ଜାରି ହେଲା ଗାଇଡ୍‌ଲାଇନ: କ୍ୱାରାଣ୍ଟାଇନ ପରେ କାମକୁ ଯାଇପାରିବେ ଶ୍ରମିକ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଅନ୍ୟରାଜ୍ୟରୁ ଓଡ଼ିଶାକୁ ଆସିଥିବା ଓ ରାଜ୍ୟ ଭିତରେ ଥିବା ଶ୍ରମିକଙ୍କୁ ଆଶ୍ୱସ୍ତି ମିଳିଛି। ବିଭିନ୍ନ ଜିଲାରେ ଥିବା ୨,୬୧୦ ରିଲିଫ କ୍ୟାମ୍ପରେ ୧୪ଦିନ କ୍ୱାରାଣ୍ଟାଇନ୍‌ ବିତାଇ ସାରିଥିବା ଶ୍ରମିକମାନେ ରାଜ୍ୟ ଭିତରେ ଯେକୌଣସି ସ୍ଥାନକୁ କାମ କରିବାକୁ ଯାଇପାରିବେ। ଶନିବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ଏକ ଗାଇଡଲାଇନ ଜାରି କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଶିଳ୍ପ ସଂସ୍ଥା, ଏଜେନ୍ସି କିମ୍ବା ଠିକାଦାର ଶ୍ରମିକଙ୍କୁ କାର୍ଯ୍ୟସ୍ଥଳକୁ ନେଇ ଯିବାବେଳେ ସରକାରଙ୍କ ଲକ୍‌ଡାଉନ ଗାଇଡ୍‌ଲାଇନ ଏବଂ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ଭାବେ ପାଳନ କରିବେ। ଶ୍ରମିକଙ୍କୁ ନେବାବେଳେ ସେମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ସହ କେଉଁଠିକୁ ଯାଉଛନ୍ତି ଓ କେଉଁ ଯାନରେ ଯାଉଛନ୍ତି ସେନେଇ ସମସ୍ତ ସୂଚନା ଜିଲା ଶ୍ରମ ଅଧିକାରୀ(ଡିଏଲ୍‌ଓ)ଙ୍କ ଜରିଆରେ ଜିଲାପାଳଙ୍କୁ ଦେବାକୁ ପଡ଼ିବ। ଜିଲାପାଳ ଏନେଇ ପାସ୍‌ ଇସ୍ୟୁ କରିବେ। ଆବଶ୍ୟକ ହେଲେ ଜିଲାପାଳ ଏନେଇ ବସ୍‌ ମଧ୍ୟ ଯୋଗାଇ ଦେବେ। ଏହାର ସମସ୍ତଖର୍ଚ୍ଚ ଠିକାଦାର, ଶିଳ୍ପ ସଂସ୍ଥା ବହନ କରିବେ। ଯଦି କୌଣସି ଶ୍ରମିକ ଶିଳ୍ପ ସଂସ୍ଥା, ଠିକାଦାର କିମ୍ବା ଏଜେନ୍ସି ସହିତ କାର୍ଯ୍ୟପାଇଁ ଯାଉ ନ ଥିବେ ସେପରି ସ୍ଥଳେ ବିଡିଓ/ଡିଏଲଓ ଶ୍ରମିକଙ୍କ ବିଷୟରେ ଜିଲାପାଳ/ଡିଆରଡିଓଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଶ୍ରମିକଙ୍କ ଯିବାଆସିବା ପାଇଁ ଆର୍‌ଟିଓଙ୍କ ସହଯୋଗରେ ବସ୍‌ ଯୋଗାଇ ଦେବେ। ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କରାଯିବ। ଏନେଇ ଜିଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ବର୍ତ୍ତମାନ ସମସ୍ତ ବସ୍‌ ଚଳାଚଳ ବନ୍ଦ ଥିବାବେଳେ ଶ୍ରମିକଙ୍କୁ ନେବା ଲାଗି ଜିଲାପାଳ ଛିଡ଼ା ହୋଇ ରହିଥିବା ବସ୍‌କୁ ବ୍ୟବହାର କରିପାରିବେ। ଉକ୍ତ ବସ୍‌ଗୁଡ଼ିକର ସେହିମାସର ସମସ୍ତ ଟିକସ ଛାଡ଼ କରାଯିବ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗପକ୍ଷରୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି। ଯେଉଁ ଶ୍ରମିକମାନେ କ୍ୱାରାଣ୍ଟାଇନ ଅବଧି ଶେଷ କରିଛନ୍ତି, ସେମାନଙ୍କୁ ସରପଞ୍ଚ କିମ୍ବା ସହରାଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁଣିଥରେ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନେଇ ପାରିବେ ନାହିଁ। ଏନେଇ ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ସରପଞ୍ଚଙ୍କ ପାଇଁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବେ। ଜିଲାପାଳମାନେ ନିଜ ଜିଲାରେ କାର୍ଯ୍ୟଗୁଡ଼ିକୁ ତଦାରଖ କରିବେ। ପିଡି ଡିଆରଡିଏମାନେ ଜିଲାର ନୋଡାଲ ଅଫିସର ଭାବେ କାର୍ଯ୍ୟ କରିବେ। ଡିଏଲ୍‌ଓ ପ୍ରତ୍ୟେକ ଦିନ କାର୍ଯ୍ୟଗୁଡ଼ିକର ରିପୋର୍ଟ ପିଡିଡିଆର୍‌ଡିଏଙ୍କୁ ପ୍ରଦାନ କରିବେ। ରାଜ୍ୟସ୍ତରରେ କୃଷି ଉପତ୍ାଦନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଏହି କମିଟିରେ ଶ୍ରମ, ପରିବହନ ବିଭାଗର ଅଧିକାରୀ ସଦସ୍ୟ ରହିବେ। ସେମାନେ ଶ୍ରମିକଙ୍କ ଯାତାୟାତ ବିଷୟରେ ନିୟମିତ ସମୀକ୍ଷା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri