Posted inଖେଳ

ଜାତୀୟ ସବ୍‌ଜୁନିୟର ହକି: ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୨୩।୫(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ରାୟପୁରରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର(ଡିଭିଜନ-ଏ) ହକି ଟୁର୍ନାମେଣ୍ଟରେ ଓଡ଼ିଶା ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା ଶୁଟ୍‌ଆଉଟ୍‌ ୩-୧ ଗୋଲରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଛି। ପ୍ରକାଶ ଯୋଗ୍ୟ ଯେ, ଏହାକୁ ମିଶାଇ ଓଡ଼ିଶା ୭ମ ଥରପାଇଁ ଜାତୀୟ ଚାମ୍ପିୟନ ହୋଇ ଇତିହାସ ରଚିଛି।
ଓଡ଼ିଶା-ଉତ୍ତର ପ୍ରଦେଶ ମ୍ୟାଚ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିବାପରେ ଦ୍ୱିତୀୟ କ୍ୱାର୍ଟରରେ ଅର୍ଥାତ୍‌ ୨୪ତମ ମିନିଟରେ ପେନାଲ୍ଟି କର୍ନରରୁ ଓଡ଼ିଶା ପାଇଁ ଗୋଲ ଦେଇଥିଲେ ଅଧିନାୟକ ଲବନ ଲୁଗୁନ। ତୃତୀୟ କ୍ୱାର୍ଟରରେ ୩୮ତମ ମିନିଟରେ ଉତ୍ତର ପ୍ରଦେଶ ଅଧିନାୟକ ସୌରଭ ଆନନ୍ଦ ଗୋଲ ପରିଶୋଧ କରିବାରୁ ମ୍ୟାଚ ୧-୧ ସ୍ଥିତିକୁ ଚାଲି ଆସିଥିଲା। ୪ର୍ଥ କ୍ୱାର୍ଟରରେ କଡ଼ା ଟକ୍କର ହୋଇଥିଲା। ୪୯ତମ ମିନିଟରେ ଅଙ୍କିତ୍‌ ପ୍ରଜାପତିଙ୍କ ଗୋଲ ବଳରେ ଉତ୍ତର ପ୍ରଦେଶ ଅଗ୍ରଣୀ ନେଇଥିଲା। ମାତ୍ର ଦଳର ଖୁସି ବେଶୀସମୟ ତିଷ୍ଠି ନ ଥିଲା। ଏହାର ୩ ମିନିଟ ପରେ ଅର୍ଥାତ୍‌ ୫୨ତମ ମିନିଟରେ ଓଡ଼ିଶାର ପ୍ରବୀନ୍‌ ଇନ୍ଦଓ୍ବାର ଗୋଲ ପରିଶୋଧ କରିବାରୁ ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ ସ୍ଥିତିରେ ରହିଥିଲା। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ଆଉଟର ସହାୟତା ନିଆ ଯାଇଥିଲା। ଏହି ପର୍ଯ୍ୟାୟରେ ଓଡ଼ିଶା ପକ୍ଷରୁ ଲବନ ଲୁଗୁନ, ରାଜମନ ତେଲି ଓ ରୋଶନ କୁଜୁର ଗୋଲ ଦେଇଥିବାବେଳେ ଉତ୍ତର ପ୍ରଦେଶ ପକ୍ଷରୁ ଚନ୍ଦନ ଯାଦବ ଏକମାତ୍ର ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ଅଜୟ ଯାଦବ,ସୁଜିତ କୁମାର ଓ ମହମଦ ହାରିସ ଗୋଲ ଦେବାରେ ବିଫଳ ହେବାରୁ ଓଡ଼ିଶା ବିଜୟ ମୁକୁଟ ପିନ୍ଧିଥିଲା। ହକି ଓଡ଼ିଶା ସଭାପତି ଜଷ୍ଟିସ୍‌ ଏ.ଏସ. ନାଇଡୁ ଓ ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ ଓଡ଼ିଶା ଦଳର ଖେଳାଳି, କୋଚ୍‌ ଓ ମ୍ୟାନେଜରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆକୁ ୩-୦ ଗୋଲରେ ହରାଇ ଝାଡ଼ଖଣ୍ଡ ତୃତୀୟ ସ୍ଥାନ ଅଧିକାର କରିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ବିପକ୍ଷରେ ଝାଡ଼ଖଣ୍ଡ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ବିଜୟୀ ଦଳ ପକ୍ଷରୁ ୯ମ ମିନିଟରେ ଫ୍ଲାବିଅସ ତିର୍କୀ ପ୍ରଥମ ଗୋଲଟି ଦେଇଥିବାବେଳେ ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା। ୪ର୍ଥ କ୍ୱାର୍ଟର ଅର୍ଥାତ୍‌ ୪୮ତମ ମିନିଟରେ ଦୀପକ ସୋରେଙ୍ଗ ଓ ୫୨ତମ ମିନିଟରେ ଜୋସେଫ ଟପ୍ନୋ ଗୋଲ ଦେଇ ଝାଡ଼ଖଣ୍ଡ ଏକପାଖିଆଭାବେ ବିଜୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ଓ୍ବାଲ୍ଡ କପ୍‌ରେ ଭାରତକୁ ବଡ଼ ଝଟ୍‌କା: ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଲେ ବୁମରା

ନୂଆଦିଲ୍ଲୀ,୩।୧୦: ୨ସପ୍ତାହ ପରେ ହେବାକୁ ଥିବା ଟି-୨୦ ଓ୍ବାଲ୍ଡ କପ୍‌ରେ ଭାରତୀୟ ଟିମ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତୀୟ ଟିମ୍‌ରୁ ଅନୁଭବୀ ଦ୍ରୁତ ବୋଲର...

ଭାଙ୍ଗିଲା ଧୋନୀଙ୍କ ନେତୃତ୍ୱ ରେକର୍ଡ

ଶାରଜା,୨।୧୧: ଭାରତର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ। ଚଳିତ ଟି୨୦ ବିଶ୍ୱକପ୍‌ରେ ସୋମବାର...

ସେହ୍ବାଗଙ୍କ ଉପରେ ଭରସା କରୁ ନ ଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହ୍ବାଗ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଥିଲେ। ଦିନିକିଆ କ୍ରିକେଟ ହେଉ କିମ୍ବା ଟେଷ୍ଟ କ୍ରିକେଟ, ସେହ୍ବାଗ...

ନାଓମି ଓସାକା ଜିତିଲେ ଅଷ୍ଟ୍ରେଲିଆ ଓପନ୍‌

ମେଲବୋର୍ନ,୨୦।୨:ଅଷ୍ଟ୍ରେଲୀୟ ଓପନ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଟାଇଟଲ ଶନିବାର ନାଓମି ଓସାକା ଜିତିଛନ୍ତି। ୨୩ ବର୍ଷୀୟ ଜାପାନୀ ଖେଳାଳି ଫାଇନାଲରେ ଜେନିଫର ବ୍ରାଡିଙ୍କୁ ୬-୪,...

ଜୋକୋଭିଚ୍‌ଙ୍କୁ ୫ମ ଓ୍ବିମ୍ବେଲଡନ ଟାଇଟଲ

ଲଣ୍ଡନ, ୧୫ା୭ (ଏଏଫ୍‌ପି)-ସୁଇଜରଲାଣ୍ଡର ରୋଜର ଫେଡରରଙ୍କୁ ୭-୬ (୭/୫), ୧-୬, ୭-୬ (୭/୪), ୪-୬, ୧୩-୧୨ (୭/୩) ସେଟ୍‌ରେ ହରାଇ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ୫ମ...

ଶ୍ରୀଲଙ୍କା ବିପକ୍ଷ ସିିରିଜ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୨।୨: ଫେବୃୟାରୀ ୨୪ରୁ ଶ୍ରୀଲଙ୍କା ବିପକ୍ଷରେ ଟିମ୍‌ ଇଣ୍ଡିଆ ୩ ଟି-୨୦ ଏବଂ ୨ ଟେଷ୍ଟ ମ୍ୟାଚ୍‌ ସିରିଜ ଖେଳିବ। ହେଲେ ଏହା ପୂର୍ବରୁ ଭାରତୀୟ...

ସୈଫ୍‌ ହାସନଙ୍କୁ ଜରିମାନା

କୋଲକାତା,୨୯।୧୧(ପି.ଟି.)- ଭାରତରେ ଅଧିକ ସମୟ ରହିବାରୁ ବାଂଲାଦେଶ ଓପନର ସୈଫ ହାସନଙ୍କୁ ଜରିମାନ ଦେବାକୁ ପଡିଛି। ତାଙ୍କର ଭିଜା ଅବଧି ଶେଷ ହୋଇଥିଲେ ମଧ୍ୟ ସେ...

ପଞ୍ଜାବ ଠାରୁ ହାରିଲା କୋଲକାତା; ଅଧିନାୟକ କହିଲେ ‘ମୁଁ ଦୋଷୀ, କ୍ୟାଚ୍‌ ଛାଡ଼ିବା…’

ଦୁବାଇ,୨।୧୦: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ପଞ୍ଜାବ କିଙ୍ଗ୍ସ କୋଲକାତା ନାଇଟ ରାଇଡର୍ସକୁ ୫ ଉଇକେଟରେ ପରାସ୍ତ କରିଥିଲା। ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ...

Advertisement
Archives

Model This Week