କଲମପୁର/ଭବାନୀପାଟଣା,୧୪।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କଣାସୁକୁଲି ଡଙ୍ଗାଘାଟରୁ ୧୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁ ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଫସି ରହିଥିଲେ। ଡଙ୍ଗା ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଖବର ଅନୁସାରେ, ମଙ୍ଗଳବାର ମାଳିଗାଁ ପଞ୍ଚାୟତ କଣାସୁକୁଲି ଡଙ୍ଗାଘାଟରୁ ତଲନାପି ପଞ୍ଚାୟତ ଲୁଟୁକୁଲି ଘାଟ ଅଭିମୁଖେ ଯାଉଥିବା ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଡଙ୍ଗା ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଅଚଳ ହୋଇପଡିଥିଲା। ଫଳରେ ଦୀର୍ଘ ୨ ଘଣ୍ଟା ଧରି ୧୫ ଜଣ ଯାତ୍ରୀ ଫସି ରହିଥିଲେ। ଡଙ୍ଗା ଚାଳକ ଜୟ ଗଉଡ କୌଶଳକ୍ରମେ ଡଙ୍ଗାକୁ ଏକ ଟାପୁକୁ ନେଇଯାଇଥିଲେ। ଏହି ସମୟରେ ପାଖାପାଖି ୫ କି.ମି. ଦୂରରେ ଯାଉଥିବା ଏକ ଡଙ୍ଗାକୁ ଦେଖି ଜୟ ସଙ୍କେତ ଦେଇଥିଲେ। ଉକ୍ତ ଡଙ୍ଗା ସେଠାରେ ପହଞ୍ଚତ୍ବା ପରେ ଯାତ୍ରୀମାନେ ସେଥିରେ କୂଳକୁ ନେଇ ଆସିଥିଲେ। ଡଙ୍ଗାରେ ଗୋପୀନାଥପୁର ପଞ୍ଚାୟତ ଓ ମାଲିଗାଁ ପଞ୍ଚାୟତର ୪ ଜଣ ମହିଳାଙ୍କ ସମେତ ୧୧ ଜଣ ପୁରୁଷ ରହିଥିଲେ।
Posted inଆମ ଜିଲା ଖବର, କଳାହାଣ୍ଡି, ରାଜ୍ୟ View All

ପାରିବାରିକ କଳହ: ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀ ମୃତ
ପାଟଣା,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରାପଡ଼ା ପଞ୍ଚାୟତ ଗାଲଫୁଲା ମୁଣ୍ଡାସାହିରେ ଶୁକ୍ରବାର ରାତିରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ସ୍ବାମୀଙ୍କ ମାଡ଼ରେ...

ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ୱର,୬।୧୨(ବ୍ୟୁରୋ): ପଞ୍ଚମ ଦିନରେ ବି ଚାଲି ପାରିଲାନି ବିଧାନସଭା। ଆଜି ଅଧିବେଶନ ଆରମ୍ଭରୁ ପୁଣି ଥରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ଫଳରେ ଗୃହକୁ...

ଆଲୋଚନା ପାଇଁ ସମୟ ମାଗିଲା ଫାଇନାନ୍ସ କମ୍ପାନୀ
ସଜନାଗଡ଼, ୧୭।୬(ଡି.ଏନ.ଏ.)-ସରକାର ବିଭିନ୍ନ ଫାଇନାନ୍ସ କମ୍ପାନୀକୁ ଋଣ ଅସୁଲ କରିବା ଉପରେ ରୋକ୍୍ ଲଗାଇଛନ୍ତି। ହେଲେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକ ନିର୍ଦ୍ଦେଶ ପାଳନ ନ କରି ମହିଳା...

ଅସ୍ତବ୍ୟସ୍ତ କରୁଛି ତାତି, ଗୁଳୁଗୁଳି
ଭୁବନେଶ୍ୱର, ୨୨।୫(ବ୍ୟୁରୋ): ରାଜ୍ୟରେ ପୁଣି ଅସମ୍ଭାଳ ହେବାରେ ଲାଗିଛି ତାତି। ଅତ୍ୟଧିକ ତାପମାତ୍ରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରିଦେଉଛି। ସକାଳୁ ଚକ୍ଚକ୍ ଖରା ଡରାଉଥିବାବେଳେ ମଧ୍ୟାହ୍ନବେଳକୁ...

ଜଙ୍ଗଲରେ ଥିବା ୧୩ ପ୍ରବାସୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ
ଲୋଇସିଂହା, ୨୫।୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହାା ବ୍ଲକ ମାଗୁରବେଡା ଗାଁର ୩ପରିବାରର ୧୩ପ୍ରବାସୀ ଶ୍ରମିକ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହିବାର ବ୍ୟବସ୍ଥା ନ ହେବାରୁ ନିକଟସ୍ଥ ଜଙ୍ଗଲରେ...

ଦଳୀୟ ପ୍ରାର୍ଥୀଙ୍କୁ ଜବାବ ଦେବେ ସ୍ବାଧୀନ
ନିମାପଡ଼ା,୩୦।୧(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ନିମାପଡ଼ା ବ୍ଲକର ୧୮, ୧୯, ୨୦ ଓ ୨୧ନଂ. ଆଦି ୪ ଜିଲା ପରିଷଦ ଜୋନ୍ ନିମନ୍ତେ ମୋଟ୍ରେ...

ପୋଲିସ ମାଡ଼ ପ୍ରତିବାଦରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ
ରାଇରଙ୍ଗପୁର, ୧୦।୪(ଡି.ଏନ୍.ଏ.) : ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରାଞ୍ଚଳରେ ପୋଲିସ ସଫେଇ କର୍ମଚାରୀଙ୍କ ଜଣେ ସୁପରଭାଇଜରଙ୍କୁ ମାଡ଼ ମାରିବା ପ୍ରତିବାଦରେ ଗୁରୁବାର ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ...

ଆସୁଛି ଆଉ ଏକ ଲଘୁଚାପ
ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଗୁରୁବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାଛଡା ଉତ୍ତର-ଆଭ୍ୟନ୍ତରୀଣ ତାମିଲନାଡ଼ୁରେ ସୃଷ୍ଟି ହୋଇଥିବା ଟ୍ରପ୍ ଲାଇନ୍...