ଜିକା ପରୀକ୍ଷାକୁ ବଜାର ପ୍ରାଧିକରଣ ସ୍ବୀକୃତି

ଚିକାଗୋ: ଜିକା ଭାରି ମାରାମତ୍କ । ଏହି ରୋଗକୁ ପ୍ରାଥମିକ ସ୍ତରରେ ହଠାତ ଚିହ୍ନଟ କରିହୁଏନାହିଁ। କିନ୍ତୁ ଏହା ଧୀରେ ଧୀରେ ଗର୍ଭସ୍ଥ ଶିଶୁର ମସ୍ତିଷ୍କକୁ କ୍ଷତି କରିଦେଇଥାଏ। ଜିକାକୁ ପ୍ରାରମ୍ଭିକ ଅବସ୍ଥାରୁ ଜାଣିବା ପାଇଁ ସେଣ୍ଟ ଲୁଇସ୍‌ସ୍ଥିତ ଓ୍ବାଶିଂଟନ ୟୁନିଭର୍ସିଟି ସ୍କୁଲ୍‌ ଅଫ୍‌ ମେଡିସିନ୍‌ ଦ୍ୱାରା ଏକ ଡାଇଗ୍ନୋଷ୍ଟିକ ଟେଷ୍ଟ ବା ଡାକ୍ତରୀ ପରୀକ୍ଷା ପଦ୍ଧତି ବିକାଶ କରାଯାଇଛି। ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ ଆଡ୍‌ମିନିଷ୍ଟ୍ରେଶନ(ଏଫ୍‌ଡିଏ) ଏହାକୁ ବଜାର ପ୍ରାଧିକରଣ ସ୍ବୀକୃତି ମଧ୍ୟ ଦେଇଛି। ଓ୍ବାଶିଂଟନ ୟୁନିଭର୍ସିଟିର ଓ୍ବେବ୍‌ସାଇଟରେ ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଛି। କିଛି ଆଣ୍ଟିବଡି(ରୋଗପ୍ରତିରୋଧୀ ତତ୍ତ୍ୱ) ଓ ଅନ୍ୟ ଉପାଦାନ ପ୍ରୟୋଗ କରାଯାଇ ଜିକା ପୀଡିତଙ୍କଠାରେ ଜିକା ବିରୋଧୀ ଆଣ୍ଟିବଡିଜ୍‌କୁ ଠାବ କରାଯାଇପାରିବ। ସଂକ୍ରମଣର ୧୨ ସପ୍ତାହ ମଧ୍ୟରେ ଏହି ପରୀକ୍ଷା ଦ୍ୱାରା ଜିକା ରହିଛି କି ନାହିଁ ତାହା ଜଣାପଡିବ । ଏହା ନୁହେଁ ଯେ, ଜିକା ସଂକ୍ରମଣ ଜାଣିବା ପାଇଁ ଏହି ପରୀକ୍ଷା ଏକମାତ୍ର ଉପାୟ । ନିକଟରେ ଯେଉଁ ପୀଡିତଙ୍କଠାରେ ଜିକା ଲକ୍ଷଣ ଥିବା ଜଣାଯାଏ କିମ୍ବା ଯେଉଁମାନେ ଜିକା ସଂକ୍ରମିତ ଅଞ୍ଚଳରେ ରହୁଛନ୍ତି ସେମାନଙ୍କ ପାଇଁ ଏହି ପରୀକ୍ଷା ଉପଯୁକ୍ତ ହେବ। ଏହି ପରୀକ୍ଷା ଦ୍ୱାରା ପଜିଟିଭ ଜାଣିବା ପାଇଁ ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ଶନ ଏକ ଗାଇଡ୍‌ ଲାଇନ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୩ ବିଷୟରେ ଭୁଲ: ପକାଏ ସବୁଠୁ ବଡ଼ ଅସୁବିଧାରେ

ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡିତ ଅନେକ ବିଷୟରେ ବିସ୍ତୃତ ଭାବରେ ଅଧ୍ୟୟନ କରିଥିଲେ। ଯାହାକୁ ସେ ତାଙ୍କ ନୀତିଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ତାଙ୍କର...

