Posted inଖେଳ

ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ପୁନଃ ଅବସ୍ଥାପିତ

ହରାରେ, ୯ା୮ (ଏପି)-ଏକ ସରକାରୀ ପରିଷଦ ଦ୍ୱାରା ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ପୁନଃ ଅବସ୍ଥାପିତ ହୋଇଛି। କିନ୍ତୁ ବାହ୍ୟ ହସ୍ତକ୍ଷେପ ଯୋଗୁ ଦେଶ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ସସ୍‌ପେଣ୍ଡ ହୋଇଛି। ଗୁରୁବାର କୋର୍ଟରେ ବିବାଦର ମିମାଂସା ହେବାପରେ ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ପୋଟର୍‌ସ ଆଣ୍ଡ୍‌ ରିକ୍ରିଏଶନ କମିଶନ (ଏସ୍‌ଆର୍‌ସି) ଚେୟାରମ୍ୟାନ ଟାଭେଙ୍ଗ୍ବାଙ୍କ ନେୃତ୍ୱତ୍ୱରେ କର୍ମକର୍ତ୍ତାମାନେ ସେମାନଙ୍କ ପଦବୀକୁ ଫେରିଛନ୍ତି। ନିର୍ବାଚନରେ ଅନିୟମିତତା ଏବଂ ଦୁର୍ନୀତି ଅଭିଯୋଗରେ ଏସଆରସି ଗତ ଜୁନ୍‌ରେ ବୋର୍ଡର ସମସ୍ତ କର୍ମକର୍ତ୍ତାଙ୍କୁ ବହିଷ୍କୃତ କରିଥିଲା। ଯାହା ଫଳରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜିମ୍ବାଓ୍ବେକୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ବାସନ୍ଦ କରିଥିଲା। ଆଇସିସି ପୁନଶ୍ଚ କହିଥିଲା ଯେ, ପରିସ୍ଥିତିରେ ଯଦି ସୁଧାର ଆସେ ତେବେ ଅକ୍ଟୋବରରେ ହେବାକୁ ଥିବା ଏହାର ବୈଠକରେ ଜିମ୍ବାଓ୍ବ ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର ପୁନର୍ବିଚାର କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଜାବ ପାଇଁ ଖେଳିବେ ଦକ୍ଷିଣ ଆଫ୍ରିକୀୟ ଷ୍ଟାର ବ୍ୟାଟ୍ସମ୍ୟାନ

ଦୁବାଇ,୧୧।୯: ଇଂଲଣ୍ଡ ଷ୍ଟାର ବ୍ୟାଟ୍ସମ୍ୟାନ ଦାଓ୍ବିଦ ମଲାନ ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ରେ ଖେଳିବେ ନାହିଁ। ଏ ନେଇ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପକ୍ଷରୁ...

ଚହଲ, କୁଲଦୀପ ଆଗକୁ ଆହୁରି ପ୍ରଭାବୀ ସାବ୍ୟସ୍ତ ହେବେ: ହସି

ମୁମ୍ବାଇ,୨୮।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଆଗକୁ ଭାରତର ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଆହୁରି ଭଲ ପ୍ରଦର୍ଶନ କରି ପ୍ରଭାବୀ ସାବ୍ୟସ୍ତ...

ରିଦ୍ଧିମାନଙ୍କୁ ଅବସର ନେବାକୁ ପରାମର୍ଶ ଦେବା ପଛର କାରଣ

କୋଲକାତା,୨୧।୨: ଦକ୍ଷିଣ ଆଫ୍ରିକା ସିରିଜ୍‌ ପରେ ବ୍ୟକ୍ତିଗତ ଭାବେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ମୋତେ ସନ୍ନ୍ୟାସ ସମ୍ପର୍କରେ ଚିନ୍ତା କରିବାକୁ ପରାମର୍ଶ...

ସେକ୍ସ ପାଇଁ ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ କୁହାଯାଇଥିଲା

ନୂଆଦିଲ୍ଲୀ,୨।୭: ୨୦୧୧ ବିଶ୍ୱକପ୍‌ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ସେକ୍ସ କରିବାକୁ ଦିଆଯାଇଥିଲା ପରାମର୍ଶ। ସେତେବେଳର ଟିମ୍‌ ଇଣ୍ଡିଆର ମେଣ୍ଟାଲ କଣ୍ଡିସନିଂ କୋଚ୍‌ ପାଡି ଅପଟନ...

ନିମ୍ନମାନର ଥିଲା ବେଙ୍ଗାଲୁରୁ ପିଚ୍‌

ଦୁବାଇ,୨୦।୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଚିନ୍ନାସ୍ବାମୀ ଷ୍ଟାଡିୟମର ଯେଉଁ ପିଚ୍‌ରେ ଖେଳାଯାଇଥିଲା, ତାହା ନିମ୍ନମାନର ଥିଲା। ମ୍ୟାଚ୍‌ରେ ବ୍ୟବହୃତ ପିଚ୍‌କୁ ରବିବାର...

ରଣଜୀ ଟ୍ରଫି: ଓଡ଼ିଶା-ବେଙ୍ଗଲ କ୍ବାର୍ଟର ମୁକାବିଲା

କଟକ ଅଫିସ,୨୦ା୨- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଚାଲିଥିବା ରଣଜୀ ଟ୍ରଫିର କ୍ବାର୍ଟର ଫାଇନାଲ ରାଉଣ୍ଡ ଗୁରୁବାରଠାରୁ ଆରମ୍ଭ ହେବ। ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ...

ସିଏସ୍‌କେ ଦଳରେ ନୂଆ ବିଦେଶୀ ପେସର

ମୁମ୍ବାଇ,୨୧।୪: ଆହତ ସମସ୍ୟା କାରଣରୁ ଚଳିତ ଆଇପିଏଲରୁ ଆଡାମ ମିଲନେ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳ ଖେଳାଳି ଭାବେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଶ୍ରୀଲଙ୍କା...

୨-୨ରେ ସିରିଜ ଶେଷ

ବେଙ୍ଗାଲୁରୁ, ୧୯।୬: ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଛି। ଫଳରେ ୫ ମ୍ୟାଚ ବିଶିଷ୍ଟ...

Advertisement
Archives

Model This Week