ଜାତୀୟ ରାଜପଥରୁ ଜବରଦଖଲ ଉଚ୍ଛେଦ ବେଳେ ଭୁଶୁଡ଼ିଲା ଛାତ, ୪ ଗୁରୁତର

ବଅଁରପାଳ,୨୭।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ବାଲିସାହି ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ପ୍ରଶାସନ ପକ୍ଷରୁ ୫୫ନଂ. ଜାତୀୟ ରାଜପଥ ପ୍ରଶସ୍ତିକରଣ ନିମନ୍ତେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ୪ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ ଉପରୁ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଥିବା ସମୟରେ ଉକ୍ତ ସ୍ଥାନରେ ଥିବା ଏକ ଘରକୁ ଜେସିବି ସାହାଯ୍ୟରେ ଭଙ୍ଗା ଯାଉଥିଲା। ଏହି ସମୟରେ ଘରମାଲିକ ଧନେଶ୍ୱର ମୁଦୁଲି ଓ ୩ଜଣ ଶ୍ରମିକ ସେଠାରେ ଉଚ୍ଛେଦ ପାଇଁ କାର୍ଯ୍ୟ କରୁଥିଲେ। ହଠାତ ଏକ ଛାତ ଭୁଶୁଡ଼ି ପଡ଼ିବାରୁ ଧନେଶ୍ୱରଙ୍କ ସମେତ ଉକ୍ତ ୩ଜଣ ଗୁରୁତର ହୋଇଥିଲେ। ଖରପାଇ ବଅଁରପାଳ ପୋଲିସ, ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀ କାନ୍ଥ ତଳୁ ଗୁରୁତରମାନଙ୍କୁ ଉଦ୍ଧାର କରିଥିଲେ। ଏବେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଅପରପକ୍ଷେ ଦୁର୍ଘଟଣା କିଭଳି ଘଟିଲା ସେନେଇ ବଅଁରପାଳ ପୋଲିସ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଡି ରାସ୍ତାରୁ ହଟିବ ଟୋଲଗେଟ୍‌

ବରଗଡ଼ ଅଫିସ,୨୭।୫: ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା-ନନ୍ଦଟିକ୍ରା ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ରାସ୍ତାରେ ଅଶୋକା ବିଲ୍ଡକନ ବସାଇଥିବା ବେଆଇନ ଟୋଲଗେଟ୍‌ ହଟିବ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଟୋଲଗେଟ୍‌କୁ...

ନାକଚଣା ଦ୍ୱାରରେ ତିନିରଥ

ପୁରୀ ଅଫିସ,୧୦।୭: ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପ୍ରସ୍ତୁତ ତିନି ରଥ। ମଙ୍ଗଳବାର ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ...

ବିଦ୍ୟାଳୟରେ ଛାତ୍ରୀଙ୍କୁ ମାଡ଼ ଘଟଣା ନିଲମ୍ବିତ ଶିକ୍ଷକ ଗିରଫ

ବାସୁଦେବପୁର/ପଦ୍ମପୁର, ୨୫।୭ (ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର କ୍ଲଷ୍ଟରର ସୁନାମୁହିଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ମାଡ଼ ଘଟଣାରେ ନିଲମ୍ବିତ ଶିକ୍ଷକ କଳ୍ପତରୁ ମଲିକଙ୍କୁ...

ରାମଗିରି ଅଞ୍ଚଳରେ କାମ ଦେଉନି ଲକ୍‌ଡାଉନ

ରାମଗିରି,୨୯ା୩(ଡି.ଏନ.ଏ.)- ପ୍ରଧାନମନ୍ତ୍ରୀ ଗତ ୨୨ ତାରିଖରେ ସାରା ଦେଶରେ ଜନତା କର୍ଫ୍ୟୁ ପାଇଁ ପ୍ରଥମେ କହିଥିଲେ। ସେ ଦିନ ରାମଗିରି ତଥା ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ...

ଝାରପାଲିରୁ ଇସ୍ରୋ ବୈଜ୍ଞାନିକ

ବରଗଡ଼ ଅଫିସ୍‌,୨୯।୧୨: ବରଗଡ଼ ଜିଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଝାରପାଲି ଗ୍ରାମର ନିହାର ରଞ୍ଜନ ପ୍ରଧାନ ଇସ୍ରୋର ବୈଜ୍ଞାନିକ ଭାବେ ସୁଯୋଗ ପାଇଛନ୍ତି। ସେ ଆସନ୍ତା...

ଗରିବଙ୍କୁ ଖାଦ୍ୟ ଯୋଗାଇବ ମୋବାଇଲ୍‌ ଫୁଡ୍‌ ବ୍ୟାଙ୍କ୍‌

ଭୁବନେଶ୍ୱର,୧୭ା୧(ବ୍ୟୁରୋ): କ୍ଷୁଧା ଦୂରୀକରଣ ତଥା ଗରିବଙ୍କୁ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ‘ସୋ ଆମ୍‌ ଆଇ(ସାଇ) ଫାଉଣ୍ଡେଶନ ଟ୍ରଷ୍ଟ’ ପକ୍ଷରୁ ‘ହଙ୍ଗର୍‌ ଫ୍ରି ଓଡ଼ିଶା’ କ୍ୟାମ୍ପେନ୍‌...

ପୁବୁ ସାହି ନିକଟ ଶଙ୍ଖ ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ସାନପୁଅ ଆଣିଲେ ହତ୍ୟା ଅଭିଯୋଗ, ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଆଦର୍ଶ ଥାନା ପୋଲିସ

ଖୋର୍ଦ୍ଧା ଅଫିସ,୧୬।୪: ଖୋର୍ଦ୍ଧା ଆର୍ଦଶ ଥାନା ଜାତୀୟ ରାଜପଥ ପୁବୁ ସାହି ନିକଟ ଶଙ୍ଖ ତଳୁ ପୋଲିସ ଗୁରୁବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।...

ଟ୍ରାଙ୍କୁଲାଇଜ ପରେ ଅସୁସ୍ଥ ଦନ୍ତା ଉଠି ମାରିଲା: ଫରେଷ୍ଟ ଗାର୍ଡ ଗୁରୁତର

ସଜନାଗଡ଼,୮।୩(ଡି.ଏନ୍‌.ଏ.): ହାତୀକୁ ଚିକିତ୍ସା କରିବାକୁ ଯାଇ ଅସୁସ୍ଥ ଦନ୍ତାର ପାଲଟା ଆକ୍ରମଣରେ ଫରେଷ୍ଟ ଗାର୍ଡ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ନୀଳଗିରି କୁଲଡିହା ଅଭୟାରଣ୍ୟରେ...

Advertisement
Archives

Model This Week