Posted inଖେଳ

ଜାତୀୟ ଚୟନକର୍ତ୍ତା ଦୌଡ଼ରେ ଅଗରକର ସାମିଲ

ନୂଆଦିଲ୍ଲୀ, ୨୫ା୧ (ପି.ଟି.)-ଜାତୀୟ କ୍ରିକେଟର ଚୟନକର୍ତ୍ତା ପାଇଁ ଶୁକ୍ରବାର ଆବେଦନର ଅନ୍ତିମ ଦିବସ ଥିଲା। ପୂର୍ବତନ ଭାରତୀୟ ପେସ୍‌ ବୋଲର ଅଜିତ ଅଗରକର ଶେଷ ମୁହୂର୍ତ୍ତରେ ଦରଖାସ୍ତ କରିଛନ୍ତି। ଫଳରେ ଚେୟାରମ୍ୟାନ ପଦବୀ ପାଇଁ ସେ ଦୌଡ଼ରେ ଅନ୍ୟମାନଙ୍କଠାରୁ ଆଗରେ ରହିବେ। ପୂର୍ବତନ ମିଡିୟମ ପେସ୍‌ ବୋଲର ତଥା ଜୁନିୟର ଚୟନ କମିଟି ଚେୟାରମ୍ୟାନ କର୍ନାଟକର ଭେଙ୍କଟେଶ ପ୍ରସାଦ ସିନିୟର ଚୟନକର୍ତ୍ତା ପଦବୀ ପାଇଁ ଆବେଦନ କରିଥିବା ଜଣାଯାଇଛି। ତେବେ ସେ ଏହି ପଦବୀରେ ଦେଢ ବର୍ଷ ରହିପାରିବେ। କାରଣ ନୂଆ ସମ୍ବିଧାନ ଅନୁସାରେ ଚୟନ କମିଟି ପଦବୀରେ ଜଣେ ସର୍ବାଧିକ ୪ ବର୍ଷ ରହିପାରିବେ। ଆବେଦନକାରୀଙ୍କ ମଧ୍ୟରେ ୪୨ବର୍ଷୀୟ ଅଗରକର ସବୁଠାରୁ ହାଇପ୍ରୋଫାଇଲ ଖେଳାଳି। ସେ ୨୬ଟି ଟେଷ୍ଟ, ୧୯୧ ଅନ୍ତର୍ଜାତୀୟ ଦିନିକିଆ ଏବଂ ୩ ଅନ୍ତର୍ଜାତୀୟ ଟି୨୦ ଖେଳି ୩୪୯ ଉଇକେଟ ଅକ୍ତିଆର କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ମୁମ୍ବାଇର ଅଗରକର ହେଉଛନ୍ତି ଦେଶର ତୃତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର। ସେ ଅନିଲ କୁମ୍ବଲେ ୨(୩୩୪ ଉଇକେଟ) ଏବଂ ଜାଭାଗଲ ଶ୍ରୀନାଥ (୩୧୫ ଉଇକେଟ)ଙ୍କ ପଛରେ ରହିଛନ୍ତି। ଅଗରକର ଏବଂ ପ୍ରସାଦଙ୍କ ବ୍ୟତୀତ ଚୟନକର୍ତ୍ତା ପାଇଁ ଆବେଦନ କରିଥିବା ଅନ୍ୟମାନେ ହେଲେ ଲକ୍ଷ୍ମଣ ଶିବରାମକ୍ରିଷ୍ଣନ (ତାମିଲନାଡୁ), ନୟନ ମୋଙ୍ଗିଆ (ବରୋଦା), ଚେତନ ଶର୍ମା (ହରିୟାଣା) ଓ ରାଜେଶ ଚୌହାନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri