ଜାନୁୟାରୀ ୨୬ରୁ ଆଦିବାସୀ ମେଳା

ଭୁବନେଶ୍ୱର,୪ା୧(ବ୍ୟୁରୋ): ଆଦିବାସୀ ମେଳା-୨୦୨୦ ଆସନ୍ତା ଜାନୁୟାରୀ ୨୬ରୁ ଫେବୃୟାରୀ ୯ ପର୍ଯ୍ୟନ୍ତ ୟୁନିଟ-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ମେଳା ନିମନ୍ତେ ଏ.ଟି.ଏଲ୍‌.ସି ଚଳିତବର୍ଷ ନୋଡାଲ୍‌ ଏଜେନ୍ସି ଭାବେ କାର୍ଯ୍ୟ କରିବ। ସେହିଭଳି ମେଳାରେ ଏଥର ମୋଟ ୮ ବିଭାଗ ରହିବ। ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା, ସୁବ୍ୟବସ୍ଥିତ ଯାନବାହନ ଚଳାଚଳ ଉପରେ ଗୁରୁତ୍ୱ ଦିଆଯିବ। ଏହାସହ ମେଳା ପରିସରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ମେଳାକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ଓ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ମଧ୍ୟ ବିଭାଗ ଗୁରୁତ୍ୱ ଦେବ।
ଚଳିତବର୍ଷ ଆଦିବାସୀ ମେଳାକୁ ଅଧିକ ବ୍ୟାପକ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଶୁକ୍ରବାର ଆଦିବାସୀ ପ୍ରଦର୍ଶନୀ ପଡ଼ିଆସ୍ଥିତ ଓଟିଡିସି ସମ୍ମିଳନୀ କକ୍ଷରେ ଆଦିବାସୀ ମେଳା-୨୦୨୦ ଆୟୋଜନ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ମେଳା ସହିତ ସମ୍ପୃକ୍ତ ସମସ୍ତ ବିଭାଗର ସମନ୍ବୟରେ ମେଳାକୁ ସୁଚାରୁ ରୂପେ ଆୟୋଜନ କରିବା ଉପରେ ଚୋପ୍ରା ଗୁରୁତ୍ୱାରୋପ କରିଥିଲେ। ଏସ୍‌ସିଏସ୍‌ଟିଆର୍‌ଟିଆଇ ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରସ୍ତୁତି ଓ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ଫାୟାର ସର୍ଭିସ୍‌ କମିଶନର ଅଫ୍‌ ପୋଲିସ, ବିଏମ୍‌ସି, ଖୋର୍ଦ୍ଧା ଜିଲାପାଳଙ୍କ ସହ କୃଷି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଦ୍ୟାନକୃଷି, ପର୍ଯ୍ୟଟନ, ମୃତ୍ତିକା ସଂରକ୍ଷଣ, ହସ୍ତଶିଳ୍ପ, କୁଟୀରଶିଳ୍ପ, ଶିଳ୍ପ, ସୂଚନା ଓ ଲୋକସମ୍ପର୍କ ଆଦି ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ୨୬ ତାରିଖ ସନ୍ଧ୍ୟାରେ ମେଳା ଉଦ୍‌ଘାଟିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୫ ଜଣିଆ କମିଟି ଗଠନ କଲେ ହାଇକୋର୍ଟ

କଟକ ଅଫିସ,୧୭ା୨:ଜଗତ୍‌ସିଂହପୁର ଜିଲା ଢିଙ୍କିଆ ବିବାଦ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଆର୍‌.କେ. ପଟ୍ଟନାୟକଙ୍କୁ...

୧୯ ବର୍ଷରେ ବେଷ୍ଟ୍‌ ସେଲିଂ ଲେଖକ: ଇଞ୍ଜିନିୟର ଟର୍ନଡ୍‌ ରାଇଟର୍‌ ‘ପୀୟୂଷ’

ଭୁବନେଶ୍ୱର,୪ା୩(ବ୍ୟୁରୋ): ପ୍ୟାଶନ ଆଗରେ ହାର୍‌ ମାନିଛି ବୟସ। ଲେଖିବାର ମନିଶା ୧୯ ବର୍ଷୀୟ ପୀୟୂଷ ଗୁପ୍ତାଙ୍କୁ ଦେଇଛି ନୂଆ ପରିଚୟ। ବି.ଟେକ୍‌ ଦ୍ୱିତୀୟ ବର୍ଷରେ ପଢୁଥିବା...

ତାତି ବଢ଼ିବ, ସୋନପୁରରେ ୩୭.୭ ଡିଗ୍ରୀ

ଭୁବନେଶ୍ୱର,୧ା୩(ବ୍ୟୁରୋ)-ରାଜ୍ୟରେ ଗତ ୪ ମାସ ହେବ ବର୍ଷା ନାହିଁ। ଗତ କିଛିଦିନ ହେବ ସମୁଦ୍ରଆଡୁ ରାଜ୍ୟକୁ ପ୍ରବାହିତ ବାୟୁ ଯୋଗୁ ତାତି ନିୟନ୍ତ୍ରଣରେ ରହିଛି। ତେବେ...

ମନ୍ତ୍ରୀଙ୍କ ଭାଷଣକୁ ବିରୋଧ

ଭୁବନେଶ୍ୱର,୨।୧୦(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡାଠାରେ ଶୁକ୍ରବାର ବିଜେଡି ସାଙ୍ଗଠନିକ ସଭା ଓ ପଦଯାତ୍ରା ପ୍ରସ୍ତୁତି ଶିବିର ଅବସରରେ ମନ୍ତ୍ରୀ ପ୍ରତାପ ଦେବ ଦେଇଥିବା ଭାଷଣକୁ ଭାଜପା କଡ଼ା ବିରୋଧ...

ମହାନଦୀ ଜଳ ବିବାଦ: ୪୧ ଇସ୍ୟୁ ଫ୍ରେମ୍‌ କଲେ ଟ୍ରିବ୍ୟୁନାଲ; ଅଗଷ୍ଟ ୮ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୧୨।୭(ବ୍ୟୁରୋ): ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ହୋଇଥିବା ମହାନଦୀ ଜଳ ବିବାଦ ମାମଲାରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଶନିବାର ଇସ୍ୟୁ ଫ୍ରେମ୍‌ କରିଛନ୍ତି। ଅଧ୍ୟକ୍ଷ...

ବଜ୍ରପାତରେ ୨୦ ଗୋରୁ ମୃତ

ନବରଙ୍ଗପୁର/ନନ୍ଦାହାଣ୍ଡି,୮ା୪: ନବରଙ୍ଗପୁର ଜିଲାରେ ଗୁରୁବାର ବର୍ଷା ସହ ଝଡ଼ ତୋଫାନ୍‌ ହୋଇଥିଲା। ସେତିକିବେଳେ ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ଚର୍ଚ୍ଚ ପାଖ ଯୋଶେଫ ସୁନାଙ୍କ ଘର ସମ୍ମୁଖ...

ବୋମା ବିସ୍ଫୋରଣରେ ଜଣେ ଆହତ: ଯୁବକ ଗିରଫ

ବନ୍ତ,୧୩।୧୧ (ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅନ୍ତର୍ଗତ ଟିଲୋ ତାଳପଦା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ କେତେକ ଯୁବକଙ୍କ ବୋମା ବିସ୍ଫୋରଣରେ ଜଣେ ବ୍ୟକ୍ତି...

ପ୍ରହସନ ପାଲଟିଛି ୧୦୮ ଆମ୍ବୁଲାନ୍ସ ସେବା

ଆନନ୍ଦପୁର, ୨। ୮(ସ୍ବ.ପ୍ର.)- ରୋଗୀମାନଙ୍କୁ ମାଗଣାରେ ଚିକିତ୍ସାଳୟ ନେବା ପାଇଁ ସରକାର ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି। ଶତ ପ୍ରତିଶତ ଆମ୍ବୁଲାନ୍ସ ସେବା ବିଫଳତାର ନମୁନା...

Advertisement
Archives

Model This Week