Posted inଜାତୀୟ

ଜାମିଆ ହିଂସା: ବିନା ଅନୁମତିରେ କ୍ୟାମ୍ପସ୍‌ରେ ପଶି ମାରପିଟ୍‌ କରିଥିଲା ପୋଲିସ; ଭିସି

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟିରେ ସୋମବାର ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ କୁଳପତି ନଜ୍‌ମା ଅଖତର ଭେଟିଛନ୍ତି। ସେହି ସମୟରେ ଗତ ମାସରେ କ୍ୟାମ୍ପସ୍‌ ଭିତରେ ହୋଇଥିବା ହିଂସାକୁ ନେଇ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଛାତ୍ରମାନେ ଦାବି କରିଥିଲେ। ଏହାକୁ ନେଇ ନଜ୍‌ମା କହିଛନ୍ତି, ମଙ୍ଗଳବାରଠାରୁ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। କ୍ୟାମ୍ପସ୍‌ରେ ବିନା ଅନୁମତିରେ ପୋଲିସ ପ୍ରବେଶ କରି ଘଟାଇଥିବା ହିଂସା ବିରୋଧରେ ପୂର୍ବରୁ ତାଙ୍କ ପକ୍ଷରୁ ଏତଲା ରୁଜୁ କରାଯାଇଥିଲା। କିନ୍ତୁ ପୋଲିସ ଉକ୍ତ ଏତଲାକୁ ଗ୍ରହଣ କରୁନାହିଁ ବୋଲି ନଜ୍‌ମା ପ୍ରଦର୍ଶନକାରୀ ଛାତ୍ରମାନଙ୍କୁ କହିଛନ୍ତି। ଯଦି ଆବଶ୍ୟକ ହୁଏ ଦିଲ୍ଲୀ ପୋଲିସ ବିରୋଧରେ ସେ କୋର୍ଟ ଯିବେ ବୋଲି ଛାତ୍ରମାନଙ୍କୁ ପ୍ରତିଶୃତି ଦେଇଛନ୍ତି। ଏଥିସହ ଛାତ୍ରଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ପରୀକ୍ଷା ତାରିଖକୁ ଘୁଞ୍ଚାଇବାକୁ କରିଥିବା ଦାବିକୁ ନଜ୍‌ମା ମାନି ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶୀଲ ଚନ୍ଦ୍ରା ହେବେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୧୨।୪: ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ ବୋଲି ଜଣାପଡିଛି। ଏଥିପାଇଁ ସରକାରଙ୍କୁ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ମିଳିଛି। ସୋମବାର ଏନେଇ...

ଉତ୍ତରପୂର୍ବରେ ବନ୍ଦ ପାଳନ

ନୂଆଦିଲ୍ଲୀ,୧୧ା୧୨: ନାଗରିକତ୍ୱ ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ ହେବାର ଦିନକ ପରେ ଓ ରାଜ୍ୟ ସଭାରେ ଉପସ୍ଥାନ କରାଯିବାର ଦିନକ ପୂର୍ବରୁ ଏହାକୁ ଉତ୍ତର-ପୂର୍ବାଞ୍ଚଳରେ...

ସୋନିଆଙ୍କ ଜନ୍ମଦିନରେ କଂଗ୍ରେସ କର୍ମୀଙ୍କୁ ପିଆଜ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୯।୧୨: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ସୋମବାର ୭୩ ତମ ଜନ୍ମଦିବସ ଥିଲା। ହେଲେ ଦେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ଯେଉଁ ପ୍ରଶ୍ନ ଉଠିଛି...

ପୂର୍ବା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

କାନପୁର,୨୦।୪: ଉତ୍ତର ପ୍ରଦେଶର କାନପୁରଠାରେ ହାଓ୍ବଡା-ନୂଆଦିଲ୍ଲୀ ପୂର୍ବା ଏକ୍ସପ୍ରେସର ୧୨ଟି କୋଚ୍‌ ଶନିବାର ସକାଳେ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି। ଏଥିରେ କେବଳ ୩ ଜଣ...

ଖୁବ୍‌ଶୀଘ୍ର ସୋନିଆଙ୍କୁ ଭେଟିବେ ଗୁଲାମନବୀ ଆଜାଦ

ନୂଆଦିଲ୍ଲୀ,୧୭।୩: ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଜି-୨୩ (ଅସନ୍ତୁଷ୍ଟ ନେତାମାନଙ୍କ ଗୋଷ୍ଠୀ) ଦଳୀୟ ନେତୃତ୍ୱରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦାବିକୁ ଜୋର୍‌ଦାର...

ନିର୍ମଳା ସୀତାରମଣ ଦେଶର ସବୁଠାରୁ ଶକ୍ତିଶାଳୀ ମହିଳା

ନୂଆଦିଲ୍ଲୀ,୨।୧୨: ଫର୍ଚୁନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ଭାରତର ୫୦ଟି ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଏହା ପ୍ରକାଶ ପାଇଛି। ଏହି ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର...

‘ବିଧାନସଭା ନିର୍ବାଚନରେ ଭାଜପା ସମଦଶା ଭୋଗିବ’

ଜୟପୁର,୧୧।୬: ରାଜସ୍ଥାନରୁ ରାଜ୍ୟ ସଭାକୁ କଂଗ୍ରେସରୁ ୩ଜଣ ନିର୍ବାଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ସୁଭାଷ...

ଲଭ୍ ଜେହାଦକୁ ବିରୋଧ କରିବ ସମାଜବାଦୀ ପାର୍ଟି: ଅଖିଳେଶ

ଲକ୍ଷ୍ନୌ,୨୮ ।୧୧: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରିଛନ୍ତି ।...

Advertisement
Archives

Model This Week