Posted inଖେଳ

ଜାତୀୟ ଚୟନକର୍ତ୍ତା ଦୌଡ଼ରେ ଅଗରକର ସାମିଲ

ନୂଆଦିଲ୍ଲୀ, ୨୫ା୧ (ପି.ଟି.)-ଜାତୀୟ କ୍ରିକେଟର ଚୟନକର୍ତ୍ତା ପାଇଁ ଶୁକ୍ରବାର ଆବେଦନର ଅନ୍ତିମ ଦିବସ ଥିଲା। ପୂର୍ବତନ ଭାରତୀୟ ପେସ୍‌ ବୋଲର ଅଜିତ ଅଗରକର ଶେଷ ମୁହୂର୍ତ୍ତରେ ଦରଖାସ୍ତ କରିଛନ୍ତି। ଫଳରେ ଚେୟାରମ୍ୟାନ ପଦବୀ ପାଇଁ ସେ ଦୌଡ଼ରେ ଅନ୍ୟମାନଙ୍କଠାରୁ ଆଗରେ ରହିବେ। ପୂର୍ବତନ ମିଡିୟମ ପେସ୍‌ ବୋଲର ତଥା ଜୁନିୟର ଚୟନ କମିଟି ଚେୟାରମ୍ୟାନ କର୍ନାଟକର ଭେଙ୍କଟେଶ ପ୍ରସାଦ ସିନିୟର ଚୟନକର୍ତ୍ତା ପଦବୀ ପାଇଁ ଆବେଦନ କରିଥିବା ଜଣାଯାଇଛି। ତେବେ ସେ ଏହି ପଦବୀରେ ଦେଢ ବର୍ଷ ରହିପାରିବେ। କାରଣ ନୂଆ ସମ୍ବିଧାନ ଅନୁସାରେ ଚୟନ କମିଟି ପଦବୀରେ ଜଣେ ସର୍ବାଧିକ ୪ ବର୍ଷ ରହିପାରିବେ। ଆବେଦନକାରୀଙ୍କ ମଧ୍ୟରେ ୪୨ବର୍ଷୀୟ ଅଗରକର ସବୁଠାରୁ ହାଇପ୍ରୋଫାଇଲ ଖେଳାଳି। ସେ ୨୬ଟି ଟେଷ୍ଟ, ୧୯୧ ଅନ୍ତର୍ଜାତୀୟ ଦିନିକିଆ ଏବଂ ୩ ଅନ୍ତର୍ଜାତୀୟ ଟି୨୦ ଖେଳି ୩୪୯ ଉଇକେଟ ଅକ୍ତିଆର କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ମୁମ୍ବାଇର ଅଗରକର ହେଉଛନ୍ତି ଦେଶର ତୃତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର। ସେ ଅନିଲ କୁମ୍ବଲେ ୨(୩୩୪ ଉଇକେଟ) ଏବଂ ଜାଭାଗଲ ଶ୍ରୀନାଥ (୩୧୫ ଉଇକେଟ)ଙ୍କ ପଛରେ ରହିଛନ୍ତି। ଅଗରକର ଏବଂ ପ୍ରସାଦଙ୍କ ବ୍ୟତୀତ ଚୟନକର୍ତ୍ତା ପାଇଁ ଆବେଦନ କରିଥିବା ଅନ୍ୟମାନେ ହେଲେ ଲକ୍ଷ୍ମଣ ଶିବରାମକ୍ରିଷ୍ଣନ (ତାମିଲନାଡୁ), ନୟନ ମୋଙ୍ଗିଆ (ବରୋଦା), ଚେତନ ଶର୍ମା (ହରିୟାଣା) ଓ ରାଜେଶ ଚୌହାନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ପୁଣି ସମାଲୋଚନା କଲେ ଯୁବିଙ୍କ ବାପା

ନୂଆଦିଲ୍ଲୀ,୧୦।୭- ପ୍ରାକ୍ତନ ଅଲ୍‌ରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ ବାପା ତଥା ପୂର୍ବତନ ପେସର ଯୋଗରାଜ ପୁଣିଥରେ ମହେନ୍ଦ୍ର ସିଂ ଧୋନୀଙ୍କୁ ସମାଲୋଚନା କରିଛନ୍ତି। ଏଥର ଅମ୍ବାତି...