ଶୀତଦିନେ ଗରମପାଣିରେ ଗାଧୋଇଲେ କ’ଣ ହୋଇଥାଏ

ଶୀତଦିନ ଆସିଗଲାଣି। ଏବେ ଲୋକମାନେ ଗରମପାଣିରେ ଗାଧୋଇବା ଆରମ୍ଭ କରିଦେଲେଣି। ଥରେ ଯଦି ଗରମପାଣିରେ ଗାଧୋଇବା ଆରମ୍ଭ କରିଦେବେ ତା’ହେଲେ ଥଣ୍ଡାପାଣିରେ ଗାଧୋଇବାକୁ ଇଚ୍ଛା ହେବ...

ବାସନରୁ ଦୂରାନ୍ତୁ ଗନ୍ଧ

ବେଳେବେଳେ ରୋଷେଇ କରିବା ପରେ ବାସନରେ ଗନ୍ଧ ରହିଯାଇଥାଏ। ଏହି ଗନ୍ଧ ଦୂର କରିବା ପାଇଁ ଜାଣି ରଖନ୍ତୁ କିଛି ଘରୋଇ ଉପାୟ… ହେଉଥିବା ପାତ୍ରରେ...

ଘରକରଣା

ଗନ୍ଧ ହେଉଥିବା ପାତ୍ରରେ ଏକ କପ୍‌ ଭିନେଗାର ପକାଇ ତାକୁ ୧୦ ମିନିଟ୍‌ ଫୁଟାନ୍ତୁ। ଯେତେ ଖରାପ ଗନ୍ଧ ହୋଇଥିଲେ ବି ଚାଲିଯିବ। ରୋଷେଇ ଘରେ...

ବିଶ୍ୱ କିଡ୍‌ନୀ ଦିବସ: ଗୋଟିଏ ଗୋଟିଏ କିଡ୍‌ନୀରେ ବଞ୍ଚୁଛନ୍ତି ସମ୍ପୂର୍ଣ୍ଣ ପରିବାର

ନୂଆଦିଲ୍ଲୀ: ସାରା ବିଶ୍ୱରେ ମାର୍ଚ୍ଚ ୧୦ ତାରିଖ ଅର୍ଥାତ୍ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନୀ ଦିବସ ଭାବେ ପାଳନ କରାଯାଇଥାଏ । ଏହାର...

ଶୀତଦିନେ ଆଜ୍‌ମା ସମସ୍ୟାରୁ ମୁକ୍ତି ପାଇଁ…

କେତେକଙ୍କଠାରେ ଆଜ୍‌ମା ସମସ୍ୟା ଦେଖାଦେଇଥାଏ। ଅଧିକ ଥଣ୍ଡା ପଡ଼ିଲେ କିମ୍ବା ଧୁଳି ଉଡ଼ିଲେ ଏହି ସମସ୍ୟା ବୃଦ୍ଧି ପାଇଥାଏ। କିଛି ଲୋକ ଖରାରେ ବୁଲି ବାହାରିଲେ...

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ

କଳା, ସଂସ୍କୃତି ଓ ପରମ୍ପରାରେ ପରିପୂର୍ଣ୍ଣ ମୟୂରଭଞ୍ଜ ଜିଲା। ଏଠାରେ ରହିଛନ୍ତି ଅନେକ ଲୁକ୍କାୟିତ ପ୍ରତିଭା; ଯାହାକୁ ଲୋକଲୋଚନକୁ ଆଣିବାକୁ ଅଣ୍ଟା ଭିଡିଛି ୟଙ୍ଗ ମାସ୍‌...

ଖାଇସାରିବା ପରେ ଶୀଘ୍ର ପାଣି ପିଇବା ବିଷ ପିଇବା ସଙ୍ଗେ ସମାନ

ସାଧାରଣ ଜୀବନଚର୍ଯ୍ୟା ମଧ୍ୟରେ ଆବଶ୍ୟକ ମୁତାବକ ପାଣି ପିଇବା ଜରୁରୀ। ଏ ନେଇ ଅଧିକ ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ମାତ୍ର ଅନେକେ ଖାଇବା...

Advertisement
Archives

Model This Week