ଜାତିପ୍ରୀତି: ରକ୍ତରେ ଆହୁତି

ଜୟୀ ରାଜଗୁରୁଙ୍କ ବଳିଦାନ ସମ୍ବନ୍ଧେ ପ୍ରାୟତଃ ସମସ୍ତେ ଅବଗତ ଥିଲାବେଳେ ଓଡ଼ିଶାର ବିସ୍ମୟବୀର ବାହୁବଳେନ୍ଦ୍ରଙ୍କ ବଳିଦାନର ଗୌରବମୟ କଥା ଓ ଗାଥା ରହିଯାଇଛି ଆଲୋଚନାର ଆଢୁଆଳରେ। ୧୭୬୮ରେ ଜନ୍ମ ନିଅନ୍ତି ଖୋର୍ଦ୍ଧା କିଲା ଅନ୍ତର୍ଗତ ଦାଣ୍ଡିମାଳ ଜିଲାର ଗଡ଼ ଦାରୁଠେଙ୍ଗଠାରେ (ନନ୍ଦନକାନନ ନିକଟବର୍ତ୍ତୀ)। ଡିସେମ୍ବର ୦୬, ୧୮୦୬ରେ ଜୟୀ ରାଜଗୁରୁଙ୍କ ନୃଶଂସ ହତ୍ୟା ପରେ ପରେ ମାଟି ମାଆର ସମ୍ମାନ ଓ ସ୍ବାଭିମାନର ରକ୍ଷାପାଇଁ ଅର୍ଥାତ୍‌ ପାଇକ ବିଦ୍ରୋହକୁ ଯେଉଁ କେତେଜଣ ସଫଳ ନେତୃତ୍ୱ ଦେଇଥିଲେ, ତନ୍ମଧ୍ୟରୁ ପିଣ୍ଡିକି ବାହୁବଳେନ୍ଦ୍ର ଥିଲେ ପ୍ରମୁଖ କର୍ଣ୍ଣଧାର। ଜୟୀ ରାଜଗୁରୁଙ୍କ ପରେ ପିଣ୍ଡିକି ବାହୁବଳେନ୍ଦ୍ର ହେଉଛନ୍ତି ଓଡ଼ିଶାର ଦ୍ୱିତୀୟ ଶହୀଦ। ଖୋର୍ଦ୍ଧା ରାଜ୍ୟର ଗଜପତି ଶାସକଙ୍କ ପାଇଁ ଫିରିଙ୍ଗିମାନଙ୍କ ବିରୋଧରେ ବର୍ଷବର୍ଷ ଧରି ଯେଉଁ ପାଇକ ବିଦ୍ରୋହ ଚାଲିଥିଲା, ସେଥିରେ ଯେଉଁ ୧୫ ଜଣ ଦଳେଇ/ ଦଳ ବେହେରା/ ସେନା ନାୟକଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲୁଥିଲା, ସେମାନଙ୍କ ମଧ୍ୟରୁ ପିଣ୍ଡିକି ବାହୁବଳେନ୍ଦ୍ର ଥିଲେ ଅନ୍ୟତମ ପ୍ରମୁଖ ସେନାପତି। ଖୋର୍ଦ୍ଧା ରାଜ୍ୟର ପିତାପଲ୍ଲୀଠାରୁ କଟକ, ଚନ୍ଦକା, ପଟିଆ, ମୁଣ୍ଡମୁହାଣ ଆଦି ଅଞ୍ଚଳ ଥିଲା ପିଣ୍ଡିକିଙ୍କ ସାମ୍ରାଜ୍ୟ। ଏହିସବୁ ଅଞ୍ଚଳର ୨୧୩ଟି ଗାଁରେ ଫିରିଙ୍ଗିଙ୍କ ବିରୋଧରେ ଆନ୍ଦୋଳନ ଛିଡା କରି ଗତିଶୀଳ କରାଉଥିଲେ ସେ। ଖଣ୍ଡଗିରି ଓ ଚନ୍ଦକା ଥିଲା ତାଙ୍କ ସଂଗ୍ରାମର ପେଣ୍ଠସ୍ଥଳ। ଶିଖରଚଣ୍ଡୀ ମୁଣ୍ଡିଆର ବରଗଛ ଥିଲା ଖସଡ଼ା ତିଆରିର ମୂକସାକ୍ଷୀ। ଗାଁ ମାନଙ୍କରୁ ଖଜଣା ଆଦାୟ କରି ଫେରୁଥିବାବେଳେ ଛପି ରହିଥିବା ‘ବାହୁବଳେନ୍ଦ୍ର ବାହିନୀ’ ବ୍ରିଟିଶ କର୍ମଚାରୀଙ୍କ ଉପରକୁ କୁଦି ପଡନ୍ତି ଏବଂ ସମସ୍ତ ଖଜଣାକୁ ନେଇ ଲୋକମାନଙ୍କୁ ବାଣ୍ଟିଦିଅନ୍ତି।
ବ୍ରିଟିଶମାନେ ବହୁ ଚେଷ୍ଟା କଲାପରେ ଯାଇ ତାଙ୍କୁ ଧରିବାରେ ସକ୍ଷମ ହେଲେ। କିନ୍ତୁ ବାହୁବଳେନ୍ଦ୍ର ନିଜର ତୀକ୍ଷ୍ଣ ବୁଦ୍ଧି ଓ କୌଶଳ ପ୍ରୟୋଗକରି ବ୍ରିଟିଶମାନଙ୍କ ହାତବାରିସି ହେବାକୁ ପ୍ରତିଶ୍ରୁତି ଦେଇ ସର୍ବକ୍ଷମା ଯୋଜନାରେ ଖସି ଆସିଲେ। ବ୍ରିଟିଶଙ୍କ ହାତରୁ ଖସି ଆସିଲା ପରେ ଆହୁରି ତୀବ୍ରତର କଲେ ଫିରିଙ୍ଗି ବିରୋଧୀ ଆନ୍ଦୋଳନକୁ। ଫିରିଙ୍ଗିଙ୍କ ଅକଲଗୁଡୁମ ହୋଇଗଲା ପିଡ଼ିଙ୍ଗିଙ୍କ ଅକଲ ନିକଟରେ। ଚତୁର ପିଣ୍ଡିକିଙ୍କୁ ଧରିବା ଇଂରେଜମାନଙ୍କ ପକ୍ଷେ ସମ୍ଭବ ହେଉ ନ ଥିବାରୁ ଶେଷରେ ସେମାନେ ହଜାରେ ଟଙ୍କା ଓ ତମ୍ବା ପଦକର ଲୋଭନୀୟ ପୁରସ୍କାର ସହିତ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିବାକୁ ବି ଘୋଷଣା କଲେ। ସେ ସମୟରେ ହଜାରେ ଟଙ୍କା ଓ ତମ୍ବାର ପଦକ ଥିଲା ଆଜିର ଲକ୍ଷଲକ୍ଷ ଟଙ୍କାଠାରୁ ବି ଖୁବ୍‌ ବେଶି। ସେମାନେ ଛଳ ଓ କୌଶଳ ପ୍ରୟୋଗ କରି କିଛି ଜାତିଦ୍ରୋହୀଙ୍କୁ ହାତମୁଠା କଲେ ଏବଂ ତାଙ୍କରି ମାଧ୍ୟମରେ ଛଳନାର ଜାଲ ବୁଣି ପୁଣି ଧରିବାକୁ ପ୍ରୟାସ କରିଥିଲେ ସେପ୍ଟେମ୍ବର ୨୦, ୧୮୧୮ରେ। ମାତ୍ର ସୁଚତୁର ପିଣ୍ଡିକି ଅଳ୍ପକେ ବର୍ତ୍ତିଗଲେ। କିନ୍ତୁ ଧରା ପଡ଼ିଗଲେ ତାଙ୍କର କେତେଜଣ ସଂଗ୍ରାମୀ ସାଥୀ। ଏହିଭଳି ପିଣ୍ଡିକି ସେନା ଓ ଫିରିଙ୍ଗି ସେନା ମଧ୍ୟରେ ଛକାପଞ୍ଝା ଚାଲୁ ରହିଲା ଅନେକ ଦିନ ଧରି। ମୁହାଁମୁହିଁ ଲଢ଼େଇବେଳେ ବାହୁବଳେନ୍ଦ୍ର ମଧ୍ୟ କେତେକ ଇଂରେଜ କର୍ମଚାରୀଙ୍କୁ ହତ୍ୟା କରିଥିବାର ଜଣାଯାଏ। ତା’ପରେ ଅତ୍ୟନ୍ତ ବିବ୍ରତ ଓ ବ୍ୟତିବ୍ୟସ୍ତ ହୋଇ ଉଠିଲେ ଫିରିଙ୍ଗି ବାହିନୀ। ବ୍ରିଟିଶଙ୍କ ହାତବାରିସି ସାଜିଥିବା କିଛି ଜାତିଦ୍ରୋହୀ ବାହୁବଳେନ୍ଦ୍ରଙ୍କୁ ଧରିବାର ଭିନ୍ନ ଏକ କୌଶଳ ବତାଇଲେ। ସେମାନଙ୍କ ମନ୍ତ୍ରଣାକ୍ରମେ ଫିରିଙ୍ଗିମାନେ ହାତ କଲେ ମଳିପଡ଼ାର ଜାଗିରଦାର ଧ୍ରୁବ ହରିଚନ୍ଦନଙ୍କୁ, ଯିଏ କି ବାହୁବଳେନ୍ଦ୍ରଙ୍କ ବାଲ୍ୟବନ୍ଧୁ ଓ ସଙ୍ଗାତ ଥିଲେ। ଜାଗିରଦାରି ଉଠାଇ ଦେବାର ଧମକ ଓ ପ୍ରଚୁର ପ୍ରଲୋଭନ ଦେଇ ବହୁକଷ୍ଟରେ ଧ୍ରୁବଙ୍କୁ ମନାଇବାରେ ସକ୍ଷମ ହେଲେ ସେମାନେ। ଯୋଜନା ଅନୁଯାୟୀ ବନ୍ଧୁ ବାହୁବଳେନ୍ଦ୍ରଙ୍କୁ ରାତ୍ରି ଭୋଜନ ପାଇଁ ଆମନ୍ତ୍ରଣ କଲେ ଜମିଦାର ଧ୍ରୁବ ହରିଚନ୍ଦନ। ରାତିରେ ଖାଦ୍ୟ ସହିତ ଭାଙ୍ଗ ମିଶା ଯାଇଥିବାରୁ ଖାଇସାରି ଗଭୀର ନିଦ୍ରାରେ ଶୋଇପଡ଼ିଲେ ବାହୁବଳେନ୍ଦ୍ର। ତା’ପରେ ଯେବେ ସେ ନିଦରୁ ଉଠନ୍ତି, ସେତେବେଳେ ନିଜକୁ ଆବିଷ୍କାର କରନ୍ତି ଜେଲ ପ୍ରକୋଷ୍ଠରେ ଏଂ ଦେଖନ୍ତି ହାତଗୋ କଡ଼ିରେ ବନ୍ଧା ହୋଇଥିବାର। ସେତେବେଳକୁ ସବୁ ବୁଝି ସାରିଥିଲେ ସେ। ତଥାପି ସେ ଦବି ଯାଇ ନ ଥିଲେ କି ହାର ମାନି ନ ଥିଲେ। ସୁଯୋଗ ଉଣ୍ଡୁଥିଲେ ଖସି ଯିବାକୁ। ଜେଲରେ ଥିଲାବେଳେ ତାଙ୍କୁ ଦିଆ ଯାଉଥିଲା କିଛି ଅସ୍ତ୍ରଶସ୍ତ୍ର ପୋଛିବାକୁ। ଦିନେ ଅସ୍ତ୍ର ପୋଛୁଥିଲାବେଳେ କୌଶଳ ପୂର୍ବକ ନିଜ ହାତର କଡ଼ିକୁ ସେଥିରେ କାଟିବାରେ ସକ୍ଷମ ହେଲେ ସେ। ତା’ପରେ ଗୋ ବେଡ଼ି ଖୋଲି ସୁଯୋଗ ଦେଖି ସାହସର ସହିତ କାଠଯୋଡ଼ିର ଭରା ନଦୀବକ୍ଷକୁ ଡେଇଁ ଇଂରେଜ ସିପାହିଙ୍କ କବଳରୁ ଖସି ଆସିଥିଲେ । ତା’ପରେ ଦୀର୍ଘ ନଦୀପଥ ପହଁରିପହଁରି ଆସି ପହଞ୍ଚତ୍ଲେ ବାରଙ୍ଗ ନିକଟରେ। ନିରସ୍ତ୍ର, କ୍ଲାନ୍ତ, ଶ୍ରାନ୍ତ ପିଣ୍ଡିକି ବାହୁବଳେନ୍ଦ୍ରଙ୍କୁ ଚାରିଆଡୁ ଘେରିଯାଇ ସମ୍ମିଳିତଭାବେ ଗୁଳିକଲେ ନିର୍ଦୟ ଫିରିଙ୍ଗି ପୋଲିସ। ଆଶ୍ୱସ୍ତ ହେଲା ଫିରିଙ୍ଗି। କିନ୍ତୁ ଅଶ୍ରୁରେ ସେଦିନ ଭିଜିଲା ସାରା ଉତ୍କଳ ମାଟି, ତା’ର ଜଣେ ବୀର ପୁଙ୍ଗବକୁ ହରାଇ। ଧନ୍ୟ ତୁମେ ବୀର! ଏହିଭଳି ଥିଲା ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ବାହୁବଳେନ୍ଦ୍ର ଆଦି ଅସଂଖ୍ୟ ବୀରପୁତ୍ରଙ୍କ ଅପୂର୍ବ ବଳିଦାନର କଥା ଓ ଗାଥା। କିନ୍ତୁ ଆଜିର ଏ ଉତ୍କଳ ଭୂମି! କାହିଁ ସେଦିନର ସେ ସ୍ବାଭିମାନ? କାହାକୁ ନେଇ ଏ ଜାତିର ଉତ୍ତରପିଢି ଗର୍ବ ଅନୁଭବ କରିବ? ଏତେ ସ୍ଥାଣୁତା! ଯୁବାପ୍ରାଣଙ୍କ ମଧ୍ୟେ ଏପରି ଜଡ଼ତାକୁ ଦେଖି ସେମାନଙ୍କ ଉଦ୍ଦେଶ୍ୟରେ କବିଙ୍କ କଲମ ମୁନରୁ ଝରି ଉଠିଛି ଏକ ଆଗ୍ନିକ ଆହ୍ବାନ, -”ତାରୁଣ୍ୟ ଆଉ ଓଡ଼ିଶା ମାଟିରେ ଉଠିବ ନାହିଁ କି ଜଳି/ଜୟୀ ରାଜଗୁରୁ ବକ୍ସି ଦାୟାଦ ଯାଇଅଛି କିବା ମରି?“- କବି ମନମୋହନ ମିଶ୍ର।
‘ବିଦ୍ୟାଶ୍ରୀ’, ମାଷ୍ଟରକ୍ୟାଣ୍ଟିନ, ଭୁବନେଶ୍ୱର
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri