Posted inଖେଳ

ଜାଭେଲିନ ଥ୍ରୋୟର ଶିବପାଲଙ୍କୁ ଅଲିମ୍ପିକ୍‌ ଟିକେଟ୍‌

ପୋଚ୍‌ଫ୍ସଷ୍ଟ୍ରୁମ(ଦକ୍ଷିଣ ଆଫ୍ରିକା),୧୧।୩(ପି.ଟି.)- ଭାରତୀୟ ଜାଭେଲିନ ଥ୍ରୋୟର ଶିବପାଲ ସିଂ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ବୁଧବାର ଚଳିତବର୍ଷ ହେବାକୁ ଥିବା ଇଭେଣ୍ଟ ଲାଗି ଧାର୍ଯ୍ୟ କ୍ୱାଲିଫାଇଙ୍ଗ ଦୂରତା (୮୫ ମିଟର) ହାସଲ କରିଛନ୍ତି। ସେ ଦେଶର ଦ୍ୱିତୀୟ ଜାଭେଲିନ ଥ୍ରୋୟର ଭାବେ ଅଲିମ୍ପିକ୍‌ ଖେଳିବେ। ତାଙ୍କ ପୂର୍ବରୁ ନୀରଜ ଚୋପ୍ରା ଏହି ସଫଳତା ପାଇଥିଲେ। ୨୪ ବର୍ଷୀୟ ଶିବପାଲ ଏସିଏନ୍‌ଡବ୍ଲ୍ୟୁ ପ୍ରତିଯୋଗିତାରେ ୫ମ ଉଦ୍ୟମରେ ୮୫.୪୭ ମି. ଦୂରତା ହାସଲ କରିଛନ୍ତି। ଏ ସମ୍ପର୍କରେ ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ଜଣେ ଭାରତୀୟ ଆକାଶଦୀପ ସିଂ ୭୫ ମି. ଦୂରତା ଜାଭେଲିନ ଫିଙ୍ଗି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଉଲ୍ଲେଖଥାଉ କି, ନୀରଜ ଗତ ଜାନୁୟାରୀରେ ଅନ୍ୟ ଏକ ଏସିଏନ୍‌ଡବ୍ଲ୍ୟୁ ଲିଗ୍‌ ଇଭେଣ୍ଟ ଅଲିମ୍ପିକ୍‌ ଟିକେଟ୍‌ ପାଇଥିଲେ। ଶିବପାଲ ଓ ନୀଜରଙ୍କ ବ୍ୟତୀତ ୨୦ କି.ମି. ଚାଲିରେ କେ. ଟି ଇର୍ଫାନ, ଅବିନାଶ ସାବଲେ (ପୁରୁଷ ୩୦୦୦ ମି. ଷ୍ଟିପଲଚେଜ) ଓ ଦେଶର ମିକ୍ସଡ୍‌ ୪ ଗୁଣା ୪୦୦ ମି. ରିଲେ ଦଳ ଯୋଗ୍ୟତା ହାସଲ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ୍‌-୧୯: ଟିଟିଏଫ୍‌ଆଇ ଦେଲା ୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୩୧।୩(ପି.ଟି.)-କୋଭିଡ୍‌-୧୯ ମୁକାବିଲା ପାଇଁ ଟେବୁଲ ଟେନିସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଟିଟିଏଫ୍‌ଆଇ) ୫ଲକ୍ଷ ଟଙ୍କା ଦାନ କରିଛି। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଟିଟିଏଫ୍‌ଆଇ ଏହି ଅର୍ଥ...

କ୍ରିକେଟ୍‌ରେ କ୍ୟାରିୟର ଗଢ଼ିବାକୁ ଯାଉଛନ୍ତି ଏହି ଅଭିନେତାଙ୍କ ପୁଅ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମନ୍‌ସୁର ଅଲ୍ଲୀ ଖାନ୍‌ ପଟୌଦିଙ୍କ ପୁଅ ସୈଫ ଅଲ୍ଲୀ ଖାନ୍‌ କ୍ରିକେଟ ନୁହେଁ, ଅଭିନୟକୁ କ୍ୟାରିୟର ରୂପେ ବାଛିଥିଲେ।...

ସ୍ବର୍ଣ୍ଣ ଜିତିଲେ ପିଭି ସିନ୍ଧୁ

ବର୍ମିଂହାମ,୮।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶେଷ ଦିନରେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ମ୍ୟାଚରେ...

ପ୍ରଥମ ଭେଟରେ ଏହି କ୍ରିକେଟର୍‌ଙ୍କୁ ଗାଳି ଦେଇଥିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସ୍ପିନର ହେଉଛନ୍ତି ୟୁଜବେନ୍ଦ୍ର ଚହଲ। ୨୦୧୬ରେ ପ୍ରଥମଥର ଦେଶ ପାଇଁ ଖେଳିବାର ସୁଯୋଗ ପାଇଥିଲେ। ସେ ୨୦୧୬ ଜୁନ...

ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ: ତୃତୀୟ ଦିନରେ ବାର୍ଷା ବାଧକ

ମାଞ୍ଚେଷ୍ଟର, ୧୮।୭- ବର୍ଷା କାରଣରୁ ଇଂଲଣ୍ଡ-ଓ୍ବେ୍‌ଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିବସ ଖେଳ ବାତିଲ ହୋଇଛି। ଇଂଲଣ୍ଡ ପ୍ରଥମ ଇନିଂସକୁ ୪୬୯/୯ରେ ଘୋଷଣା କରିଥିବାବେଳେ ଦ୍ୱିତୀୟ...

ସମସ୍ତଙ୍କ ହୃଦୟ ଜିତିଲେ ମନ୍ଧାନା

ଖ୍ରୀଷ୍ଟଚର୍ଚ୍ଚ,୮।୩: ଭାରତୀୟ ମହିଳା କ୍ରିକେଟ ଟିମ ଚଳିତ ଆଇସିସି ମହିଳା ବିଶ୍ୱକପରେ ଜବରଦସ୍ତ ଆରମ୍ଭ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦୭...

୬ଟି ଆଙ୍ଗୁଠି ଥିବା ଏହି ଖେଳାଳି ମାରିଥିଲେ ୬ଟି ବଲ୍‌ରୁ ୬ଟି ଛକା

ଓ୍ବେଷ୍ଟଇଣ୍ଡିଜର ପ୍ରସିଦ୍ଧ ଖେଳାଳି ଗ୍ୟାରି ସୋବର୍ସଙ୍କ ୮୪ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମରୁ ଏହି ମହାନ କ୍ରିକେଟରଙ୍କ ଦୁଇ ହାତରେ ୧୨ ଟି ଆଙ୍ଗୁଠି ଥିଲା...

ଇତିହାସ ରଚିଲେ ରୋହିତ ଶର୍ମା: ପ୍ରଥମ ବଲ୍‌ ଖେଳି କଲେ ଏମିତି କାରନାମା

ଅହମଦାବାଦ,୧୯।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆର ଆରମ୍ଭ ଅତ୍ୟନ୍ତ ବିସ୍ଫୋରକ ଥିଲା। ରୋହିତ ଶର୍ମା ମ୍ୟାଚର ପ୍ରଥମ ବଲରୁ...

Advertisement
Archives

Model This Week