ଜାପାନୀ ଜ୍ୱରରେ ଛାତ୍ର ଆକ୍ରାନ୍ତ: ମଢ଼ିଆଳିରେ ପହଞ୍ଚିଲେ ଡାକ୍ତରୀ ଟିମ୍‌

ଭଣ୍ଡାରିପୋଖରୀ, ୨୦।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଢିଆଳି ଗ୍ରାମର ଜଣେ ୧୭ ବର୍ଷର କଲେଜ ପଢୁଆ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ ୫ ତାରିଖରେ ତାଙ୍କୁ ଜ୍ୱର ହେବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ତାଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଔଷଧ ଖାଇବା ପରେ ମଧ୍ୟ ଜ୍ୱର ଛାଡ଼ି ନ ଥିଲା। ଏଣୁ ତାଙ୍କୁ କଟକକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖିବାକୁ ଡାକ୍ତର କହିଥିଲେ। ଆଇସିୟୁ କଟକ ବଡ଼ ଡାକ୍ତରଖାନାରେ ନ ମିଳିବାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରକ୍ତ ନମୁନା ପରୀକ୍ଷା ପରେ ତାଙ୍କୁ ଜାପାନୀ ଜ୍ୱର ହୋଇଥିବା ଜଣାପଡ଼ିଥିଲା। ସେ ବର୍ତ୍ତମାନ ଆଇସିୟୁରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ଜାପାନୀ ଜ୍ୱର ପାଇଁ କୌଣସି ଔଷଧ ନ ଥିବାବେଳେ କେବଳ ପ୍ରତିଷେଧକ ଟିକା ରହିଛି। ଭଦ୍ରକ ଜିଲାରେ ଆଜି ପର୍ଯ୍ୟନ୍ତ ଏହି ଟିକା ଦିଆଯାଇ ନ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ. କମଳାକାନ୍ତ ସ୍ବାଇଁଙ୍କୁ ପଚାରିବାରୁ କହିଛନ୍ତି, ଜାପାନୀ ଜ୍ୱର ସମ୍ପର୍କରେ କିଛି ରିପୋର୍ଟ ଆସି ନାହିଁ। ଏହି ଜ୍ୱର ପାଇଁ ଔଷଧ ନାହିଁ। କେବଳ ଟିକାକରଣ କରାଯାଇପାରିବ। ନଭେମ୍ବର ୧୧ଠାରୁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଜାପାନୀ ଜ୍ୱର ସମ୍ପର୍କରେ ୧ରୁ ୧୫ ବର୍ଷ ପିଲାମାନଙ୍କୁ ପ୍ରତିଷେଧକ ଟିକା ପ୍ରଦାନ ସହ ବିଭିନ୍ନ ସ୍ଥାନରେ ଜନସଚେତନତା ସୃଷ୍ଟି କରାଯିବା ବ୍ୟବସ୍ଥା ହୋଇଥିବା କହିଥିଲେ। ରବିବାର ଅପରାହ୍ନରେ ଏକ ଡାକ୍ତରୀ ଟିମ୍‌ ମଢ଼ିଆଳିରେ ପହଞ୍ଚିଥିଲେ।
ମଞ୍ଜୁରିରୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡା. ଦେବାଶିଷ ପତି, ସରପଞ୍ଚ ପ୍ରମିଳା ସାହୁ, ଅଙ୍ଗନୱାଡି, ଆଶାକର୍ମୀ ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ ରୁଦ୍ରପ୍ରସାଦ କବି ମଢିଆଳିରେ ପହଞ୍ଚି ଗ୍ରାମ ଲୋକଙ୍କୁ ଡାକି ଏକ ସଚେତନତା ସଭା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ଟି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର

ଡେରାବିଶ,୩୧ା୫ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ରଘୁଦେଇପୁର ପଞ୍ଚାୟତ ବେଲାରପୁର ଗ୍ରାମର ୫ ଜଣ ଅଭିଯୋଗକାରୀଙ୍କ ନାମରେ ୪ଟି ମାମଲା କରି ନ୍ୟାୟ...

ପଞ୍ଚାୟତ ସ୍ତରରେ ଖୋଲିଲା ସଙ୍ଗରୋଧ କେନ୍ଦ୍ର

କେନ୍ଦୁଝର, ୨୯ା୩(ସ୍ବ.ପ୍ର.)- ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ କେନ୍ଦୁଝର ଜିଲା ସଦର ବ୍ଲକର ୨୫ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି। ଏନେଇ ପଦ୍ମପୁର ଗୋଷ୍ଠୀ...

ବନ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

ବାରିପଦା ଅଫିସ,୧୨।୧୨: ବାରିପଦା ହାତୀ ଶିକାର ଘଟଣାକୁ ନେଇ ତିନି ଜଣ ବନ କର୍ମଚାରୀ ନିଲମ୍ବିତ ହେବା ଘଟଣା ପରେ ପୁଣି ଚର୍ଚ୍ଚା ଘେରକୁ ଆସିଛି...

‘ଜୀବନ ଦେବୁ ପଛେ ପରମ୍ପରା ବନ୍ଦ କରାଇ ଦେବୁନି’

ପୁରୀ ଅଫିସ, ୪ା୫:  ଶହ ଶହ ବର୍ଷ ଧରି ଶ୍ରୀକ୍ଷେତ୍ରରେ ପାଳିତ ହୋଇଆସୁଛି ଯମୁନା ଗାଧୁଆ ପରମ୍ପରା। ମାତ୍ର ଏହାକୁ ବନ୍ଦ କରିବା ଲାଗି ପ୍ରଶାସନିକ...

ପଟ୍ଟା ବଣ୍ଟନ ମେଳା: ୨୭୫୩ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ

ପୁରୁଷୋତ୍ତମପୁର,୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗ୍ରାମକଣ୍ଠ ପରମ୍ବୋକ ପଟ୍ଟା ବଣ୍ଟନ ମେଳା ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।...

ଗଞ୍ଜାମ ଜିଲାର ୧୧୬୭ କ୍ୱାରାଣ୍ଟାଇନ ସେଣ୍ଟର ଉପରେ ନଜର ରଖୁଛି ୫୮ ପୋଲିସ ମୋବାଇଲ ଟିମ୍‌ , ରହିଛନ୍ତି ୫୫୦୨୫ ପ୍ରବାସୀ

ଛତ୍ରପୁର, ୧୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ୧୧୬୭ଟି କ୍ୱାରାଣ୍ଟାଇନ ସେଣ୍ଟର ରହିଛି। ଉକ୍ତ ସେଣ୍ଟରଗୁଡିକର ବାହାରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଏଥିସହ...

୮ ଫୁଟ କମ୍ବ ର ଅଜଗର ଉଦ୍ଧାର: ଗ୍ରାମବାସୀ ଭୟଭୀତ

ପାଟଣା,୧୯।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ବିଟ ଫୁଲପାହାଡ଼ି ଗ୍ରାମପଡ଼ିଆରୁ ବୁଧବାର ସକାଳୁ ୮ ଫୁଟ ଲମ୍ବର ଏକ ଅଜଗର ଉଦ୍ଧାର...

ସୋଲା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର, ୨୭।୧୨(ସ୍ବ.ପ୍ର.)-ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷ ଓ ଚାଷୀ ମାନଙ୍କ ବିକାଶ କଥା କହୁଛନ୍ତି । କିନ୍ତୁ କେନ୍ଦୁଝର ଜିଲାରେ ଧାନ ସହିତ...

Advertisement
Archives

Model This Week