ଓଏଫ୍‌ସିର ଜୁନିୟର ଜଗରନଟ୍ସ ଲିଗ୍‌

ଭୁବନେଶ୍ୱର,୧୩ା୪(ସ୍ପୋଟର୍‌ସ ବ୍ୟୁରୋ): ତୃଣମୂଳ ସ୍ତରରେ ଫୁଟବଲର ପ୍ରଚାର ପ୍ରସାର ପାଇଁ ଓଡ଼ିଶା ଏଫ୍‌ସି(ଓଏଫ୍‌ସି) ଓ ପ୍ରୋ ସ୍ପୋର୍ଟ ଡେଭେଲପମେଣ୍ଟ (ପିଏସ୍‌ଡି) ପକ୍ଷରୁ ଜୁନିୟର ଜଗରନଟ୍ସ ଲିଗ୍‌...

ଦିଲ୍ଲୀ କ୍ୟାପିଟାଲ୍ସ ଶୀର୍ଷରେ

ଅବୁଧାବି,୨୫।୯: ୟୁଏଇରେ ଚାଳିଥିବା ଆଇପିଏଲ୍‌ ଫେଜ୍‌-୨ରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ ଶୀର୍ଷ ସ୍ଥାନକୁ ଉଠିଛି। ଅବୁଧାବିରେ ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲକୁ...

ଭାରତରୁ ପ୍ରତିନିଧିତ୍ୱ କରିବ ସାଇ ଇଣ୍ଟରନ୍ୟାଶନାଲ

ଭୁବନେଶ୍ୱର, ୨୬।୮(ଅସମାପିକା ସାହୁ): ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଏବଂ ସାଇ ଇଣ୍ଟରନ୍ୟାଶନାଲ ରେସିଡେନ୍ସିଆଲ୍‌ ସ୍କୁଲର ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ୧୨ ଜଣ ଛାତ୍ର ବାଂଲାଦେଶରେ...

ଆଇସିସି ଆଣିଲା ଦୁର୍ନୀତି ଅଭିଯୋଗ

ଦୁବାଇ, ୨୦ା୯ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ ପକ୍ଷରୁ ଦୁର୍ନୀତି ମାମଲାରେ ୮ ଜଣଙ୍କ ନାମ ଆସିଥିବା ବେଳେ ଏହା ମଧ୍ୟରେ ରହିଛନ୍ତି ୩ ଭାରତୀୟ।...

ଇତିହାସ ରଚିଲେ ଫ୍ରାନ୍ସ କ୍ରିକେଟର୍‌

ଭାଣ୍ଟା,୨୬।୭:ଫ୍ରାନ୍ସର ଓପନର୍‌ ଗୁସ୍ତାଭ ମ୍ୟାକେନ ଅନ୍ତର୍ଜାତୀୟ ଟି-୨୦ରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି। ସେ ୧୮ ବର୍ଷ ୨୮୦ ଦିନ ବୟସରେ ଏହି କୀର୍ତ୍ତିମାନ...

ନିଜ ଷ୍ଟାଡିୟମରେ ଖେଳିବେ ଈଶ୍ୱରନ୍‌

ନୂଆଦିଲ୍ଲୀ,୩ା୧ ନିଜ ନାମରେ ନାମିତ ଷ୍ଟାଡିୟମରେ ଖେଳିବାର ସୌଭାଗ୍ୟ ଅନେକ ବଡ ଖେଳାଳିଙ୍କୁ ମିଳି ନ ଥାଏ। ଭିଭିଆନ୍‌ ରିଚାର୍ଡସ, ବ୍ରାଏନ ଲାରା ଓ ଆଲାନ...

ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି କ୍ରିକେଟର

କରାଚି,୧୬।୧୨: ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ଅଜହର ଅଲି ଶୁକ୍ରବାର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି। ଇଂଲଣ୍ଡ ଏବଂ...

Advertisement
Archives

Model This Week