Posted inଖେଳ

ଜାତୀୟ ଜୁନିୟର ହକି କ୍ୟାମ୍ପ୍‌ ପାଇଁ ଓଡ଼ିଶାରୁ ୫

ନୂଆଦିଲ୍ଲୀ, ୧୨।୫(ପି.ଟି.)- ବେଙ୍ଗାଲୁରୁଠାରେ ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଜାତୀୟ ଜୁନିୟର ପୁରୁଷ ହକି କୋଚିଂ କ୍ୟାମ୍ପ୍‌ ଲାଗି ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ୩୩ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଓଡ଼ିଶାରୁ ୫ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ସାହିଲ କୁମାର ନାୟକ (ଗୋଲକିପର), ଗ୍ରେଗୋ ଖେସ୍‌ (ମିଡ୍‌ଫିଲ୍ଡର), ସୁମନ ବେକ୍‌, ପ୍ରତାପ ଲାକ୍ରା ଓ ନବୀନ କୁଜୁର (ସମସ୍ତେ ଡିଫେଣ୍ଡର୍ସ)। ତିନି ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି କ୍ୟାମ୍ପ୍‌ ଜୁନ୍‌ ୪ରେ ଶେଷ ହେବ। ସ୍ପେନର ମାଡ୍ରିଡ୍‌ଠାରେ ଜୁନ ୧୦ରୁ ଆରମ୍ଭ ହେବାକୁ ଥିବା ଅଷ୍ଟରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଲାଗି ଏହି କ୍ୟାମ୍ପ୍‌ରୁ ଭାରତୀୟ ଦଳ ଘୋଷଣା କରାଯିବ। ଆୟୋଜକ ସ୍ପେନ ସମେତ ଭାରତ, ବେଲଜିୟମ, ଜର୍ମାନୀ, ଗ୍ରେଟ୍‌ ବ୍ରିଟେନ, ଆର୍ଜେଣ୍ଟିନା, ଅଷ୍ଟ୍ରିଆ ଓ ନେଦରଲାଣ୍ଡସ୍‌ ଅଂଶଗ୍ରହଣ କରିବେ। ‘ଏହା ଏକ ପ୍ରତିଦ୍ୱନ୍ଦ୍ୱୀତାମୂଳକ ଟୁର୍ନାମେଣ୍ଟ ହେବ। ସେହିଭଳି ଖେଳାଳିଙ୍କ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ କ୍ୟାମ୍ପ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି। କ୍ୟାମ୍ପ୍‌ରେ ଖେଳାଳିଙ୍କ ଫିଟ୍‌ନେସ ଓ କମ୍ବିନେଶନ ଉପରେ ଗୁରୁତ୍ୱ ଦିଆଯିବ। ଚାପଜନକ ପରିସ୍ଥିତିରେ ଖେଳାଳିମାନେ କେଉଁଭଳି ପରିସ୍ଥିତିକୁ ମୁକାବିଲା କରୁଛନ୍ତି ତାହା ଉପରେ ମଧ୍ୟ କୋଚ୍‌ମାନେ ଦୃଷ୍ଟି ରଖିବେ’ ବୋଲି ଏଚ୍‌ଆଇର ଡାଇକ୍ଟେର ଅଫ୍‌ ହାଇପରଫର୍‌ମାନ୍ସ ଡେଭିଡ୍‌ ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାହୁଲ ଦ୍ରାବିଡଙ୍କୁ ହିଁ ରହିପାରନ୍ତି ଭାରତୀୟ ଦଳର କୋଚ୍‌, ଚୁକ୍ତିନାମା ବଢାଇବାକୁ ପ୍ରସ୍ତାବ ଦେଇଛି ବିସିସିଆଇ

ନୂଆଦିଲ୍ଲୀ,୨୯।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ରାହୁଲ ଦ୍ରାବିଡଙ୍କୁ ହିଁ ସିନିୟର ପୁରୁଷ ଦଳର କୋଚ୍‌ ଭାବରେ ରଖିବାକୁ ଚାହୁଁଛି। ବିଶ୍ୱକପ୍‌ ଶେଷ ହେବା ପରେ...

ଯୁବବର୍ଗ ପାଇଁ ଓଡ଼ିଶା ସରକାରଙ୍କ ନୂଆ ପଦକ୍ଷେପ

ଭୁବନେଶ୍ୱର, ୨୯ା୧୧(ବିଜୟ ରଣା): ଓଡ଼ିଶାର ଯୁବକମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ସରକାର ଆଉ ଏକ ନୂଆ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି। ଏହି...

ରାଜ୍ୟ ସିନିୟର ବ୍ୟାଡମିଣ୍ଟନ: ଫାଇନାଲ ଆଜି

ବଲାଙ୍ଗୀର, ୨୯ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ଓଡ଼ିଶା ରାଜ୍ୟ ସିନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିନ ମଙ୍ଗଳବାର ଅନୁଷ୍ଠିତ...

ଆଜି ଘୋଷଣା ହେବ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ତାରିଖ

ନୂଆଦିଲ୍ଲୀ,୨୯ା୧୧(ପି.ଟି.): ଦୀର୍ଘଦିନ ଧରି ଜାରି ରହିଥିବା ଭାରତୀୟ ରେସ୍‌ଲିଂ ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ବିବାଦରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ବୁଧବାର ନିର୍ବାଚନ ତାରିଖ ଘୋଷଣା ହେବ ବୋଲି...

ଋତୁରାଜଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ

ଗୁଆହାଟୀ,୨୯ା୧୧: ଓପନର ଋତୁରାଜ ଗାଏକ୍ୱାଡଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜର ତୃତୀୟ ମ୍ୟାଚରେ ଭାରତ ୨୨୨ ରନ୍‌ର ବିଶାଳ ସ୍କୋର...

ଜାତୀୟ ପିକଲବଲ୍‌ରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୨୯।୧୧(ତପନ ସ୍ବାଇଁ): ଅହମଦାବାଦର ଅଦାନୀ ସ୍ପୋଟର୍‌ସ ଲାଇନ୍‌ ରିଭର୍ଟଫ୍ରଣ୍ଟ ସ୍ପୋଟର୍‌ସ ପାର୍କରେ ଜାତୀୟ ପିକଲବଲ୍‌ ଚାମ୍ପିୟନଶିପ୍‌ ଡିସେମ୍ବର ୧ରୁ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।...

ବିବାହ ବନ୍ଧନରେ ମୁକେଶ

ଗୁଆହାଟୀ,୨୯ା୧୧: ଭାରତୀୟ ଦଳର ଷ୍ଟ୍ରାଇକ୍‌ ବୋଲର ମୁକେଶ କୁମାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତୃତୀୟ ଟି୨୦ ମ୍ୟାଚ୍‌ ପୂର୍ବରୁ ମୁକେଶ...

ଅଷ୍ଟ୍ରେଲିଆ ବିଜୟୀ

ଗୁଆହାଟୀ,୨୮ା୧୧: ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ଦମଦାର ଶତକ ବଳରେ ଭାରତ ବିପକ୍ଷ ତୃତୀୟ ଟି୨୦ ମ୍ୟାଚକୁ ୫ ଉଇକେଟରେ ଜିତି ନେଇଛି ଅଷ୍ଟ୍ରେଲିଆ। ଓପନର ଋତୁରାଜ ଗାଏକ୍ୱାଡଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri