Posted inଖେଳ

ଜାତୀୟ ବକ୍ସିଂ ଚାମ୍ପିୟନଶିପ୍‌: ସେମି ପରାଜୟ ନେଇ ଦୁଆତିଙ୍କ ଚ୍ୟାଲେଞ୍ଜ୍‌

କାନପୁର,୮।୧୨(ପି.ଟି.)- ଇଣ୍ଡିଆ ଓପନ ରୌପ୍ୟ ପଦକ ବିଜୟିନୀ ତଥା ଡିଫେଣ୍ଡିଂ ଚାମ୍ପିୟନ ତଥା ମହିଳା ବକ୍ସର ବନଲାଲ ଦୁଆତି ନିଜର ପରାଜୟ ନେଇ ଅସନ୍ତୋଷ ଥିବା କହିଛନ୍ତି। ଚଳିତ ଜାତୀୟ ବକ୍ସିଂ ଚାମ୍ପିୟନଶିପ୍‌ରେ ସେ ୫୧ କେ.ଜି. ବର୍ଗ ସେମିଫାଇନାଲରେ ହରିୟାଣାର ରିତୁଙ୍କଠାରୁ ୨-୩ ବ୍ୟବଧାନରେ ପରାସ୍ତ ହୋଇ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲେ। ମ୍ୟାଚ୍‌ର ଫଳାଫଳ ନେଇ ସେ ଅସନ୍ତୋଷ ଥିବାରୁ ଏହି ପରାଜୟ ନେଇ ସେ ଅପିଲ କରିଛନ୍ତି। ୫ଥର ଜାତୀୟ ଚାମ୍ପିୟନଶିପ୍‌ ପଦକ ହାସଲ କରିଥିବା ମିଜୋରାମର ଏହି ମହିଳା ବକ୍ସର ଏହି ପରାଜୟକୁ ଠକାମି ବୋଲି କହିଛନ୍ତି। ମୁଁ ଠକାମିର ଶିକାର ହୋଇଛି। ବକ୍ସିଂ ଫେଡେରେଶନ ଅଫି ଇଣ୍ଡିଆ (ବିଏଫ୍‌ଆଇ) ରବିବାର ସକାଳ ୭ଟାରେ ତାଙ୍କ ଅପିଲ ସଂକ୍ରାନ୍ତରେ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।
ପ୍ରଥମ ରାଉଣ୍ଡର ଠିକ୍‌ ଅନ୍ତିମ ମୁହୂର୍ତ୍ତରେ ଜଜ୍‌ ନିଲମ ପୁନିଆଙ୍କୁ ବଦଳାଯାଇଥିଲା। ତାଙ୍କ ସ୍ଥାନରେ ଡି.ଏସ. ରାଜୁ ଦାୟିତ୍ୱ ନେଇଥିଲେ। ହଠାତ ଜଜ୍‌ଙ୍କୁ ବଦଳାଇବାର କ’ଣ ଆବଶ୍ୟକତା ଥିଲା ଓ ଏ ନେଇ ମଧ୍ୟ କୌଣସି କାରଣ ଦର୍ଶାଯାଇ ନ ଥିଲା। ପୂର୍ବରୁ କ୍ୟାରିୟରରେ ଏକାଧିକ ବାର ପରାଜୟ ବରଣକରିଥିଲେ ମଧ୍ୟ କେବେ ଅଭିଯୋଗ ଆଣି ନ ଥିଲି। କିନ୍ତୁ ଏହି ମ୍ୟାଚ୍‌ରେ ମୋ ପ୍ରତି ଅନ୍ୟାୟ ହୋଇଛି ବୋଲି ସେ କହିଛନ୍ତି।
ରିଭ୍ୟୁ ପାଇଁ ଅପିଲ କରିଛି ଓ ମୋତେ ଏଥିପାଇଁ ୫,୦୦୦ ଟଙ୍କା ଦେବାକୁ ପଡିଛି। ରବିବାର ଫାଇନାଲ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଦିନ ସକାଳ ୭ଟାରେ ବିଏଫ୍‌ଆଇ ମୋ ସହିତ କଥା ହେବ। ତେଣୁ ଏଥିରେ ଯଥାର୍ଥତା କିଛି ନାହିଁ। ମୋର ମଧ୍ୟ ଆଶା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଥାଉ କି, ଚଳିତ ବର୍ଷ ପ୍ରାରମ୍ଭରେ ଦୁଆତି ଇଣ୍ଡିଆ ଓପନ ଫାଇନାଲରେ ଏମ୍‌ସି ମେରୀକମଙ୍କଠାରୁ ପରାସ୍ତ ହୋଇଥିଲେ। ସେଭଳି କୌଣସି ଜରୁରୀ ନ ଥିଲେ ସାଧାରଣତଃ ଜଜ୍‌ମାନଙ୍କର ପରିବର୍ତ୍ତନ ହୋଇ ନ ଥାଏ। ତେଣୁ ଏହି ମାମଲାରେ ନିୟମର ଠିକ୍‌ ପାଳନ ହୋଇଛି କି ନା ସେ ନେଇ ତଦନ୍ତ ହେବ ବୋଲି ବିଏଫ୍‌ଆଇର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri