ଜାରକା ବଜାରର ବାଇପାସ୍‌ ରାସ୍ତା କୃତ୍ରିମ ବନ୍ୟା

ଧର୍ମଶାଳା,୮ା୮(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକା ବଜାର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେଥିବା ଡ୍ରେନ୍‌ ସଫା ନ ହୋଇ ପଡିରହିଛି। ଏବେ ଲଗାଣ ବର୍ଷା ହେବାରୁ ପାଣି ନିଷ୍କାସନ ହୋଇ ନ ପାରି ଅନେକ ଦୋକାନ ବଜାରରେ ପଶୁଛି। ଫଳରେ ବ୍ୟବସାୟୀଙ୍କଠାରୁ ଆରମ୍ଭକରି ସାଧାରଣଲୋକେ ମଧ୍ୟ ନାହଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଳ ନିଷ୍କାସନ ପାଇଁ ଜାରକା ବଜାରର ଉଭୟ ପାର୍ଶ୍ୱରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଦ୍ୱାରା ଡ୍ରେନ୍‌ ନିର୍ମାଣ କରାଯାଇଥିଲା। ଦୀର୍ଘ ୩ ବର୍ଷ ହେବ ବିଭାଗ ପକ୍ଷରୁ ଏହି ଡ୍ରେନ ସଫା କରାଯାଉ ନାହଁ। ବ୍ଲକ ଅଞ୍ଚଳରେ ବୁଧବାର ୧୧୮ ମିମି ବର୍ଷା ହେବା ଫଳରେ ଜାରକା ବଜାରର ଉଭୟ ପାର୍ଶ୍ୱରେ ଥିବା ବାଇପାସ୍‌ ରାସ୍ତା କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଉକ୍ତ ଡ୍ରେନ୍‌କୁ ତୁରନ୍ତ ସଫା କରିବା ପାଇଁ ଉଭୟ ବଜାର କମିଟି ପକ୍ଷରୁ ଦାବି କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ନିଜକୁ ଅସହଜ ମନେ କରୁଛି….ମୈଥିଲିଙ୍କ ଚାଞ୍ଚଲ୍ୟକର ବୟାନ

କୋଲକାତା,୨୧।୪:ଭାଜପା ବିଧାୟକ ମୈଥିଲି ଠାକୁର ବଙ୍ଗଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ହୁଗଲି (ପଶ୍ଚିମବଙ୍ଗ)କୁ ନିର୍ବାଚନ ପ୍ରଚାର ପାଇଁ ଆସିଛନ୍ତି। ବଙ୍ଗଳାରେ ପହଞ୍ଚିବା ପରେ…

ରାତିରେ ଏତିକି ଘଣ୍ଟା ଶୋଉଛନ୍ତି ଭାରତର ମୁଖ୍ୟ ବିଚାରପତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୪: ମଦୁରାଇ ଜିଲା କୋର୍ଟ ପରିସରରେ ଅତିରିକ୍ତ କୋର୍ଟ କୋଠା ଏବଂ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ପାଇଁ ନୂତନ ଅତିଥି ଗୃହ ଉଦ୍‌ଘାଟିତ ହୋଇଥିଲା। ଏହି…

ଗିରଫ ହେଲେ ପୂର୍ବତନ କ୍ରିକେଟରଙ୍କ ଶଳା-ଶ୍ୱଶୁର

ମୁମ୍ବାଇ,୨୧।୪: ପୂର୍ବତନ ଭାରତୀୟ କ୍ରିକେଟର ଏବଂ ତୃଣମୂଳ କଂଗ୍ରେସ ଏମପି ୟୁସୁଫ ପଠାନଙ୍କ ଶ୍ୱଶୁର ଘର ଘରେ ଉତ୍ତେଜନା ଦେଖାଦେଇଛି। ମୁମ୍ବାଇ ପୋଲିସ ୟୁସୁଫ ପଠାନଙ୍କ ଶ୍ୱଶୁର…

ଗତକାଲିଠୁ ଥିଲେ ନିଖୋଜ, ଆଜି ମୁର୍ମୂଷୁ ଅବସ୍ଥାରେ କେନାଲରୁ ମିଳିଲେ ନାବାଳକ

ଭଦ୍ରକ, ୨୧।୪(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ନଳାଙ୍ଗ କେନାଲ ବନ୍ଧରୁ ମୁର୍ମୂଷ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ସୋମବାର ସନ୍ଧ୍ୟାରୁ ନାବାଳକ ଜଣକ…

ଇରାନ ସହିତ ଯୁଦ୍ଧ ମଧ୍ୟରେ ଜେଲ ଯିବେ ବେଞ୍ଜାମିନ ନେତାନ୍ୟାହୁ!

ଜେରୁଜେଲମ,୨୧।୪: ହଙ୍ଗେରୀର ନୂତନ ପ୍ରଧାନମନ୍ତ୍ରୀ ପିଟର ମାଗୟାର ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଯଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ…

ଯାଜପୁର ରେଳ ଷ୍ଟେଶନରୁ ୧୪ ନାବାଳକ ଉଦ୍ଧାର: କୁଆଡେ ଯାଉଥିଲେ, କିଏ ନେଉଥିଲେ… ତଦନ୍ତ ଆରମ୍ଭ

ଭଦ୍ରକ, ୨୧।୪(ସନାତନ ରାଉତ): ବିହାର ରାଜ୍ୟରୁ ଯାଜପୁରରୋଡ଼ ଷ୍ଟେଶନ ଅଭିମୁଖେ ଯାଉଥିବା ୧୪ ନାବାଳକଙ୍କୁ ଉଦ୍ଧାର କରିଛି ଭଦ୍ରକ ଚାଇଲଡ ଲାଇନ ଓ ରେଳବାଇ ପୋଲିସ l…

ଚାଲିଗଲେ ଗୁଣପୁର ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟର ପିଅନ, ଝୁରି ହେଉଛନ୍ତି କର୍ମଚାରୀ

ଗୁଣପୁର,୨୧ା୪(ସଙ୍କେତ ପାତ୍ର): ଗୁଣପୁର ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ଚକ୍ରଗୁଡ଼ା ଗ୍ରାମ ନିବାସୀ ପୀତାମ୍ବର ଶବରଙ୍କର ମଙ୍ଗଳବାର ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି।…

ଫେରି ଆସିଲା ରୋଷେଇ ଗ୍ୟାସର ପୁରୁଣା ଦିନ! ବୁକିଂ ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୪: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ର ପ୍ରଚଳିତ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରତ୍ୟେକ ସାଧାରଣ ଲୋକଙ୍କ ମନରେ ସମାନ ଭୟ: ପେଟ୍ରୋଲ, ଡିଜେଲ ଏବଂ ରୋଷେଇ ଗ୍ୟାସ ମହଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri