Posted inଜାତୀୟ

ଜାତି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା: ଉପତ୍ୟକା ଓ ଲଦାଖର ବିକାଶରେ ସହାୟକ ହୁଅନ୍ତୁ

ନୂଆଦିଲ୍ଲୀ,୮।୮(ପି.ଟି./ଆଇଏଏନ୍‌ଏସ୍‌)-
ଜମ୍ମୁ-କଶ୍ମୀରରେ ଖୁବ୍‌ଶୀଘ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଉପତ୍ୟକାବାସୀ ସେମାନଙ୍କ ମତାଧିକାର ସାବ୍ୟସ୍ତ କରି ନିଜ ନିଜ ପ୍ରତିନିଧି ବାଛିବାର ସୁଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସ୍ପଷ୍ଟ କରିବା ସହ ଏହାକୁ ନେଇ ରହିଥିବା ଅନିଶ୍ଚିତତା ଦୂର କରିଛନ୍ତି। ସମ୍ବିଧାନ ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ପ୍ରଧାନମନ୍ତ୍ରୀ ପ୍ରଥମଥର ପାଇଁ ୪୦ ମିନିଟ ଧରି ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଜାତି ଉଦ୍ଦେଶ୍ୟରେ ସମ୍ବୋଧିତ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ରାତି ୮ଟାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଏକ ଐତିହାସିକ ପଦକ୍ଷେପ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି, ଏହାଦ୍ୱାରା ଶ୍ୟାମା ପ୍ରସାଦ ମୁଖାର୍ଜୀ, ଅଟଳବିହାରୀ ବାଜପେୟୀ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମେତ କୋଟି କୋଟି ଭାରତୀୟଙ୍କ ସ୍ବପ୍ନ ପୂରଣ ହୋଇଛି। ଅନୁଚ୍ଛେଦ ୩୭୦ ହଟିବା ପରେ କଶ୍ମୀରବାସୀଙ୍କ କ’ଣ ଲାଭ ହେବ ତାହା କେହି କହିପାରୁ ନ ଥିଲେ। ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଯୋଗୁ ଆତଙ୍କବାଦ, ପରିବାରବାଦ ଓ ଭ୍ରଷ୍ଟାଚାର ବୃଦ୍ଧି ପାଉଥିଲା। ପାକିସ୍ତାନ ଦ୍ୱାରା ଏହା କେବଳ ଏକ ଅସ୍ତ୍ର ଭାବେ ବ୍ୟବହୃତ ହେଉଥିଲା। ୩ ଦଶକରେ ୪୨,୦୦୦ ନିର୍ଦ୍ଦୋଷ ଅକଥନୀୟ ଯନ୍ତ୍ରଣା ଭୋଗି ପ୍ରାଣ ହରାଇଛନ୍ତି। ଜମ୍ମୁ-କଶ୍ମୀରର ବିକାଶ ହୋଇପାରିଲା ନାହିଁ, ଯାହାର ସେମାନେ ହକ୍‌ଦାର। ଏବେ ଅବସ୍ଥା ସୁଧୁରିବ। ସବୁ ସରକାର ଲୋକଙ୍କ ମଙ୍ଗଳ ପାଇଁ ଆଇନ ପ୍ରଣୟନ କରନ୍ତି। ଉଭୟ ପାର୍ଲାମେଣ୍ଟ ବାହାରେ ଓ ଭିତରେ ବିତର୍କ ହୁଏ। ଏହି ପ୍ରକ୍ରିୟା ଦେଇ ଗତି କରୁଥିବା ଆଇନ ଦେଶବାସୀଙ୍କ ହିତସାଧନ କରେ। କିନ୍ତୁ ତାହା ଦେଶର ଏକ ଭାଗରେ ଲାଗୁ ନ ହେବା ସମସ୍ତଙ୍କ ପରିକଳ୍ପନାର ବାହାରେ। ସେମାନଙ୍କ ଶିଶୁ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟ ମୌଳିକ ଅଧିକାରଗୁଡ଼ିକରୁ ବଞ୍ଚତ୍ତ। ସେମାନଙ୍କ ଦୋଷ କ’ଣ। ଝିଅମାନେ ଅନେକ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି। ସଫେଇ କର୍ମଚାରୀ, ଦଳିତ, ସଂଖ୍ୟାଲଘୁମାନେ ଅନେକ ସୁବିଧା ପାଉନାହାନ୍ତି। ସର୍ବନିମ୍ନ ମଜୁରି ଆଇନ କେବଳ କାଗଜକଲମରେ ସୀମିତ। ନିର୍ବାଚନ ବେଳେ ଏସ୍‌ସି, ଏସ୍‌ଟି ସଂରକ୍ଷଣ ସୁବିଧା ଜମ୍ମୁ-କଶ୍ମୀରବାସୀଙ୍କୁ ମିଳୁନାହିଁ।
ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଇତିହାସ ପାଲଟିବା ପରେ ନକାରାମତ୍କ ପ୍ରଭାବରୁ ଉପତ୍ୟକା ଖୁବ୍‌ଶୀଘ୍ର ମୁକ୍ତ ହେବ ବୋଲି ବିଶ୍ୱାସ। ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳର କର୍ମଚାରୀ ଓ ପୋଲିସ କର୍ମୀଙ୍କ ଭଳି ସୁବିଧା ମିଳିବ। ଶିକ୍ଷା, ସ୍ବାସ୍ଥ୍ୟ ଆଦି ଭତ୍ତା ମିଳିବ। ଶୀଘ୍ର ଜମ୍ମୁ-କଶ୍ମୀର ଏବଂ ଲଦାଖରେ ସବୁ କେନ୍ଦ୍ରୀୟ ଓ ରାଜ୍ୟ ପଦବୀ ପୂରଣ କରାଯିବ। ନିଯୁକ୍ତି ସୁଯୋଗ ମିଳିବ। କର୍ମସଂସ୍ଥାନ ସୃଷ୍ଟି କରାଯିବ। ସେନା ଓ ଅର୍ଦ୍ଧସାମରିକ ବଳରେ ନିଯୁକ୍ତି ପାଇଁ ରାଲି କରାଯିବ। ପ୍ରଧାନମନ୍ତ୍ରୀ ବିସ୍ତାର ଯୋଜନା କାର୍ଯ୍ୟକାରୀ କରାଯିବ। ରାଜସ୍ବ ନିଅଣ୍ଟର ପ୍ରଭାବକୁ ହ୍ରାସ କରାଯିବ। ୩୭୦ ଉଚ୍ଛେଦ ପରେ କିଛି କାଳ ପାଇଁ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ସରକାରଙ୍କ ଅଧୀନରେ ରଖାଯିବା ନିଷ୍ପତ୍ତି ଭାବିଚିନ୍ତି ନିଆଯାଇଛି। ରାଷ୍ଟ୍ରପତି ଶାସନ ଅମଳରେ ସୁଶାସନ, ଆର୍ଥିକ ବିକାଶ ହୋଇଛି। ଦଶନ୍ଧି ଧରି ଅଟକି ରହିଥିବା ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଆଇଆଇଟି, ଏମ୍ସ ଭଳି ପ୍ରୋଜେକ୍ଟ ଏବଂ ଦୁର୍ନୀତି ନିରୋଧୀ ବ୍ୟୁରୋ କାମ ତ୍ୱରାନ୍ବିତ ହୋଇଛି। ରେଲଓ୍ବେ, ବିମାନବନ୍ଦର କାମ ମଧ୍ୟ ଜୋରସୋରରେ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମୋଦି ଆହୁରି କହିଛନ୍ତି, ଦେଶର ଗଣତନ୍ତ୍ର ମଜଭୁତ। ଉପତ୍ୟକାରେ ବହୁ ଲୋକ ଲୋକ ସଭା ପାଇଁ ଭୋଟ ଦେଉଥିଲେ। ହେଲେ ବିଧାନସଭା ଓ ସ୍ଥାନୀୟ ନିର୍ବାଚନରେ ସାମିଲ ହୋଇପାରୁ ନ ଥିଲେ କି ଭୋଟ ଦେଇପାରୁ ନ ଥିଲେ। ସେମାନଙ୍କ ଉପରେ କ’ଣ ଏମିତି ଅନ୍ୟାୟ ଚାଲିଥାଆନ୍ତା। ଏବେ ସେଠାକାର ଭୋଟର ନିଜର ଜନ ପ୍ରତିନିଧି ବାଛିବେ। ନୂଆ ବ୍ୟବସ୍ଥାରେ ଆତଙ୍କବାଦ ଓ ବିଚ୍ଛନ୍ନତାବାଦରୁ ମୁକ୍ତି ମିଳିବ। ଜମ୍ମୁ-କଶ୍ମୀରର ବିକାଶ ଧାରା ସଫଳତାର ନୂଆ ଉଚ୍ଚତାକୁ ସ୍ପର୍ଶ କରିବ। ନାଗରିକଙ୍କୁ ସେମାନଙ୍କ ଅଧିକାର ମିଳିବ। ଫଳରେ କେନ୍ଦ୍ରଶାସିତ ଅଞ୍ଚଳ ବଜାୟ ରହିବାର ଆବଶ୍ୟକତା ରହିବନାହିଁ। କିନ୍ତୁ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହୋଇ ରହିବ। ସଚ୍ଚୋଟତା ସହ ପ୍ରତିନିଧି ବାଛିବାର ସୁଯୋଗ ଖୁବ୍‌ଶୀଘ୍ର ମିଳିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ବ୍ଲକ୍‌ ଡେଭେଲପ୍‌ମେଣ୍ଟ କାଉନ୍‌ସିଲ୍‌ ଶୀଘ୍ର ଗଠନ ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି। ୪-୫ ମାସ ପୂର୍ବରୁ ଜମ୍ମୁ-କଶ୍ମୀର ଏବଂ ଲଦାଖ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରତିନିଧିମାନେ ଭଲ କାମ କରୁଛନ୍ତି। ସେମାନେ ଅଭିନନ୍ଦନର ଅଧିକାରୀ। ପଞ୍ଚାୟତ ପ୍ରତିନିଧି ଓ ପ୍ରଧାନଙ୍କ ଯୋଗୁ ଗ୍ରାମୀଣ ସ୍ତରରେ ବିକାଶ ସାଧିତ ହୋଇପାରିଛି। ଏବେ ପଞ୍ଚାୟତ ସଦସ୍ୟମାନେ ନୂଆ ବ୍ୟବସ୍ଥାରେ ଉତ୍ତମ କାର୍ଯ୍ୟକରି ଉଦାହରଣ ସୃଷ୍ଟି କରିବେ। ଜନତା ବିଚ୍ଛିନ୍ନତାବାଦୀଙ୍କୁ ପ୍ରତ୍ୟାଖ୍ୟାନ କରି ନୂଆ ଆଶା ଓ ବିକାଶ ଦିଗରେ ଉତ୍ସାହର ସହ ଲକ୍ଷ୍ୟ ପୂରଣ କରିବେ।
ଲଦାଖ ଓ ଜମ୍ମୁ-କଶ୍ମୀରର ଯୁବପିଢ଼ି ନିଜ ନିଜ କ୍ଷେତ୍ରରେ ବିକାଶ ଦିଗରେ ଅଗ୍ରସର ହେବେ। ପର୍ଯ୍ୟଟନ କେନ୍ଦ୍ର ପାଇଁ ଆବଶ୍ୟକ ପରିବର୍ତ୍ତନ ଅଣାଯାଉଛି। ଏଥିପାଇଁ ଦେଶବାସୀଙ୍କ ସମର୍ଥନ ଲୋଡ଼ା। ପ୍ରାୟ ସବୁ ଫିଲ୍ମ ଶୁଟିଂ ପାଇଁ ସାରା ବିଶ୍ୱର ପ୍ରଯୋଜକ ଏଠାକୁ ଆସିବେ। ହିନ୍ଦୀ ଓ ତେଲୁଗୁ ସିନେମା ଶୁଟିଂ ପାଇଁ ଏହି କ୍ଷେତ୍ରକୁ ବାଛିବେ। ସେମାନେ ନିଜ ନୀତି ନିଷ୍ପତ୍ତିରେ ପ୍ରାଥମିକତା ଦିଅନ୍ତୁ। ସ୍ଥାନୀୟ ଅଧିବାସୀ କାରିଗରି ବିଜ୍ଞାନ ସହ ଯୋଡ଼ିହୋଇ ନିଜ ଜୀବନକୁ ସହଜ କରନ୍ତୁ। କ୍ରୀଡ଼ା କ୍ଷେତ୍ରରେ ବିକାଶ ପାଇଁ ନୂଆ ସ୍ପୋର୍ଟସ ଏକାଡେମୀ, ଷ୍ଟାଡିୟମ୍‌ ନିର୍ମାଣ କରାଯିବ। କଶ୍ମୀରର ପିଲା ଦୁନିଆଁରେ ନାମ ରଖିବ। ଲଦାଖ ଯୁବପିଢ଼ିଙ୍କୁ ସବୁ ପ୍ରକାର ସୁଯୋଗ ମିଳିବ। ଭିତ୍ତିଭୂମିର ଆଧୁନିକୀକରଣ କରାଯିବ।
ଗଣତନ୍ତ୍ରରେ କେତେଜଣ ସମର୍ଥନ ଓ କେତେଜଣ ସମାଲୋଚନା କରନ୍ତି। ସେମାନଙ୍କୁ ଅନୁରୋଧ ଦେଶହିତରେ ବ୍ୟବହାର କରନ୍ତୁ ଓ ଏହି ଦୁଇ ନୂଆ କେନ୍ଦ୍ରଶାସିତ ଅଞ୍ଚଳର ଲୋକଙ୍କ ବିକାଶରେ ସହାୟକ ହୁଅନ୍ତୁ। ବିଲ୍‌ ସପକ୍ଷରେ କିଏ ଭୋଟ ଦେଲା କିଏ ନ ଦେଲା ତହିଁରୁ ଊର୍ଦ୍ଧ୍ୱକୁ ଯାଇ କାମ କରନ୍ତୁ। ୩୭୦ରୁ ମୁକ୍ତି ଏକ ସତ୍ୟତା। ହାତଗଣତି ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଜବାବ ଦେଇଛନ୍ତି। ପାକିସ୍ତାନକୁ ମଧ୍ୟ ଉଚିତ ଜବାବ ମିଳିଛି। ସ୍ବପ୍ନ ସାକାର କରିବାର ସୁଯୋଗ ସେମାନଙ୍କ ଅଧିକାର। ଧୀରେ ଧୀରେ ସ୍ଥିତି ସୁଧୁରିବ ଓ ସବୁକିଛି ସ୍ବାଭାବିକ ହେବ ବୋଲି ମୋଦି ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ସେ ଇଦ୍‌ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଇଦ୍‌ ପାଳନ ବେଳେ ଯେପରି କାହାରି କିଛି ଅସୁବିଧା ହେବନାହିଁ ସେଦିଗରେ ସରକାର ଧ୍ୟାନ ଦେଉଛନ୍ତି। ସୁରକ୍ଷା ବଳ, ପୋଲିସ ପ୍ରଶାସନର କାର୍ଯ୍ୟ ପ୍ରଶଂସନୀୟ। ପରିବର୍ତ୍ତନ ଲୋକହିତରେ ସମ୍ଭବ। ଜମ୍ମୁ-କଶ୍ମୀର ଦେଶର ମୁକୁଟ। ଏହାର ସୁରକ୍ଷା ପାଇଁ ଜମ୍ମୁ-କଶ୍ମୀରବାସୀ ତ୍ୟାଗ କରିଛନ୍ତି। ମିଳିମିଶି ସେମାନଙ୍କ ସ୍ବପ୍ନକୁ ସାକାର କରିବା। ଏହା ସାରାଦେଶର ପ୍ରଗତିରେ ଓ ସ୍ବାଭାବିକ ଭାବେ ବିଶ୍ୱଶାନ୍ତିରେ ମଧ୍ୟ ସହାୟକ ହେବ। ଆସନ୍ତୁ ନୂଆ ଭାରତ ସହ ନୂଆ ଜମ୍ମୁ-କଶ୍ମୀର ଓ ନୂଆ ଲଦାଖର ନିର୍ମାଣ କରିବା ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri