ଜଳସଙ୍କଟ ଭୋଗିବେ ବନ୍ଦରାଞ୍ଚଳବାସୀ

ପାରାଦୀପ, ୧୭।୩ (ସ୍ବ.ପ୍ର.): ଚଳିତବର୍ଷ ଖରାଦିନେ ପାରାଦୀପ ବନ୍ଦରାଞ୍ଚଳରେ ପୁଣି ଜଳସଙ୍କଟ ଦେଖାଦେବ। ଏଥିପାଇଁ ସମସ୍ତେ ଜଳ ପରିଚାଳନା କ୍ଷେତ୍ରରେ ସଚେତନ ରହିବାକୁ ବନ୍ଦର ଅଧ୍ୟକ୍ଷ ସୋମବାର ଗଣମାଧ୍ୟମ ଜରିଆରେ ପରାମର୍ଶ ଦେଇଛନ୍ତି। ଏପରି ଜଳସଙ୍କଟ କାରଣ ସମ୍ପର୍କରେ ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି, କଟକରୁ ପାରାଦୀପ ପର୍ଯ୍ୟନ୍ତ ଜଳଉତ୍ସ ତାଳଦଣ୍ଡା କେନାଲକୁ ଜଳସମ୍ପଦ ବିଭାଗ ପକ୍ଷରୁ ଖନନ କରାଯିବ। ଏଥିପାଇଁ ମେ ୩୧ ପର୍ଯ୍ୟନ୍ତ ଜଳଯୋଗାଣ ବନ୍ଦ ରହିବ। ବର୍ତ୍ତମାନ ବନ୍ଦର ଜଳଭଣ୍ଡାରରେ ଥିବା ପାଣି ୩ ମାସ ପର୍ଯ୍ୟନ୍ତ ଦୁଇବେଳା ଯୋଗାଣ କରିହେବ ନାହିଁ। ତେଣୁ ଦିନକୁ ଥରେ ଯୋଗାଣ କରାଯିବ। ସ୍ବଳ୍ପ ପାଣିରେ ଚଳିବା ପାଇଁ ସେ ବନ୍ଦରାଞ୍ଚଳବାସୀଙ୍କୁ କହିଛନ୍ତି। ତଥାପି ବିକଳ୍ପ ଭାବେ ପାଣି ଆଣିବା ପାଇଁ ଏବେ ସେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରୁଛନ୍ତି। ଯଦି ଆଲୋଚନା ସଫଳ ହୁଏ, ତେବେ ପୂର୍ବରୁ ଯେପରି ତାଳଦଣ୍ଡା କେନାଲର ଚୌଧୁରୀଗଡ଼ାଠାରେ ମୋଟର ଯୋଗେ ମହାନଦୀରୁ ପାଣି ଅଣାଯାଇଥିଲା, ସେହିଭଳି କରାଯିବ। ପାଣି ଚାହିଦା ମେଣ୍ଟାଇବା ସକାଶେ ପାରାଦୀପ ବନ୍ଦର ପକ୍ଷରୁ ସମୁଦ୍ରର ଲୁଣି ପାଣିକୁ ବିଶୋଧନ କରିବା ପାଇଁ ଅବଲଣୀକରଣ କାରଖାନା କରାଯିବ। ୨୦୦କୋଟି ଟଙ୍କା ବ୍ୟୟ ଅଟକଳରେ ଏହା କରାଯିବ। ବର୍ତ୍ତମାନ ଏହି ପ୍ରସ୍ତାବ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟରେ ବିଚାରାଧୀନ ରହିଛି। ସମ୍ଭବତଃ ଆସନ୍ତା ଜୁନ୍‌ରୁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରେ ବୋଲି ରାୟ କହିଥିଲେ।
ସୂଚନାଥାଉ କି, ୨୦୧୩ରୁ ବନ୍ଦରାଞ୍ଚଳରେ ଖରାଦିନେ ଜଳସଙ୍କଟ ଲାଗି ରହିଛି। ବନ୍ଦରାଞ୍ଚଳ ଓ ଜାହାଜ ପାଇଁ ଦୈନିକ ୪ ମିଲିୟନ୍‌ ଗ୍ୟାଲେନ ପାଣିରୁ ଅଧିକ ଆବଶ୍ୟକ ହୋଇଥାଏ। ଏହି ପାଣି କଟକର ଯୋବ୍ରାଠାରୁ ତାଳଦଣ୍ଡା କେନାଲ ଦେଇ ଆସି ବନ୍ଦରର ୧୭୫ ଏକର ବିଶିଷ୍ଟ ଜଳାଶୟରେ ଗଚ୍ଛିତ ରହିଥାଏ। ଜଳାଶୟର ବାଲିଘରାଠାରେ ସେହି ପାଣିକୁ ବିଶୋଧନ କରାଯାଇ ଦିନକୁ ୨ଥର ଯୋଗାଣ କରାଯାଏ। ୯ ମିଟର ଗଭୀର ଥିବା ସେହି ଜଳାଶୟ କ୍ରମଶଃ ପୋତି ହୋଇ ଏବେ ମାତ୍ର ୬ ଫୁଟ ଗଭୀରରେ ରହିଛି। ଯେଉଁଥିପାଇଁ ଜଳଧାରଣ କ୍ଷମତା କମିଯାଇଛି। ଅପରପକ୍ଷେ ମହାନଦୀରେ ଜଳସଙ୍କଟ ଯୋଗୁ ଖରାଦିନେ ତାଳଦଣ୍ଡା କେନାଲକୁ ଠିକ୍‌ ଭାବେ ପାଣି ଆସୁନାହିଁ। ଏଣୁ ଏଭଳି ସଙ୍କଟ ଲାଗିରହିଛି। ଜଳାଶୟକୁ ଖନନ ପ୍ରସଙ୍ଗରେ ଅଧ୍ୟକ୍ଷ ରାୟ କୁହନ୍ତି, ଜଳାଶୟ ଖନନ କରିବା ପାଇଁ ବିଗତ ଦିନରୁ ଚେଷ୍ଟା ହୋଇଛି। କିନ୍ତୁ ଲୁଣି ପାଣି ବାହାରିବାର ସମ୍ଭାବନା ଥିବାରୁ ଖନନ କରାଯିବ ନାହିଁ। ଆଗକୁ ଖରାଦିନ ଏବଂ ଏବର କରୋନା ଭୟରେ ଲୋକେ ଅଧିକ ପାଣି ଆବଶ୍ୟକ କରୁଛନ୍ତି। ଏବେ ପାଣି ଯୋଗାଣରେ କଟକଣା ଲାଗିବା ପରେ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହେବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri