Posted inଖେଳ

ଜରିନ୍‌ଙ୍କୁ ହରାଇଲେ ମେରୀକମ୍‌: ମ୍ୟାଚ୍‌ ପରେ ଫୁଲ ଡ୍ରାମା

ନୂଆଦିଲ୍ଲୀ, ୨୮।୧୨- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀକମ୍‌ (୫୧ କିଲୋ କାଟେଗୋରି) ଟ୍ରାଏଲରେ ନିଖତ ଜରିନଙ୍କୁ ହରାଇ ଦେଇଛନ୍ତି। ବିଜୟ ସହ ଆସନ୍ତା ବର୍ଷ ହେବାକୁ ଥିବା ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବା ସ୍ପଷ୍ଟ ହୋଇଛି। ମେରୀକମ୍‌ଙ୍କ ଆଟାକିଂ ରଣନୀତି ସମ୍ମୁଖରେ ପ୍ରତିପକ୍ଷ ଜରିନ ଅଧିକ କିଛି କରିପାରି ନ ଥିଲେ। କିମ୍ବଦନ୍ତୀ ବକ୍ସର ୯-୧ ବ୍ୟବଧାନରେ ବାଉଟ୍‌କୁ ଜିତି ନେଇଥିଲେ। ଉଲ୍ଲେଖଯୋଗ୍ୟ, ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଲାଗି ୫୧ କେଜି ବର୍ଗରେ କେଉଁ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବ, ତାହା ଟ୍ରାଏଲରୁ ନିର୍ଣ୍ଣୟ କରାଯାଉ ବୋଲି ଜରିନ ଜନସାଧାରଣଙ୍କ ଆଗରେ ଦାବି କରିଥିଲେ। ବାଉଟ୍‌ ପରେ ଜରିନ ହାତ ମିଳେଇବାକୁ ଉଦ୍ୟମ କରିଥିଲେ, ହେଲେ ମେରୀକମ୍‌ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ମୁଁ ବହୁତ ରାଗି ଥିଲି। ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏବେ ସବୁ ଶେଷ ହୋଇ ସାରିଛି। ତୁମେ ରିଙ୍ଗ ଭିତରେ କେଉଁ ଭଳି ପ୍ରଦର୍ଶନ କରୁଛ, ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ବାଉଟ୍‌ ପରେ ମେରୀକମ୍‌ କହିଛନ୍ତି। ମ୍ୟାଚ୍‌ ଫଳାଫଳକୁ ତେଲେଙ୍ଗାନା ବକ୍ସିଂ ଆସୋସିଏଶନ ପକ୍ଷରୁ ପ୍ରବଳ ବିରୋଧ କରାଯାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ହସ୍ତକ୍ଷେପ କରିଥିଲେ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ସଭାପତି ଅଜୟ ସିଂ। ସେ ତେଲେଙ୍ଗାନା ବକ୍ସିଂ ଆସୋସିଏଶନ ପ୍ରତିନିଧି ଏପି ରେଡ୍ଡୀଙ୍କୁ ରିଙ୍ଗ୍‌ ଅଞ୍ଚଳରୁ ଚାଲି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ରାଜନୀତି ହେଲେ ଦେଶରେ ବକ୍ସିଂ ଉଧେଇ ପାରିବ ନାହିଁ ବୋଲି ରେଡ୍ଡୀ କହିଛନ୍ତି। ଅନ୍ୟ ଟ୍ରାଏଲରେ ଦୁଇ ଥର ବିଶ୍ୱ ରୌପ୍ୟ ପଦକଧାରୀ ସୋନିଆ ଲାଥର (୫୭ କେଜି)ଙ୍କୁ ସାକ୍ଷୀ ଚୌଧାରୀ ହରାଇ ଦେଇଛନ୍ତି। ସେହିଭଳି ୬୦ କେଜି ବର୍ଗରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଏଲ. ସରିତା ଦେବୀ ଜାତୀୟ ଚାମ୍ପିୟନ ସିମରନଜିତ କୌରଙ୍କଠାରୁ ପରାସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିଏ ସେ ହର୍ଷିତ ରାଣା? ଅଧା ଆଇପିଏଲ୍‌ରୁ ଯାହାକୁ ଆସିଲା କୋଲକାତା ପକ୍ଷରୁ ଡାକରା…

ମୁମ୍ବାଇ,୧୫।୪: ଆଇପିଏଲ୍‌ ଜାରି ରହିଥିବା ବେଳେ କିଛି ଖେଳାଳି ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି କ୍ରମରେ ଏବେ କୋଲକାତା ନାଇଟ୍‌ ରାଇଡର୍ସର ଯୁବ...

