Posted inଖେଳ

ଜାତୀୟ ସିନିୟର ଭଲିବଲ: ଓଡ଼ିଶା ପୁରୁଷ ଦଳର କ୍ରମାଗତ ତୃତୀୟ ବିଜୟ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ର ପୁରୁଷ ବିଭାଗରେ ଓଡ଼ିଶାର ଦଳର ଭଲ ପ୍ରଦର୍ଶନ ଅବ୍ୟାହତ ରହିଛି। ଶୁକ୍ରବାର ତୃତୀୟ ଦିବସରେ ଓଡ଼ିଶା ଦଳ ୩-୨ ସେଟ୍‌ରେ ଚଣ୍ଡିଗଡ଼କୁ ପରାସ୍ତ କରିଛି। ଏହାକୁ ମିଶାଇ ଓଡ଼ିଶା କ୍ରମାଗତ ତୃତୀୟ ବିଜୟ ସହ ହ୍ୟାଟ୍ରିକ କରିଛି। ପୂର୍ବ ୨ ମ୍ୟାଚରେ ଦଳ ଯଥାକ୍ରମେ ତ୍ରିପୁରାକୁ ୩-୦ ଓ ପଣ୍ଡିଚେରୀକୁ ୩-୦ ସେଟ୍‌ରେ ପରାସ୍ତ କରିଥିଲା। ଶୁକ୍ରବାର ଅନୁଷ୍ଠିତ ଅନ୍ୟ ମ୍ୟାଚ ଗୁଡ଼ିକ ମଧ୍ୟରେ ରାଜସ୍ଥାନ ୩-୦ରେ ଦିଲ୍ଲୀ, ଛତିଶଗଡ଼ ୩-୦ରେ ତ୍ରିପୁରା, ଜମ୍ମୁ କଶ୍ମୀର ୩-୦ରେ ପଣ୍ଡିଚେରୀ, ଗୁଜରାଟ ୩-୦ରେ ଝାଡ଼ଖଣ୍ଡ, ଆସାମ ୩-୦ରେ ମିଜୋରାମ ଓ ପଶ୍ଚିମବଙ୍ଗ ୩-୦ ସେଟ୍‌ରେ ମଣିପୁରକୁ ପରାସ୍ତ କରିଛି।
ମହିଳା ଦଳର ଦ୍ୱିତୀୟ ପରାଜୟ
ଓଡ଼ିଶା ମହିଳା ଦଳ କିନ୍ତୁ ଦ୍ୱିତୀୟ ପରାଜୟ ବରଣ କରିଛି। ଦ୍ୱିତୀୟ ଦିବସରେ ପଣ୍ଡିଚେରୀକୁ ୩-୦ରେ ପରାସ୍ତ କରିଥିବା ଓଡ଼ିଶା ତୃତୀୟ ଦିବସରେ ସେହି ପ୍ରଦର୍ଶନକୁ ଦୋହରାଇ ପାରିନାହିଁ। ଦଳ ୦-୩ ସେଟ୍‌ରେ ଉତ୍ତର ପ୍ରଦେଶ ନିକଟରୁ ହାରି ଯାଇଛି। ଅନ୍ୟ ମ୍ୟାଚ ଗୁଡ଼ିକ ମଧ୍ୟରେ ଝାଡ଼ଖଣ୍ଡ ୩-୦ରେ ଜମ୍ମୁ କଶ୍ମୀର, ପଞ୍ଜାବ ୩-୧ରେ ଛତିଶଗଡ଼, ଗୁଜରାଟ ୩-୦ରେ ତ୍ରିପୁରା, ଚଣ୍ଡିଗଡ଼ ୩-୦ରେ ପଣ୍ଡିଚେରୀ ଓ କେରଳ ୩-୦ରେ କର୍ନାଟକକୁ ହରାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ରେ ଟପ୍‌-୫ରେ ଏଣ୍ଟ୍ରି କଲେ କିଙ୍ଗ୍‌ କୋହଲି

ନୂଆଦିଲ୍ଲୀ,୧୭।୩: ଆଇସିସି ବୁଧବାର ଏକଦିସବୀୟ ଏବଂ ଟି -୨୦ ମାନ୍ୟତା ପ୍ରକାଶ କରିଛି। ଖେଳର ଛୋଟର ଫର୍ମାଟରେ ବିରାଟ କୋହଲି ଟପ-୫ରେ ପ୍ରବେଶ କରିଛନ୍ତି। ଇଂଲଣ୍ଡ...

