ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଶୀର୍ବାଦ

କଟକ ଅଫିସ,୧୫ା୧୦: ଅର୍ଥତତ୍ତ୍ବ(ଏଟି) ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଜାମିନ ପାଇଁ ସୋମବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୂର୍ବରୁ ଆଶୀର୍ବାଦ ସିବିଆଇ ସ୍ପେଶାଲ କୋର୍ଟ ଏବଂ ଭୁବନେଶ୍ୱର ସେସନ କୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ ଉଭୟ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ପରେ ଆଶୀର୍ବାଦ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଛନ୍ତି। ଆଶୀର୍ବାଦଙ୍କ ପକ୍ଷରୁ ଆଇନଜୀବୀ ପ୍ରଭୁପ୍ରସନ୍ନ ବେହେରା ଓ ପ୍ରଣୟ ଦାସ ଏହି ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ଓଡ଼ିଶା ରଣଜୀ କ୍ରିକେଟ ଦଳର ପ୍ରାୟୋଜକ ହେବା ପାଇଁ ଅର୍ଥତତ୍ତ୍ବ ଓସିଏକୁ ୧ କୋଟି ଟଙ୍କା ଦେଇଥିଲା। ୨୦୧୧ରେ ଅନୁଷ୍ଠିତ ଓଡ଼ିଶା ପ୍ରିମିୟର ଲିଗ୍‌(ଓପିଏଲ୍‌)ର ପ୍ରାୟୋଜକ ଥିଲା ଅର୍ଥତତ୍ତ୍ବ। ଏହି ଚିଟ୍‌ଫଣ୍ଡ ସଂସ୍ଥା ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ବହୁ ଜମାକାରୀଙ୍କ କୋଟିକୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ ସିବିଆଇ କରୁଥିବାବେଳେ ଅର୍ଥତତ୍ତ୍ବ ସହ ଆଶୀର୍ବାଦଙ୍କ ଲିଙ୍କ୍‌ ଥିବା ସୂଚନା ମିଳିଥିଲା। ଅନ୍ୟପକ୍ଷରେ ଓଡ଼ିଶା ଅଲିମ୍ପିକ ଆସୋସିଏଶନର ସମ୍ପାଦକ ଥିବାବେଳେ ସରକାରୀ ଜମିରେ କଲ୍ୟାଣ ମଣ୍ଡପ ଓ ଦୋକାନ ଗୃହ ନିର୍ମାଣ କରିବା ମାମଲାରେ ମଧ୍ୟ ଆଶୀର୍ବାଦଙ୍କ ସମ୍ପୃକ୍ତି ଥିବା ନେଇ ସିବିଆଇ ତଦନ୍ତରୁ ଜାଣିବାକୁ ପାଇଥିଲା। ଏ ନେଇ ଆଶୀର୍ବାଦଙ୍କୁ ବହୁବାର ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଜେରା କରାଯାଇଥିଲା। ତେବେ ଗତ ସେପ୍ଟେମ୍ବର ୧୯ରେ ସିବିଆଇ ଆଶୀର୍ବାଦଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ସିବିଆଇ ବିଚାରବିଭାଗୀୟ ହାଜତରେ ରହିଥିବାବେଳେ ଆଶୀର୍ବାଦ ଅସୁସ୍ଥ ହୋଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ଏସ୍‌ସିବି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର, ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟି ମାରିଦେଲେ

ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ

ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ…

ଝାଡ଼ଖଣ୍ଡ ଉପରେ ଅବପାତ ସକ୍ରିୟ: ଆଜିଠୁ କମିବ ବର୍ଷା

ଭୁବନେଶ୍ୱର,୭।୭(ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ପ୍ରାୟ ୨୫କି.ମି. ବେଗରେ ଗତି କରି…

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri