ଜଳ ନିଷ୍କାସନ ପଥ ଅବରୋଧ:ରାଣୀପଡ଼ା- ବିରିଡିହି ରାସ୍ତାରେ ଛୁଟୁଛି ପାଣି ସୁଅ

ଖଣ୍ଡପଡା,୨୩।୮(ସ୍ବ.ପ୍ର.)-ଗ୍ରାମର ଉଦ୍‌ବୃତ୍ତ ପାଣି ତଥା ବର୍ଷାଜଳ ନିଷ୍କାସନ ହେଉଥିବା ପଥକୁ ଜଣେ ବ୍ୟକ୍ତି ଅବରୋଧ କରିଥିବା ଯୋଗୁ ସାମାନ୍ୟ ବର୍ଷା ହେଲେ ବିରିଡିହି-ରାଣୀପଡା ରାସ୍ତାରେ ପାଣି ସୁଅ ଛୁଟୁଛି। ଫଳରେ ଯାତାୟାତରେ ଘୋର ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି ା
ଯେ, ଖଣ୍ଡପଡା ବ୍ଲକ ଅନ୍ତର୍ଗତ ରାଣୀପଡା ପଞ୍ଚାୟତର ବିରିଡିହି ଗ୍ରାମରୁ ରାଣୀପଡା ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ୩ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି ା ଲୋକେ ବାଧ୍ୟ ହୋଇ ପାଣି ମଧ୍ୟରେ ପଶି ଯିବା ଆସିବା କରୁଥିବାରୁ ଏ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ଉକ୍ତ ରାସ୍ତାରେ ଜଳ ନିଷ୍କାସନ ବ୍ୟବସ୍ଥା ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଉକ୍ତ ପଥ ଅବରୋଧ କରିଥିବା ଯୋଗୁ ଜଳ ନିଷ୍କାସନ ହୋଇ ନ ପାରି ମୁଖ୍ୟ ରାସ୍ତା ଉପରେ ପ୍ରବାହିତ ହେଉଥିବା ଅଭିଯୋଗ ହେଉଛି ା ସ୍ଥାନୀୟ ବାସିନ୍ଦା ଏ ସମ୍ପର୍କରେ ରାଣୀପଡା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି ା
ସୂଚନାଯୋଗ୍ୟ, ୩ ବର୍ଷ ତଳେ ଖଣ୍ଡପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଉକ୍ତ ରାସ୍ତାର ଉନ୍ନତୀକରଣ କରାଯାଇଥିଲା ା ମାତ୍ର ସ୍ଥାନୀୟ ଅଞ୍ଚଳର ଜଣେ ଜବର ଦଖଲକାରୀଙ୍କ ଯୋଗୁ ଉକ୍ତ ରାସ୍ତା ଉପରେ ବର୍ଷାଜଳ ଜମିରହୁଛି ା ଫଳରେ ଜରୁରିକାଳୀନ ପରିସ୍ଥିତିରେ ୧୦୮, ୧୦୨ଆମ୍ବୁଲାନ୍ସ, ମହାପ୍ରୟାଣ ଗାଡି ଚାଳକ ଉକ୍ତ ଗାଁକୁ ଯିବାକୁ ଅମଙ୍ଗ ହେଉଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ା ତେଣୁ ଜଳନିଷ୍କାସନ ସମସ୍ୟାର ସମାଧାନ ଦିଗରେ ବ୍ଲ୍ଳକ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ସଙ୍କଟରେ ତାଳପତ୍ର କାରିଗରଙ୍କ ଜୀବିକା

ପୁରୀ ଅଫିସ, ୭।୯:  ତାଳପତ୍ର ହିଁ ଦେଖାଇଛି ବଞ୍ଚିବାର ରାହା। ପରିଚୟ ପଛରେ ବି ତାଳପତ୍ରର ନାଁ। ଏହାକୁ ନେଇ ସେମାନେ ସ୍ବପ୍ନ ଦେଖନ୍ତି ଆଉ...

ରାସ୍ତା ଅବରୋଧ କଲେ ଚାଷୀ

କଣ୍ଟାମାଳ,୧୭ା୬(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ- ମନମୁଣ୍ଡା ରାସ୍ତା ଚାଷୀଙ୍କ ଦ୍ବାରା ଅବରୋଧ ହୋଇଛି । ସକାଳ ୮ଟାରୁ ସିମିଳିପଦର ପେକ୍ସରେ ଧାନ ନ ଉଠିବାରୁ ଚାଷୀ...

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା କ୍ଷୟକ୍ଷତି ଆକଳନ

ଭବାନୀପାଟଣା,୧୧।୮(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାରେ ଗତ ୭ ଓ ୮ ତାରିଖ ଲଘୁଚାପ ଜନିତ ବର୍ଷାରେ ଜିଲାର ଲାଞ୍ଜିଗଡ଼, ଥୁଆମୂଳ ରାମପୁର ଓ କର୍ଲାମୁଣ୍ଡା ବ୍ଲକରେ...

ରାସ୍ତାରେ ଗଛ ପକାଇ ଅବରୋଧ କଲେ ମାଓବାଦୀ, ଯାତାୟାତ ବନ୍ଦ

ତୁମୁଡ଼ିବନ୍ଧ,୨୫।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଗୋପାଳପୁରଠାରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର କୁର୍ତ୍ତୁମଗଡ଼ ପନ୍ଦରମାଇଲ ଛକ ନିକଟ ତଗାଗାଡ଼ା ନାଳଠାରେ ମାଓବାଦୀମାନେ ଗୁରୁବାର...

ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବ: ଗଛପଡ଼ି ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ

ଧାମନଗର,୯।୧୧(ଡି.ଏନ୍‌.ଏ.): ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ସହ ପବନ ଲାଗି ରହିଛି। ଏହାର ପ୍ରଭାବ ଭଦ୍ରକ ଜିଲାରେ ମଧ୍ୟ ଦେଖିବାକୁ ମିଳିଛି।...

ଗୋଷ୍ଠୀସଂଘର୍ଷକୁ ନେଇ ବୋମା ମାଡ଼

ବ୍ରହ୍ମଗିରି,୪ା୬(ଡି.ଏନ.ଏ): ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କିସ୍ତି ଟଙ୍କାକୁ କେନ୍ଦ୍ର କରି ପୁରୀ ସଦର ଥାନା ଅନ୍ତର୍ଗତ ନିଶିଭଅଁର ଗ୍ରାମରେ ଗୁରୁବାର ୨ ଗୋଷ୍ଠୀ...

ସରକାରୀ ଯୋଜନାରୁ ବଞ୍ଚିତ ନେଇ କ୍ଷୋଭ

ଗଣିଆ,୨୦ା୧(ଡି.ଏନ୍‌.ଏ.): ଗଣିଆ ବ୍ଲକ ପଞ୍ଚୁପଲ୍ଲୀ ପ୍ରଗଣାସ୍ଥିତ ଗୁପ୍ତେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣ ପଞ୍ଚମୁଖୀ ହନୁମାନ ମନ୍ଦିର ସମ୍ମୁଖରେ ରବିବାର ବ୍ଲକ ଶିବଶକ୍ତୀ ପୂଜକ ସମାଜର ଏକ...

କ୍ରିକେଟ ବେଟିଂ ବେଳେ ଚଢ଼ାଉ: ୫ ଗିରଫ

ରାୟଗଡ଼ା ଅଫିସ,୨୧।୯- ରାୟଗଡ଼ା ସହରରେ ଶୁକ୍ରବାର ରାତିରେ ଅନ୍‌ଲାଇନ୍‌ କ୍ରିକେଟ୍‌ ବେଟିଂ ଚାଲିଥିବାବେଳେ ପୋଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ...

Advertisement
Archives

Model This Week