ଜାତି ଖୋଜିଲେ ମୁକ୍ତି କାହିଁ

ଡ. ଏକାଦଶୀ ପ୍ରଧାନ

ଆମେ ଧର୍ମନିରପେକ୍ଷତା କଥା କହିଲେ ମଧ୍ୟ ଧର୍ମ, ସମ୍ପ୍ରଦାୟ, ଜାତିଗତ ବୈଷମ୍ୟତା ଦୃଷ୍ଟିରୁ ନାନା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଆମର ମହାପୁରୁଷ-ଧର୍ମ, ସମ୍ପ୍ରଦାୟ, ଜାତି ପ୍ରତି ବିଦ୍ୱେଷଭାବ ପୋଷଣ କରିନାହାନ୍ତି କି ଅସହନଶୀଳ ମନୋଭାବ ପ୍ରଦର୍ଶନ କରି ନାହାନ୍ତି। ଜାତିଭେଦ ଊର୍ଦ୍ଧ୍ୱରେ ରହି ସମାଜ ଓ ମାନବ ଜାତିର କଲ୍ୟାଣ ସାଧନ କରିବା ହେଉଛି ସବୁଧର୍ମ ସମ୍ପ୍ରଦାୟର ଲକ୍ଷ୍ୟ। ସନ୍ଥ ଭୀମଭୋଇ ଶୁଣାଇଥିଲେ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ।’ ମହାତ୍ମା ବୁଦ୍ଧ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବ ସମାଜକୁ ଗୋଟିଏ ଐକ୍ୟ ମନ୍ତ୍ରରେ ବାନ୍ଧିବାକୁ ଚେଷ୍ଟା କରିଥିଲେ। ମୋଗଲ ସମ୍ରାଟ ଆକବର ସବୁ ଧର୍ମର ସାରମର୍ମକୁ ନେଇ ‘ଦିନ୍‌-ଇ-ଇଲାହି’ ନାମରେ ଏକ ସମନ୍ବୟବାଦୀ ଧର୍ମର ପ୍ରଚାର କରିଥିଲେ। ଶ୍ରୀକୃଷ୍ଣ ଗୋପାଳ ଜାତିରେ ଜନ୍ମ ନେଇ ସର୍ବାଧିକ ଉଦାରତା ପ୍ରକାଶ କରି ଗୀତାରେ କହିଥିଲେ – ‘ସର୍ବ ଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ।’ ମାତ୍ର ଆଜି ଧର୍ମ ସମାଜରେ ପାରସ୍ପରିକ ଅସଦ୍‌ଭାବର କାରଣ ହୋଇଛି।
ମନୁଷ୍ୟ ଜାତି ଜାତିଗତ ପ୍ରମାଣପତ୍ରକୁ ନେଇ ପ୍ରଭାବିତ; ଏସବୁ ମନୁଷ୍ୟକୃତ। ଆଜି ଯେଉଁ ସାଂପ୍ରଦାୟିକ ଦଙ୍ଗା ଦେଶ, ଜାତି ଓ ବ୍ୟକ୍ତିକୁ ଆକ୍ରାନ୍ତ କରିଛି ତାହା ଜାତି ଓ ଧର୍ମଗତ ବିଦ୍ୱେଷ ପାଇଁ ସୃଷ୍ଟି ହୋଇଛି। ଏହା ଦେଶ ବା ଜାତିର ମହତ୍ତ୍ୱର ଲକ୍ଷଣ ନୁହେଁ, ବିଶୃଙ୍ଖଳାର ଲକ୍ଷଣ। ଜାତିର କଥା କହି ସମ୍ପ୍ରଦାୟର ବିଚାରବିମର୍ଶ କରି ଓଡ଼ିଶାରେ ମଧ୍ୟ ରାଜନୈତିକ, ସାମାଜିକ, ସାଂସ୍କୃତିକ କ୍ଷେତ୍ରରେ ଅବକ୍ଷୟ ସୃଷ୍ଟି ହେଉଛି। ଜାତିଗତ ମତଭେଦକୁ ନେଇ ସଂଘର୍ଷ, ଅଶାନ୍ତି ସୃଷ୍ଟି ହେଉଛି। ଜାତିଗତ କାରଣ ଆଜି ସମ୍ପ୍ରଦାୟ ଗଣ୍ଡି ଭିତରେ ଛନ୍ଦି ହୋଇ ରାଜନୀତୀକରଣ ହେଉଛି।
ଜାତିକୁ ନେଇ ପ୍ରଶାସନିକ କ୍ଷେତ୍ରରେ ଟିକେ କେଁ ରହିଯାଇଛି। ଜମିବାଡ଼ି ରେଜିଷ୍ଟ୍ରି ବେଳେ କବଲାରେ ରାଜସ୍ବ ବା ଅନ୍ୟ ବିଭାଗରେ ଜାତିକଥା ଉଲ୍ଲେଖ ରହୁଛି। ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଜାତିକଥା ଉଲ୍ଲେଖ ନ କରି କିମ୍ବା ଉଚ୍ଚ-ନୀଚ ଜାତି ବିଭେଦ ସୃଷ୍ଟି ନ କରି ମଣିଷ ଜାତି ବୋଲି ଉଲ୍ଲେଖ ହେଲେ ଅସୁବିଧା କ’ଣ ହୁଅନ୍ତା, ବରଂ ବିଶ୍ୱ ଭ୍ରାତୃପ୍ରେମ, ଭାଇଚାରା, ସାମ୍ପ୍ରଦାୟିକତା ଊର୍ଦ୍ଧ୍ୱରେ ରହି ସଂକୀର୍ଣ୍ଣତାର ତତ୍ତ୍ୱ ପ୍ରଶମିତ ହୁଅନ୍ତା। ଏବେ ଅବଶ୍ୟ ସାଙ୍ଗିଆ ଉଠିବାକୁ ବସିଲାଣି। ବାପାମା’ମାନେ ପିଲାଙ୍କ ନାମ ପରେ ସାଙ୍ଗିଆବିହୀନ କରି ପି.ଏସ୍‌. ଦିଲସାନ, ପି.ଏସ୍‌. ବିଜୟଲକ୍ଷୀ୍ମ, ଟି.ଏସ୍‌. ହଂସିକା ପ୍ରିୟଦର୍ଶିନୀ, କେ.ଏସ୍‌. ହଂସିତା, ଏସ୍‌.ଟି. ନର୍ମଦା, ପି.କେ. ଝାନ୍ସି, ଏମ୍‌.ଏସ୍‌. ବିଭୁପ୍ରସାଦ, ସ୍ଥିତିପ୍ରଜ୍ଞା ପ୍ରିୟଦର୍ଶିନୀ ଦେଲେଣି। ସ୍ବାଗତଯୋଗ୍ୟ କଥା; ଏଥିରୁ ଜାତିର କୌଣସି ପ୍ରମାଣ ମିଳେନାହିଁ। ବହୁଦିନ ପୂର୍ବରୁ ସନ୍ଥ ଭୀମଭୋଇ ‘ସ୍ତୁତି ଚିନ୍ତାମଣି’ରେ ଉଲ୍ଲେଖ କରିଛନ୍ତି-
‘ସ୍ତ୍ରୀ ପୁରୁଷ ଦୁହିଁକୁ ଗଢ଼ଇଛି ଯୋଡ଼ିଏ ସ୍ବରୂପ ଦେଖ।
ଦ୍ୱିତୀୟ ଜାତିରୁ ତିନି ଜାତି ନାହିଁ ସୁଜନେ କର ବିବେକ।ା’
ବାସ୍ତବରେ ବିଶ୍ୱ ସୃଷ୍ଟିରେ ଦୁଇ ଜାତି ସ୍ତ୍ରୀ ଓ ପୁରୁଷ ଜାତି ବ୍ୟତୀତ ତୃତୀୟ ଜାତି କିଛି ନାହିଁ, ସର୍ବୋପରେ ମଣିଷ ଜାତି। ସ୍ବାର୍ଥାନ୍ବେଷୀ ମଣିଷ ମନଗଢ଼ା ଜାତି ସୃଷ୍ଟିକରି ହିଂସା, ବିଦ୍ୱେଷ, ଘୃଣା, ସଂଘର୍ଷ, ସମସ୍ୟା ସୃଷ୍ଟି କରୁଛି। ଜାତିଗତ ବିଦ୍ୱେଷଭାବ, ସଦ୍‌ଭାବ ଓ ମୈତ୍ରୀକୁ ଧ୍ୱଂସ କରି ଦେଇଛି। ଜାତି ନାମରେ ସାଂପ୍ରଦାୟିକତା ସୃଷ୍ଟି ହେଉଛି। ଜାତିକୁ ଅସ୍ତ୍ର ଭାବରେ ବ୍ୟବହାର କରି ସୁବିଧାବାଦୀ ରାଜନୈତିକ ଗୋଷ୍ଠୀ ଫାଇଦା ଉଠାଉଛନ୍ତି। ବିଭିନ୍ନ ବର୍ବରୋଚିତ ଓ ନାରକୀୟ ଘଟଣା ଘଟୁଛି ଜାତି ପାଇଁ। ଜାଠ ଜାତିରୁ ସାଂପ୍ରଦାୟିକତା ଦଙ୍ଗା ଜାତି ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଥିଲା। ଏହି ବିଶୃଙ୍ଖଳା କ’ଣ ଦେଶ ବା ଜାତିର ମହତ୍‌ ଲକ୍ଷଣ?
