‘ଜଳସମ୍ପଦ ସୁରକ୍ଷା ଲାଗି ସମ୍ମିଳିତ ଲଢ଼େଇ ଲୋଡ଼ା’

ବଡବିଲ,୯।୭(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ବିଭିନ୍ନ କଳକାରଖାନା ନଦୀରୁ ସ୍ବଚ୍ଛଜଳ ନେଇ ଏହା ମଧ୍ୟକୁ ଦୂଷିତ ଜଳ ଛାଡୁଛନ୍ତି। ଏଭଳି କାର୍ଯ୍ୟ କରି ସେମାନେ ମଣିଷ ଜୀବନ ସହ ଖେଳ ଖେଳୁଛନ୍ତି। ଏହାକୁ ରୋକାଯିବା ଜରୁରୀ। ଜଳସମ୍ପଦର ସୁରକ୍ଷା ଲାଗି ସମସ୍ତେ ଏକାଠି ହୋଇ ସମ୍ମିଳିତ ଲଢେଇ କରିବାର ବେଳ ଆସିଛି । ବିଶେଷକରି ଜିଲାର ବଡବିଲ ଓ ଏହା ଆଖପାଖ ଅଞ୍ଚଳରେ ପ୍ରାକୃତିକ ଜଳ ସମ୍ପଦର ସୁରକ୍ଷା ସାଙ୍ଗକୁ ଏହାର ଅପବ୍ୟବହାର ରୋକିବାକୁ ଭାରତର ଜଳପୁରୁଷ ଭାବେ ପରିଚିତ ଜଳସଂରକ୍ଷଣକାରୀ ତଥା ପରିବେଶବିତ୍‌ ରାଜେନ୍ଦ୍ର ସିଂହ ଦାବି କରିଛନ୍ତି।
କେନ୍ଦୁଝର ଜିଲା ଖୋଡାସ୍ଥିତ ସୁନା ନଦୀ ଓ ବଡବିଲସ୍ଥିତ କାରୋ ନଦୀର ସୁରକ୍ଷା ଲାଗି ଏହି ଅଞ୍ଚଳରେ ‘ସୁନା ଓ କାରୋ ନଦୀ ବଞ୍ଚାଅ ଆନ୍ଦୋଳନ’ ମୁଣ୍ଡ ଟେକିଛି। ଆନ୍ଦୋଳନର ଆବାହକ ଅଶୋକ ଠକ୍କରଙ୍କ ଅନୁରୋଧ କ୍ରମେ ଭାରତର ଜଳପୁରୁଷ ରାଜେନ୍ଦ୍ର କେନ୍ଦୁଝର ଗସ୍ତରେ ଆସି ସୋମବାର ଆନ୍ଦୋଳନରେ ସାମିଲ ହୋଇଥିଲେ। ଏଥିରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ସଂଯୋଜକ ବିଜୟ ପ୍ରଧାନ ଏବଂ ଆନ୍ତର୍ଜାତୀୟ ବୁଡାଳୀ ସବିର ବକ୍ସ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶାକୁ ୩ ଦିନିଆ ଗସ୍ତରେ ଆସିଥିବା ଜଳପୁରୁଷ ରାଜେନ୍ଦ୍ର ଯୋଡା ବଡବିଲକୁ ଆସି ରବିବାର ସୁନା ନଦୀରୁ ଜଳ ଶୋଷଣ ଏବଂ ସୁନା ନଦୀର ପ୍ରଦୂଷଣ ସମସ୍ୟା ଅନୁଧ୍ୟାନ କରି ବଡବିଲରେ ରାତ୍ରିଯାପନ କରିଥିଲେ। ସୋମବାର ସକାଳ ୮ଟାରେ ବେଡବିଲ ଅଞ୍ଚଳର ଦଲକି ନାଳ ପରିଦର୍ଶନ କରିଥିଲେ। ଦେଶ ସ୍ବାଧୀନ ହେବା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଜଳାଭାବକୁ ଦୂରକରିବା ଲାଗି ବାର୍ଡ କମ୍ପାନୀ ତରଫରୁ ପ୍ରାୟ ୧୯୩୯ରେ ନିର୍ମିତ ହୋଇଥିବା ଡ୍ୟାମ ଦୀର୍ଘ ୩୫ ବର୍ଷ ହେବ ଭାଙ୍ଗି ନଷ୍ଟ ହୋଇଯାଇଛି। ଫଳରେ ଜଳ ସଂରକ୍ଷଣ ହୋଇପାରୁ ନାହିଁ ା ମାଟି ଚରିଯାଇ ଉକ୍ତ ପ୍ରକଳ୍ପ ପୋତିହୋଇ ପଡିଛି। ପ୍ରାକୃତିକ ଝର ଲୋପପାଇ ଯିବାକୁ ବସିଲାଣି। ରାଜ୍ୟ ସରକାର ଡ୍ୟାମର ପୁନଃ ନିର୍ମାଣ ଲାଗି ଆଗ୍ରହ ପ୍ରକାଶ କରି ଖଣି ଖାଦାନ ଚାଲିଥିବା ପାହାଡରେ ସବୁ ଝରଣାର ସଂରକ୍ଷଣ କରିବା ଉଚିତ ବୋଲି ସେ କହିଥିଲେ।
କାରୋ ନଦୀରୁ ସାନ୍ତବାହାଳ ଓ ବଲାଣୀ ରାସ୍ତା ନିକଟରୁ ଏକ କମ୍ପାନୀ ସ୍ବଚ୍ଛ ଜଳ ନେଇ ପ୍ରଦୂଷିତ ଜଳ ନଦୀକୁ ନିଷ୍କାସନ କରୁଥିବା ସୁନା ଓ କାରୋ ନଦୀ ବଞ୍ଚାଅ ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ। କାରୋ ନଦୀର ଜଳକୁ ପ୍ରଦୂଷିତ କରାଯିବା ଘଟଣା ନେଇ ଜଳପୁରୁଷ ରାଜେନ୍ଦ୍ର ଉଦ୍‌ବେଗ ପ୍ରକାଶ କରିଥିଲେ। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ କହିଥିଲେ, ଆମ ପରିବେଶ ଆମ ଜୀବନ। ତାହାର ସୁରକ୍ଷା ଆମର ଦାୟିତ୍ୱ। ଏ ନେଇ ଆନ୍ଦୋଳନ ଜାରି ରଖିବାକୁ ପଡିବ । ବିପଦରେ ପଡିଥିବା ଯୋଡା-ବଡବିଲର ପ୍ରାକୃତିକ ଜଳ ସମ୍ପଦ ଅଞ୍ଚଳ ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଦେବକାନ୍ତ ଦାସ, ଶଙ୍କର କୋନାର ଓ ବିନୋଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବଡବିଲ ମହାନ୍ତବସ୍ତି ସ୍ଥିତ ଏକ ହୋଟେଲରେ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ନଦୀଗର୍ଭକୁ ଦୂଷିତ ଜଳ ନ ଛାଡିବାକୁ ଜଳପୁରୁଷ ରାଜେନ୍ଦ୍ର ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ମାସ ଦରମା ପାଇ ନ ଥିବା ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ବରିଷ୍ଠ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ୍‌,୨୦।୫: ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌)ରେ ଠିକା ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗତ ୪ ମାସ ହେଲା ଦରମା ମିଳି ନ ଥିବା ନେଇ...

