ଜାତିଭିତ୍ତିକ ଜନଗଣନା ଉପରେ ବିଜେଡିର ଗୁରୁତ୍ୱ

ଭୁବନେଶ୍ୱର,୬ା୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟ ବଜେଟ ଅଧିବେଶନ ପ୍ରାରମ୍ଭରେ ବକ୍ତବ୍ୟ ରଖି ବାବା ସାହେବ ଆମ୍ବେଡ଼କରଙ୍କ ପ୍ରଦର୍ଶିତ ସାମାଜିକ ନ୍ୟାୟ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। ରାଷ୍ଟ୍ରପତିଙ୍କର ଏହି ବକ୍ତବ୍ୟକୁ ବିଜେଡି ପକ୍ଷରୁ ରାଜ୍ୟ ସଭାରେ ଧନ୍ୟବାଦ ଦିଆଯାଇଛି। ଉଚ୍ଚ ସଦନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଚାଲିଥିବାବେଳେ ବିଜେଡି ଏମ୍‌ପି ସସ୍ମିତ ପାତ୍ର ଜାତିଭିତ୍ତିକ ଜନଗଣନା କାର୍ଯ୍ୟକାରୀ କରିବାକୁ ମନ୍ତବ୍ୟ ଦେଇଥିଲେ।
ସସ୍ମିତ କହିଥିଲେ ଯେ, ୨୦୨୧ ଜନଗଣନାରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସ୍‌ଇବିସି) ଗଣନା ପାଇଁ ସ୍ବତନ୍ତ୍ର ସ୍ଥାନ ରହୁ। ଓଡ଼ିଶା ସରକାର କ୍ୟାବିନେଟ୍‌ରେ ଏ ସମ୍ପର୍କିତ ପ୍ରସ୍ତାବ ଗୃହୀତ ହୋଇସାରିଛି। ସେହିପରି କ୍ଲିନ୍‌ ଏନର୍ଜି ସେସ୍‌ ବାବଦକୁ ରାଜ୍ୟ ୨୦,୦୦୦ କୋଟି ଟଙ୍କା କେନ୍ଦ୍ରକୁ ଦେଇଥାଏ। ହେଲେ ପରିବେଶଜନିତ ପ୍ରଦୂଷଣ ଭୋଗିଥାଏ। ତେଣୁ ଏହି ଅର୍ଥରୁ କିଛି ପରିମାଣ ରାଜ୍ୟକୁ ମିଳୁ। କୋଇଲା ରୟାଲଟିର ସଂଶୋଧନ ହୋଇ ନ ଥିବାରୁ ରାଜ୍ୟ ପ୍ରତିବର୍ଷ ୨୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥର ରାଜସ୍ବ ହରାଇଛି। ତେଣୁ କ୍ଲିନ ଏନର୍ଜି ସେସ୍‌ ଏବଂ କୋଇଲା ରୟାଲଟି ସଂଶୋଧନ କରାଯାଉ ବୋଲି ସସ୍ମିତ କହିଥିଲେ। ସେହିପରି ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାରୁ ବହୁ କ୍ଷତି ସହୁଛି। ତେଣୁ ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟର ମାନ୍ୟତା ଦିଆଯାଉ। ଏହା ଦ୍ୱାରା ବିଭିନ୍ନ ଯୋଜନାରେ ରାଜ୍ୟ ୯୦ ପ୍ରତିଶତ କେନ୍ଦ୍ରୀୟ ଅଂଶଧନ ଅନୁଦାନ ଆକାରରେ ପାଇବ। ଏହା ଦ୍ୱାରା ବିପର୍ଯ୍ୟୟ କ୍ଷତିର ଭରଣା କରାଯାଇପାରିବ ବୋଲି ସସ୍ମିତ ଦାବି କରିଛନ୍ତି। କେନ୍ଦ୍ର ଦ୍ୱାରା ଚୟନ କରାଯାଇଥିବା ୧୭ଟି ଐତିହାସିକ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ରାଜ୍ୟରୁ କାହାରିକୁ ସ୍ଥାନ ଦିଆଯାଇ ନ ଥିଲା। ନିକଟରେ ଚୟନ କରାଯାଇଥିବା ୫ଟି ସ୍ଥଳୀ ମଧ୍ୟରେ ଓଡ଼ିଶାକୁ ବାଦ୍‌ ଦିଆଯାଇଛି। ତେଣୁ ଏହା ଦ୍ୱାରା କ’ଣ ସବ୍‌କା ସାଥ ସବ୍‌କା ବିକାଶ ସାଧିତ ହୋଇପାରିବ। ଓଡ଼ିଶା ସରକାର ରେଳବାଇ କ୍ଷେତ୍ରରେ ମାଗଣା ଜମି ସହ ୫୦ ପ୍ରତିଶତ ଅର୍ଥ ବ୍ୟୟ କରୁଛନ୍ତି, ହେଲେ ଆଜି ବି ୧୯୮୫ରୁ ଘୋଷିତ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି। ତେଣୁ ରେଳବାଇ କ୍ଷେତ୍ରରେ ରାଜ୍ୟକୁ ଅଧିକ ଅନୁଦାନ ଏବଂ ସହଯୋଗ ମିଳୁ ବୋଲି ସସ୍ମିତ କହିଛନ୍ତି। ସେହିଭଳି ରାଜ୍ୟରେ ଟେଲିକମ୍‌ ସେବା ଉପରେ ଗୁରୁତ୍ୱ ଦେବା ପାଇଁ ବିଜେଡି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆୟୋଗ ବିରୋଧରେ ଅପପ୍ରଚାରକୁ ଓପିଏସ୍‌ସିର ଖଣ୍ଡନ

ଭୁବନେଶ୍ୱର,୯।୮(ବ୍ୟୁରୋ): ଓଡ଼ିଶା ସିଭିଲ୍‌ ସର୍ଭିସ୍‌-୨୦୧୫ ଏବଂ ସହକାରୀ ଉପବିଭାଗ ଅଧିକାରୀ-୨୦୧୮ (ଏଏସ୍‌ଓ) ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)...

ଲାଞ୍ଚ ଭାଗବଣ୍ଟା ଭିଡିଓ ଭାଇରାଲ: ୨ ଯନ୍ତ୍ରୀ ସସ୍‌ପେଣ୍ଡ

ନୂଆପଡ଼ା ଅଫିସ,୧୯।୭: ନୂଆପଡ଼ା ଜିଲା ସିନାପାଲି ବ୍ଲକରେ ଲାଞ୍ଚ ଟଙ୍କା ଭାଗବଣ୍ଟାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏନେଇ ଜିଲାପାଳ ସ୍ବାଧାଦେବ ସିଂ ଘଟଣାର ତଦନ୍ତ...

୧୮ରୁ ଉଚ୍ଚଶିକ୍ଷାନୁଷ୍ଠାନରେ ପୁଣି ବାୟୋମେଟ୍ରିକ୍‌ ଉପସ୍ଥାନ

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ବିଭିନ୍ନ କ୍ଷେତ୍ରରେ ଲାଗିଥିବା କଟକଣାକୁ କୋହଳ କରାଯାଉଛି। ଏହିକ୍ରମରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ପୁଣିଥରେ ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥା ହେବ। ଆସନ୍ତା...

କରୋନା କବଳରେ ସାରା ଓଡ଼ିଶା

ଭୁବନେଶ୍ୱର,୪।୬:(ବ୍ୟୁରୋ):ମହାମାରୀ କରୋନା କବଳକୁ ଚାଲିଯାଇଛି ରାଜ୍ୟର ସମସ୍ତ ଜିଲା। ପୂର୍ବରୁ ୨୯ ଜିଲାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଥିବାବେଳେ ଏବେ ବାକିଥିବା ରାୟଗଡ଼ା ଜିଲାରୁ କୋଭିଡ୍‌-୧୯...

ପୁରୁଷୋତ୍ତମପୁରରେ କରୋନା ନେଲା ଆଉ ଜଣେ ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର, ୨୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଜଣେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମୃତ୍ୟୁର ୨୪ ଘଣ୍ଟା ନ ପୁରୁଣୁ ଆଉ ଜଣେ ପ୍ରଧାନଶିକ୍ଷକ ତଥା ଭାରାପ୍ରାପ୍ତ ଏବିଓଙ୍କ...

ପ୍ରଶ୍ନପତ୍ର ଲିକ୍‌ ମାମଲା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠିତ, ଦୃଢ଼ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୧୪ା୭(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ଶେଷ ବର୍ଷ ଏଜୁକେଶନ ଅନର୍ସ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଛି। ଗୁରୁବାର ସକାଳେ ଘଟଣା ଜଣାପଡିବା ପରେ କର୍ତ୍ତୃପକ୍ଷ...

କୁଲଡ଼ିହାରୁ ହାତୀର ମୃତଦେହ ଉଦ୍ଧାର: ହତ୍ୟା ପରେ ଦାନ୍ତ କାଟି ନିଆଯାଇଥିବା ସନ୍ଦେହ

ସଜନାଗଡ଼, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟର ଭାଲୁବସା ନିକଟରେ ବୁଧବାର ପୂର୍ବାହ୍ନରେ ଦନ୍ତାହାତୀର ମୃତଦେହ ପଡିଥିବା ଦେଖି ବନ କର୍ମଚାରୀମାନେ ଉଦ୍ଧାର...

ଭୁବନେଶ୍ୱରରେ ବଢ଼ୁଛି କରୋନା ସଂକ୍ରମଣ: ଚିହ୍ନଟ ହେଲେ ଆଉ ୪୬ ସଂକ୍ରମିତ; ମୋଟ ଆକ୍ରାନ୍ତ ସଂଖ୍ୟା ୫ଶହ ଟପିଲା

ଭୁବନେଶ୍ୱର,୮।୭(ବ୍ୟୁରୋ): ରାଜଧାନୀରେ ବୁଧବାର ଆଉ ୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୨ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୨୪ ଲୋକାଲ୍‌ କେସ୍‌...

Advertisement
Archives

Model This Week