ମଣିଷ ଶରୀରର ରକ୍ତ ଲାଲ। ବିଭିନ୍ନ ଜାତିଭେଦ ସୃଷ୍ଟିକରି ରକ୍ତର ରଙ୍ଗ ବଦଳାଇବାର ଶକ୍ତି କାହାର ନାହିଁ। ମାତ୍ର ମନ୍ଦିରକୁ ଦଳିତ ବା ସାବରୀମାଲା ମନ୍ଦିରରେ ମହିଳା ଜାତି ପ୍ରବେଶ ନ କରିବାରେ ମସୁଧା ରକ୍ତପାତ, ସଂଘର୍ଷ, ଈର୍ଷା, ବିଦ୍ୱେଷ ଓ ହିଂସାର ତାଣ୍ଡବଲୀଳା ସାଂପ୍ରଦାୟିକ ବଡ଼ପଣ୍ଡାମାନେ ସୃଷ୍ଟି କରୁନାହାନ୍ତି କି ? ସାଂପ୍ରଦାୟିକ ଜାତିପ୍ରଥା ମଣିଷ ଜାତିକୁ ବିଭ୍ରାନ୍ତ କରୁଛି। ମନୁଷ୍ୟ ଜାତିର ଇତିହାସରେ ସବୁଠାରୁ ବଡ଼ ବଡ଼ ଅସନା ହେଉଛି ଆମର ଏ ସୁନ୍ଦର ପୃଥିବୀକୁ ଅସୁନ୍ଦର କରିବାରେ ଜାତିଗତ ପ୍ରଥା ପ୍ରଚଳନ କରି ବିଭେଦ ସୃଷ୍ଟିକରି ନଷ୍ଟଭ୍ରଷ୍ଟ କରିବା। ଆମେ ହିନ୍ଦୁ ମୁସଲମାନ ଭାଇ ଭାଇ କହୁଛେ ଭାଷଣରେ; ଯାତ୍ରା, ଚଳଚ୍ଚିତ୍ର ଜଗତରେ ସୁନ୍ଦର ନାଟକ ମାଧ୍ୟମରେ ହିନ୍ଦୁ ମୁସଲମାନ ମଧ୍ୟରେ ବୈବାହିକ ଜୀବନ ସହିତ ଜାତି, ସମ୍ପ୍ରଦାୟ ଊର୍ଦ୍ଧ୍ୱର ଦୃଶ୍ୟପଟ ପରିବେଷଣ କରି ଆହ୍ଲାଦିତ ହେଉଛେ। ପ୍ରକୃତପକ୍ଷେ ଆମର ମାନସିକତା ଦ୍ୱନ୍ଦ୍ୱ ସୃଷ୍ଟି କରୁଛେ।
ଜାତି ଧର୍ମ ମଧ୍ୟରେ ବିରାଟ ପ୍ରାଚୀର ସୃଷ୍ଟି ହୋଇଛି। ନିଜ ନିଜ ରୁଚି ଅନୁସାରେ ଆମେ ଖାଦ୍ୟପେୟ ପୋଷାକ ପରିଧାନ କରୁଛେ। ଈଶ୍ୱର ଆଲ୍ଲା ଏକ କଥା କହୁଥିବା ବେଳେ ଛୋଟ ବଡ଼ ହିନ୍ଦୁ, ଖ୍ରୀଷ୍ଟିୟାନ କହି ବିଭେଦ ସୃଷ୍ଟି କରିବାର ଅର୍ଥ କ’ଣ। ସବୁ ଧର୍ମର ସାରତତ୍ତ୍ୱ ହେଉଛି ଈଶ୍ୱର ଭକ୍ତି। ଖାଦ୍ୟପେୟର ସଂଯମତା, ଜୀବ ହତ୍ୟା କରିବା ନାହିଁ; ଅହିଂସା ଆଚରଣ କରିବା। ମାତ୍ର ସ୍ବାର୍ଥାନ୍ବେଷୀ ମଣିଷ ଖାଦ୍ୟରେ ସଂଯମତା ନ ରଖି ମାଂସ ଆହରଣ କରିବା କୌଣସି ଜାତି, ଗୋତ୍ର, ସମ୍ପ୍ରଦାୟରେ ଉଲ୍ଲେଖ ନାହିଁ।
