Posted inଜାତୀୟ

ଜାନୁୟାରୀ ୧୦ରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଲାଗୁ ହେବନି ସୁତକ

ନୂଆଦିଲ୍ଲୀ,୭।୧: ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁୟାରୀ ୧୦ ତାରିଖ ମଧ୍ୟ ରାତ୍ରରେ ହେବ। ତେବେ ଏହା ଉପଛାୟା ଯୋଗୁ ହେଉଥିବାରୁ ଏହା ଭାରତରେ ଦେଖାଗଲେ ମଧ୍ୟ କୌଣସି ସୁତକ ଲାଗୁ ହେବନି। ଦେବନୀତି ସ୍ବାଭାବିକ ଭାବେ କରାଯିବ। ସାଧାରଣତଃ ସୂର୍ଯ୍ୟ ପୃଥିବୀ ଏବଂ ଚନ୍ଦ୍ର ଗୋଟିଏ ସରଳ ରେଖାରେ ପୂର୍ଣ୍ଣିମାରେ ରହିଲେ ଚନ୍ଦ୍ର ଗ୍ରହଣ ହୋଇଥାଏ। ତେବେ ଏହି ଚନ୍ଦ୍ର ଗ୍ରହଣରେ ଏପରି ହେବ ନାହିଁ। ଚନ୍ଦ୍ର ପୃଥିବୀର ଛାୟା ସିଧାରେ ନ ରହି ଉପଛାୟା ଅଞ୍ଚଳରେ ରହିବ। ତେଣୁ ଚନ୍ଦ୍ରର ଉଜ୍ୱଳତା କିଛି ସମୟ ପାଇଁ କମିଯାଇ ପୁଣି ସ୍ବାଭାବିକ ଅବସ୍ଥା ଫେରି ଆସିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଏହା ରାତ୍ର ୧୦ଟା ୩୮ରୁ ଆରମ୍ଭ ହୋଇ ୨ଟା ୪୨ରେ ମୋକ୍ଷ ହେବ। ଗତ ୧୦ ବର୍ଷ ମଧ୍ୟରେ ଏଭଳି ଚନ୍ଦ୍ରଗ୍ରହଣ ୬ଥର ହୋଇଛି। ଚଳିତ ବର୍ଷ ଜୁନ୍‌ ୫, ଜୁଲାଇ ୫ ଏବଂ ନଭେମ୍ବର ୩୦ରେ ମଧ୍ୟ ଏଭଳି ଉପଛାୟା ଚନ୍ଦ୍ରଗ୍ରହଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ରେ ପହଞ୍ଚିଲା: ଜଣେ ମୃତ

ନୂଆଦିଲ୍ଲୀ,୧୩।୩: ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ୭୫ ଜଣ କରୋନା ଭାଇରସରେ ସଂକ୍ରମିତ ହେବା ସହ ଜଣଙ୍କର ମୃତ୍ୟୁ...

କିଭଳି ହାରିବ କରୋନା,ଟିକା ନେବାର ୨ ମାସ ମଧ୍ୟରେ କମୁଛି ଆଣ୍ଟିବଡ଼ି…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୪।୯: କରୋନା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ପ୍ରକାଶ ପାଇଥିବା ଏକ ରିପୋର୍ଟ ନେଇ ସରକାରଙ୍କ...

ଥରିଲା ଦିଲ୍ଲୀ ସମେତ ଉତ୍ତର ଭାରତ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ଏନ୍‌ସିଆର, ପଞ୍ଜାବ, ରାଜସ୍ଥାନ, ଜମ୍ମୁ-କଶ୍ମୀର ଓ ଉତ୍ତର ପ୍ରବେଶର ବିଭିନ୍ନ ସ୍ଥାନରେ ଶୁକ୍ରବାର ରାତିରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତିବ୍ରତା ରିକ୍ଟର...

ଧରାପଡ଼ିବା ଭୟରେ ଗ୍ୟାସରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପୋଡ଼ୁଥିଲେ ତହସିଲଦାର, କବାଟ ଭାଙ୍ଗି…

ସିରୋହି: ରାଜସ୍ଥାନର ସିରୋହିର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ତହସିଲଦାର ତାଙ୍କ ଗ୍ୟାସ ଚୁଲାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍‌ ପୋଡ଼ି...

ମୁଁ ବିଷ୍ଣୁଙ୍କ କଳ୍‌କୀ ଅବତାର, ଶୀଘ୍ର ଦିଅ ଗ୍ରାଚ୍ୟୁଟି…

ଅହମଦାବାଦ,୫।୭: ଏବେ ସୋସିଆଲ୍‌ ମିଡ଼ିଆରେ ଜଣେ ସରକାରୀ ବାବୁଙ୍କ ଧମକ ଭରା ଚିଠି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସରକାରୀ ବାବୁ ଜଣକ ଗୁଜରାଟ ଜଳସମ୍ପଦ...

କଂଗ୍ରେସକୁ ପତନ ଆଡକୁ ନେଇ ଯାଉଛନ୍ତି ବେଣୁଗୋପାଳ!

ନୂଆଦିଲ୍ଲୀ,୩୦ ।୮: କେରଳ କଂଗ୍ରେସର ସଚିବ ପିଏସ୍ ପ୍ରଶାନ୍ତ ସୋମବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି । ଉକ୍ତ ପତ୍ରରେ...

ଭାଜପା ଯୁବ ମୋର୍ଚ୍ଚାର ମଙ୍ଗ ଧରିଲେ ବିରାପ୍ପାନଙ୍କ ଝିଅ

ଚେନ୍ନାଇ,୧୯।୭: ଅତୀତରେ ଦୁଇ ଦୁଇଟି ରାଜ୍ୟ ସରକାରଙ୍କ ନିଦ ହଜାଇ ଆତଙ୍କ ସୃଷ୍ଟି କରିଥିଲେ ବିରାପ୍ପାନ। ଏବେ କିନ୍ତୁ ତାଙ୍କ ଝିଅ ବିଦ୍ୟା ବିରାପ୍ପାନ ଦେଶସେବା...

ମାନହାନି ମାମଲା: ରାହୁଲ ଗାନ୍ଧୀଙ୍କ ଆବେଦନର ଶୁଣାଣିରୁ ଓହରିଲେ ହାଇକୋର୍ଟ ବିଚାରପତି

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ସୁରଟସ୍ଥିତ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ନିମ୍ନ ଅଦାଲତର ଆଦେଶକୁ ଚ୍ୟାଲେଞ୍ଜ କରି ସେ...

Advertisement
Archives

Model This Week