Posted inଖେଳ

ଜାତୀୟ ସିନିୟର ୫-ଏ-ସାଇଡ୍‌ ମହିଳା ହକି: ଓଡ଼ିଶା-ହରିୟାଣା ସେମିଫାଇନାଲ

ଭୁବନେଶ୍ୱର, ୨୬।୯ (ସ୍ପୋଟର୍‌ସ ବ୍ୟୁରୋ)- ଉତ୍ତରପ୍ରଦେଶ କାନପୁରସ୍ଥିତ ଗ୍ରୀନ ପାର୍କ ଷ୍ଟାଡିୟମଠାରେ ଚାଲିଥିବା ୪ର୍ଥ ହକି ଇଣ୍ଡିଆ ୫-ଏ-ସାଇଡ୍‌ ମହିଳା ହକି ଟୁର୍ନାମେଣ୍ଟରେ ଓଡ଼ିଶା ଦଳ ସେମିଫାଇନାଲରେ ପ୍ରବେଶ କରିଛି। ବୁଧବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମୁକାବିଲାରେ ଓଡ଼ିଶା ପେନାଲ୍ଟି ଶୁଟ୍‌ଆଉଟ୍‌ରେ ୩-୨ ଗୋଲରେ ମହାରାଷ୍ଟ୍ରକୁ ପରାସ୍ତ କରିଛି। ଶୁକ୍ରବାର ଖେଳାଯିବାକୁ ଥିବା ୨ୟ ସେମିଫାଇନାଲରେ ହରିୟାଣାକୁ ଭେଟିବ ଓଡ଼ିଶା। ସେହିଭଳି ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ।
ଓ ମହାରାଷ୍ଟ୍ର ମଧ୍ୟରେ ଖେଳାଯାଇଥିବା ୩ୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ମ୍ୟାଚ୍‌ ଆରମ୍ଭରୁ ମହାରାଷ୍ଟ୍ର ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଥିଲା। ମ୍ୟାଚ୍‌ର ୫ମ ମିନିଟ୍‌ରେ ପ୍ରୀତି ଦୁବେ ଏକ ଫିଲ୍ଡ ଗୋଲ ଜରିଆରେ ମହାରାଷ୍ଟ୍ରକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ଏହାପରେ ଓଡ଼ିଶା ମହିଳା ଦଳର ଖେଳାଳିମାନେ ମ୍ୟାଚ୍‌କୁ ବରାବର୍‌ ସ୍ଥିତିକୁ ଆଣିବାକୁ ଜୋର୍‌ଦାର ପ୍ରୟାସ କରି ଶେଷରେ ସଫଳ ହୋଇଥିଲେ। ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ପ୍ରେମିତା ବାରାଙ୍କ ଫିଲ୍ଡ ଗୋଲ ବଳରେ ଓଡ଼ିଶା ୧-୧’ର ସମାନସ୍ତରକୁ ଆଣିଥିଲା। ଏହାପରେ ଅନ୍ତିମ ସମୟ ପର୍ଯ୍ୟନ୍ତ ଉଭୟ ଦଳ ଆଉ ଗୋଲସ୍କୋର କରିବାରେ ବିଫଳ ହେବାରୁ ମ୍ୟାଚ୍‌ ୧-୧ରେ ଟାଇରେ ସମାପ୍ତ ହୋଇଥିଲା। ଫଳରେ ରେଫରି ଫଳାଫଳ ପାଇଁ ପେନାଲ୍ଟି ଶୁଟ୍‌ଆଉଟ୍‌ର ସହାୟତା ନେଇଥିଲେ। ପେନାଲ୍ଟି ଶୁଟ୍‌ଆଉଟ୍‌ର ୪ର୍ଥ ଶଟ୍‌ ପର୍ଯ୍ୟନ୍ତ ଉଭୟ ଓଡ଼ିଶା ଓ ମହାରାଷ୍ଟ୍ର ୨-୨ ସମାନ ସ୍ତରରେ ରହିଥିଲେ। କିନ୍ତୁ ମହାରାଷ୍ଟ୍ର ପକ୍ଷରୁ ଅନ୍ତିମ ଶଟ୍‌ ମାରିଥିବା ପ୍ରୀତି ଦୁବେ ଗୋଲ୍‌ସ୍କୋର କରିବାରେ ବିଫଳ ହୋଇଥିଲେ। ଏହାପରେ ଓଡ଼ିଶାର ଅନ୍ତିମ ଶଟ୍‌ ମାରିବାକୁ ଜାହ୍ନବୀ ପ୍ରଧାନ ଆସିଥିଲେ। ସେ କୌଣସି ତ୍ରୁଟି ନ କରି ବଲ୍‌କୁ ନେଟ୍ସ ମଧ୍ୟକୁ ପଠାଇ ଓଡ଼ିଶା ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ଓଡ଼ିଶା ମ୍ୟାଚ୍‌କୁ ୩-୨ରେ ଜିତି ସେମିଫାଇନାଲ ଟିକେଟ୍‌ ହାସଲ କରିଥିଲା।
ଦିବସରେ ଖେଳାଯାଇଥିବା ଅନ୍ୟ ୩ଟି କ୍ୱାର୍ଟର ଫାଇନାଲରେ ହରିୟାଣା, ଉତ୍ତର ପ୍ରଦେଶ ଓ ଝାଡ଼ଖଣ୍ଡ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ହରିୟାଣା ୮-୦ ଗୋଲରେ ତାମିଲନାଡ଼ୁକୁ, ଆୟୋଜକ ଉତ୍ତରପ୍ରଦେଶ ୪-୦ ଗୋଲରେ ପଞ୍ଜାବକୁ ଏବଂ ଝାଡ଼ଖଣ୍ଡ ୪-୧ ଗୋଲରେ କର୍ନାଟକକୁ କ୍ୱାର୍ଟର ଫାଇନାଲରେ ହରାଇଛନ୍ତି। ଶୁକ୍ରବାର ସକାଳେ ସେମିଫାଇନାଲ ସହ ଅପରାହ୍ନରେ ଫାଇନାଲ ଓ ବ୍ରୋଞ୍ଜ ପଦକ ମ୍ୟାଚ୍‌ ଖେଳାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜ ପକ୍ଷ ରଖିଲେ ଡି’କକ୍‌

ଶାରଜା, ୨୮।୧୦ : ଚଳିତ ଟି୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାର ପରବର୍ତ୍ତୀ ମ୍ୟାଚ୍‌ ଲାଗି ନିଜକୁ ଉପଲବ୍ଧ କରିଛନ୍ତି କୁଇଣ୍ଟନ ଡି’କକ୍‌। ଏହି ଉଇକେଟକିପର ବ୍ୟାଟ୍ସମ୍ୟାନ...

ଅନ୍ତର୍ଜାତୀୟ ଦିନିକିଆରୁ ଅବସର ନେବେ ମାଲିଙ୍ଗା

କଲମ୍ବୋ, ୨୩ା୭ (ଏଏଫ୍‌ପି)-ଶ୍ରୀଲଙ୍କାର ଭେଟେରାନ ପେସ୍‌ ବୋଲର ଲସିଥ ମାଲିଙ୍ଗା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ନେବେ। ବାଂଲାଦେଶ ବିପକ୍ଷରେ ଖେଳାଯିବାକୁଥିବା ୩ମ୍ୟାଚ ବିଶିଷ୍ଟ ସିରିଜ...

ଉତ୍କଳ କରାଟେ ସ୍କୁଲରେ ଅତ୍ୟାଧୁନିକ ସାନିଟାଇଜିଂ ଟନେଲ

ଭୁବନେଶ୍ୱର, ୨୮ା୫(କ୍ରୀଡ଼ା ପ୍ରତିନିଧି)-  ଖେଳାଳି ତିଆରି କାରଖାନା ଭାବେ ପରିଚିତ ଉତ୍କଳ କରାଟେ ସ୍କୁଲରେ ଏବେ ସମସ୍ତ ଖେଳ କସରତ ବନ୍ଦ। କୋଭିଡ-୧୯ ପ୍ରଭାବ ଜନିତ...

ଧୋନୀଙ୍କ ଦଳର ଥିଲେ ଅଭିନ୍ନ ଅଙ୍ଗ, ମାତ୍ର ଏବେ ସୁଯୋଗ ନ ମିଳିବାରୁ ଦୁଃଖିତ

ମୁମ୍ବାଇ,୬।୬ : ଗତ ୧୨ରୁ ୧୫ ମାସ ହେଲା ଜାତୀୟ ଦଳରେ ସ୍ଥାନ ପାଉ ନାହାନ୍ତି ସ୍ପିନର କୁଲଦୀପ ଯାଦବ। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ...

ଆଇପିଏଲ୍‌ ପୂର୍ବରୁ ୩ଥର କରୋନା ଟେଷ୍ଟ କଲେ ଡି ଭିଲର୍ସ

ଦୁବାଇ, ୩୧।୮: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ଆଇପିଏଲ୍‌...

କ୍ରିକେଟ ଛାଡ଼ିଲେ କୋହଲିଙ୍କ ଜୁନିୟର

ମୁମ୍ବାଇ,୧୩।୮: ବିରାଟ କୋହଲିଙ୍କ ପରେ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ହାତେଇଥିଲା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌। ଆଶା କରାଯାଉଥିଲା କୋହଲିଙ୍କ ଭଳି କ୍ରିକେଟ...

୧୬ ବର୍ଷର ଅପେକ୍ଷା ଶେଷ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକିକୁ ବ୍ରୋଞ୍ଜ୍‌ ପଦକ…

ବର୍ମିଂହାମ, ୭।୮ : ଭାରତୀୟ ମହିଳା ହକି ଦଳ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛି। ଭାରତ ବନାମ ନ୍ୟୁଜିଲାଣ୍ଡ...

୬ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ ଷ୍ଟୋକ୍ସ

ଦୁବାଇ, ୪ା୧୦ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବା ଲାଗି ବିଶ୍ୱର ଟପ୍‌ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ରବିବାର ୟୁଏଇରେ ପହଞ୍ଚତ୍ବେ। ସେ ତାଙ୍କ ଦଳ...

Advertisement
Archives

Model This Week