‘ଜାତୀୟ ମୁଣ୍ଡ ପିଛା ଆୟ ସହ ସମକକ୍ଷ ହେବା ଓଡ଼ିଶାର ଲକ୍ଷ୍ୟ’

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ରାଜ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ୨୦୨୦-୨୧ ବଜେଟ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ପର୍ଯ୍ୟଟନକୁ ଏକ ନୂଆସ୍ତରକୁ ନେବାକୁ ପର୍ଯ୍ୟଟନ କ୍ଷେତ୍ରରେ ଅର୍ଥ ବରାଦକୁ ଦୁଇଗୁଣା କରାଯାଇଛି। ସେହିଭଳି ଶିଳ୍ପକ୍ଷେତ୍ରରେ ବିକାଶ ନିମନ୍ତେ ବ୍ୟୟବରାଦକୁ ବୃଦ୍ଧି କରାଯାଇଛି। ପ୍ରତି ବିଭାଗରେ ହେବାକୁ ଥିବା ଖର୍ଚ୍ଚକୁ ବିସ୍ତୃତଭାବେ ବର୍ଣ୍ଣନା କରାଯାଇଛି। ଏହି ଷ୍ଟ୍ରାଟେଜିକ୍‌ ବଜେଟିଂ ଦ୍ୱାରା ବିଭାଗଗୁଡ଼ିକ କେଉଁ ଯୋଜନାରେ କେତେ ଅର୍ଥ ବ୍ୟୟ କରିବେ ତାହାର ସମ୍ପୂର୍ଣ୍ଣ ଚିତ୍ର ପାଇପାରିବେ ବୋଲି ଅର୍ଥ ବିଭାଗ ସଚିବ ଅଶୋକ ମୀନା କହିଛନ୍ତି। ବୁଧବାର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଶା ଇକୋନୋମିକ୍ସ ଆସୋସିଏଶନ ଓ ବିଶ୍ୱବିଦ୍ୟାଳୟ ଆନାଲିଟିକାଲ ଏବଂ ଆପ୍ଲାଏଡ୍‌ ଇକୋନୋମିକ୍ସ ବିଭାଗ ପକ୍ଷରୁ ମିଳିତଭାବେ ଆୟୋଜିତ ‘ଓଡ଼ିଶା ବଜେଟ୍‌ ୨୦୨୦-୨୧’ ଶୀର୍ଷକ ଆଲୋଚନାଚକ୍ରରେ ସଚିବ ମୀନା ବଜେଟ୍‌ ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ରାଜ୍ୟ ସରକାର ଚଳିତ ବଜେଟ୍‌ରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପ୍ରାଥମିକତା ଦେଇଛନ୍ତି। କଟକ ଏସ୍‌ସିବି ମେଡିକାଲ କଲେଜକୁ ଏମ୍‌ସ ପ୍ଲସ୍‌ ଷ୍ଟାଟ୍‌ସକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଅଧିକ ଡାକ୍ତର, ନର୍ସ ଏବଂ ପାରାମେଡିକାଲ ଷ୍ଟାଫ୍‌ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରାଯାଇଛି। ରାଜ୍ୟରେ ଏବେ ଛାତ୍ର-ଶିକ୍ଷକ ଅନୁପାତ ଭଲ ଥିବାବେଳେ ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ଅର୍ଥ କମିଶନ ଦେଇଥିବା ଟାର୍ଗେଟ୍‌ ଭିତରେ ରାଜ୍ୟର ଋଣ ପରିମାଣ ରହିଛି। ହେଲେ ଜାତୀୟ ମୁଣ୍ଡପିଛା ଆୟ ସହ ସମକକ୍ଷ ହେବାକୁ ଏବେ ରାଜ୍ୟ ଅଧିକ ଋଣର ଆବଶ୍ୟକତା କରୁଥିବା ମୀନା କହିଥିଲେ। ରାଜ୍ୟର ବ୍ୟୟ ତୁଳନାରେ ଆୟ ଅଧିକ ହେଉଥିବାରୁ ସେହି ଅଧିକ ଅର୍ଥକୁ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ କରିବାକୁ ଉପସ୍ଥିତ ବକ୍ତାମାନେ ପରାମର୍ଶ ଦେଇଥିଲେ। ବିଶେଷକରି ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଖାଲି ପଡ଼ିଥିବା ପଦବୀ ପୂରଣ କରିବାକୁ ସେମାନେ କହିଥିଲେ। ସ୍ବାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ହେଉଥିବା ପ୍ରତି ୧୦୦ ଟଙ୍କାରୁ ୭୪ ଟଙ୍କା ସାଧାରଣ ଲୋକଙ୍କ ପକେଟରୁ ଯାଉଥିବାବେଳେ ମାତ୍ର ୨୬ ଟଙ୍କା ସରକାର ବହନ କରୁଛନ୍ତି। ଏଭଳିସ୍ଥଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରିବା ଲାଗି ଓଡ଼ିଶା ସ୍ବାସ୍ଥ୍ୟକ୍ଷେତ୍ରରେ ଅଧିକ ଅନୁଦାନ ଆବଶ୍ୟକତା କରୁଥିବା ଉପସ୍ଥିତ ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରିଥିଲେ।
ଅନ୍ୟପକ୍ଷରେ ବଜେଟ୍‌ର ଅଧିକାଂଶ ଅର୍ଥ ରାଜ୍ୟ ସରକାର ଖଣି ଶିଳ୍ପରୁ ଆଦାୟ କରିବାକୁ ଥିବାବେଳେ ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଥିଲେ। ପରିବେଶ ଉପରେ ମଧ୍ୟ ଏହାର କୁପ୍ରଭାବ ରହିଛି। ଏହାସହ ତାହା ଅନିଶ୍ଚିତ ଶିଳ୍ପ ହୋଇଥିବାରୁ ଏଥିରୁ କେତେ ଅର୍ଥ ଆସିବ ତାହା କହିବା ସମ୍ଭବ ନୁହେଁ। ଏନେଇ ଉତ୍ତର ଦେଇ ଅର୍ଥ ସଚିବ ସରକାରଙ୍କର ଜରୁରିକାଳୀନ ପାଣ୍ଠିରେ ଯଥେଷ୍ଟ ଟଙ୍କା ରହିଥିବା କହିଥିଲେ। ଆବଶ୍ୟକସ୍ଥଳେ ଏହି ଅର୍ଥକୁ କାମରେ ଲଗାଯାଇପାରିବ ବୋଲି ସେ କହିଥିଲେ। ଓଡ଼ିଶା ଇକୋନୋମିକ୍ସ ଆସୋସିଏଶନର ସମ୍ପାଦକ ଡ. ଅମରେନ୍ଦ୍ର ଦାସ ପ୍ରାରମ୍ଭରେ ବଜେଟ୍‌ର ବିସ୍ତୃତ ବିବରଣୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଏନ୍‌ସିଡିଏସ୍‌ ନିର୍ଦ୍ଦେଶକ ପ୍ରଫେସର ଶ୍ରୀଜିତ୍‌ ମିଶ୍ର, ପ୍ରଫେସର ସତ୍ୟକାମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ମୁଖ୍ୟ ପ୍ରଫେସର ମିତାଲି ଚିନାରା ସ୍ବାଗତଭାଷଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri