ଯାଜପୁର ଟାଉନ ୧୪।୮(ଡି.ଏନ୍.ଏ.)- ଡ୍ରେନେଜ ବିଭାଗର ଦାୟିତ୍ୱହୀନତା ଯୋଗୁ ଯାଜପୁର ବ୍ଲକ ଅନ୍ତର୍ଗତ ବିଚିତ୍ରପୁର, ବାଲିଆମୁଣ୍ଡୁଳୀ, ଦକ୍ଷିଣବିଲ, ମୋଗଲପୁର, ବାଛିଆରୀ, ରାଣୁଆ, ଧନିପୁର, ମାର୍କଣ୍ଡପୁର, ବଇଭୂଇଁ ମୌଜାରେ ଜଳ ନିଷ୍କାସନ ଠିକ୍ ଭାବେ ହୋଇ ନ ପାରିବାରୁ ଫସଲ ସବୁ ପଚି ନଷ୍ଟ ହୋଇଯାଉଛି ା ଏଅଞ୍ଚଳରେ କୁଶଭଦ୍ରା ନଦୀ ପ୍ରବାହିତ ହେଉଛି। ପୂର୍ବରୁ ଏହି ନଦୀ ବିଶାଳ ରୂପ ଧାରଣ କରିଥିବାବେଳେ ବିଭିନ୍ନ ସ୍ଥାନରେ ବନ୍ଧବାଡ ନିର୍ମାଣ ହେତୁ ଜଳସ୍ରୋତ ତୀବ୍ର ନ ଥିଲେ ମଧ୍ୟ ମକେଇପୁର ନିକଟରୁ କେନାଲ ଜଳ ଓ ବର୍ଷାପାଣି କୁଶଭଦ୍ରାରେ ଆସି ଅଞ୍ଚଳର ଚାଷଜମି ମାଡ଼ିଯାଉଛି। ଏହି ନଦୀର ଜଳ ବିଞ୍ଝାରପୁରର ନିମ୍ନ ଅଞ୍ଚଳକୁ ପ୍ରବାହିତ ହୋଇଛି। ସୁଦୁଗୋବିନ୍ଦା ଠାରେ ରହିଥିବା ଚେକଡ୍ୟାମଟି ସମ୍ପୂର୍ଣ୍ଣ ଭାବେ ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି। ଏହାକୁ ଡ୍ରେନେଜ ବିଭାଗ ନିର୍ମାଣ କରିଥିଲା। କିନ୍ତୁ ଜଳ ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରି ନ ଥିବାଯୋଗୁ ବର୍ଷାଦିନେ ପାଣି ନିଷ୍କାସନ ନ ହୋଇ ହଜାର ହଜାର ଏକର ଜମିରେ ଜମା ରହି ଧାନଚାଷ ଓ ଅନ ପନିପରିବା ଚାଷକୁ ନଷ୍ଟ କରୁଛି। ଚେକ୍ଡ୍ୟାମଟି ଜଳ ସଂରକ୍ଷଣ ପାଇଁ କରାଯାଇଥିବାବେଳେ ଏବେ ଏହା ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରି ଜମିକୁ ଜଳାର୍ଣ୍ଣବ କରି ରଖିଛି। ଏନେଇ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ମିଳି ନାହିଁ। ଉକ୍ତ ଚେକଡ୍ୟାମକୁ ସମ୍ପୂର୍ଣ୍ଣ ଭାବେ ଉଠାଇଲେ ଯାଇ ସମସ୍ୟାର ସମାଧାନ ହୋଇପାରିବ ବୋଲି ଯଯାତୀ କୃଷକ ଉପତ୍ାଦକ ସଂଗଠନ ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସଂଗଠନର କର୍ମକର୍ତ୍ତା ବିଜୟ ପରିଡା, ବିଦ୍ୟାଧର ମହାନ୍ତି, ଦୀପକ ମହାପାତ୍ର, ବିଶ୍ୱନାଥ କର, ଗଙ୍ଗାଧର ନାୟକ, ପ୍ରଫୁଲ୍ଲ ନାୟକ, ହରେକୃଷ୍ଣ ସାହୁ, ଅକ୍ଷୟ ସାହୁ, ରଘୁନାଥ ସାହୁ, ଗୋଲଖ ବରାଳ, ବାଇଧର ପ୍ରଧାନ, ସେକ୍ ବଦିରୁଦ୍ଦିନ, ରବୀନ୍ଦ୍ର ନାଥ, ଅଶୋକ ବେହେରା, ବିଦ୍ୟାଧର ଦାସ, ଧରଣୀ ଜେନା, ମହେଶ୍ୱର ନାଥ, ସୁଲଭ ଦାସଙ୍କ ସମେତ ଶତାଧିକ ଚାଷୀ ଜିଲାପାଳ ନିକଟରେ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି।
ଜଳ ନିଷ୍କାସନ ବାଧାପ୍ରାପ୍ତ ଯୋଗୁ ଫସଲ ନଷ୍ଟ ହେଉଛି: ଜିଲାପାଳଙ୍କୁ ଭେଟିଲା ଯଯାତୀ କୃଷକ ସଂଗଠନ
Posted inଆମ ଜିଲା ଖବର, ଯାଜପୁର View All

ଟ୍ରକକୁ ପଛରୁ ପିଟିଲା କାର: ଚାଲିଗଲା ଜଣଙ୍କ ଜୀବନ, ୪ ଗୁରୁତର
ଭଦ୍ରକ,୧।୧୨(ସନାତନ ରାଉତ)- ଭଦ୍ରକ୧୬ ନଂ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି l...

କୁମାରୀ ମାତୃତ୍ୱ ପରେ ଆଖି ବୁଜିଲେ ମା’
ବ୍ରହ୍ମପୁର,୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ):ଗଞ୍ଜାମ ଜିଲାରେ ଜଣେ ନାବାଳିକା ଗର୍ଭବତୀଙ୍କ ଯତ୍ନ ଅଭାବରୁ ପ୍ରସବ ପରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।...

୨୦ ବର୍ଷରେ ଏଡ୍ସରେ ଗଲାଣି ୨୮୮ ଜୀବନ
ଭଦ୍ରକ,୧ା୧୨(ସନାତନ ରାଉତ):ଡିସେମ୍ବର ୧ ହେଉଛି ବିଶ୍ୱ ଏଡ୍ସ ଦିବସ। ଏହି ଦିବସ ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଏଡ୍ସ ର ମୂଳୋତ୍ପାଟନ ହୋଇପାରୁନାହିଁ।...

‘ଓଡ଼ିଶାର ସବୁଜିମା ବିମୋହିତ କରିଛି’
ଢେଙ୍କାନାଳ,୧ା୧୨(ରତନ ନାୟାର):ନେଦରଲାଣ୍ଡ ଆର୍ମଷ୍ଟ୍ରଙ୍ଗ୍ର ଦମ୍ପତି ସାଇମନ ଆଣ୍ଡରସନ୍(୭୦) ଓ ଏକ୍ଜାନିଆ ହେନେରୀ(୬୦) ବାଇକ୍ରେ ଭାରତ ଭ୍ରମଣ କରୁଛନ୍ତି। ଏହି ଅବସରରେ ଦୁହେଁ ଗୁରୁବାର ଢେଙ୍କାନାଳ ସହରରେ...

୩୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି କିରଣ
ରାୟଗଡ଼ା, (ଭାଗ୍ୟଶ୍ରୀ ମିଶ୍ର):ଆଜିର ଯୁବପିଢ଼ି ଉଚ୍ଚଶିକ୍ଷା ପରେ ଚାକିରି ପାଇଁ ଦେଶ ଛାଡ଼ି ବିଦେଶ ଚାଲିଯାଉଛନ୍ତି। ଏହାଦ୍ୱାରା ଦେଶର ଭବିଷ୍ୟତ ଓ ବିକାଶରେ ପ୍ରତିବନ୍ଧକ ସୃଷ୍ଟି...

ଜାହାଜରୁ ସନ୍ଦେହଜନକ ସାମଗ୍ରୀ ଜବତ: କର୍ମଚାରୀ ଆତଙ୍କିତ
ପାରାଦୀପ,୧।୧୨(ଶରତ ରାଉତ):ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରୁ ଶୁକ୍ରବାର ଭୋରୁ କିଛି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଛି। ମେରାଇନ ପୋଲିସ, କଷ୍ଟମ୍ସ ଓ...

ମର୍ମନ୍ତୁଦ ଦୁର୍ଘଟଣା ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ
କେନ୍ଦୁଝର,୧।୧୨ : କେନ୍ଦୁଝର ଜିଲା ଏନ୍ଏଚ୍-୨୦ ବାଲିଯୋଡି ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ ଧକ୍କା ଦେବାରୁ...

ପରିତ୍ୟକ୍ତ ଅବସ୍ଥାରେ ପୌର ପରିଷଦ ଶିଶୁ ଉଦ୍ୟାନ
ପଟ୍ଟାମୁଣ୍ଡାଇ,୧ା୧୨(କଳ୍ପତରୁ ନାୟକ):କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଲୋନିରେ ଥିବା ପୌରପରିଷଦ ଶିଶୁଉଦ୍ୟାନ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଓ ସୌନ୍ଦର୍ଯ୍ୟହୀନ ହୋଇ ପଡ଼ିରହିଛି। ପିଲାମାନଙ୍କ ମନୋରଞ୍ଜନ ପାଇଁ...
Archives
