ଜାମିନ ଖାରଜ: ଝାରପଡ଼ା ଫେରିଲେ ପ୍ରଦୀପ, ପାଠକ ବାପ-ପୁଅ

ବ୍ରହ୍ମପୁର ଅଫିସ,୧୭।୪:ଟାଟା ମୋଟର୍ସରେ ଚାକିରି ଦେବା ନଁାରେ ଟଙ୍କା ଠକେଇର ଗୋଟିଏ ପରେ ଗୋଟିଏ ନୂଆ ଫର୍ଦ୍ଦରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ଅଭୟକାନ୍ତ ପାଠକ ଓ ପୁଅ ଆକାଶ ଜଡିତ ହେଉଛନ୍ତି। ଗୁରୁବାର ସେମାନଙ୍କ ଜାମିନ ପାଇଁ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରାଯାଇଥିଲା। ତିନି ଅଭିଯୁକ୍ତଙ୍କ ପାଇଁ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ ଜାମିନ ପାଇଁ ଆବେଦନ କରିଥିଲେ। ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କ ନାମରେ ମାମଲା ରୁଜୁ କରୁଥିବାରୁ ଜାମିନ ଦେବାକୁ ସେ ଯୁକ୍ତି ବାଢ଼ିଥିଲେ। ଏଥିରେ ଆଇନଜୀବୀ ଅସିତ ଶତପଥୀ ସହଯୋଗ କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଉଭୟ ପକ୍ଷ ଓକିଲଙ୍କ ମଧ୍ୟରେ ଜବାବ ସୁଆଲ ଚାଲିଥିଲା। ଏହାର ଶୁଣାଣି କରି ଶେଷରେ ଏସ୍‌ଡିଜେଏମ୍‌ ଜିତେନ୍ଦ୍ରୀୟ ପାଣିଗ୍ରାହୀ ତାହାକୁ ଖାରଜ କରିଦେଇଛନ୍ତି। ଅନ୍ୟପଟେ ମଣ୍ଡଳ କାରାଗାରରେ ଥିବା ପ୍ରଦୀପ, ପାଠକ ବାପ-ପୁଅଙ୍କ ଶୁକ୍ରବାର ସକାଳେ କୋଭିଡ୍‌ ପରୀକ୍ଷା କରାଯାଇଥିଲା। କୋର୍ଟ ନିର୍ଦ୍ଦେଶ ପ୍ରକାରେ ସେମାନଙ୍କୁ ବ୍ରହ୍ମପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା। ପରେ ସେମାନଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ବୋଲି ତାଙ୍କ ଓକିଲ ପଟ୍ଟନାୟକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବୈଦ୍ୟନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ କାର୍ତ୍ତିକ ପ୍ରଧାନଙ୍କ ପୁଅକୁ ଟାଟା ମୋଟର୍ସରେ ଚାକିରି କରାଇ ଦେବାକୁ କହି ପ୍ରଦୀପ ୬ଲକ୍ଷ ଟଙ୍କା ଠକେଇ କରିଥିଲେ ବୋଲି ବୈଦ୍ୟନାଥପୁର ଥାନାରେ ସେ ଅଭିଯୋଗ କରିଥିଲେ। ଏଥିରେ ପାଠକ ବାପ-ପୁଅଙ୍କ ସମ୍ପୃକ୍ତି ଥିବା ନେଇ ଦର୍ଶାଇଥିଲେ। ପୋଲିସ ସେମାନଙ୍କ ବିରୋଧରେ ୮୧/୨୧ରେ ମାମଲା ରୁଜୁ କରିଥିଲା। ଅଭିଯୁକ୍ତମାନେ ଭୁବନେଶ୍ୱର ଝାରପଡା ଜେଲରେ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଅଣାଯିବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଥିଲା। ଏଣୁ ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲରୁ ଅଣାଯାଇ ଗୁରୁବାର ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିରନ୍ତର ବିଦ୍ୟୁତ୍‌ ଯୋଗାଣ ଲକ୍ଷ୍ୟ

ବ୍ରହ୍ମପୁର ଅଫିସ,୧୨ା୫: ଗ୍ରାହକଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ସମସ୍ତ ସର୍କଲରେ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକୁ ନେଇ ଗୋଷ୍ଠୀ ସଂଘର୍ଷ

ଆନନ୍ଦପୁର,୫।୨(ସ୍ବ.ପ୍ର.): ଆନନ୍ଦପୁର ବ୍ଲକ୍‌ ହରିଡ଼ାପାଳ ପଞ୍ଚାୟତ ଟୋଲଙ୍କପଡ଼ା ଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମକୁ ନେଇ ଗୋଷ୍ଠୀ ସଂଘର୍ଷ ଦେଖାଯାଇଛି। ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି। ଗ୍ରାମରେ...

