Posted inଖେଳ

ଜାତୀୟ ସିନିୟର ୫-ଏ-ସାଇଡ୍‌ ମହିଳା ହକି: ଓଡ଼ିଶା-ହରିୟାଣା ସେମିଫାଇନାଲ

ଭୁବନେଶ୍ୱର, ୨୬।୯ (ସ୍ପୋଟର୍‌ସ ବ୍ୟୁରୋ)- ଉତ୍ତରପ୍ରଦେଶ କାନପୁରସ୍ଥିତ ଗ୍ରୀନ ପାର୍କ ଷ୍ଟାଡିୟମଠାରେ ଚାଲିଥିବା ୪ର୍ଥ ହକି ଇଣ୍ଡିଆ ୫-ଏ-ସାଇଡ୍‌ ମହିଳା ହକି ଟୁର୍ନାମେଣ୍ଟରେ ଓଡ଼ିଶା ଦଳ ସେମିଫାଇନାଲରେ ପ୍ରବେଶ କରିଛି। ବୁଧବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମୁକାବିଲାରେ ଓଡ଼ିଶା ପେନାଲ୍ଟି ଶୁଟ୍‌ଆଉଟ୍‌ରେ ୩-୨ ଗୋଲରେ ମହାରାଷ୍ଟ୍ରକୁ ପରାସ୍ତ କରିଛି। ଶୁକ୍ରବାର ଖେଳାଯିବାକୁ ଥିବା ୨ୟ ସେମିଫାଇନାଲରେ ହରିୟାଣାକୁ ଭେଟିବ ଓଡ଼ିଶା। ସେହିଭଳି ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ।
ଓ ମହାରାଷ୍ଟ୍ର ମଧ୍ୟରେ ଖେଳାଯାଇଥିବା ୩ୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ମ୍ୟାଚ୍‌ ଆରମ୍ଭରୁ ମହାରାଷ୍ଟ୍ର ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଥିଲା। ମ୍ୟାଚ୍‌ର ୫ମ ମିନିଟ୍‌ରେ ପ୍ରୀତି ଦୁବେ ଏକ ଫିଲ୍ଡ ଗୋଲ ଜରିଆରେ ମହାରାଷ୍ଟ୍ରକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ଏହାପରେ ଓଡ଼ିଶା ମହିଳା ଦଳର ଖେଳାଳିମାନେ ମ୍ୟାଚ୍‌କୁ ବରାବର୍‌ ସ୍ଥିତିକୁ ଆଣିବାକୁ ଜୋର୍‌ଦାର ପ୍ରୟାସ କରି ଶେଷରେ ସଫଳ ହୋଇଥିଲେ। ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ପ୍ରେମିତା ବାରାଙ୍କ ଫିଲ୍ଡ ଗୋଲ ବଳରେ ଓଡ଼ିଶା ୧-୧’ର ସମାନସ୍ତରକୁ ଆଣିଥିଲା। ଏହାପରେ ଅନ୍ତିମ ସମୟ ପର୍ଯ୍ୟନ୍ତ ଉଭୟ ଦଳ ଆଉ ଗୋଲସ୍କୋର କରିବାରେ ବିଫଳ ହେବାରୁ ମ୍ୟାଚ୍‌ ୧-୧ରେ ଟାଇରେ ସମାପ୍ତ ହୋଇଥିଲା। ଫଳରେ ରେଫରି ଫଳାଫଳ ପାଇଁ ପେନାଲ୍ଟି ଶୁଟ୍‌ଆଉଟ୍‌ର ସହାୟତା ନେଇଥିଲେ। ପେନାଲ୍ଟି ଶୁଟ୍‌ଆଉଟ୍‌ର ୪ର୍ଥ ଶଟ୍‌ ପର୍ଯ୍ୟନ୍ତ ଉଭୟ ଓଡ଼ିଶା ଓ ମହାରାଷ୍ଟ୍ର ୨-୨ ସମାନ ସ୍ତରରେ ରହିଥିଲେ। କିନ୍ତୁ ମହାରାଷ୍ଟ୍ର ପକ୍ଷରୁ ଅନ୍ତିମ ଶଟ୍‌ ମାରିଥିବା ପ୍ରୀତି ଦୁବେ ଗୋଲ୍‌ସ୍କୋର କରିବାରେ ବିଫଳ ହୋଇଥିଲେ। ଏହାପରେ ଓଡ଼ିଶାର ଅନ୍ତିମ ଶଟ୍‌ ମାରିବାକୁ ଜାହ୍ନବୀ ପ୍ରଧାନ ଆସିଥିଲେ। ସେ କୌଣସି ତ୍ରୁଟି ନ କରି ବଲ୍‌କୁ ନେଟ୍ସ ମଧ୍ୟକୁ ପଠାଇ ଓଡ଼ିଶା ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ଓଡ଼ିଶା ମ୍ୟାଚ୍‌କୁ ୩-୨ରେ ଜିତି ସେମିଫାଇନାଲ ଟିକେଟ୍‌ ହାସଲ କରିଥିଲା।
ଦିବସରେ ଖେଳାଯାଇଥିବା ଅନ୍ୟ ୩ଟି କ୍ୱାର୍ଟର ଫାଇନାଲରେ ହରିୟାଣା, ଉତ୍ତର ପ୍ରଦେଶ ଓ ଝାଡ଼ଖଣ୍ଡ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ହରିୟାଣା ୮-୦ ଗୋଲରେ ତାମିଲନାଡ଼ୁକୁ, ଆୟୋଜକ ଉତ୍ତରପ୍ରଦେଶ ୪-୦ ଗୋଲରେ ପଞ୍ଜାବକୁ ଏବଂ ଝାଡ଼ଖଣ୍ଡ ୪-୧ ଗୋଲରେ କର୍ନାଟକକୁ କ୍ୱାର୍ଟର ଫାଇନାଲରେ ହରାଇଛନ୍ତି। ଶୁକ୍ରବାର ସକାଳେ ସେମିଫାଇନାଲ ସହ ଅପରାହ୍ନରେ ଫାଇନାଲ ଓ ବ୍ରୋଞ୍ଜ ପଦକ ମ୍ୟାଚ୍‌ ଖେଳାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri