Posted inଖେଳ

ଜାତୀୟ ହକି ପ୍ରଶିକ୍ଷଣ ଶିବିର ବୀରେନ୍ଦ୍ର, ଅମିତ୍‌

ନୂଆଦିଲ୍ଲୀ,୧୪।୧୦(ପି.ଟି.)- ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ କ୍ୱାଲିଫାୟର ପାଇଁ ହକି ଇଣ୍ଡିଆ ରବିବାର ୨୨ ଖେଳାଳିଙ୍କୁ ନେଇ ଏକ ତାଲିକା ଘୋଷଣା କରିଛି। ସୋମବାରଠାରୁ କଳିଙ୍ଗ ଷ୍ଟାଡିୟମରେ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ଖେଳାଳିମାନେ ହେଡ୍‌ କୋଚ୍‌ ଗ୍ରାହମ ରେଡ୍‌ଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଆସନ୍ତା ମାସ ଏହି ଅଲିମ୍ପିକ କ୍ୱାଲିଫାୟର୍ସରେ ଭାରତ ଦୁଇଟି ମ୍ୟାଚ୍‌ରେ ରୁଷିଆକୁ ଭେଟିବ।
ଗତ ବେଲଜିୟମ ଗସ୍ତରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଥିଲା। ବିଶ୍ୱ ଚାମ୍ପିୟନ ବେଲଜିୟମକୁ ଭାରତ ୩ଟି ମ୍ୟାଚ୍‌ରେ ଯଥାକ୍ରମେ ୨-୦, ୨-୧ ଓ ୫-୧ରେ ପରାସ୍ତ କରିଥିଲା। ଏହାପରେ ଭାରତ ସ୍ପେନ୍‌କୁ ମଧ୍ୟ ଦୁଇଟି ମ୍ୟାଚ୍‌ରେ ୬-୧ ଓ ୫-୧ ଗୋଲରେ ହରାଇଥିଲା। ପ୍ରଥମଥର ପାଇଁ କୌଣସି ଗସ୍ତରେ ଭାରତୀୟ ଦଳ ସବୁ ମ୍ୟାଚ୍‌ ଜିତି ଏକ ବିରଳ ସଫଳତା ହାସଲ କରିଥିଲା। ଏହି ସଫଳ ଗସ୍ତର ପ୍ରଭାବ ଭାରତୀୟ ଦଳ ଉପରେ ପଡିବ ଓ ଦଳର ଆତ୍ମ ବିଶ୍ୱାସ ବଢିବ। ରୁଷିଆର ଚ୍ୟାଲେଞ୍ଜ୍‌କୁ ପ୍ରତିହତ କରିବାକୁ ଭାରତ ପ୍ରସ୍ତୁତ ରହିଛି ବୋଲି କୋଚ୍‌ ରେଡ କହିଛନ୍ତି। ଗତ ୟୁରୋପ ଗସ୍ତରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଥିଲା ଓ ଏହା ଭାରତ ପାଇଁ ଏକ ବଡ଼ ଉପଲବ୍ଧୀ ବୋଲି ସେ କହିଛନ୍ତି। ଭାରତୀୟ ଖେଳାଳିମାନେ ଫିଲ୍ଡ ଗୋଲ କରିବା ସହ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିବାରେ ମଧ୍ୟ ସଫଳ ହୋଇଥିଲେ। ବେଲଜିୟମ ଓ ସ୍ପେନ ଭଳି କ୍ୱାଲିଟି ଦଳ ବିପକ୍ଷରେ ସବୁ ମ୍ୟାଚ୍‌ରେ ବିଜୟୀ ହେବା ଏକ ବଡ଼ ସଫଳତା। ଶିବିରରେ ଖେଳାଳିମାନେ ପରିବେଶ ସହ ଅଭ୍ୟସ୍ତ ହେବା ସହ ମୁମେଣ୍ଟମ ଉପରେ ଧ୍ୟାନ ଦେବେ ବୋଲି ରେଡ୍‌ କହିଛନ୍ତି।
ଘୋଷିତ ଦଳ: ପି.ଆର. ଶ୍ରୀଜେସ (ଗୋଲ କିପର), କ୍ରିଷ୍ଣନ ବାହାଦୂର ପାଠକ (ଗୋଲ କିପର), ହରମନପ୍ରୀତ ସିଂ, ବରୁଣ କୁମାର, ସୁରେନ୍ଦର କୁମାର, ବୀରେନ୍ଦ୍ର ଲାକ୍ରା, ରୁପିନ୍ଦର ପାଲ ସିଂ, ଗୁରିନ୍ଦର ସିଂ, ଅମିତ ରୋହିଦାସ, କୋଥାଜିତ ସିଂ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନୀଳକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ, ସିମରନଜିତ ସିଂ, ଆକାଶଦୀପ ସିଂ, ରମନଦୀପ ସିଂ, ଏସ୍‌ଭି ସୁନୀଲ, ମନଦୀପ ସିଂ, ଲଳିତ କୁମାର ଉପାଧ୍ୟୟ, ଗୁରସାହାବଜିତ ସିଂ ଓ ଶମଶେର ସିଂ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନ୍‌ରେ ପଡ଼ିଲେ ଗୌତମ ଗମ୍ଭୀର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ…

ଏସିଆ କପ୍‌ ଚାଲିଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୯।୯: ମହିଳା ଏସିଆ କପରେ ହଂକଂ ବିପକ୍ଷରେ ଏକ ଚମତ୍କାର ଶତକ ମାରିଥିବା ସ୍ମୃତି ମନ୍ଧାନା ICC T20 ରାଙ୍କିଙ୍ଗର ଶୀର୍ଷ ୫ରେ ସ୍ଥାନ ପାଇଛନ୍ତି। ହଂକଂ…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri