Posted inଫୁରସତ

ଜାଣନ୍ତି ଫାଶୀରେ ବ୍ୟବହୃତ ଦଉଡ଼ି ପରେ କ’ଣ ହୋଇଥାଏ

ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁଯାୟୀ ଜଘନ୍ୟ ଅପରାଧୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥାଏ। ମାତ୍ର ଫାଶୀ ପରେ ଏହି ଦଉଡ଼ି କେଉଁ କାମରେ ବ୍ୟବହାର କରାଯାଇଥାଏ ହୁଏତ ଅଧିକାଂଶ ଜାଣି ନ ଥିବେ। ଜାଣନ୍ତୁ ଏ ସମ୍ପର୍କରେ…

ଏହି ଦଉଡ଼ିକୁ ନେଇ ଅନେକ ଅନ୍ଧବିଶ୍ୱାସ ରହିଛି। ଯଦି ବ୍ରିଟେନ୍‌ କଥା କହିବା ତେବେ ଏଠାରେ ଦୋଷୀଙ୍କୁ ଫାଶୀ ଦିଆଯିବା ପରେ ଉକ୍ତ ଦଉଡ଼ିକୁ ଜହ୍ଲାଦ (ଫାଶୀ ଦେଉଥିବା ବ୍ୟକ୍ତି)ଙ୍କୁ ଦିଆଯାଇଥାଏ। କିଛି ଲୋକ ସୁଖସମୃଦ୍ଧି ବୃଦ୍ଧି ପାଇଁ ଦଉଡ଼ିର ଛୋଟଖଣ୍ଡକୁ ନେଇ ଘରେ ରଖିଥାନ୍ତି। ଭାଗ୍ୟ ଅନୁକୂଳ ପାଇଁ କିଛି ଲୋକ ଏହାକୁ ଲକେଟ୍‌ କରି ମଧ୍ୟ ପିନ୍ଧିଥାନ୍ତି। ଇତିହାସରେ ଉଲ୍ଲେଖ ଅଛି, ବ୍ରିଟେନ୍‌ର ଜହ୍ଲାଦ ଏହି ଦଉଡ଼ିକୁ ନେଇଥାନ୍ତି। ତେବେ ୧୯୬୫ରୁ ବ୍ରିଟେନ୍‌ରେ ଫାଶୀଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି। ଆଉ କିଛି ଦେଶରେ ଏହି ଦଉଡ଼ିକୁ ଛୋଟଖଣ୍ଡ କରାଯାଇ କାରାଗାରର ଓ୍ବାର୍ଡରମାନଙ୍କୁ ଦିଆଯାଇଥାଏ।


ସେହିପରି ଭାରତରେ ମଧ୍ୟ ଫାଶୀ ଦଉଡ଼ିକୁ ଜହ୍ଲାଦଙ୍କୁ ଦିଆଯାଇଥାଏ। ୨୦୦୪ରେ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ନଟ ମଲ୍ଲିକ ବଳାତ୍କାର ଏବଂ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଧନଞ୍ଜୟ ଚାଟାର୍ଜୀଙ୍କୁ ଫାଶୀଖୁଣ୍ଡରେ ଝୁଲାଇଥିଲେ। ସେତେବେଳେ ଚାକିରି ଆଶାୟୀ, କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ମଧ୍ୟ ଏହି ଦଉଡ଼ି ଖଣ୍ଡକୁ ନେବା ପାଇଁ ନଟଙ୍କ ଘର ସମ୍ମୁଖରେ ଭିଡ଼ ଜମାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାପକୁ ମାରିବା ପାଇଁ ୧୩ କୋଟି ଟଙ୍କାର ଘର ଜାଳିଦେଲେ ଯୁବକ

ଓ୍ବାଶିଂଟନ,୫ା୧୨: ଜଣେ ଯୁବକ ନିଜ ଘରେ ଏକ ବିଷଧର ସାପକୁ ଦେଖିଥିଲେ। ଏହି ସାପକୁ ମାରିବା ପାଇଁ ସେ ଏମିତି କିଛି କାଣ୍ଡ କଲେ, ଯାହା...

ଦିଲ୍ଲୀ ବିଧାନସଭା ତଳୁ ମିଳିଲା ସୁଡ଼ଙ୍ଗ, ଲାଲ୍‌କିଲ୍ଲା ପର୍ଯ୍ୟନ୍ତ ଅଛି ଗୁପ୍ତ ରାସ୍ତା

ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ବିଧାନସଭାରେ ଗୁରୁବାର ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ଦିଲ୍ଲୀ ବିଧାନସଭା ଅଧ୍ୟକ୍ଷ ତଥା ବାଚସ୍ପତି ରାମ ନିବାସ ଗୋଏଲ କହିଛନ୍ତି, ଏହି ସୁଡ଼ଙ୍ଗ...

ରତନ ଟାଟା ୨୭ ବର୍ଷୀୟ ଯୁବକଙ୍କୁ ଫୋନ୍‌ କରି ପଚାରିଲେ, ମୋ ଆସିଷ୍ଟାଣ୍ଟ୍‌ ହେବେ କି

ବମ୍ବେ,୨୧।୧୧: ଦେଶର ଜଣାଶୁଣା ଉଦ୍ୟୋଗପତି ରତନ ଟାଟାଙ୍କ ସହ କାମ କରିବା ଅନେକଙ୍କ ପାଇଁ ଏକ ସ୍ବପ୍ନ ଥାଏ। କିନ୍ତୁ ଟାଟା ନିଜେ ଯଦି ଫୋନ୍‌...

ଅଣ୍ଡର ଓ୍ବାଟର ପେଣ୍ଟିଂ

ପେଣ୍ଟିଂ ଏକ କଳା। ଏହା କାହାର ନିଶା ତ କେହି ଏହାକୁ ପେସା କରି ରୋଜଗାରର ମାଧ୍ୟମ ଭାବେ ବାଛି ନେଇଥାନ୍ତି । ତେବେ ଓଲ୍‌ଗା...

୭୨ ବର୍ଷରେ ଯୁବକଙ୍କୁ କଡ଼ା ଟକ୍କର ଦେଉଛନ୍ତି ଏହି ବୃଦ୍ଧ; ସିକ୍ସ ପ୍ୟାକ୍‌ ଦେଖିଲେ…

ଆଜିକାଲି ଫିଟନେସକୁ ନେଇ ଲୋକଙ୍କ ମଧ୍ୟରେ ବହୁତ କ୍ରେଜ। ବିଶେଷ କରି ଯୁବକମାନେ ଏଥିପାଇଁ ଅନେକ କିଛି କରିଥାନ୍ତି। କିନ୍ତ କିଛି ବୃଦ୍ଧ ମଧ୍ୟ ନିଜର...

‘ହାର୍ଡଶିପ୍‌ ଅଫ୍‌ ଲାଇଫ୍‌’ରେ ଯନ୍ତ୍ରଣାର ହସ

ନୂଆଦିଲ୍ଲୀ, ୨୫।୧୦: ବୋମା ବିସ୍ଫୋରଣରେ ଗୋଡ଼ ହରାଇଛନ୍ତି ବାପା। ବିଷାକ୍ତ ଗ୍ୟାସ ଯୋଗୁ ବିରଳ ଜେନେଟିକ୍‌ ରୋଗର ଶିକାର ହୋଇଥିବା ପୁଅଙ୍କ ଜନ୍ମରୁ ନାହିଁ ଗୋଡ଼...

ଦିଲ୍ଲୀ ହିଂସା: ହିନ୍ଦୁ କନ୍ୟାଙ୍କ ବିବାହ ସମୟରେ ଘର ବାହାରେ ଜଗି ରହିଥିଲେ ମୁସଲମାନ ପଡୋଶୀ

ନୂଆଦିଲ୍ଲୀ,୨୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ରାଜଧାନୀ ଦିଲ୍ଲୀରେ ଉପୁଜିଥିବା ହିଂସାରେ ଏବେସୁଦ୍ଧା ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାକୁ ଦେଖି ରାଜଧାନୀବାସୀ...

ପାକିସ୍ତାନରେ ଅଧିକରୁ ଅଧିକ ପିଲା ମେଦବହୁଳତାର ଶିକାର: ରିପୋର୍ଟ

ଇସ୍‌ଲାମାବାଦ,୨।୩: ପାକିସ୍ତାନରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜନସଂଖ୍ୟା ମେଦବହୁଳତାର ଶିକାର ହେଉଥିବା ବେଳେ ଏଥିଯୋଗୁ ଲୋକଙ୍କୁ ମାରାତ୍ମକ ରୋଗ ହେବାର ଭୟ ମଧ୍ୟ ରହିଛି। ନିକଟରେ...

Advertisement
Archives

Model This Week