‘ଜଳସମ୍ପଦ ସୁରକ୍ଷା ଲାଗି ସମ୍ମିଳିତ ଲଢ଼େଇ ଲୋଡ଼ା’

ବଡବିଲ,୯।୭(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ବିଭିନ୍ନ କଳକାରଖାନା ନଦୀରୁ ସ୍ବଚ୍ଛଜଳ ନେଇ ଏହା ମଧ୍ୟକୁ ଦୂଷିତ ଜଳ ଛାଡୁଛନ୍ତି। ଏଭଳି କାର୍ଯ୍ୟ କରି ସେମାନେ ମଣିଷ ଜୀବନ ସହ ଖେଳ ଖେଳୁଛନ୍ତି। ଏହାକୁ ରୋକାଯିବା ଜରୁରୀ। ଜଳସମ୍ପଦର ସୁରକ୍ଷା ଲାଗି ସମସ୍ତେ ଏକାଠି ହୋଇ ସମ୍ମିଳିତ ଲଢେଇ କରିବାର ବେଳ ଆସିଛି । ବିଶେଷକରି ଜିଲାର ବଡବିଲ ଓ ଏହା ଆଖପାଖ ଅଞ୍ଚଳରେ ପ୍ରାକୃତିକ ଜଳ ସମ୍ପଦର ସୁରକ୍ଷା ସାଙ୍ଗକୁ ଏହାର ଅପବ୍ୟବହାର ରୋକିବାକୁ ଭାରତର ଜଳପୁରୁଷ ଭାବେ ପରିଚିତ ଜଳସଂରକ୍ଷଣକାରୀ ତଥା ପରିବେଶବିତ୍‌ ରାଜେନ୍ଦ୍ର ସିଂହ ଦାବି କରିଛନ୍ତି।
କେନ୍ଦୁଝର ଜିଲା ଖୋଡାସ୍ଥିତ ସୁନା ନଦୀ ଓ ବଡବିଲସ୍ଥିତ କାରୋ ନଦୀର ସୁରକ୍ଷା ଲାଗି ଏହି ଅଞ୍ଚଳରେ ‘ସୁନା ଓ କାରୋ ନଦୀ ବଞ୍ଚାଅ ଆନ୍ଦୋଳନ’ ମୁଣ୍ଡ ଟେକିଛି। ଆନ୍ଦୋଳନର ଆବାହକ ଅଶୋକ ଠକ୍କରଙ୍କ ଅନୁରୋଧ କ୍ରମେ ଭାରତର ଜଳପୁରୁଷ ରାଜେନ୍ଦ୍ର କେନ୍ଦୁଝର ଗସ୍ତରେ ଆସି ସୋମବାର ଆନ୍ଦୋଳନରେ ସାମିଲ ହୋଇଥିଲେ। ଏଥିରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ସଂଯୋଜକ ବିଜୟ ପ୍ରଧାନ ଏବଂ ଆନ୍ତର୍ଜାତୀୟ ବୁଡାଳୀ ସବିର ବକ୍ସ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶାକୁ ୩ ଦିନିଆ ଗସ୍ତରେ ଆସିଥିବା ଜଳପୁରୁଷ ରାଜେନ୍ଦ୍ର ଯୋଡା ବଡବିଲକୁ ଆସି ରବିବାର ସୁନା ନଦୀରୁ ଜଳ ଶୋଷଣ ଏବଂ ସୁନା ନଦୀର ପ୍ରଦୂଷଣ ସମସ୍ୟା ଅନୁଧ୍ୟାନ କରି ବଡବିଲରେ ରାତ୍ରିଯାପନ କରିଥିଲେ। ସୋମବାର ସକାଳ ୮ଟାରେ ବେଡବିଲ ଅଞ୍ଚଳର ଦଲକି ନାଳ ପରିଦର୍ଶନ କରିଥିଲେ। ଦେଶ ସ୍ବାଧୀନ ହେବା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଜଳାଭାବକୁ ଦୂରକରିବା ଲାଗି ବାର୍ଡ କମ୍ପାନୀ ତରଫରୁ ପ୍ରାୟ ୧୯୩୯ରେ ନିର୍ମିତ ହୋଇଥିବା ଡ୍ୟାମ ଦୀର୍ଘ ୩୫ ବର୍ଷ ହେବ ଭାଙ୍ଗି ନଷ୍ଟ ହୋଇଯାଇଛି। ଫଳରେ ଜଳ ସଂରକ୍ଷଣ ହୋଇପାରୁ ନାହିଁ ା ମାଟି ଚରିଯାଇ ଉକ୍ତ ପ୍ରକଳ୍ପ ପୋତିହୋଇ ପଡିଛି। ପ୍ରାକୃତିକ ଝର ଲୋପପାଇ ଯିବାକୁ ବସିଲାଣି। ରାଜ୍ୟ ସରକାର ଡ୍ୟାମର ପୁନଃ ନିର୍ମାଣ ଲାଗି ଆଗ୍ରହ ପ୍ରକାଶ କରି ଖଣି ଖାଦାନ ଚାଲିଥିବା ପାହାଡରେ ସବୁ ଝରଣାର ସଂରକ୍ଷଣ କରିବା ଉଚିତ ବୋଲି ସେ କହିଥିଲେ।
କାରୋ ନଦୀରୁ ସାନ୍ତବାହାଳ ଓ ବଲାଣୀ ରାସ୍ତା ନିକଟରୁ ଏକ କମ୍ପାନୀ ସ୍ବଚ୍ଛ ଜଳ ନେଇ ପ୍ରଦୂଷିତ ଜଳ ନଦୀକୁ ନିଷ୍କାସନ କରୁଥିବା ସୁନା ଓ କାରୋ ନଦୀ ବଞ୍ଚାଅ ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ। କାରୋ ନଦୀର ଜଳକୁ ପ୍ରଦୂଷିତ କରାଯିବା ଘଟଣା ନେଇ ଜଳପୁରୁଷ ରାଜେନ୍ଦ୍ର ଉଦ୍‌ବେଗ ପ୍ରକାଶ କରିଥିଲେ। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ କହିଥିଲେ, ଆମ ପରିବେଶ ଆମ ଜୀବନ। ତାହାର ସୁରକ୍ଷା ଆମର ଦାୟିତ୍ୱ। ଏ ନେଇ ଆନ୍ଦୋଳନ ଜାରି ରଖିବାକୁ ପଡିବ । ବିପଦରେ ପଡିଥିବା ଯୋଡା-ବଡବିଲର ପ୍ରାକୃତିକ ଜଳ ସମ୍ପଦ ଅଞ୍ଚଳ ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଦେବକାନ୍ତ ଦାସ, ଶଙ୍କର କୋନାର ଓ ବିନୋଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବଡବିଲ ମହାନ୍ତବସ୍ତି ସ୍ଥିତ ଏକ ହୋଟେଲରେ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ନଦୀଗର୍ଭକୁ ଦୂଷିତ ଜଳ ନ ଛାଡିବାକୁ ଜଳପୁରୁଷ ରାଜେନ୍ଦ୍ର ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ 

ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…

ରାସ୍ତାରେ ପଡ଼ିଲା ଗଛ: ରାଇକିଆ–କ. ନୂଆଗାଁ ରାସ୍ତାରେ ଦୁଇ ଘଣ୍ଟା ବସ୍ ଚଳାଚଳ ବନ୍ଦ

ରାଇକିଆ, ୨୧।୮ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ରାଇକିଆ–କ. ନୂଆଗାଁ ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ପଡ଼ିଯିବା ଯୋଗୁ ପ୍ରାୟ ଦୁଇ ଘଣ୍ଟା ଧରି ବସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri