Posted inଖେଳ

ଜାଡେଜାଙ୍କ ଉପରେ ଆସ୍ଥା ବଢ଼ିଛି

ମୁମ୍ବାଇ, ୨୪।୭-ଭାରତୀୟ କ୍ରିକେଟ ଦଳରେ ଏକଦା ଉପେକ୍ଷିତ ଥିଲେ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ମାତ୍ର ଗତ ଆଇସିସି ବିଶ୍ୱକପ ପରେ ତାଙ୍କ ଉପସ୍ଥିତିର ମୂଲ୍ୟ ବୁଝିଛି ଟିମ୍‌ ମ୍ୟାନେଜମେଣ୍ଟ। ଫଳ ସ୍ବରୂପ କାରିବିୟନ ଗସ୍ତର ତିନୋଟି ଯାକ ଫର୍ମାଟ ପାଇଁ ଜାଡେଜାଙ୍କୁ ଦଳରେ ସାମିଲ କରାଯାଇଛି।
ସୌରାଷ୍ଟ୍ରର ଏହି ଅଲରାଉଣ୍ଡର ଗତ ୨ ବର୍ଷ ଧରି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି। ଟେଷ୍ଟରେ କିନ୍ତୁ ସେ ନିଜ ଦକ୍ଷତା ପ୍ରମାଣିତ କରି ସାରିଛନ୍ତି। ଗତ ସେପ୍ଟେମ୍ବରରେ ଓଭାଲଠାରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୮୬ ରନ, ଅକ୍ଟୋବରରେ ରାଜକୋଟଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୧୦୦*, ଜାନୁୟାରୀରେ ସିଡ୍‌ନୀଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୧ ରନ ସ୍କୋର କରି ନିଜ ବ୍ୟାଟିଂ ପରିପକ୍ୱତାର ପ୍ରମାଣ ଦେଇଛନ୍ତି। କେବଳ ସେତିକି ନୁହେଁ ଜଣେ ସ୍ପିନରଭାବେ ମଧ୍ୟ ସେ ଉପଯୋଗୀ ସାବ୍ୟସ୍ତ ହେବାସହ ଉଇକେଟ ହାସଲ କରିଛନ୍ତି। ସାମ୍ପ୍ରତିକ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ପ୍ରଥମ ପସନ୍ଦ ଅଲରାଉଣ୍ଡର। ମାତ୍ର ଗତ ଫେବୃୟାରୀରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଅବସରରେ ପିଠିରେ ଯନ୍ତ୍ରଣା ପାଇଁ ତାଙ୍କୁ ବିଶ୍ରାମ ଦିଆଯିବା ଜାଡେଜାଙ୍କ ପାଇଁ ସୁଯୋଗ ଆଣିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରି ବିଶ୍ୱକପ ଦଳରେ ସ୍ଥାନ ହାସଲ କରିବା ଜାଡେଜାଙ୍କ ପାଇଁ ଶେଷ ସୁଯୋଗ ଥିଲା। ମାତ୍ର ୪ ମ୍ୟାଚରେ ସେ ମାତ୍ର ୪୫ ରନ କରିବା ସହ ୩ଟି ଉଇକେଟ ନେଇ ପାରିଥିଲେ। ଏହା ପୂର୍ବରୁ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଦିନିକିଆ ସିରିଜରେ ମଧ୍ୟ ତାଙ୍କ ପ୍ରଦର୍ଶନ ସେତେ ପ୍ରଭାବୀ ନ ଥିଲା। ଭାରତ ଏହି ସିରିଜକୁ ୨-୧ରେ ଜିତିଥିଲେ ହେଁ ଜାଡେଜା ଗୋଟିଏ ମ୍ୟାଚରେ ବ୍ୟାଟିଂ ସୁଯୋଗ ପାଇ ମାତ୍ର ୮ ରନ କରିଥିଲେ ଏବଂ ୩ ମ୍ୟାଚରୁ ୨ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ମାତ୍ର ଜାଡେଜା ଜଣେ ଚମତ୍କାରୀ ଫିଲ୍ଡରଭାବେ ସର୍ବଦା ନିଜକୁ ପ୍ରମାଣିତ କରି ଆସିଛନ୍ତି। ଏହା ବ୍ୟତୀତ ଉଇକେଟ ଟୁ ଉଇକେଟ ବୋଲିଂ ଯୋଗୁ ସେ ମୁଖ୍ୟ ସ୍ରୋତରେ ରହିଥିଲେ।
ଏହାକୁ ମନମଧ୍ୟରେ ରଖି ଚୟନକର୍ତ୍ତାମାନେ ଜଣେ ସ୍ପେଶାଲିଷ୍ଟ ୪ର୍ଥ ଫାଷ୍ଟ ବୋଲରଙ୍କ ଅପେକ୍ଷା ତାଙ୍କ ଚୟନକୁ ଗୁରୁତ୍ୱ ଦେଇଥିଲେ। ଏହା ବ୍ୟତୀତ ଶିଖର ଧାଓ୍ବନଙ୍କ ପରେ ସେ ଦଳରେ ଦ୍ୱିତୀୟ ବାମହାତୀ ବ୍ୟାଟ୍ସମ୍ୟାନ ବିକଳ୍ପ ମଧ୍ୟ ଥିଲେ। କାରଣ ପ୍ରଥମେ ଘୋଷଣା କରାଯାଇଥିବା ଦଳରେ ରିଷଭ ପନ୍ତ ସାମିଲ ନ ଥିଲେ। ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ପରିବେଶରେ ରିଷ୍ଟ ସ୍ପିନରଙ୍କ ଉପରେ ଅଧିକ ଭରସା ଜୁଟାଇବାରୁ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଅଧିକାଂଶ ଲିଗ୍‌ ମ୍ୟାଚ ଖେଳିଥିଲେ। ଜାଡେଜା କେବଳ ଶେଷ ଲିଗ୍‌ ମ୍ୟାଚରେ ସୁଯୋଗ ପାଇଲେ। ସୁଯୋଗର ଭରପୂର ସଦ୍‌ବ୍ୟବହାର କଲେ ଜାଡେଜା। ସେ ଶ୍ରୀଲଙ୍କା ବିପକ୍ଷରେ ୧୦ ଓଭର ବୋଲିଂ କରି ୪୦ ରନ ବିନିମୟରେ ଗୋଟିଏ ଉଇକେଟ ହାସଲ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖି ସେ ୧୦ ଓଭରରେ ୩୪ ରନ ବ୍ୟୟ କରିବା ସହ ୫୯ ବଲ୍‌ରୁ ୭୭ ରନ ସ୍କୋର କରିଥିଲେ।
୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନଠାରୁ ଭାରତ ପରାଜିତ ହେବାପରେ ଜାଡେଜା ମାତ୍ର ୧୯ଟି ଦିନିକିଆ ଖେଳିବାକୁ ସୁଯୋଗ ପାଇଛନ୍ତି। ସେ ୭ କିମ୍ବା ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି ୨୦୯ ରନ ସ୍କୋର କରିବା ସହ ୧୦ ଇନିଂସର ୧୮୩ ଓଭରରୁ ୨୧ଟି ଉଇକେଟ ହାସଲ କରିଛନ୍ତି। ୨୦୧୭ ଚାମ୍ପିୟନ୍ସ ଟ୍ରଫି ପରେ ସେ ୪୪ଟି ମ୍ୟାଚରେ ଖେଳିବା ସୁଯୋଗ ପାଇ ନାହାନ୍ତି। ଏବେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି। ସେଠାରେ ସେ ନିଜ ଦକ୍ଷତା ପ୍ରତିପାଦନ କରିପାରିବେ ବୋଲି ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାର୍ଚ୍ଚ ୨ରୁ ଟ୍ରେନିଂ ଆରମ୍ଭ କରିବେ ଧୋନୀ

ଚେନ୍ନାଇ, ୨୫।୨ (ପି.ଟି.)- ଦୀର୍ଘ ଦିନର ବ୍ୟବଧାନରେ ପଡ଼ିଆକୁ ଫେରିବେ ଭାରତୀୟ କ୍ରିକେଟ୍‌ ଦଳର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଇଣ୍ଡିଆନ୍‌ ପ୍ରିମିୟର...

ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ: ଜାଣନ୍ତୁ କେଉଁଠି, କେମିତି ଦେଖିପାରିବେ ମ୍ୟାଚ୍‌

ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଅଗଷ୍ଟ ୨୫ଠାରୁ ଲିଡ୍ସରେ ଖେଳାଯିବ। ଭାରତ ଆତ୍ମବିଶ୍ୱାସ ବଢ଼ାଇ ମ୍ୟାଚକୁ ଆସିବ ଏବଂ ସିରିଜରେ...

ଭାରତ ଟୁର୍‌ ପୂର୍ବରୁ ବାଂଲାଦେଶ ଖେଳାଳିଙ୍କ ଧର୍ମଘଟ

ଢାକା, ୨୨ା୧୦ (ପି.ଟି.)- ଆଗାମୀ ଭାରତ ଟୁର୍‌ ପୂର୍ବରୁ ବାଂଲାଦେଶ ଖେଳାଳିମାନେ ଧର୍ମଘଟ କରିବେ। ଭାରତୀୟ କ୍ରିକେଟ କେଣ୍ଟ୍ରାଲ ବୋର୍ଡ (ବିସିସିଆଇ) ଏହା ଉପରେ ନଜର...

ପୂର୍ବତନ କ୍ରୀଡା ମନ୍ତ୍ରୀ ହେଲେ ମୁଖ୍ୟ କୋଚ

ନୂଆଦିଲ୍ଲୀ,୨୭।୭:ବେଙ୍ଗଲ କ୍ରିକେଟ ଆସୋସିଏସନ(ସିଏବି) ପୂର୍ବତନ କ୍ରିକେଟର ତଥା ରାଜନେତା ଲକ୍ଷ୍ମୀ ରତନ ଶୁକ୍ଲାଙ୍କୁ ଆସନ୍ତା ସିଜିନ ପାଇଁ ସିନିୟର ପୁରୁଷ ଦଳର ମୁଖ୍ୟ କୋଚ ଭାବରେ...

ଜନ୍ମଦିନରେ ଧୋନୀଙ୍କ ପାଇଁ ସାକ୍ଷୀ ଲେଖିଲେ ଏହି ମେସେଜ୍‌

ନୂଆଦିଲ୍ଲୀ, ୭।୭- ବିଶ୍ୱ କ୍ରିକେଟ୍‌ରେ ପ୍ରଥମ ଅଧିନାୟକ ଭାବେ ଆଇସିସିର ସମସ୍ତ ୩ଟି ଯାକ ଟ୍ରଫି ଜିତିଥିବା ମହେନ୍ଦ୍ର ସିଂ ଧୋନୀ ମଙ୍ଗଳବାର ୩୯ ବର୍ଷରେ...

ସାବାସ ସ୍ବସ୍ତି

ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ୨ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରି ସେ ନିଜ ପ୍ରତିଭା ଏବଂ...

ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ର ଫାଇନାଲରେ ଅଷ୍ଟ୍ରେଲିଆ: ଜାଣନ୍ତୁ ଭାରତ ପାଇଁ କ’ଣ ରହିଛି ସମୀକରଣ

ଇନ୍ଦୋର, ୩।୩: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୯ ଉଇକେଟରେ ଭାରତକୁ ପରାସ୍ତ କରିଛି। ଇନ୍ଦୋର ଟେଷ୍ଟରେ ବିଜୟ ପରେ କଙ୍ଗାରୁ ଦଳ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଭାରତୀୟ ଦଳ ସ୍ବତନ୍ତ୍ର ଆଇସୋଲେଶନରେ ରହିବ

ଦୁବାଇ,୩୦।୫(ପି.ଟି.): ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଖେଳିବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ସାଉଥାମ୍ପଟନରେ ସ୍ବତନ୍ତ୍ର ମ୍ୟାନେଜ୍‌ଡ ଅର୍ଥାତ ପ୍ରବନ୍ଧିତ ଆଇସୋଲେଶନରେ ରହିବ।...

Advertisement
Archives

Model This Week