Dharitri