୨୦୧୩ଠାରୁ ଭାରତୀୟ ଦଳ ଜିତିପାରୁନାହିଁ ଆଇସିସି ଇଭେଣ୍ଟ

ଭାରତୀୟ ମହିଳା ଦଳ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ପରାଜୟ ବରଣ କରି ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଟାଇଟଲ ହାତେଇବାରେ ସଫଳ ହୋଇନାହିଁ। ଫଳରେ ୨୦୧୩ଠାରୁ...

ପିଚ୍‌ ଖରାପ ଥିବାରୁ ପ୍ରଥମ ଦିନର ଖେଳ ବାତିଲ

ମେଲବୋର୍ନ,୭।୧୨- ସ୍ଥାନୀୟ ଏମ୍‌ସିଜି ଗ୍ରାଉଣ୍ଡରେ ଭିକ୍ଟୋରିଆ ଓ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଚଳିତ ଶେଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ର ପ୍ରଥମ ଦିନ...

ଆଡ୍‌ହକ କମିଟିର ନୂଆ ଚେୟାରମ୍ୟାନ ହେଲେ ଦିଲୀପ ତିର୍କୀ

ଭୁବନେଶ୍ୱର,୧୮।୬: ଓଡ଼ିଶା ହକିର ପରିଚାଳନା ପାଇଁ ହକି ଇଣ୍ଡିଆ ଶୁକ୍ରବାର ଏକ ଆଡ୍‌ହକ୍‌ କମିଟି ଗଠନ କରିଛି। ପୂର୍ବତନ ଭାରତୀୟ ଅଧିନାୟକ ତଥା ପଦ୍ମଶ୍ରୀ ଦିଲୀପ...

ରାଜ୍ୟ ପୋଲିସ ଫୁଟବଲ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ

ସୁନ୍ଦରଗଡ଼, ୨୧।୮ (ଡି.ଏନ୍‌.ଏ) -ସୁନ୍ଦରଗଡରେ ମଙ୍ଗଳବାରଠାରୁ ୭୮ ତମ ରାଜ୍ୟ ପୋଲିସ ଫୁଟବଲ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ଷ୍ଟାଡିୟମଠାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ପଶ୍ଚିମାଞ୍ଚଳ...

ଦିନକରେ ପଡ଼ିଲା ୧୦ ଉଇକେଟ୍‌

ଲଡର୍‌ସ, ୧୩।୮- ଲଡର୍‌ସ ଟେଷ୍ଟ ପ୍ରଥମ ଦିନରେ ମାତ୍ର ୩ ଉଇକେଟ ପଡ଼ିଥିବାବେଳେ ଦ୍ୱିତୀୟ ଦିନ ପଡ଼ିଛି ୧୦ ଉଇକେଟ। ପୂରା ଦିନରେ ବୋଲରମାନେ ରାଜୁତି...

କୋହଲି, ପାଣ୍ଡ୍ୟାଙ୍କ ଜବରଦସ୍ତ ଠୁମ୍‌କା

ନୂଆଦିଲ୍ଲୀ,୧୯।୯: ଏସିଆ କପ ୨୦୨୨ରେ ଭାରତୀୟ ଦଳର ପ୍ରଦର୍ଶନ ନିରାଶାଜନକ ଥିଲା। ଭାରତ ଏହି ଟୁର୍ନାମେଣ୍ଟରେ ଫାଇନାଲରେ ପହଞ୍ଚିବାରେ ସକ୍ଷମ ହୋଇ ନ ଥିଲା। ତେବେ...

ମାତ୍ର ୪ ବଲ୍‌ରେ ମ୍ୟାଚ୍‌ ଶେଷ, ମ୍ୟାଚ୍‌ର ସ୍କୋର ବୋର୍ଡ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୧୭।୩: କ୍ରିକେଟକୁ ଅନିଶ୍ଚିତତାର ଖେଳ କୁହାଯାଏ। ଏଠାରେ କିଛି ଅସମ୍ଭବ ନୁହେଁ। ପ୍ରତିଦିନ ରେକର୍ଡ ତିଆରି କରାଯାଏ ଏବଂ ଭାଙ୍ଗିଯାଏ, ଏମିତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାରଣ...

Advertisement
Archives

Model This Week