ହିନ୍ଦୁ ଧର୍ମ, ମୁସଲମାନ ଧର୍ମ, ଖ୍ରୀଷ୍ଟିୟାନ ଧର୍ମରେ ମଧ୍ୟ ବିଭିନ୍ନ ଜାତି ବ୍ୟକ୍ତି ବିଶେଷ ଅଛନ୍ତି। ଏସବୁ ଗୋଟିଏ ଗୋଟିଏ ମତ। ବିଭିନ୍ନ ଜାତିରେ ଆମେ ହିଂସ୍ର ହୋଇ ବିଭିନ୍ନ ପ୍ରକାର ଖାଦ୍ୟ ଖାଉଛେ। ସାମାଜିକତା ଭିତରେ ଆମେ ଖାଦ୍ୟକୁ ନେଇ ଛୋଟ ବଡ଼ ଜାତି ବୋଲି କହୁଛେ। ମାତ୍ର ସବୁ ଧର୍ମ ସବୁ ଜାତିର ସାରତତ୍ତ୍ୱ ହେଉଛି ଜୀବେ ହିଂସା କରିବା ନାହିଁ। ଏ କଥା କିଏ ମାନୁଛି। ଆମେ ସମସ୍ତେ ଗୋପାଳନ, କୁକୁଡ଼ା ପାଳନ, ମତ୍ସ୍ୟଚାଷ କରୁଛେ, ଆମେ ପାଳୁଥିବା ଜନ୍ତୁଙ୍କୁ ଓ ଜୀବ ହିଂସା କରି ଖାଇବା ଏକଥା ବା କେଉଁ ଶାସ୍ତ୍ରରେ ଅଛି। ପ୍ରକୃତରେ କୌଣସି ଜାତି ସମ୍ପ୍ରଦାୟ ମତ ସହିତ କୌଣସି ମତର ବିରୋଧ ନାହିଁ। ଭାବର ବିଭିନ୍ନତା। ଜଣେ ଖାଣ୍ଟି ମୁସଲମାନ ପ୍ରକୃତପକ୍ଷେ ଖାଣ୍ଟି ହିନ୍ଦୁ। ଜଣେ ଖାଣ୍ଟି ହିନ୍ଦୁ ଜଣେ ଖାଣ୍ଟି ମୁସଲମାନ। ଯିଏ ଖାଣ୍ଟି ସେ ସବୁ ମତକୁ ଗ୍ରହଣ କରିବ। ଜଣେ ଭେଜାଲ ସ୍ବାର୍ଥାନ୍ବେଷୀ ନିଶ୍ଚୟ ଅନ୍ୟ ସବୁ ମତକୁ ଭେଜାଲ କହି ନିଜକୁ ନେଇ ବ୍ୟସ୍ତ ରହିବ। ଏହା ଖାଣ୍ଟିତ୍ୱର ଲକ୍ଷଣ ନୁହେଁ।
ଯାହାକୁ ଭିତ୍ତିକରି ସବୁକିଛି ତିଷ୍ଠି ରହିଛି ତାହା ହେଉଛି ମଣିଷ ଜାତିର ଧର୍ମ। ଏହା ଚିରନ୍ତନ ଓ ଶାଶ୍ୱତ। ମଣିଷର ବଞ୍ଚତ୍ବା ଓ ବଢ଼ିବାର ଧର୍ମ। ମାତ୍ର ଆଜି ମଣିଷ ମଧ୍ୟରେ ଜାତି, ଧର୍ମ, ହିଂସା, ବିଦ୍ୱେଷ, ଘୃଣା, ସଂଘର୍ଷରେ ପରିଣତ ହେଲାଣି। ଏହା ମଣିଷ ଜାତି ପାଇଁ ଶୁଭଙ୍କର ନୁହେଁ। ଧର୍ମ ଜାତିକୁ ନେଇ ସଂକୀର୍ଣ୍ଣତା ସାମ୍ପ୍ରଦାୟିକତା ମତଭେଦ ସୃଷ୍ଟି କରୁଛି। ଯେତେ ମଣିଷ ସେତେ ମତ ହୋଇପାରେ, ଭାବର ହିଁ ବିଭିନ୍ନତା ରହିବ, ମାତ୍ର ମଣିଷ ଜାତି ସବୁ ସଂକୀର୍ଣ୍ଣତା ଛୋଟ ବଡ଼ ଜାତି ଭାବନାର ଊର୍ଦ୍ଧ୍ୱରେ ରହି ଗୋଟିଏ ଆଦର୍ଶ ଗୋଟିଏ ଲକ୍ଷ୍ୟ ପରମତତ୍ତ୍ୱ ପ୍ରାପ୍ତି ପାଇଁ ଉଦ୍ଦିଷ୍ଟ ହେଲେ ଆମର ମଙ୍ଗଳ, ସମାଜର ମଙ୍ଗଳ ହେବ।
ହିତୈଷୀ ଭବନ
ଏରକଣା, ମାହାଙ୍ଗା, କଟକ
ମୋ-୯୯୩୭୯୦୬୧୫୪


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri