ଯାଜପୁର ଅଫିସ,୧୩ା୧: ଜଳ ସମ୍ପଦ ଓ ପଞ୍ଚାୟତିରାଜ(ପିଆର) ବିଭାଗରେ ପାଣ୍ଠିର ଅଭାବ ତଥା ସୀମିତ ଅନୁଦାନ ଯୋଗୁ ସମ୍ପୃକ୍ତ ରାସ୍ତାଗୁଡିକର ଆବଶ୍ୟକ ଉନ୍ନତି ସହ ରକ୍ଷଣାବେକ୍ଷଣ ହୋଇପାରୁ ନାହିଁ। ଏଣୁ ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ଜଳ ସମ୍ପଦ ୧ଟି ଓ ପଞ୍ଚାୟତିରାଜ ବିଭାଗୀୟ ଅଧୀନ ୮ଟି ରାସ୍ତାକୁ ଆରଡି (ଗ୍ରାମ୍ୟ ଉନ୍ନୟନ) ବିଭାଗକୁ ହସ୍ତାନ୍ତର କରିବାକୁ ଦାବି ହୋଇଛି। ଏହି ମର୍ମରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ତାଙ୍କ ପତ୍ରସଂଖ୍ୟା ୧/୨ା୧୦ା୨୦୨୦ରେ ଯାଜପୁର ଜିଲାପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି। ଡିଷ୍ଟ୍ରିକ୍ଟ ଏମ୍ପାୱାର କମିଟି(ଡିଇସି) ବୈଠକରେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ସେ ଅନୁରୋଧ କରିଛନ୍ତି। ଏଥିରେ ଜଳ ସମ୍ପଦ ବିଭାଗ ଅଧୀନ ବିଞ୍ଝାରପୁର ବ୍ଲକର ଶାସନପଡାରୁ ମନ୍ଦାରଖଣ୍ଡ, ଚମ୍ପା ୮ କି.ମି. ରାସ୍ତା, ପଞ୍ଚାୟତିରାଜ ବିଭାଗ ଅଧୀନ ବିଞ୍ଝାରପୁର ବ୍ଲକର କନ୍ତିତରରୁ କୁଆଁଲୋ ବେଙ୍ଗ ବ୍ରିଜ ଭାୟା କୁଆଁଲୋ ମଲ୍ଲିକସାହି ୫ କି.ମି. ରାସ୍ତା, ଜରି-ଗଦଗଦି ଭାୟ ମାହାରା ୪ କି.ମି. ରାସ୍ତା, ସିଂହପୁର-ଅନ୍ଧାଲୋ ୫ କି.ମି. ରାସ୍ତା ଓ ଆର ଆଣ୍ଡ ବି ରାସ୍ତା ଅମିତାଭ ବଚନ ଛକରୁ ସୋରଡିହ ୭ କି.ମି. ରାସ୍ତା ଏବଂ ଦଶରଥପୁର ବ୍ଲକର ଏନଏଚ୍ରୁ ଆମ୍ବଖିଆ ସାଇମଦ ବିଲା ହରିଜନ ସାହି ୪ କି.ମି. ରାସ୍ତା, ଆର ଆଣ୍ଡ ବି ରାସ୍ତାରୁ ନାଉବାଙ୍କରୁ ଇବ୍ରାହିମପୁର ଭାୟା ନେମରା ୭ କି.ମି. ରାସ୍ତା, ଆର ଆଣ୍ଡ ବି ରାସ୍ତାରୁ ଚଷାଖଣ୍ଡ ପଞ୍ଚାୟତ ଅଫିସ ଭାୟା କହ୍ନେଇ, ପଦିଆ, କାନ୍ତପରି ୬ କି.ମି. ରାସ୍ତା ଓ ଜାଫରପୁରଠାରୁ ଚାଉଲିଆ ୭.୫ କି.ମି. ରାସ୍ତା ରହିଛି। ଉପରୋକ୍ତ ରାସ୍ତାମାନଙ୍କରେ ଆବଶ୍ୟକ ପାଣ୍ଠି ଅଭାବରୁ ସମସ୍ୟାରେ ଗତି କରୁଥିବା ସହ ମରାମତି, ନିର୍ମାଣ ଓ ରକ୍ଷଣାବେକ୍ଷଣ ହୋଇ ପାରୁନାହିଁ ବୋଲି ବିଧାୟିକା ମଲିକ ସୂଚନା ଦେଇଛନ୍ତି। ତେବେ ଏ ସଂକ୍ରାନ୍ତରେ ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଆର ଆଣ୍ଡ ବି ଡିଭିଜନ ପାଣିକୋଇଲି, ଆରଡବ୍ଲ୍ୟୁଏସ୍ଏସ୍ ଡିଭିଜନ ଯାଜପୁର ନିର୍ବାହୀ ଅଧିକାରୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଜଳ ସମ୍ପଦ, ପିଆର ବିଭାଗରେ ପାଣ୍ଠିର ଅଭାବ:୯ଟି ରାସ୍ତା ଆରଡି ବିଭାଗକୁ ହସ୍ତାନ୍ତର ପ୍ରସ୍ତାବ
Posted inଆମ ଜିଲା ଖବର, ଯାଜପୁର View All
ଦୀପ ଜାଳି କ୍ୟାପ୍ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର
ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…
ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍ ମିସ୍ତ୍ରୀ
ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…
କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ
ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…
ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ
ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…
ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….
ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…
ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …
ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…
ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା
ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା
ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍ ଓ ଦୁଇଟି ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