ଶୁକ୍ରବାରଠାରୁ ଦିଲ୍ଲୀରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ…

ନୂଆଦିଲ୍ଲୀ,୧୬।୨ : ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ନାଗପୁରରେ ୧୩୨ ରନ ଏବଂ ଏକ ଇନିଂସରେ ପରାସ୍ତ କରି ଭାରତୀୟ ଦଳ ଏକ...

ଦିଲ୍ଲୀ ଛାଡ଼ି ଉତ୍ତରାଖଣ୍ଡ ପାଇଁ ଖେଳିବେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ, ୩।୯- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଚଳିତ ଘରୋଇ ସିଜନରେ ନୂଆ ଦଳ...

ପୁଣି ହୃଦୟ ଜିତିଲେ ଧୋନୀ

ରାଞ୍ଚି,୨୦।୧୦: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକମାନେ ସାରା ବିଶ୍ୱରେ ଅଛନ୍ତି। ତାଙ୍କ ଝଲକ ଟିକେ ପାଇବାକୁ ପ୍ରଶଂସକ ସର୍ବଦା ଆଗ୍ରହୀ ଥାନ୍ତି।...

ମେସିଙ୍କ ବିଶ୍ୱରେକର୍ଡ

ଦୋହା,୧୯।୧୨: କାତାରର ଲୁସେଲ ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଫିଫା ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ପଡ଼ିଆରେ ଅବତରଣ କରିବା ମାତ୍ରେ...

ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୬୧…

ନାପିଅର,୨୨।୧୧ : ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତରେ ତୃତୀୟ ଟି-୨୦ରେ ନ୍ୟୁଜିଲାଣ୍ଡ ସହିତ ନାପିଅର ସ୍ଥିତ ମ୍ୟାକ୍‌ ଲିନ୍‌ ପାର୍କରେ ମୁହାଁମୁହିଁ ହୋଇଛି। ନ୍ୟୁଜିଲାଣ୍ଡ ଅଧିନାୟକ...

ବ୍ରେକ୍‌ ନେଲେ ଅକ୍ଷର; ଖୁବ୍‌ଶୀଘ୍ର ପ୍ରେମିକାଙ୍କ ଧରିବେ ହାତ

ନୂଆଦିଲ୍ଲୀ,୧୫।୧: ବିବାହ ବନ୍ଧନରେ ଆବଦ୍ଧ ହେବେ ଭାରତୀୟ କ୍ରିକେଟର ଅକ୍ଷର ପଟେଲ। ମେହା ପାଟିଲଙ୍କ ହାତ ଧରିବେ ସେ। ଗତ ବର୍ଷ ଉଭୟଙ୍କ ନିର୍ବନ୍ଧ ହୋଇଥିଲା।...

ଯାହା ବିରାଟ କୋହଲି କରିପାରି ନ ଥିଲେ, ତାହା କରିଦେଖାଇଲେ ରୋହିତ୍‌ ଶର୍ମା

ବିଶାଖପାଟଣା,୩।୧୦: ହିଟ୍‌ମ୍ୟାନ୍‌ ରୋହିତ ଶର୍ମାଙ୍କ ଟେଷ୍ଟ ମ୍ୟାଚରେ ଓପନିଂ କରିବାର ସୁଯୋଗ ମିଳିବା ମାତ୍ରେ ସେ ଏହାର ଭରପୂର ଫାଇଦା ଉଠାଇଛନ୍ତି। ଏହି ଟେଷ୍ଟରେ ସେ...

Advertisement
Archives

Model This Week