ବସ-ଟ୍ରକ୍‌ ଦୁର୍ଘଟଣା : ୧୫ ଆହତ, ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର

ଚୌଦ୍ୱାର,୨୭।୧୦(ଡି.ଏନ୍‌.ଏ.): କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥର ବ୍ୟାଙ୍କଛକଠାରେ ବସ୍‌-ଟ୍ରକ୍‌ ଧକ୍କାରେ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ଜଣ୍ଡିସ୍‌ ଆଶଙ୍କାରେ ଜିଲାବାସୀ

କେନ୍ଦ୍ରାପଡ଼ା ଅଫିସ,୯ା୪: ଖରାର ପ୍ରକୋପ ବଢ଼ୁଛି। ଅସହ୍ୟ ତାତି ସହ ପାନୀୟ ଜଳ ସମସ୍ୟା କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଏହି ସମସ୍ୟାର ସମାଧାନ...

ବାଣ ନ ଫୁଟାଇବାକୁ କହି ଗୋଲାପ ବାଣ୍ଟିଲେ

ଭଞ୍ଜନଗର,୨୪।୧୦(ଡି.ଏନ୍‌.ଏ.): ଦୀପାବଳି ଅବସରରେ ଅନେକ ଲୋକ ବାଣ ଫୁଟାଇ ପରିବେଶ ପ୍ରଦୂଷଣ କରୁଛନ୍ତି। ଏହାଦ୍ବାରା ଅନେକ ପ୍ରଦୂଷଣ ଜନିତ ସମସ୍ୟା ହେଉଛି। ତେବେ ବାଣର ଅପକାରିତା...

ବାପାଙ୍କ ଶ୍ରାଦ୍ଧ ଦିବସରେ ସାନଭାଇଙ୍କୁ ହତ୍ୟା

ଟିକିରି,୧୦ା୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ଥାନା ଅଧୀନ ଖୁଣ୍ଟିଆ ସାହିରେ ରବିବାର ବାପାଙ୍କ ଶ୍ରାଦ୍ଧଦିବସରେ ଦୁଇପୁଅଙ୍କ ମଧ୍ୟରେ ବଚସାରୁ ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇଙ୍କ ଖଣ୍ଡାଚୋଟରେ ସାନଭାଇଙ୍କ...

ବଉଳମାଳା ପଥର ବୋଝେଇ ଟ୍ରକ୍‌ ଜବତ ଏସ୍‌କର୍ଟରେ ଯାଉଥିବା ଯୁବକଙ୍କ ସମେତ ୫ ଜେଲ ଗଲେ

ରଣପୁର,୨୪ା୯(ସ୍ବ.ପ୍ର.): ପଡୋଶୀ ଗଞ୍ଜାମ ଜିଲାକୁ ଚୋରାରେ ଚାଲାଣ ହେଉଥିବା ବଉଳମାଳା ପଥର ବୋଝେଇ ୪୦୭ ଟ୍ରକ୍‌କୁ ରଣପୁର ପୋଲିସ ଜବତ କରିଛି। ଏହି ଘଟଣାରେ ଏସ୍‌କର୍ଟରେ...

ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଟ୍ରାଏଲ ରନ୍‌

ରାଉରକେଲା,୨୧ା୯(ଦିନେଶ ମିଶ୍ର): ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଟ୍ରାଏଲ୍‌ ରନ୍‌ ବୁଧବାର ସଫଳତା ସହ ସମ୍ପନ୍ନ ହୋଇଛି। ଏହା ସକାଳ ୫ଟାରେ ପୁରୀ...

Advertisement
Archives

Model This Week