Posted inଖେଳ

ଜାପାନିଜ ଗ୍ରାଁ ପି: ବୋଟାସଙ୍କୁ ଷଷ୍ଠ ବିଶ୍ୱ ଟାଇଟଲ

ସୁଜୁକା,୧୪।୧୦(ଏଏଫ୍‌ପି)- ଫିନ୍‌ଲାଣ୍ଡର ମର୍ସିଡିଜ୍‌ ଡ୍ରାଇଭର ଭାଲଟେରୀ ବୋଟାସ ଜାପାନିଜ ଗ୍ରଁାପି ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ରେସ୍‌ରେ ସେ ୧:୩୧:୫୨:୯୪୨ ସେକେଣ୍ଡ ସମୟ ନେଇ ବିଜୟୀ ହୋଇଛନ୍ତି। ଚଳିତ ସେସନ୍‌ରେ ବୋଟାସଙ୍କ ଏହା ଦ୍ୱିତୀୟ ବିଜୟ। ରେସ୍‌ରେ ବୋଟାସ ନିଜ ଦଳୀୟ ସାଥୀ ତଥା ୫ଥର ବିଶ୍ୱ ଚାମ୍ପିୟନ ହୋଇଥିବା ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ବାଜି ମାରିଛନ୍ତି। ଏହି ରେସ୍‌ରେ ଫେରାରିର ସେବାଷ୍ଟିଆନ ଭେଟେଲ ତୃତୀୟ, ରେଡ୍‌ବୁଲର ମ୍ୟାକ୍ସ ଭେର୍ଷ୍ଟାପେନ ଚତୁର୍ଥ ଓ ଫେରାରି ଚାଲର୍‌ସ ପଞ୍ଚମ ସ୍ଥାନରେ ରହିଛନ୍ତି। ସେ ୬ ମାସ ପରେ ସେ ଚଳିତ ବର୍ଷ ତାଙ୍କର ତୃତୀୟ ଟାଇଟଲ ଜିତିଛନ୍ତି। ଏହା ପୂର୍ବରୁ ସେ ଅଷ୍ଟ୍ରେଲିଆରେ ସିଜନର ପ୍ରଥମ ଓ ଏପ୍ରିଲ୍‌ରେ ଆଜରବୈଜାନରେ ଗ୍ରାଣ୍ଡପ୍ରିକ୍ସ ଟାଇଟଲ ହାସଲ କରିଥିଲେ। ନିଜ ପ୍ରଦର୍ଶନରେ ସେ ଖୁସି ଜାହିର କରିଛନ୍ତି। ସେ ତୃତୀୟ ପୋଜିଶନରୁ ରେସ୍‌ ଆରମ୍ଭ କରିଥିଲେ। ସେ ମର୍ସିଡିଜ ପାଇଁ ଷଷ୍ଠ ଟାଇଟଲ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡ କ୍ରିକେଟରଙ୍କ ଟ୍ରେନିଂ ଆରମ୍ଭ

ଓ୍ବେଲିଂଟନ, ୧୪ା୭ (ପି.ଟି.)- ନ୍ୟୁଜିଲାଣ୍ଡର ଟପ୍‌ କ୍ରିକେଟରମାନେ ସୋମବାର ସ୍କ୍ବାଡ୍‌ ଟ୍ରେନିଂକୁ ଫେରିଛନ୍ତି। ଲିନ୍‌କନ୍‌ଠାରେ ଥିବା ଦେଶର ହାଇ ପରଫର୍ମାନ୍ସ ସେଣ୍ଟରଠାରେ ଏହା ଅନୁଷ୍ଠିତ ହେଉଛି।...

ରାଜ୍ୟ ସ୍କୁଲ୍ସ ଓପନ୍‌ ଚେସ୍‌: ହର୍ଷିତଙ୍କୁ ଟାଇଟଲ୍‌

ଭୁବନେଶ୍ୱର, ୨୫।୧୧ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ସେକ୍ରେଟାରୀଏଟ ରିକ୍ରେସନ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟ ସ୍କୁଲ୍ସ ଓପନ୍‌ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ୭...

ଫାଇନାଲରେ ଝାଡ଼ଖଣ୍ଡ-ଅରୁଣାଚଳପ୍ରଦେଶ

କଟକ ଅଫିସ,୧୯ା୬- ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶେନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକରେ ଚାଲିଥିବା ସବ୍‌ଜୁନିୟର ବାଳିକା ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପର ଫାଇନାଲ ଝାଡ଼ଖଣ୍ଡ ଓ ଅରୁଣାଚଳପ୍ରଦେଶ ମଧ୍ୟରେ...

ମେକ୍ସିକୋ, ୟୁଏସ୍‌ଏ, ସ୍ଲୋଭେନିଆ ସହ ଖେଳିବ ଜୁନିୟର ଫୁଟ୍‌ବଲ ଦଳ

ନୂଆଦିଲ୍ଲୀ, ୨୭ା୪ (ପି.ଟି.)-ଏଏଫ୍‌ସି ୧୬ବର୍ଷରୁ କମ୍‌ କ୍ୱାଲିଫାୟର୍ସକୁ ଦୃଷ୍ଟିରେ ରଖି ଭାରତୀୟ ଜାତୀୟ ଜୁନିୟର ଦଳ ଦକ୍ଷତା ବୃଦ୍ଧି ପାଇଁ ଇଟାଲୀ ଟୁର୍‌ରେ ଯିବ। ସେଠାରେ...

ଫୁଟ୍‌ବଲ ଖେଳାଳିଙ୍କ ମଧ୍ୟରେ ଅବସାଦ ବଢ଼ୁଛି

ପ୍ୟାରିସ, ୨୩ା୪ (ଏଏଫ୍‌ପି)-କରୋନାଭାଇରସ୍‌ ମହାମାରୀ ଯୋଗୁ ବର୍ତ୍ତମାନ ଖେଳକୁ ସ୍ଥଗିତ ରଖାଯାଇଥିବାରୁ ପ୍ରଫେସନାଲ କେତେଜଣ ଫୁଟ୍‌ବଲ ଖେଳାଳିଙ୍କ ମାନସିକ ଅବସାଦ ଅବା ଚିନ୍ତାଗ୍ରସ୍ତରେ ରହୁଛନ୍ତି। ଏହି...

ଦକ୍ଷିଣ ଆଫ୍ରିକାର ଓ୍ବେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଟୁର୍‌ ସ୍ଥଗିତ

ଜୋହାନ୍ସବର୍ଗ, ୧ା୮ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଦକ୍ଷିଣ ଆଫ୍ରିକା ଏହାର ଓ୍ବେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଟୁର୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। କ୍ରିକେଟ ଦକ୍ଷିଣ...

ଆଇଏସ୍‌ଏଲ୍‌-୨୦୨୦: ଗୋଆକୁ ହରାଇଲା ମୁମ୍ବାଇ

ମାର୍ଗାଓ, ୨୬।୧୧: ଆଡାମ ଲି ଫନ୍‌ଡ୍ରେଙ୍କ ଇଞ୍ଜୁରି ଟାଇମ୍‌ ପେନାଲ୍ଟି ଗୋଲ ବଳରେ ମୁମ୍ବାଇ ସିଟି ଏଫ୍‌ସି ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚରେ...

୩ ମହିଳା ଫୁଟ୍‌ବଲ ଖେଳାଳିଙ୍କୁ କରୋନା

ପ୍ୟାରିସ୍‌, ୨୮ା୬ (ଏପି)- ପ୍ୟାରିସ୍‌ ସେଣ୍ଟ-ଜର୍ମେନ (ପିଏସ୍‌ଜି)ମହିଳା ଫୁଟ୍‌ବଲ ଟିମ୍‌ର ୩ଜଣ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍‌-୧୯ ଟେଷ୍ଟରେ ସିନିୟର ମହିଳା ଦଳର ଜଣେ...

Play 250+ Trending Games
Archives

Model This Week

Why Dharitri