ଆଶୀର୍ବାଦଙ୍କ ଜାମିନ ଆବେଦନ ପୁଣି ଖାରଜ: ଓସିଏ ନିର୍ବାଚନରେ ମତଦାନ ପାଇଁ ଚିଠି ଲେଖିଲେ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ଜେଲ୍‌ ହାଜତରେ ଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ...

ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ପ୍ରଶଂସା କଲେ ମଧ୍ୟପ୍ରଦେଶ ସରକାର

ପିପିଲି,୬।୫(ସ୍ବ.ପ୍ର.): ରାଜ୍ୟର ସମସ୍ତ ବ୍ଲକରେ ୫-ଟି ରୂପାନ୍ତରିତ ସ୍କୁଲ କାର୍ଯ୍ୟ ଚାଲୁ ରହିଛି। ତେବେ ପିପିଲିରେ ୫-ଟି ସ୍କୁଲ କିଭଳି ଚାଲିଛି ତାହା ଜାଣିବା ପାଇଁ...

ଆଶଙ୍କାରେ ଚଣ୍ଡିଖୋଲ ଭୂତଳ ତୈଳଭଣ୍ଡାର

ଚଣ୍ଡିଖୋଲ,୧୦।୧୧(ଡି.ଏନ.ଏ.): ଯାଜପୁର ଜିଲା ଚଣ୍ଡିଖୋଲଠାରେ ପ୍ରସ୍ତାବିତ ଭୂତଳ ତୈଳ ଭଣ୍ଡାର ନିର୍ମାଣ ନେଇ ୨୦୧୬-୧୭ରୁ ଘୋଷଣା କରାଯାଇଥିଲେ ବି ଏ ପର୍ଯ୍ୟନ୍ତ କାର୍ଯ୍ୟ ପାଦେ ବି...

ପୂର୍ବ ଭାରତ ବିକାଶର ରୋଡ୍‌ ମ୍ୟାପ୍‌ରେ ଓଡ଼ିଶା:  ମୋଦି ସରକାରଙ୍କ ଦ୍ୱିତୀୟଥର ପ୍ରଥମବର୍ଷର ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୪।୬- କେନ୍ଦ୍ରରେ ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମବର୍ଷ ପୂରଣ ହୋଇଛି। ଗୋଟିଏ ବର୍ଷରେ କେନ୍ଦ୍ରୀୟସ୍ତରରେ ହୋଇଥିବା ନିଷ୍ପତ୍ତି ଭାରତ ଇତିହାସର କେବେବି ସମ୍ଭବ...

ମ୍ୟାନ୍‌ମାର ଆଡ଼େ ମୁହାଁଇବ ଝଡ଼, ଓଡ଼ିଶାକୁ ବିପଦ ନାହିଁ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୩୦ ତାରିଖରେ ଏକ ଲଘୁଚାପ ସଷ୍ଟି ହେବାର ସମ୍ଭାବନା ରହିଛି। ଏହା ୪୮...

ରାଜ୍ୟରେ ଚିହ୍ନଟ ହେଲେ ୩୩୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ...

ନିଜ ପୁଅକୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖିଲେ ସରପଞ୍ଚ ମାଆ

କୋକସରା,୯।୬(ଡି.ଏନ.ଏ.)-ଦିଲ୍ଲୀର ଏକ କମ୍ପାନୀରେ ଚାକିରୀ କରୁଥିବା ପୁଅ ଗାଁକୁ ଫେରିଥିଲେ । ହେଲେ କରେନା କଟକଣାକୁ ପାଳନ କରୁଥିବା ତାଙ୍କ ସରପଞ୍ଚ ମାଆ ପୁଅକୁ କ୍ୱାରାଣ୍ଟାଇନ...

Advertisement
Archives

Model This Week